The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Dr Jharana Satapathy

Abstract

3.2  

Dr Jharana Satapathy

Abstract

ହାଏରେ କରୋନା ଏକି କଲା

ହାଏରେ କରୋନା ଏକି କଲା

3 mins
243


ହାଏରେ କରୋନା ଏକି କଲା

ମନ ଦୁଃଖକରି ଗାଲରେ ହାତ ଦେଇ ସୁନିଲ ଖାଲି ଖୁସି କଥା ଭାବୁଥାଏ କି ସୁନ୍ଦର ବଧୂ ବେସରେ ମୋ ଖୁସି ଆଜି ସଜେଇ ହୋଇଥାନ୍ତା ନାଲି ରଙ୍ଗର ପାଟ ଶାଢୀରେ ସାକ୍ଷାତ ସ୍ବର୍ଗର ପରି ଭଳି ଦିଶୁଥାନ୍ତା।ଆଜି ବାହାଘର ଆଉ ଚାରିଦିନ ପରେ ଚଉଠି ହୋଇ ଥାଆନ୍ତା।ଛି ଛି ସବୁ ଗଡବଡ।


କି କରୋନା କି କରୋନା ।ଯମା ପିଛା ଛାଡେନା ।ଆଉ କେତେ ଦିନ ଏ କରୋନା।


ଆଉ କେତେଦିନ କରୋନା ରହିବରେ ସାଙ୍ଗ ମୋର ଝିଅ ଦେଖା ସରିଥିଲା ବାହାଘରଟା ଖାଲି ବାକି ଥିଲା।କେତେ ସୁନ୍ଦର ଵାହାଘର ହୋଇଥାନ୍ତା।ତାହା ପୁଣି ରାତି ବାହାଘର।

ସବୁ ଆଡଭାନ୍ସ ଦିଆ ସରିଥିଲା।ଫୁଲବେଦି ସାଜସଜା ପାଇଁ ୫୦,୦୦୦ ,ମଣ୍ଡପ ପାଇଁ ୧,୦୦୦୦୦,କେଟ୍ରିନ ପ୍ଳେଟ ପିଛା ୧୦୦୦, ମୋଟ ପାଞ୍ଚସହ ଜଣ ପାଇଁ ପାଞ୍ଚଲକ୍ଷ ଟଙ୍କା ।ଗାଡି, ବାଜା, ବାଣ ବରଯାତ୍ରୀ ଅନ୍ୟାନ୍ୟ ଯାବତୀୟ ଖର୍ଚପାଇଁ ପାଖାପାଖି ୨,୦୦୦୦୦ ଟଙ୍କା।


ହାଏରେ କରୋଣା ଏକି କଲା ମୋ ବିବାହ ଘରଟା ବନ୍ଦ କରି ଦେଲା।


ସତରେ କି କରୋନା ଭାଇରସ ମାଡିଆସିଲା ସବୁ ବିବାହ ଅନୁଷ୍ଠାନ, ହୋଟେଲ ବନ୍ଦ ହୋଇଗଲା।ଆଜି ହୋଇଥାନ୍ତା ଆମ ବାହାଘର।ଆଉ କେତେ ଦିନ ଏମିତି ଜଗି ବସିବି।


ବହୁ କଷ୍ଟରେ ଝିଅ ଦେଖି ଦେଖି ଏ ଝିଅ ମତେ ପସନ୍ଦ ହୋଇଥିଲା ସିଏ ବି ମତେ ପସନ୍ଦ କରିଥିଲା।


ଚନ୍ଦା ମୁଣ୍ଡରେ ମୋର ଯେଉଁ କେତେକେରା ବାଳ ଅଛି ପାର୍ଲର ଯାଇ ପାର୍ଲର ବାଲା ଯେଉଁ କଳା ବୋଳି ଦେଇଥିଲା ଚନ୍ଦା ମୋଟେରୁ ଜଣା ପଡୁନଥିଲା।ବଡ ହେଣ୍ଡସମ୍ ଦିଶୁଥିଲି।ଦର୍ପଣ ଆଗରେ ଠିଆ ହୋଇ ମୋ ମୁହଁକୁ ବାରମ୍ବାର ଦେଖୁଥିଲି।

ଦେଖୁନୁ ସାଙ୍ଗ ଏ କରୋନା ଲାଗି ମୋ ଅବସ୍ଥା କଣ ହେଲାଣି। ପାଚିଲା ଦାଢି ଗୁଡାକ ବଢିଗଲାଣି।ମୁଣ୍ଡରେ ଚୁଟି ଯେଉଁ ଦି କରା ଥିଲା ସବୁ ପାଚିଲା ପାଚିଲା ଦିଶିଲାଣି ।ଚୁଟି ରଙ୍ଗକଳା କରି ଦାଢିରେ କଳା ବୋଳି ଯାଇଥିଲି କନ୍ୟା ଦେଖିବା ପାଇଁ।


ଏବେ ଯେଉଁ କରୋନା ବାହାରିଲା ସେଲୁନ,ସ୍ପା,ପାର୍ଲର ସବୁ ବନ୍ଦ ହୋଇଗଲା।ଅସଲ ଚେହେରାଟି ଜଣା ପଡୁଛି।ମୋ ଛବି ଯଦି ମତେ ଦେଖା କରିବାକୁ ମତେ ଡାକିବ ମୁଁ କେମିତି ତା ପାଖକୁ ଯିବି।ମୁହଁରେ ମାସ୍କ ଲଗାଇ ପିନ୍ଧିଦେଲେ ପାଚିଲା ଦାଢି ଧରା ପଡିବନି ।ଆଉ ମୁଣ୍ଡରେ ଉଇଗ୍ ଲଗାଇଦେଵି ।


ଏ ସାଙ୍ଗ ତୁ ଖାଲି ତୋ କଥା କହୁଛୁ ତ ଛବିକୁ ତୁ କେତେଦିନ ହେଲା ଦେଖିନୁ ତା ଚେହେରାର ଅବସ୍ଥା କଣ ହୋଇଥିବ ଭାଵିଛୁ ।ତୁ ପରା ନିଜେ କହୁଥିଲୁ ତୋ ଖୁସିଟା ପରା ଫୁଲ ଷ୍ଟାଇଲିଷ୍ଟ ।କି ଚୁଟିର ଷ୍ଟାଇଲ ତାର, ମୁଁହରେ ସୁନ୍ଦର ମେକଅପ୍ ତାର,ଓଷ୍ଠରେ ଲିପଷ୍ଟିକ ଧାର ଆଖିରେ ତାର କଜଳ ଗାର, ଆଉ କଣ କଣ କହୁଥିଲୁ ଆଇ ସେଡୋ, ତାର ବଡିର ମହକ ପରଫ୍ୟୁମର ପୁଣି ।


ତୁ ଯେତିକି ମୋ ଭାଉଜ ବିଷୟରେ ବର୍ଣ୍ଣନା କରିଥିଲୁ ମୁଁ ଶୁଣି ଵେହସ ହୋଇଯାଉଥିଲି।ଗୋଟିଏ ଲିପଷ୍ଟିକ ଭାଉଜଙ୍କର ଗୋଟିଏ ଦିନ ଯାଉଛି।ପରଫ୍ୟୁମ୍ ଦିନକୁ ଗୋଟିଏ ବୋଟଲ।ଚୁଟି କଲର ଡ୍ରେସ ଅନୁଯାୟୀ ମେଚିଙ୍ଗ୍।ଚବିଶ ଘଣ୍ଟା ଖାଲି ପାର୍ଲରରେ ।


ଏବେ ଏ କରୋନା ଯୋଗୁ ମୋ ଭାଉଜ ବିନା ପାର୍ଲର ରେ କେମିତି ସଜେଇ ହେଉଥିଵେ।


ଓଃ ମୋ ଭାଉଜଙ୍କ ଚେହେରାର ଅବସ୍ଥା କେମିତି ଥିବ।ତାଙ୍କୁ କଣ ଦେଖିଛୁ।ଚୁଟିରେ କର୍ଲର,ଫେସିଆଲ,ମେକଅପ୍, କରିବା ପାଇଁ ସବୁ ବେଳେ ସ୍ପା ଆଉ ବିୟୁଟି ପାର୍ଲର ଯାଉଥିଲେ କରୋନା ପାଇଁ ସବୁତ ବନ୍ଦ।ତାଙ୍କର ଅସଲି ଚେହେରା ଧରା ପଡିଯିବ।


ଖାଲି ତୁ ନୁହେଁ କି ଭାଉଜ ନୁହଁ ଯେତେ ସୁନ୍ଦର,ସୁନ୍ଦରୀ କହି ଟୋକା ଟୋକି ଯେଉଁ ଫୁଟାଣି ମାରୁ ଥିଲେ ଅସଲି ଚେହେରା ତାଙ୍କର ଧରା ପଡିଯିଵ। ସତରେ ସାଙ୍ଗ ସେ ପାର୍ଲର ପିଛା କେତେ ଟଙ୍କା ଖର୍ଚ କରୁନଥିବେ।ତୋଠୁ ଅଧିକ ଖର୍ଚ ଭାଉଜଙ୍କର ହେଉଥିବ।ଭଲ ହେଇଚି ସାଙ୍ଗ କିଛି ପଇସା ଦୁଇଜଣଙ୍କର ବଞ୍ଚିଲା ।


ପାର୍ଲର ଯାଇ ଯେତିକି ପଇସା ଖର୍ଚ କରୁଥିଲ ଦୁଇଜଣ ସେ ପଇସା ବଞ୍ଚାଇ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପାଣ୍ଠିକୁ ଦେଲେ ଭଲ ହେବ।


ଆଉ ଗୋଟେ କଥା ଶୁଣୁ ସାଙ୍ଗ ତୁତ ଆମ ସରକାରଙ୍କର କରୋନା ସତର୍କତା ପାଇଁ ନିୟମ ସବୁ ମାନିଲୁ ବାହାଘର ବନ୍ଦକରିଦେଲୁ ।


କିନ୍ତୁ ଆମ ସାଙ୍ଗ ଯୋ କାଳିଆ ଥିଲା ସେ ଲୁଚିଛପି ତା ଗାଁ କନ୍ଧମାଳ ଜିଲ୍ଲାର ଖଜୁରୀ ଗାଁରେ ବାହାଘର ପାଇଁ ସବୁ ଆୟୋଜନ କଲାବେଳେ ପୋଲିସ ଆସି କାଳିଆ ଏବଂ ତା ଭାଇକୁ ଗିରଫ କରିଛି।ଦୁଇଜଣ ଆରେଷ୍ଟ ହୋଇ ଜେଲରେ ଅଛନ୍ତି।


ବର୍ତ୍ତମାନ ସରକାର ଯାହା ନିୟମ ନିର୍ଦ୍ଦେଶ ମାନିବା ପାଇଁ ଯେଉଁ ସଚେତନତା ସବୁ ଆମକୁ କରିଛନ୍ତି ଆମେ ସବୁ ତାହା ମାନିଲେ ଆମର ଭଲ ହେବ।ଏ କରୋନା ଭାଇରସରୁ ଆମେ ନିହାତି ରକ୍ଷା ପାଇପାରିବା।


ତୋର ଖାଲି ବାହାଘର ବନ୍ଦ ହୋଇନାହିଁ ସମସ୍ତ ଶିକ୍ଷାନୁଷ୍ଠାନ ମଲ, ସିନେମା ହଲ,ସଚିବାଳୟ,ସରକାରୀ ଦପ୍ତର,ସମସ୍ତ ଘରୋଇ ଅନୁଷ୍ଠାନ, ରେଳସେବା,ବସ ସେବା ଏମିତି ପିଲାମାନଙ୍କର ପରୀକ୍ଷା ପାଇଁ ସ୍ଥଗିତ ରଖାଗଲା ଏ କରୋନା ଭାଇରସ ଲାଗି।ସର୍ବୋପରି ସାରା ରାଜ୍ୟରେ ସରକାରଙ୍କର ତରଫରୁ ନିର୍ଦେଶ ଦିଆଯାଇଛି ଏହା ଆମେ ମାନିବା ପାଇଁ ଵାଧ୍ୟ।


ସୁନ୍ଦର ଅସୁନ୍ଦର କିଛି ନୁହଁ ସାଙ୍ଗ ଦୁହିଁଜଣକର ମନ ପବିତ୍ର ହୃଦୟରେ ଯଦି ପରଷ୍ପରକୁ ଭଲ ପାଉଥିବ ଏ ବାହାଘର ନିଶ୍ଚୟ ହେବ।କଥାରେ ଅଛି ପରା ଯା ହାଣ୍ଡିରେ ଯିଏ ଚାଉଳ ପକାଇବାକୁ ଥିବ ନିଶ୍ଚୟ ବାହାଘର ହେବ।ଆଉ ଗୋଟେ କଥା ଶୁଣିଛୁ ଇଂରାଜୀରେ ଅଛି Marriages are made in heaven. ଧର୍ଯ୍ୟ ଧରେ ସାଙ୍ଗ ସବୁ ଠିକ୍ ହୋଇଯିବ।     


Rate this content
Log in

More oriya story from Dr Jharana Satapathy

Similar oriya story from Abstract