Padmacharana Bisoyi

Tragedy Inspirational

2.8  

Padmacharana Bisoyi

Tragedy Inspirational

ପରିଚର୍ଯ୍ୟା

ପରିଚର୍ଯ୍ୟା

3 mins
283


     

ଗ୍ରୀଷ୍ମ ଅବକାଶ ପରେ ସେ ଦିନ ମୁଁ ମାମୁଁ ଘର ଗାଆଁରୁ ମୋ ଜେଜେ ସାଙ୍ଗରେ ନିଜ ଗାଆଁକୁ ଫେରୁଥାଏ । ମନରେ ମୋର ଭାରି ଆନନ୍ଦ କେତେ ଦିନ ପରେ ମୁଁ ମୋ ଗାଆଁକୁ ଫେରୁଛି । ସୁଲୁସୁଲିଆ ମନମତାଣିଆ ପବନ ସାଙ୍ଗକୁ ଗାଆଁ ମୁଣ୍ଡର ପୋଖରୀ ଜଳରେ ଦୂର ପାହାଡ କୋଣୁ ଅସ୍ତଗାମୀ ସୂର୍ଯ୍ୟକିରଣ ପଡି ଭାରୀ ସୁନ୍ଦର ଦେଖାଯାଉଥାଏ । କିଚିରି ମିଚିରି ଶବ୍ଦ କରି ପକ୍ଷୀ ମାନଙ୍କର ନୀଡ ବାହୁଡା ଦୃଶ୍ୟ ଦେଖି ସେମାନଙ୍କ ଆନନ୍ଦକୁ ମୁଁ ଉପଲବଧି କରିପାରୁଥିଲି । ଅଜା ଘରର ଖିରି ପୁରୀ କି, ମୋ ବୋଉ ହାତର ସ୍ନେହ ଆଦରର ଶାଗ ପଖାଳ ସରି ନୁହଁ । ଏମିତି ଗାଆଁ ବାଟରେ ଯାଉ ଯାଉ ମୋର ଦୁଷ୍ଟି ପଡେ ଆମ ଗା ପଣ୍ଡିତ ଙ୍କ ପିଣ୍ଡା ଉପରେ । କାନ୍ଥକୁ ଆଉଜି ପଣ୍ଡିତ କାକାଙ୍କୁ ବସିଥିବାର ଦେଖି ମୁଁ ଚୁପଚାପ୍ ମୁହଁ ପୋତି ଘର ଆଡେ ମୁହେଁଇଲି । କିନ୍ତୁ, ଏ କ'ଣ ? କାକା ସେଦିନ କିଛି କହିଲେ ନାହିଁ । ମୁଁ ଆଶ୍ଚର୍ଯ୍ୟ ହୋଇ ପଛକୁ ବୁଲି କାକାଙ୍କୁ ଚାହିଁଲି । କାକା ସେମିତି ନିରବ ହୋଇ କାନ୍ଥକୁ ଆଉଜି ବସିଛନ୍ତି । କାକାଙ୍କୁ ମୋର ଭାରୀ ଭୟ । କାରଣ ମୋତେ ଦେଖିଲା ମାତ୍ରେ ପାଠ ସମ୍ବନ୍ଧୀୟ କିଛି ନା କିଛି ପ୍ରଶ୍ନ ପଚାରିବେ । କାଳେ କହିପାରିବି କି ନାହିଁ ? ଏହି ଭୟରେ ମୁଁ କାକାଙ୍କ ସାମ୍ନାରୁ ଖସି ଆସୁଥିଲି । କିନ୍ତୁ କାକାଙ୍କ ଅବସ୍ଥା ଦେଖି ଜେଜେଙ୍କୁ ପଚାରିଲି, "କାକାଙ୍କ କ'ଣ ହୋଇଛି 

ଜେଜେ" ? ମୋ ପ୍ରଶ୍ନର ଉତ୍ତର ଦେବେକୁ ଯାଇ ଜେଜେ କହିଲେ-

  "ବୈଶାଖ ମାସର ଶେଷ ସରିକି, ଉଦୁଉଦିଆ ଖରା ସାଙ୍ଗକୁ ଝାଞ୍ଜି ପବନ । ପ୍ରାୟ ୬୦ କି ୭୦ ବର୍ଷର ବୁଢାଟିଏ ଗାଆଁ ମଝିରେ ଯାଉଥାଏ । ମୁଣ୍ଡ ବାଳ ପାଚି ଧୋବ ଫରଫର, ଦାନ୍ତ ଗୁଡିକ ପଡିଗଲାଣି । ଗୋଟିଏ ବଙ୍କୁଲି ବାଡିର ସାହାରାରେ ବୁଢାଟିଏ ଧିରେ ଧିରେ ବାଟ ଚାଲୁଥାଏ । ଦେଖିଲେ ଲାଗୁଥାଏ ବୁଢାଟିର ପେଟକୁ ୪, ୫ ଦିନହେବ ଦାନାଟିଏ ଯାଇନାହିଁ । ପଣ୍ଡିତଙ୍କ ଦୁଆରେ ବୁଢାଟି ଠିଆ ହୋଇ ଧିର ସ୍ୱରରେ କହିଲା "ବାବୁ କିଛି ଖାଇବାକୁ ମିଳିବ, ଖରାରେ ମୋ ଦେହ ହାତ କ'ଣ ହୋଇଯାଉଛି, କିଛି ଖାଇବାକୁ ଦିଅ ବାବୁ.......... "

   ଦୀର୍ଘ ସମୟ ଅପେକ୍ଷା ପରେ ଘରୁ ବାହାରି ଆସିଲେ ପଣ୍ଡିତେ । ଗେରୁଆ ବସ୍ତ୍ର ସାଙ୍ଗକୁ ଚନ୍ଦନ, ଧୂପର ବାସ୍ନାରେ ଦେହଟି ବାସି ଉଠୁଛି । ଦେଖିଲେ ଲାଗୁଥିଲା ପଣ୍ଡିତ ଏହି କ୍ଷଣି ପୂଜା ସାରି ଆସଛନ୍ତି । ପଣ୍ଡିତେ ବୁଢାଟିକୁ କହିଲେ ଟିକିଏ ଅପକ୍ଷା କର ମୁଁ ତୁମ ପାଇଁ କିଛି ଅନ୍ନଜଳ ନେଇ ଆସୁଛି, ପୂଜାରେ ବସିଥିଲି ତ ଟିକିଏ ବିଳମ୍ବ ହୋଇଗଲା । ବୁଢ଼ାଟି ଦୀର୍ଘଶ୍ୱାସଟି ପକାଇ ଧୀରେ ଧୀରେ ମୁଣ୍ଡ ଟେକି କ୍ଷୀଣ ସ୍ୱରରେ ପଣ୍ଡିତଙ୍କୁ କହିଲା, "କାହା ପୂଜା ବାବୁ.......?" ବୁଢ଼ାଟିର ପ୍ରଶ୍ନରେ ସ୍ତମ୍ଭିଭୁତ ପଣ୍ଡିତେ । କ'ଣ ଉତ୍ତର ଦେବେ ତାଙ୍କ ମନକୁ କିଛି ଆସିଲା ନାହିଁ । ବିଷର୍ଣ୍ଣ ବଦନ ଓ କ୍ଷୀଣ ସ୍ୱରରେ ଭିକ୍ଷୁକ ଯେଉଁ ପ୍ରଶ୍ନ ପଚାରିଲା ତାର ଉଦ୍ଦେଶ୍ଯ ବୁଝିବାରେ ପଣ୍ଡିତକୁ ବିଳମ୍ବ ହେଲା ନାହିଁ । କିଛି କ୍ଷଣ ପରେ ପ୍ରକୃତିସ୍ଥ ହୋଇ ପଣ୍ଡିତେ ତରତର ହୋଇ ଘର ଭିତରକୁ ଆସି କିଛି ଅନ୍ନଜଳ ନେଇ ବାହାରକୁ ଆସି ଦେଖନ୍ତି ବୃଦ୍ଧ ଭିକ୍ଷୁକଟି ନାହିଁ, କେବଳ ବାଙ୍କୁଲି ବାଡିଟି ପିଣ୍ଡାରେ ପଡି ରହିଛି । ଏପାଖ ସେପାଖ ଯାଇ କେତେବାଟ ଦେଖନ୍ତି ବୁଢାଟି ଆଉ ଦେଖାଗଲା ନାହିଁ । ବୁଢାଟିର ପ୍ରଶ୍ନ ବାରମ୍ବାର କାନରେ ପ୍ରତିଧ୍ୱନିତ ହେଉଥାଏ । ଚିନ୍ତିତ ମନରେ ଘର ଭିତରକୁ ପଶି ଆସିଲେ ପଣ୍ଡିତେ । ମୃତ୍ୟୁଶଯ୍ୟାରେ ଥିବା ମାଆଙ୍କ ଟେବୁଲ ଉପରେ ଥିବା ଜଳପୂର୍ଣ୍ଣ ପାତ୍ରଟି ତଳେ ଗଡୁଛି । ପଣ୍ଡିତେ ଦଉଡି ଯାଇ ମାଆ ଦେହରେ ହାତ ପକାଇ ଦେଖିଲେ ଶରୀରଟି ଥଣ୍ଡା ହୋଇଯାଇଛି । କାହିଁ କେତେ ବେଳୁ ମାଆଙ୍କ ପ୍ରାଣ ଛାଡି ଯାଇଛି । ପଣ୍ଡିତେ ପିଲାଙ୍କ ପରି ପାଟି କରି କାନ୍ଦି ଉଠିଲେ । ବାହୁନି ବାହୁନି କହୁଥିଲେ ମାଆ ତୁମେ ଫେରିଆସ । ମାଆ ମୋତୋ କ୍ଷମା କର! କ୍ଷମା କର! ସର୍ବଦା ଜ୍ଞାନାନୁସନ୍ଧନ ଆଉ ଦେବ ପରିଚର୍ଯ୍ୟାରେ ରହି ମୁଁ ତୁମ ପ୍ରତି ବହୁତ ଅନ୍ୟାୟ କରିଛି, ଅବହେଳା କରିଛି ତୁମ ସେବାରେ । ଯେଉଁ ପଦ ସେବାରେ ମୋତେ କୋଟି ଦେବତାଙ୍କ ସେବାର ଫଳ ମିଳିଥାନ୍ତା ସେହି ସେବା ଛାଡି ମୁଁ ଅନ୍ୟ କାର୍ଯ୍ୟରେ ମଜି ରହି ତୁମ ଶେଷ ସମୟରେ ଜଳ ଟୋପାଏ ବି ତୁମ ମୁହଁରେ ଦେଇପାରିଲି ନାହିଁ । ଧିକ୍ ମୋର ପାଣ୍ଡିତ୍ୟ, ଧିକ୍ ମୋର ଜୀବନ, ଇଶ୍ବରଙ୍କ ପ୍ରଦତ୍ତ ଏହି ମାନବ ଶରୀରର ପ୍ରକୃତ ମୂଲ୍ୟବୋଧକୁ ବୁଝିନପାରି ମୁଁ ଜୀବନରେ କେତେ ଅନ୍ୟାୟ କରିଛି । ମହା ମୂର୍ଖ ମୁଁ ମୋ ଅପରାଧର କ୍ଷମା ନାହିଁ । ଏତିକି ହିଁ ଶେଷ ଥର ପାଇଁ ତାଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ସେହି ଦିନଠୁ ଆଜି ଯାଏ ପଣ୍ଡିତେ ଏମିତି ହିଁ ବାରଣ୍ଡାରେ ଥିବା ତୁଳସୀ ମୂଳକୁ ଚାହିଁ ଲୁହ ବୁହାନ୍ତି । କ'ଣ ଖାଆନ୍ତି କେମିତି ରହନ୍ତି କିଛି ଠିକ୍ ଠିକଣା ନାହିଁ । 

    ଜେଜେଙ୍କ ମୁହଁରୁ କକାଙ୍କ ବିଷୟରେ ଶୁଣି କାକାଙ୍କ ପାଖକୁ ଧିରେ ଧିରେ ପାଦ ବଢାଇଲି ଆଉ ପାଖକୁ ଯାଇ ଡାକିଲି କାକା ! କାକା ! ମୁଁ ତୁମ ମିକି ଡାକୁଛି ଆଜି ମୋତେ ମାନସାଙ୍କଟିଏ ପଚାରିବ ନାହିଁ କି ? ଆଜି ମୋର ଭାରି ମନ ହେଉଛି ତମ ପ୍ରଶ୍ନର ଉତ୍ତର ଦେବା ପାଇଁ....... । କିନ୍ତୁ ପଣ୍ଡିତ ପୁରା ନିରବ । ମୁଁ ଶେଷରେ ଦେହରେ ହାତ ପକାଇ ଡାକିଲି କାକା ! କାକା ! କିନ୍ତୁ କାକାଙ୍କ ଶରୀରଟି ଟଳି ପଡିଲା ସେଇ ତୁଳସୀ ଚଉରା ମୂଳରେ । ଶିଶୁ ସୁଲଭ ମନଟି ମୋର ଭୟ ଓ ଦୁଃଖରେ ଥରି ଉଠିଲା । ମୋର ପାଟିରୁ ବାହାରି ଆସିଲା "ଇଏ କି ପ୍ରକାର ଦଣ୍ଡ ହେ ବିଶ୍ୱନିଅନ୍ତା, ସବୁ ପରା ତୁ ହିଁ କରାଇଥାଉ । କାହିଁକି ଆମେ ମଣିଷଙ୍କ ଦ୍ୱାରା ଭୁଲ କରାଉ ପୁଣି ଦଣ୍ଡିତ କରୁ" । 



Rate this content
Log in

Similar oriya story from Tragedy