Padmacharana Bisoyi

Horror

4.5  

Padmacharana Bisoyi

Horror

ମିତାଲିର ଭୂତ ଭୟ

ମିତାଲିର ଭୂତ ଭୟ

3 mins
296


ଦୁଇ ମହଲା ଘରଟିଏ । ଉପର ମହଲା ର ମଝିରେ ଖୋଲା ଅଗଣା । ମିତାଲି ବୋଲି ଝିଅଟିଏ ସେହି ଘରେ ତା ପରିବାର ସହ ରହୁଥାଏ । ସେ ଦିନ ଥିଲା ପୂର୍ଣ୍ଣିମୀ । ଛାତ ଉପରର ଖୋଲା ଅଗଣାରେ ଚନ୍ଦ୍ର କିରଣ ପଡି ଭାରି ସୁନ୍ଦର ଦେଖାଯାଉଥାଏ । ମିତାଲି ଘରର ଦୁଇ ପଟର ଉପର ମହଲା ଗୁଡିକ ବି ଠିକ୍ ସେମିତି ମଝିରେ ଖୋଲା ଅଗଣା । ଏହି ୩ ପରିବାରର ସଦସ୍ୟ ସେ ଦିନ ଜହ୍ନ କିରଣରେ ବସି କିଛି ସମୟ ବାର୍ତ୍ତାଳାପ କରି ଯିଏ ଯା ଘରକୁ ଚାଲି ଗଲେ । ମିତାଲିର ବଡ ଭଉଣୀ ରୋଷେଇ ଘରେ ବ୍ୟସ୍ତ ଥାଏ । ମିତାଲି ଆଉ ଗୋଟିଏ ରୁମରେ ବଲଟିଏ ଧରି ଗୁଣୁଗୁଣୁ ହୋଇ ଖେଳୁଥାଏ । ହଠାତ୍ ବିଜୁଳିବତୀ ଲିଭିଗଲା ।

ମିତାଲିର ଅନ୍ଧାରକୁ ଭାରି ଡର । ତାକୁ ଅନ୍ଧାରରେ ଘରର ଚାରିପଟେ ଭୟଙ୍କର ମୁହଁ ଟି ମାନ ଦେଖାଗଲା। ସତେ ଯେମିତି ସେ ଛାୟା ଗୁଡିକ ତା ଆଡକୁ ମାଡି ଆସୁଛନ୍ତି ଓ ସେ ଭୟରେ ଚିତ୍କାର କରି ଉଠିଲା। ଦଉଡି ଆସିଲେ ତା ବାପା ମାଆ ଓ ତା ବଡ଼ ଭଉଣୀ । ମାଆ ତାକୁ କୋଳେଇ ନେଇ ତା'ର ପିଠିକୁ ଥାପୁଡ଼େଇ ଦେଲେ । କିଛି ସମୟ ପରେ ବିଦ୍ୟୁତ ସରବରାହ ଚାଲୁ ହେଲା । ଘରର ବିଜୁଳିବତୀ ଗୁଡିକ ଜଳି ଉଠିଲା । କେତେ ସମୟରେ ମିତାଲିର ଭୟ ଦୂର ହେଲା ।

              ରୋଷେଇ ଘରର ଉପରେ ଯେଉଁ କୋଠରୀ ଟି ଥାଏ , ସେଥିରେ ସେମାନେ ଧାନ , ମୁଗ , ମାଣ୍ଡିଆ ଭଳି ବିଭିନ୍ନ ଶସ୍ୟ ରଖୁଥାନ୍ତି । ସେଠି ମୂଷାର ଭାରି ଉପଦ୍ରବ । ସେଦିନ ମିତାଲିର ବଡ ଭଉଣୀ ମୂଷା ଧରିବା ପାଇଁ ଯନ୍ତା ପକାଇଥିଲା । ଯନ୍ତରେ ମୂଷା ପଡ଼ିବାର ଶବ୍ଦ ରୋଷେଇ ଘରକୁ ଶୁଣାଗଲା। ମିତାଲିର ବଡ ଭଉଣୀ ମିତାଲିକୁ କହିଲା - " ମିତାଲି ଚାଲ୍ ଛାତକୁ ଯିବା , ଧାନ ଭାଡିର ଯନ୍ତାରେ ମୂଷା ପଡ଼ିଛି ତାକୁ ଆଣି ବାହାରେ ଛାଡ଼ିବା " । ମିତାଲି ସାଙ୍ଗରେ ଗଲା । 

               ଛାତ ଉପରର ଖୋଲା ଅଗଣାର ପାର କଲା ପରେ ଧାନ ଭାଡିକୁ ଯିବ । ଆଶ୍ଚର୍ଯ୍ୟର କଥା ସେ ଦିନ ପ୍ରତି ୧୫ ମିନିଟ ରେ ଗୋଟିଏ ଗୋଟିଏ ମୂଷା ଯନ୍ତାରେ ପଡୁଥାନ୍ତି , ଯାହାକି କେବେ ହୋଇ ନଥିଲା । ରାତି ପ୍ରାୟ ୮ ଟାରୁ ଆରମ୍ଭ କରି ପ୍ରାୟ ୧୦:୩୦ ପର୍ଯ୍ୟନ୍ତ ସେମାନେ ଗୋଟିଏ ଗୋଟିଏ ମୂଷା କାଢୁଥାଆନ୍ତି । ଗାଁ ର ପିଲା ମାନେ ଆଗ୍ରହ ର ସହ ମୂଷା ମାନଙ୍କୁ ନେଇ ବାହାରେ ଛାଡୁଥାନ୍ତି । ରାତ୍ରି ଠିକ୍ ୧୦:୩୦ ବେଳକୁ ମିତାଲି ଓ ତା ବଡ଼ ଭଉଣୀ ଯନ୍ତାରେ ମୂଷା ପଡ଼ିବାର ଶବ୍ଦ ଶୁଣି ଛାତକୁ ଗଲେ । ଦୁହେଁ କଥା ହେଲେ ଆଉ ଯନ୍ତାରେ ମୂଷା ପଡ଼ିଲେ ବି ଆଉ ଆସିବା ନାହିଁ , ଭାରି ବିରକ୍ତ ଲାଗିଲାଣି ବାରମ୍ବାର ତଳକୁ ଉପରକୁ ହୋଇ। ଏଭଳି କଥା ହୋଇ ହୋଇ ଯନ୍ତାଟିକୁ ଧରି ମିତାଲି ର ବଡ ଭଉଣୀ ପ୍ରଥମେ ଧାନ ଭାଡିର ବାହାରିଲା । ପଛରେ ଧାନ ଭାଡିର କବାଟଟିକୁ କିଳି ଚାବି ପକାଇ ଆସୁଥାଏ ମିତାଲି । ମିତାଲି ର ବଡ଼ ଭଉଣୀଙ୍କ ଆଖି ପଡ଼ିଶା ଘରର ଛାତ ଉପରେ । ପଡୋଶୀଙ୍କ ଘରୁ ଜଣେ ବୃଦ୍ଧ ବାହାରି ତାଙ୍କ ପଡ଼ିଶା ଘରର ଛାତ ଆଡ଼କୁ ଯାଉଛି । ବୃଦ୍ଧଟି ଦେଖିବାକୁ ପଡୋଶୀଙ୍କ ସଂପର୍କୀୟ ଭଳି ଦେଖାଯାଉଥିଲା । ବଡ଼ ଭଉଣୀ ଭାବିଲା ହଁ ଅଜା ଆସିଥିବେ ବୋଧେ । ସେ ପଟକୁ ଲଘୁସଂକା ପାଇଁ ଯାଉଥିବେ । ଏମିତି ଭାବିଲା ବେଳେ ହଠାତ୍ ରୁମର କବାଟ ଉପରେ ତାର ଦୃଷ୍ଟି ପଡ଼ିଲା । କବାଟ କୁ ଦେଖିଲେ ଜଣା ପଡୁଥିଲା କବାଟ ଟି ଭିତର ଆଡୁ ବନ୍ଦ ଥିଲା । ତାର ବୁଝିବାରେ ବିଳମ୍ବ ହେଲା ନାହିଁ ଯେ ଏ ଜଣେ ଅଶରୀର ବୋଲି । ମିତାଲି ର ବଡ଼ ଭଉଣୀ ଭୟରେ ଅଗଣାଟିକୁ ଶୀଘ୍ର ଅତିକ୍ରମ କରି ଘର ଭିତରକୁ ପଶିଗଲା । ତା ପରେ ସେ ଚିନ୍ତା କଲା ତାର ସାନ ଭଉଣୀ ଯଦି ଆକୁ ଦେଖି ଭୂତ ବୋଲି ଜାଣି ଦେବ , ସେ ଆଉ ବଞ୍ଚିବନି । ଏଇଆ ଚିନ୍ତା କରି ମିତାଲିର ବଡ ଭଉଣୀ ପୁଣି ସେଇ ଖୋଲା ଅଗଣା କୁ ଗଲା । ମିତାଲିକୁ କହିଲା ଶୀଘ୍ର ଆସ । ଆଶ୍ଚର୍ଯ୍ୟର କଥା ମିତାଲି ର ବଡ଼ ଭଉଣୀ ଦେଖିବାର ୫ ମିନିଟ ପରେ ମଧ୍ୟ ମିତାଲି ସେହି ଏକା ଦୃଶ୍ୟ ଦେଖିଲା । ତାର ବଡ଼ ଭଉଣୀ ସେତେବେଳେ ଆର ପଟକୁ ମୁହଁ କରି ଛିଡ଼ା ହୋଇଥାଏ । ମିତାଲି ଭଜନ ଟି ଗୁଣୁଗୁଣେଇ ଅପା ସାଙ୍ଗରେ ରୁମ ଭିତରକୁ ଆସିଲା । ବଡ଼ ଭଉଣୀ ତତ୍ କ୍ଷଣାତ କବାଟ ଟିକୁ ବନ୍ଦ କରି ମିତାଲିକୁ ପଚାରିଲା କ'ଣ କିଛି ଦେଖିଲୁ । ମିତାଲି କହିଲା ହଁ ପଡ଼ିଶା ଘର ଅଜାଙ୍କୁ ଦେଖିଲି । ବଡ଼ ଭଉଣୀ ପଚାରିଲା କବାଟ ଟିକୁ ଲକ୍ଷ କରିଛୁ ‌। ମିତାଲି ଭୟ ଓ ଆଶ୍ଚର୍ଯ୍ୟ ହୋଇ ପଚାରିଲା କବାଟ ତ ଭିତରପଟୁ ବନ୍ଦ ଥିଲା , ତାହାଲେ ସେ ଲୋକ ଟି କିଏ ? ବଡ଼ ଭଉଣୀ କହିଲା ସେ ନିଶ୍ଚୟ ଗୋଟିଏ ଭୂତ । ଏ କଥା ଶୁଣି ମିତାଲି ଭୟରେ ଚିତ୍କାର କଲା । ତାର ଚିତ୍କାର ଶୁଣି ସାହି ପଡିଶା ଜମା ହୋଇଗଲେ । ଛାତ ଉପର ଖୋଜା ଖୋଜି କଲେ ପଚାରା ଉଚୁରା କଲେ କିଛି ବି ଜଣା ପଡ଼ିଲା ନାହଁ । ସେହି ଦିନଠାରୁ ମିତାଲି ଏକୁଟିଆ ଛାତ ଉପରକୁ ଯାଏ ନାହିଁ । ଏବେ ବି ମିତାଲି ଭାବେ ଯଦି ସେ ଦିନ ଭୂତ ଟିକୁ ଅଜା ବୋଲି ନ ଭାବି ଭୂତ ବୋଲି ଜାଣିଦେଇଥାନ୍ତା ତାହାଲେ ତାହାର କ'ଣ ହୋଇଥାନ୍ତା ।


Rate this content
Log in

Similar oriya story from Horror