STORYMIRROR

sulochana Bisoyi

Inspirational

3  

sulochana Bisoyi

Inspirational

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

2 mins
112

ସେଦିନ ମୁଁ ବ୍ଳକସ୍ତରୀୟ ଚିତ୍ର ପତିଯୋଗିତାରେ ଭାଗ ନେବା ପାଇଁ ଯାଇଥାଏ ଆମ ବ୍ଲକ୍ ଅର୍ନ୍ତଗତ ଗୋଟିଏ ଉଚ୍ଚ ବିଦ୍ଯାଳୟକୁ । ପରୀକ୍ଷାର ପ୍ରାୟ ଘଣ୍ଟାଏ ପୂର୍ବରୁ ମୁଁ ସେଠି ଉପସ୍ଥିତ। ପ୍ରାୟ ସମସ୍ତ ପ୍ରତିଯୋଗୀ ସେଠି ଉପସ୍ଥିତ ହୋଇ ସାରିଥାନ୍ତି। ମୋର ମନରେ ସାମାନ୍ଯ ଭୟ ଓ ଉତ୍ସାହ ମଧ୍ଯ ଥାଏ କାରଣ ଚିତ୍ର ଆଙ୍କିବାକୁ ମୁଁ ଭାରି ଭଲପାଏ ।ବିଷୟ ବସ୍ତୁ ଥାଏ " ବର୍ଷା କାଳୀନ ପଲ୍ଲୀର ଦୃଶ୍ୟ " । ପଲ୍ଲୀ କୋଳରେ ବଢିଥିବା ମୋ ମାଙ୍କୁ ବିଷୟ ବସ୍ତୁଟିକୁ ରୂପ ଦେବାପାଇଁ ବିଶେଷ ଅସୁବିଧା ହେଲା ନାହିଁ। ସେ ଅତି ସହଜ ଭାବରେ ବିଷୟ ବସ୍ତୁଟିକୁ ରୂପ ଦେଇ ମୋତେ ଅଭ୍ଯାସ କରାଇଦେଇଥିଲେ। ଅତି ଉତ୍ତମ ନହେଲେ ସେ ବି ଚିତ୍ର ଆଙ୍କନ୍ତି। ବିଦ୍ଯାଳୟ ପ୍ରାଙ୍ଗଣରେ ମୁଁ ଠିଆ ହୋଇଥାଏ , ମୋର ଦୁଷ୍ଟିପଡେ ଜଣେ ଶିକ୍ଷକ ଓ ତାଙ୍କ ଛାତ୍ର ଉପରେ । ଶିକ୍ଷକ ଜଣଙ୍କ ତାଙ୍କ ଛାତ୍ରକୁ ଚିତ୍ରଟିର ଅଭ୍ଯାସ କରାଉଥାନ୍ତି । ତାଙ୍କ ମନର ଆବେଗ ତାଙ୍କ ମୂଖରେ ପ୍ରସ୍ଫୁଟିତ ହେଉଥାଏ । କେତେବେଳେ କ୍ରୋଧ ପ୍ରକାଶ କରୁଥାନ୍ତି, ତ କେତେବେଳେ ସ୍ନେହରେ ଆଉଁସି ବୁଝାଉଥାନ୍ତି । ଦୂରରେ ସ୍ତବ୍ଧ ହୋଇ ମୁଁ ସବୁ ଲକ୍ଷ୍ଯ କରୁଥାଏ। କିଛି କ୍ଷଣ ହଜିଯାଇଥିଲି ଗୁରୁ ଓ ଶିଷ୍ଯର ସମ୍ପର୍କ ଭିତରେ। ସେଇ ଶିକ୍ଷକଙ୍କ ଭିତରେ ମୁଁ ଦେଖୁଥଲି ମହାଭାରତର ସେଇ ଦ୍ରୋଣ ଚରିତ୍ରଟି ଯିଏ କି ନିଜ ପୁତ୍ରଆଉ ଏକଲବ୍ୟ ଭଳି ଶିଷ୍ଯକୁ ଏଡାଇ ଅର୍ଜୁନଙ୍କୁ ସାରା ବିଶ୍ବରେ ଶ୍ରେଷ୍ଠ ବୀର ରୂପେ ଗଢିତୋଳିବାର ଆଶା ପୋଷଣ କରିଥିଲେ । ଆଉ ଯେତେବେଳେ ଶିକ୍ଷକଙ୍କ ଠାରେ ମୁଁ ଦେଖିପାରୁଥିଲି ମୋ ମାଆଙ୍କୁ, ମୋ ମାଆ ଯେପରି ମୋର ସ୍ବାସ୍ଥ୍ଯ ଖରାପ ହେଲେ ମୋ ହାତରେ ଶର୍କରା ଖଣ୍ଡ ଧରାଇ ସ୍ନେହଭରା କଥାରେ ଭଣ୍ଡାଇ ତିକ୍ତ ଔଷଧ ମୋତେ ସେବନ କରାଉଥାନ୍ତି । ସେଇ ଅଳ୍ପ କ୍ଷଣ ମଧ୍ଯରେ ମୁଁ ଅନେକ ଚରିତ୍ରକୁ ସେଇ ଶିକ୍ଷକଙ୍କ ମଧ୍ଯରେ କଳ୍ପନା କରୁଥିଲି । ଯିଏ କି ମାଆ ଭଳି ସ୍ନେହ କରନ୍ତି, ବାପାଙ୍କ ଭଳି ଶାସନ କରନ୍ତି ଆଉ ଗୁରୁ ସାଜି ଶିଷ୍ଯ ସର୍ବବିଧ କଲ୍ଯାଣ ନିମିତ୍ତ ସର୍ବଦା କର୍ମ କରୁଥାନ୍ତି ।ଆନନ୍ଦରେ ଆଖି ମୋର ଓଦା ହୋଇଗଲା। ଉଗ୍ର ଆଧୁନିକତାର ବଶବର୍ତ୍ତୀ ଏଇ ସମାଜରେ ଆମ ସଂସ୍କୃତି ଓ ପରମ୍ପରାର ବୈଶିଷ୍ଟ୍ୟ ଗୁରୁ ଶିଷ୍ଯର ଏଇ ପବିତ୍ର ସମ୍ପର୍କ ଆଜି ବି କିଛିମାତ୍ରାରେ ବଞ୍ଚିରହିଛି। ଆଜି ମୋର ବହୁତ ଇଛା ହୁଏ ବର୍ତ୍ତମାନରେ ଅଟକି ଯିବାପାଇଁ। ସ୍କୁଲ ଜୀବନର ମଧୁର ଅନୁଭୂତି। ଗୁରୁଜୀ ଗୁରୁମାଙ୍କ ସ୍ନେହାଶିର୍ବାଦକୁ ଛାଡି ଆଗକୁ ବଢିବା କଥା ଚିନ୍ତା କଲାବେଳକୁ ମୋର ହୃଦୟ ଥରିଉଠୁଛି। ମୁଁ ପ୍ରତିଯୋଗିତାରେ ପ୍ରଥମ ହେଲି । ଘରକୁ ଫେରି ସେଇ ଶିକ୍ଷକ ଓ ଛାତ୍ରଙ୍କ ବିଷୟରେ ମୋ ମା' ଙ୍କୁ କହିଲି ମୋ ମାଆ କହିଲେ ଏଭଳି ଉଦାର ହୃଦୟର ଗୁରୁମାନଙ୍କ ପାଇଁ ଯଦି କିଛି କରିବାକୁ ଚାହୁଁ ନିଜକୁ ଚରିତ୍ରବାନ୍ ସଫଳ ବ୍ଯକ୍ତିତ୍ବ ରୂପେ ସମାଜରେ ଗଢିତୋଳ । ଏହା ହିଁ ହେବ ଏଇ ମହାନ୍ ଗୁରୁମାନଙ୍କ ପାଇଁ ଉପଯୁକ୍ତ ଗୁରୁଦକ୍ଷିଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational