ହାଡ଼ି
ହାଡ଼ି
ନୂଆ ନୂଆ ବଦଳି ହୋଇଛି ମୋର ବି ଏନ୍ ସ୍କୁଲକୁ।
ପ୍ରତିଦିନ ଗୋଟେ ଦୃଶ୍ୟ ମୋ ଆଖିରେ ପଡ଼େ ସେଠିକୁ ଯିବା ପରେ।
ଗେଟ୍ ଅତିକ୍ରମ କରି ପ୍ରାୟତଃ ଗୋଟାଏରୁ ଦୁଇଟା ଭିତରେ ସେ ଯାଏ । ଠିକ୍ ସେଇ ସମୟରେ ପିଲାମାନେ ମଧ୍ୟାହ୍ନ ଖାଆନ୍ତି । ଏଣୁ ସେ ପ୍ରତିଦିନ ମୋ ନଜରରେ ପଡେ । ଆମ ରୋଷେଇଆ ପ୍ରମିଳା ମା ଓ କୁମ ଦେଈ। ସେମାନେ ମୋତେ ସେଇ ଅଦ୍ଭୁତ ରୂପର ମହିଳା ଜଣଙ୍କୁ ଦେଖେଇ କୁହନ୍ତି ମାମ୍ ଦେଖନ୍ତୁ ହାଡ଼ି ଯାଉଛି।
ହାଡ଼ି !!
ହାଡ଼ି ଗୋଟେ ନାଁ ?
ଏ ହାଡ଼ି ନାଁ ଟି ଯଥେଷ୍ଟ ଥିଲା ମୋତେ ତା ପ୍ରତି ଆକୃଷ୍ଟ କରିବା ପାଇଁ ।
କଳା ମିଚି ମିଚି ଚେହେରା ସତେକି ଅଧା ଜଳା କାଠ ଖଣ୍ଡେ । ମୁହଁଟି କିନ୍ତୁ କଳା ମେଘି ଶରୀରରେ ତୋଫା ଜହ୍ନ ପରି। ଜହ୍ନରେ କଳଙ୍କ ଦାଗ ପରି ତା ମୁହଁରେ ଠାଏ ଠାଏ ସତେକି ବ୍ରାଉନ୍ ରଙ୍ଗର ପ୍ୟାଚ୍ କିଏ ପକାଇଛି।
ନାଁ କୁ କିମ୍ଭୁତ କିମ୍ବାକାର ରୂପ ପ୍ରତି ମୁଁ ଟିକେ ଅଧିକ କୌତୁହଳି ହୋଇ ଉଠିଲି।
ମୋ ଭିତରେ ହାଡ଼ିକୁ ନେଇ ଅୟୁତେ ପ୍ରଶ୍ନ ।
କିଏ ଏହି ହାଡ଼ି ? ଘର କେଉଁଠି? କଣ କରେ ? ଝିଅ ନା ବୋହୁ ? ପ୍ରତିଦିନ ଏଇ ଏକା ସମୟରେ କୁଆଡେ ଯାଏ ? ବିବାହିତ ନା ଅବିବାହିତ । ଯଦି ବିବାହିତ ପିଲା ପିଲି କୋତୋଟି ? ତାର ସ୍ୱାମିଟି କଣ କରେ। ଏହି ପରି ନାନା ପ୍ରଶ୍ନ।
ତା ପ୍ରତି ମୋର କାହିଁକି ଏ ଅହେତୁକ ଆକର୍ଷଣ ଖୋଜି ପାଏ ନାହି। ମୋ ଅଜାଣତରେ ପ୍ରତି ଦିନ ସେଇ ନିର୍ଦ୍ଧିଷ୍ଟ ସମୟରେ ମୋ ଆଖି ଗେଟ୍ ଡେଇଁ ତାରି ଅପେକ୍ଷା ରେ ଥାଏ ଯେମିତି।
ଗେଟ୍ ଅତିକ୍ରମ କରି ପ୍ରାୟତଃ ଗୋଟାଏରୁ ଦୁଇଟା ଭିତରେ ସେ ଯାଏ । ଠିକ୍ ସେଇ ସମୟରେ ପିଲାମାନେ ମଧ୍ୟାହ୍ନ ଖାଆନ୍ତି । ଏଣୁ ସେ ପ୍ରତିଦିନ ସେ ନଜରରେ ପଡେ । ଆମ ରୋଷେଇଆ ପ୍ରମିଳା ଓ କୁମ । ସେମାନେ ମୋତେ ସେଇ ଅଦ୍ଭୁତ ରୂପର ମହିଳା ଜଣଙ୍କୁ
ନାଇଟି ଟିଏ ଗଳେଇ ଥାଏ ଯିଏ ଦେହରେ ଦେଖେଇ କୁହନ୍ତି ହେଇ ମାମ୍ ଗଲା ଦେଖ। ଯେଉଁ ନାଇଟି ବର୍ଷ ବର୍ଷ କାଳ ସଫା ହୋଇ ନଥିବ ଲାଗେ । ମୁଣ୍ଡରେ ଟିକି ଟିକି ଚୁଟି ନଣ୍ଡା ହେଲା ପରେ ଯେମିତି ଉଠେ। ଗଲା ବେଳେ ମନକୁ ମନ କଣ ଗପି ଗପି ଯାଏ ।ଦୂରରୁ ମୋତେ ଏତିକି ଦିଶେ। ମୋ ମନରେ ପ୍ରଶ୍ନ କୁଆଡେ ଯାଏ ନିର୍ଦ୍ଦିଷ୍ଟ ଏଇ ସମୟରେ ସେ?
କୁଆଡେ ଆଉ ଯିବ ,ମାଗି ବାକୁ ଯାଏ । ପାଗେଳି ସିନା ଭାରି ମୁହଁ ଖୋର । ମନକୁ ଯାହା ଆସିବ ଯାଛା ତା ଗପି ଯିବ। ସେ ମାଗିବ ପୁଣି ଦଶ ଟଙ୍କା। ଗୋଟି ଟଙ୍କା ଉଣା ହେଲେ ନେବନି । ବରଂ ଏମିତି କଥା କହିବ ଯେ ଋଷି ବାଳ ଛିଡେଇ ମରିବେ ।
ହୁସିଆର ଥିବେ ମାମ୍ କୌଣସି ପରିସ୍ଥିତିରେ ବି ତାକୁ ସ୍କୁଲ ହତା ଭିତରକୁ ପୁରେଇ ଦେବେନି । ଦିନେ ଆସିଲେ ସବୁଦିନ ଆସିବ ଓ ଭାରି ହଇରାଣ କରିବ। ଆପଣଙ୍କ ସହର ନୁହେଁ ଏଇଟା ଗାଁ ଗଣ୍ଡା କଥା । ଗାଁ ମଝିରେ ପୁଣି ସ୍କୁଲ । ଲୋକଙ୍କ ଛଞ୍ଚାଣ ଆଖି ସ୍କୁଲ ଓ ମାଷ୍ଟ୍ର ମାନଙ୍କ ଉପରେ।
ବିଶେଷ କରି ଏଇ ଖାଇବା ସମୟରେ ଯଦି ପଶି ଆସିବ ତାହେଲେ ଆପଣଙ୍କୁ ନାକରେ କନ୍ଦେଇବ ।
ସ୍କୁଲକୁ ଲାଗି ବ୍ଲକକୁ ରାସ୍ତାଟିଏ ଯାଇଛି । ଗାଡି ମଟର ସବୁବେଳେ ଯା ଆସ । ଏଣୁ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରାର୍ଥନା ପରେ ଗେଟ୍ ଚାବି ପଡେ । ଛୁଟି ହେଲେ ଚାରିଟା ପରେ ଖୋଲେ। ଏମିତିରେ ସ୍କୁଲ ଗେଟ୍ କେବଳ ପିଲା ସ୍କୁଲକୁ ଆସିବା ଓ ସ୍କୁଲରୁ ଯିବା ସମୟରେ ଖୋଲା ରୁହେ । ବାକି ତକ ସମୟ ଗେଟ୍ ରେ ତାଲା ଝୁଲେ।
ଭୁବନେଶ୍ୱରରୁ ଟ୍ରାନ୍ସଫର ହୋଇ ନୂଆ ନୂଆ ଶିକ୍ଷୟିତ୍ରୀ ଭାବେ ମୁଁ ସେଇଠିକୁ ଯାଇଥାଏ । ହେଡ ସାର୍ କେହି ନ ଥିବାରୁ ମୁଁ ଚାର୍ଜ ହେଡ ମାଷ୍ଟର ଭାବେ ଯୋଗ ଦେଇଥାଏ। ପ୍ରତିଦିନ ପିଲାମାନେ ମଧ୍ୟାହ୍ନ ଖାଇଲା ବେଳେ ମୁଁ ଖାଇବା ପିଣ୍ଡିକୁ ଯାଏ । ବ୍ୟାତ୍ୟା ନିରୋଧକ ଘର ତଳେ ଖାଇବା ପିଣ୍ଡି । ପିଲାମାନେ ସେଇଠି ବସି ଖାଆନ୍ତି। ମୁଁ ଚେୟାର ପକାଇ ସେମାନେ ଖାଇ ସାରିବା ପର୍ଯ୍ୟନ୍ତ ବସେ । ସେଠି ବସିଥିବା ସମୟରେ ହାଡ଼ି ନାମକ ବିଚିତ୍ର ଚରିତ୍ରଟି ମୋ ଆଖିରେ ପଡ଼େ। କାହିଁକି କେଜାଣି ନିଜ ଅଜାଣତେ ତା ପ୍ରତି ମୁଁ ଦିନୁ ଦିନ ଆକୃଷ୍ଟ ହେଉଥାଏ।
ଦିନେ ଡ଼ି ଇ ଓ ସାର୍ ଆମ ସ୍କୁଲକୁ ଆସିଥାନ୍ତି: ଗେଟ୍ ଖୋଲା ଥାଏ। ମଧ୍ୟାହ୍ନ ଭୋଜନ ସମୟ। ହାଡ଼ି ସେଇ ବିଚିତ୍ର ସ୍ତ୍ରୀ ଲୋକଟି ସ୍କୁଲ ହତା ଭିତରକୁ ପଶି ଆସି ନାକେଦମ୍ କଲାଣି ରୋଷେଇଆ ଙ୍କୁ । ସେ ଖାଇବ କହୁଛି ପୁଣି ଦଶଟି ଅଣ୍ଡା ଦେଲେ। ଗହମ ତ ଗୋଟି ଗଣତା। ଯେତିକି ପିଲା ସେତିକି ଅଣ୍ଡା । ଗୋଟେ ବି ଅଧିକ ନ ଥିବ।ତାକୁ ଦଶଟି କିଏ ଦେବ ?
ଝାଉଁ ଛିଣ୍ଡେଇ ଦେଲା । ଯେତେ ବୁଝେଇଲେ ବି ବୁଝିବାକୁ ନାରାଜ । ତେଣେ ଅଫିସ୍ ରେ ଡ଼ି ଇ ଓ ସାର୍ ରେକର୍ଡ ତନଖି କରୁଥାନ୍ତି । ଏଣେ ହାଡ଼ି ଗଣ୍ଡଗୋଳ କରିବା ଉପରେ।
ଶୁଣ୍ ତୁ ଗୋଟେ ସୁନା ଝିଅ।
ସୁନାଝିଅ ମୁଁ ! ସେ ବିସ୍ମୟ ହୋଇ କହିଲା।
ଖାଲି ସୁନା ଝିଅ ନୁହଁ ବୁଦ୍ଧିଆ ଝିଅ ବି।
ହଁ ମୁଁ ବୁଦ୍ଧିଆ ?
ସୁନା ଝିଅ କଥା ମାନନ୍ତି।
ହଁ ମୁଁ କଥା ମାନିବି ।
ଏ ପିଲାମାନେ ତୋ ପୁଅଝିଅ ପରି।ସେମାନେ ସବୁ ଅଣ୍ଡା ଖାଇ ଦେଇଛନ୍ତି । କଣ କରିବା କହିଲୁ ?
ପୁଅ ଝିଅ !! ମୋର !! ହଉ ହଉ ଖାଆନ୍ତୁ କହି ସେ ତଳକୁ ମୁହଁ ପୋତି ଚାଲି ଯାଉଥିଲା।
ପଛରୁ ଡାକିଲି ଶୁଣ୍ ।ଦଶଟି ଅଣ୍ଡା ଖାଇବୁ କହୁଥିଲୁ ? ନେ ଏ ପଚାଶ ଟଙ୍କା ଦଶଟି ଅଣ୍ଡା କିଣି ଆଣି ଖାଇବୁ। ଏକା ଥରେ ଖାଇବୁ ନାହିଁ ।ରଖି ଗୋଟେ ଗୋଟେ ଖାଇବୁ।
ସେ କହିଲା ମୋତେ ଦଶ ଟଙ୍କା ଦିଅ।
କୌଣସି ମତେ ପଚାଶ ଟଙ୍କା ନେଲା ନାହିଁ। ବାଧ୍ୟ ହୋଇ ଦଶ ଟଙ୍କାଟିଏ ଦେବାରୁ ନେଇ ଖୁସି ହୋଇ ଚାଲିଗଲା।
ରୋଷେଇଆଙ୍କୁ ଏ "ଦଶ ରହସ୍ୟ" କଣ?
ଦଶ ମସିହା ଦଶ ମାସ ଓ ଦଶ ତାରିଖରେ ଏହାର ସ୍ୱାମୀ ଓ ଗୋଟିଏ ମାତ୍ର ପୁଅ ବିଲରେ କାମ କଲା ବେଳେ ଘଡଘଡି ପଡି ମରିଛନ୍ତି । ସେଇ ଦିନଠାରୁ ହାଡ଼ି ଏମିତି।
ଓଃ ଭଗବାନ କହି ମୁଁ ନଥ୍ କରି ତଳେ ବସି ପଡ଼ିଲି।
