sulochana Bisoyi

Horror

4.4  

sulochana Bisoyi

Horror

ପିଶାଚିନୀ

ପିଶାଚିନୀ

3 mins
271


ବଣ ପାହାଡ ଘେରା ଗାଁ ଟିଏ , ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ହିଂସ୍ର ଜନ୍ତୁ ଓ ଭୂତ ପିଶାଚଙ୍କ ଭୟ ଯୋଗୁଁ ସଞ ହେଉ ହେଉ ଘରର ତାଟି କବାଟମାନ ପଡ଼ିଯାଏ । ଗାଁ ର ଏକ ମାତ୍ର ଚାକିରିଆ ଥିଲେ ହରିହର , ଭାରି ନିର୍ଭିକ ହାବିଲଦାର କୌଣସି କଥାକୁ ତାଙ୍କର ଭୟ ନାହିଁ । 


           ଅମାବାସ୍ୟା ର ଅମା ଅନ୍ଧକାର ରେ ଭାରି ଭୟଙ୍କର ଲାଗୁଥାଏ ସେ ଦିନର ରାତ୍ରି । ହରିହର ବାବୁ ନିଜ କର୍ମ ସାରି ବାହାରିଲେ ଗାଁ ଅଭିମୁଖେ । ମୂଖ୍ୟ ରାସ୍ତାରୁ ଗାଁ ଆଡୁ ଲମ୍ବି ଯାଇଥିବା ରାସ୍ତାର ଗୋଟିଏ ପାର୍ଶ୍ୱରେ ମଶାଣି ଓ ଅନ୍ୟ ପାର୍ଶ୍ବରେ ଆମ୍ବ ତୋଟା । ଯାତାୟତରେ ଏତେ ସୁବିଧା ସେତେବେଳେ ନଥିଲା । ପାଦରେ ଚାଲି ଚାଲି ଯିବାକୁ ପଡ଼ୁଥିଲା ଗାଁକୁ । ହରିହର ବାବୁ ଥିଲେ ଆମିଷ ପ୍ରିୟ । ବାଆଁ ହାତରେ ଧରିଥାନ୍ତି ଆମିଷ ଥଳି ଟିଏ , ଡାହାଣ ହାତରେ ଟର୍ଚ୍ଚ ଟିଏ ଧରିଥାନ୍ତି । ସିଗାରେଟ ଟିରେ ନିଆଁ ଲଗାଇ ମୁହଁ ରେ ଧରିଥାନ୍ତି । ଚାଲୁଥାନ୍ତି ଆଗକୁ ଆଗକୁ । ନିର୍ଜନ ରାସ୍ତା ରେ ନିଶାର ଗର୍ଜନ ସାଙ୍ଗକୁ ଅଶରୀରି ମାନଙ୍କ ଅଟହାସ୍ୟ ଓ ମଝିରେ ମଝିରେ ରାତ୍ରିଚର ମାନଙ୍କ ବିକଟାଳ ଶବ୍ଦ ଛାତି କୁ ଥରାଇ ଦେଉଥାଏ । ତଥାପି ନିର୍ଭୟରେ ଚାଲୁଥାନ୍ତି ହରିହର । ଧିରେଧିରେ ଅଶରୀରି ମାନଙ୍କ କଥା କହିବା ଶୁଣା ଗଲା । ତୁ ହାତରେ ଧରିଥିବା ଥଳିଟି ଆମକୁ ଦେ ନହଲେ ଆମେ ତୋତେ ଖାଇଦେବୁ , ଏମିତି ବାରମ୍ବାର କହି ଲାଗି ଆସୁଥାନ୍ତି ଅଶରୀରି ଗୁଡିକ । ହରିହର ସିଗାରେଟ ଟିକୁ ଦେଖାଇ ନିର୍ଭିକ ଭାବରେ କହିଲେ ନବ ଯଦି ଏଇଟା ନିଅ କିନ୍ତୁ ଏ ମାଂସ ଥଳିଟି ଦେବି ନାହିଁ । ଏମିତି ଅଶରୀରି ମାନଙ୍କ ସହ ଯୁକ୍ତି କରି କରି ହରିହର ଘରେ ପହଞ୍ଚିଲେ । 

ଘରେ ତାଙ୍କର ସ୍ତ୍ରୀ ଓ ବିଧବା ମାଆ । ନବଯାତ ଶିଶୁ ର କୁଆଁ କୁଆଁ ରାବ ରେ ଘରଟି ଖୁସିରେ ପୁରି ଉଠୁଥିଲା । କାଇଁ କେତେ ଦିନର ତପସ୍ୟା ପରେ ଘରେ ପୁତ୍ର ସନ୍ତାନ ର ଆଗମନ ହୋଇଛି, ତିନି ଜଣଙ୍କ ଆନନ୍ଦ କହିଲେ ନସରେ । ରାତ୍ରୀ ଭୋଜନ ପରେ ଶାଶୁ ବହୁଙ୍କ ମଝିରେ ଶୋଇଥାଏ ଛୋଟ ଶିଶୁ ଟିଏ । ଆଉ ଗୋଟିଏ ରୁମରେ ଶୋଇଥାନ୍ତି ହରିହର । ସେତେବେଳେ ଗାଁ ଗୁଡିକୁ ବିଦ୍ୟୁତ ସେବା ଦିଆଯାଇ ନଥିଲା ।  


            ହଠାତ୍ ନିଜ ସ୍ତ୍ରୀଙ୍କର କ୍ରନ୍ଦନ ଧ୍ଵନିରେ ହରିହରଙ୍କ ନିଦ ଭାଙ୍ଗିଗଲା । ଅନ୍ଧରରେ ଅଣ୍ଡାଳି ଅଣ୍ଡାଳି ଧାଇଁ ଆସିଲେ ହରିହର । ବତୀର ଶିଖାକୁ ତେଜିଦେଇ ଦେଖିଲେ ସ୍ତ୍ରୀ ପୁଅ କୁ କୋଳରେ ଧରି ମୁଣ୍ଡକୁ ହାତ ପିଟି କାନ୍ଦୁଛନ୍ତି ଆଉ କହୁଥାନ୍ତି , ମୁଁ ଅଲକ୍ଷଣି କାହିଁକି ଅଗଣା କୁ ଗଲି ପିଶାଚିନୀ ମୋ ଛୁଆକୁ ଖାଇଦେଲା । ହରିହର ବାବୁ ପଚାରିଲେ ଏ ସବୁ କଣ କହୁଛ ? ସ୍ତ୍ରୀ କମଳା କହିଲେ ଏହି ଘଡ଼ିଏ ହେବ ମୋ ପୁଅ ଦେହରେ ଉଷୁମ ‌ଚାଦର ଘୋଡାଇ ଯତ୍ନରେ ଶୁଆଇଦେଇ ଲଘୁସଂଙ୍କା ପାଇଁ ଅଗଣାକୁ ଯାଇଥିଲି । ଦେଖିଲି ଭୟଙ୍କର ସ୍ତ୍ରୀ ଲୋକଟିଏ ବସିଛି , ଲମ୍ବା କେଶ ରେ ମୁହଁ ଟି ଢାଙ୍କି ହୋଇଯାଇଛି । ଧଳା ବସ୍ତ୍ର ପରିଧାନ କରି ଗୋଡ଼ ଲମ୍ବାଇ ବସିଛି , ଭୟରେ ମୁଁ ବାହୁଡ଼ି ଆସି ଦେଖେ ତ ପୁଅର ବେକ ବଙ୍କା ହୋଇଯାଇଛି ଓ ମୁହଁରୁ ରକ୍ତ ବାହାରୁଛି । ପୁତ୍ର ର ଜୀବନ ଆଉ ନାହିଁ । ଏହି ଭଳି ପିଶାଚିନୀ ର ଉପଦ୍ରବ ଘରେ ଲାଗି ରହିଲା । 


           ପିଶାଚି ପ୍ରଭାବ ରେ ଦୁଇଟି ପୁତ୍ର ସନ୍ତାନ ର ମୃତ୍ୟୁ ପରେ ସ୍ତ୍ରୀ କମଳା କହିଲେ ପିଶାଚି ପ୍ରଭାବ ରୁ ଘରକୁ ମୁକ୍ତ କରିବା ପାଇଁ କିଛି ସ୍ଥାୟୀ ପ୍ରତିକାର କର‌ । ଏ କଥା ଶୁଣି ହରିହର ସଦଗୁରୁ ନିଗମାନନ୍ଦଙ୍କ ଶରଣ ଗଲେ । ଗୁରୁ ଦିକ୍ଷାରେ ଦିକ୍ଷୀତ ହୋଇ ଗୁରୁଙ୍କ ପ୍ରତିମୂର୍ତ୍ତି ନିଜ ଗୃହରେ ସ୍ଥାପନା କରି ସକାଳ ଓ ସନ୍ଧ୍ୟା ସମୟରେ ଗୁରୁଙ୍କ ସେବା ପୂଜା ଭକ୍ତିର ସହ କଲେ । ସକାଳ ଓ ସନ୍ଧ୍ୟାରେ ତାଙ୍କ ଘରୁ ଘଣ୍ଟ ମୃଦଙ୍ଗ , ଶଙ୍ଖ ଧ୍ବନି ,ଭଜନ , ଜଣାଣ ର ଧ୍ବନି ସହିତ ଧୂପ ଦୀପ ଅଗୁରୁ , ଚନ୍ଦନର ସୁବାସରେ ଘର ପୁରି ଉଠୁଥିଲା । ସେହି ଦିନ ଠାରୁ ତାଙ୍କ ଘରେ ଭୂତ ପିଶାଚ କଣ ଜୀବଜନ୍ତୁ କି ସରୀସୃପ ଭୟ ମଧ୍ୟ ରହିଲା ନାହିଁ । ଗୁରୁ ଙ୍କ ଆଶିର୍ବାଦ ରେ ଦୁଇଟି କନ୍ୟା ସନ୍ତାନର ଜନକ ଜନନୀ ହୋଇ ସୁଖରେ କାଳାତିପାତ କଲେ ।


Rate this content
Log in

Similar oriya story from Horror