Padmacharana Bisoyi

Others

3.3  

Padmacharana Bisoyi

Others

ଜ୍ୟାକର ଇଚ୍ଛା ପୂରଣ

ଜ୍ୟାକର ଇଚ୍ଛା ପୂରଣ

2 mins
263


ଜ୍ୟାକ୍ ନାମକ ଜଣେ ଯୁବକ ଅଶାନ୍ତ ମନରେ ସମୁଦ୍ର କୂଳରେ ପଦଚାରଣା କରୁ କରୁ କୈାଣସି ଏକ ଜିନିଷକୁ ଝୁଣ୍ଟି ପଡ଼ି କିଛି ବାଟ ଆଗକୁ ଛିଟିକି ଗଲା | ଜ୍ୟାକ୍ ପଛକୁ ଚାହିଁ ଦେଖିଲା ଢାଙ୍କୁଣି ଦ୍ୱାରା ଆବଦ୍ଧ ଏକ ପାତ୍ର ବାଲିରେ ଅଧା ପୋତି ହୋଇ ରହିଛି | ଦେଖିଲେ ଲାଗୁଥିଲା ପାତ୍ରଟି ବହୁତ ପୁରୁଣା | ଜ୍ୟାକ୍ କୈାତୁହଳ ବଶତଃ ଧିରେଧିରେ ପାତ୍ରଟିକୁ ଖୋଲିବାକୁ ଚେଷ୍ଟା କଲା | ଢାଙ୍କୁଣି ଖୋଲିବା ମାତ୍ରେ କାହାର ହସରେ ଚମକି ପଡ଼ି ଜ୍ୟାକ୍ ଭୟରେ ପାତ୍ରଟିକୁ ଫିଙ୍ଗି ଦେଲା | ତା ଆଗରେ ପ୍ରକଟ ହେଲା ଏକ ବାୟବୀୟ ରୂପ | ସେହି ରୂପଟି କହିଲା "ଆଦେଶ ଦିଅ ମାଲିକ " ମୁଁ ତୁମର କେଉଁ ଆଜ୍ଞା ପାଳନ କରିବି | ଜ୍ୟାକ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲା " କିଏ ତୁମେ , କ'ଣ ତୁମର ପରିଚୟ " | ରୂପଟି କହିଲା "ମୁଁ ଗୋଟିଏ ଜିନ୍, ଅସାଧ୍ୟ ସାଧନ କରିବା ପାଇଁ ସାଧକମାନେ ମୋତେ ସୃଷ୍ଟି କରିଥାନ୍ତି"| କିନ୍ତୁ ଜଣେ ସାଧକର ନିନ୍ଦନୀୟ କାର୍ଯ୍ୟରେ ଅସହଯୋଗ କରିବାରୁ ସେ ମୋତେ ଏହି ପାତ୍ରରେ ବନ୍ଦି କରି ସମୁଦ୍ରରେ ଫିଙ୍ଗି ଦେଇଥିଲା । ଆପଣଙ୍କ ଦୟାରୁ ମୁଁ ଆଜି ମୁକ୍ତ । ମୁଁ ଆପଣଙ୍କ ଆଦେଶ ପାଳନ ପାଇଁ ପ୍ରବଳ ଉତ୍ସୁକତାର ସହିତ ଅପେକ୍ଷା କରିଥରହିଛି । ଜିନର କଥା ଶୁଣି ଜ୍ୟାକ୍ ମନେ ମନେ ଭାବିଲା ""ହଜିଲା ବଳଦ ଖୋଜିଲା ଠେଇଁ"" । ଜ୍ୟାକ୍ ମନରେ ଆନନ୍ଦ କହିଲେ ନସରେ ।ବର୍ତ୍ତମାନ ସାରା ବିଶ୍ୱ ମହାମାରୀର ପ୍ରକୋପରେ ଅଣନିଃଶ୍ୱାସୀ, ଅସ୍ତବ୍ୟସ୍ତ ଜନଜୀବନ ମୃତ୍ୟୁ ହାର ଦିନକୁ ଦିନ ବଢିବାରେ ଲାଗିଛି ଏଥିପାଇଁ ତୁମେ ମୋତେ କିଛି ସାହାଯ୍ୟ କରିପାରିବ କି ?? ଜିନ୍ ଟି କହିଲା " ନିଶ୍ଚୟ , ମୁଁ ମୋର ସମସ୍ତ ଶକ୍ତି ଓ ସାମର୍ଥ୍ୟକୁ ତୁମ ଆଦେଶ ପାଳନ ପାଇଁ ବିନିଯୋଗ କରିବି। ଜିନର ୧ମ କାର୍ଯ୍ୟ - ପ୍ରତିଷେଧକ ଟୀକା କିପରି ବହୁଳ ପରିମାଣରେ ତିଆରି ହୋଇ ଶୀଘ୍ର ସମସ୍ତଙ୍କ ନିକଟରେ ପହଞ୍ଚିପାରିବ, ସେ ବ୍ୟବସ୍ଥା କଲା। ୨ୟରେ - ଅମ୍ଳଜାନ ପ୍ରଦାନ କରୁଥିବା ବୃକ୍ଷଲତାଗୁଡିକର ରୋପଣ ପାଇଁ ଚେଷ୍ଟା କଲା। ୩ୟରେ - ଜିନ୍ ତାର ଜାଦୁକରୀ ଶକ୍ତି ଦ୍ଵାରା ଘରେ ଘରେ ଆବଶ୍ୟକୀୟ ଜିନିଷ ବହୁଳ ପରିମାଣରେ ଯୋଗାଇ ଦେଲା । ଜିନର ଏହି କାର୍ଯ୍ୟ‌ରେ ଜ୍ୟାକର ମନ ଖୁସି ହେଲା । ବିଶ୍ଵରେ ମହାମାରୀର ପ୍ରକୋପ କିଛି ପରିମାଣରେ କମ୍ ହେବାକୁ ଲାଗିଲା ।


Rate this content
Log in