Padmacharana Bisoyi

Drama

4.0  

Padmacharana Bisoyi

Drama

ରତ୍ନ ଭଣ୍ଡାର

ରତ୍ନ ଭଣ୍ଡାର

3 mins
234


ଅବସର ପ୍ରାପ୍ତ ଜଣେ ସୈନିକ ତାଙ୍କର ବାକି ଜୀବନ ପୃଥିବୀ ପର୍ଯ୍ୟଟନ କରି କଟାଇବାକୁ ଚାହିଁଲେ ପ୍ରକୃତି କୋଳରେ ଲୁଚି ରହିଥିବା ତଥ୍ୟ ଓ ରହସ୍ୟକୁ ଉନ୍ମୋଚନ କରିବାକୁ ତାଙ୍କ ମନରେ ଆଗ୍ରହ ସୃଷ୍ଟି ହେଲା। ସେ ଏକଥା ତାଙ୍କ ସ୍ତ୍ରୀଙ୍କୁ ଜଣାଇଲେ ତାଙ୍କ ସ୍ତ୍ରୀ ତାଙ୍କୁ ମଧ୍ୟ ସାଙ୍ଗରେ ନେବାପାଇଁ ଅନୁରୋଧ କଲେ। ସେ ଦୁହେଁ ସମୟ ଓ ଦିନ ଧାର୍ଯ୍ୟ କରି ଯାତ୍ରା ଆରମ୍ଭ କଲେ ସାଙ୍ଗରେ କିଛି ଶୁଖିଲା ଖାଦ୍ୟ ଧରିଥିଲେ। ଅଶ୍ବାରୋହଣ କରି ଯାତ୍ରା କରୁଥିବାରୁ ଦୁର୍ଗମ ପଥ ସହଜରେ ଅତିକ୍ରମ କରି ଆଗକୁ ଆଗକୁ ବଢୁଥାନ୍ତି। ଦୁଇ ପଟ ପାହାଡ଼ ମଝିରେ ଏକ ଅଣ ଓସାରିଆ ରାସ୍ତା କଡ଼ରେ ,‌ ବସିଥାଏ ଜଣେ ଜରାଜୀର୍ଣ୍ଣ ବୃଦ୍ଧ । ଏ ଘଡ଼ି କି ଆର ଘଡ଼ି ତାର ପ୍ରାଣ ଯିବ । ବୁଢ଼ା ଟି ଏ ମାନଙ୍କୁ ଦେଖି କ୍ଷୀଣ ସ୍ବରରେ ଡାକ ପକାଇଲା " ବାବୁ ମୋତେ ଟିକେ ସାହାଯ୍ୟ କରିବ ??" 

          ଏ ଦୁହେଁ ବୃଦ୍ଧ ନିକଟକୁ ଯାଇ ବୁଢ଼ା ଟିକୁ ପଚାରିଲେ ତୁମର କଣ କିଛି ଖାଦ୍ୟ ଆବଶ୍ୟକ ? ବୁଢ଼ା ଟି କହିଲା ନା ନା ମୋର ଖାଦ୍ୟ ର କିଛି ଆବଶ୍ୟକତା ନାହିଁ । ଗୋଟିଏ ଗୁମ୍ଫା ଆଡ଼କୁ ଆଙ୍ଗୁଳି ନିଦ୍ଧେର୍ଶ କରି କହିଲା ଏହି ଗୁମ୍ଫା ମୁହଁ ରେ ଥିବା ବିରାଟ ପଥରଟି କୁ କାଢି ଭିତରକୁ ଯିବ । ଯାହା ବାଧା ବିଘ୍ନ ଆସିବ ତୁମେ ତାର ଅକ୍ଳେଶରେ ସାମ୍ନା କରିପାରିବ ବୋଲି ମୋର ବିଶ୍ବାସ । ପ୍ରଥମ କୋଠରୀ ଟି ସୁନା , ରୂପା , ହୀରା ଲୀଳା ରେ ପୂର୍ଣ୍ଣ ଥିବ ସେଥିରୁ ତୁମେ ଯାହା ଇଛା ନେବ , କିନ୍ତୁ ତା ପର କୋଠରୀ ର ମଧ୍ୟ ଭାଗରେ ବାକ୍ସ ଭିତରେ ଗୋଟିଏ ଦିଆସିଲି ଥିବ। ସେ ଦିଆସିଲି କୁ ମୋତେ ଆଣି ଦେବ । ବୁଢ଼ା ଟି ର କଥା ଶୁଣି ଦୁହେଁ ଗୁମ୍ଫା ଆଡ଼କୁ ଗଲେ । ଗୁମ୍ଫା ମୁହଁ ରେ ଥିବା ପଥର ଟି କୁ ବଳ ପୂର୍ବକ ହଟାଇ ଆଗକୁ ଆଗକୁ ବଢିଲା ବେଳେ ସାମ୍ନା କୁ କଦି ପଡ଼ିଲେ ଡାହାଳ କୁକୁର କେତୋଟି । ସୈନିକ ଜଣକ ସମୟ ନଷ୍ଟ ନ କରି କିଛି ଶୁଖିଲା ଖାଦ୍ୟ କୁକୁର ମାନଙ୍କ ମୁହଁ କୁ ଫିଙ୍ଗି ଦେଲେ । ଖାଦ୍ୟ ଦେଖି କୁକୁର ମାନେ ଆକ୍ରମଣ କରିବାକୁ ଭୁଲି ଗଲେ । ଏମାନେ ପ୍ରଥମ କୋଠରୀ କୁ ଯାଇ ଦେଖିଲେ, କୋଠରୀ ଟି ସୁନା ରୂପା ମଣି ମାଣିକ୍ୟ ରେ ଝଲସି ଉଠୁଛି । 

              ସୈନିକଙ୍କର ବିସ୍ମୟ ର ସୀମା ରହିଲା ନାହିଁ । ସେ ଚିନ୍ତା କଲେ ବୁଢ଼ା ଟି ଖାଦ୍ୟ ଓ ଧନ ର ଆଶା ନ ରଖି ଦିଆସିଲି ଟିକୁ ଆଣିବା ପାଇଁ କାହିଁକି କହିଲା ? ନିଶ୍ଚୟ ୟା ଭିତରେ କିଛି ନା କିଛି ରହସ୍ୟ ଅଛି । ତଥାପି ସାହାସର ସହିତ ୨ୟ କୋଠରୀ ଆଡ଼କୁ ଅଗ୍ରସର ହେଲେ । ବୁଢ଼ା ର କହିବା ଅନୁଯାୟୀ କୋଠରୀ ର ମଧ୍ୟ ଭାଗରେ ଗୋଟିଏ ବାକ୍ସ ଅଛି । ତା ଉପରେ ଫଣା ତୋଳି ବିରାଟ ନାଗ ଟିଏ ଅଛି । ସୈନିକ ଜଣକ ଭୟ ନ କରି ବନ୍ଧୁକ ସାହାଯ୍ୟ ରେ ସାପ ଟିକୁ ମାରିଦେଲେ । ବାକ୍ସ ପାଖକୁ ଯାଇ ଧିରେ ଧିରେ ବାକ୍ସ ଟିକୁ ଖୋଲିଲେ । ଦେଖିଲେ ସତକୁ ସତ ଦିଆସିଲି ଟିଏ ତା ଭିତରେ ଅଛି । 

              ଦିଆସିଲି ଭିତରେ ଛୋଟ ରୁ ବଡ କ୍ରମ ରେ କେବଳ ୩ଟି କାଠି ଅଛି କୈାତୁହଳ ବସତଃ ସୈନିକ ଜଣକ ଛୋଟ କାଠିଟିକୁ ଘଷି ଜଳାଇଲେ । ସଙ୍ଗେ ସଙ୍ଗେ ତାଙ୍କ ଆଗରେ ଠିଆ ହୋଇଗଲା ଗୋଟିଏ କୁକୁର । କୁକୁରଟି କହିଲା ମୋତେ କାହିଁକି ସ୍ମରଣ କଲ ମୁଁ କି ସହାୟତା କରିବି । ସୈନିକ ଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ , ତୁମେ କ'ଣ ଏ ଦିଆସିଲି କାଠି କୁ ଘଷିବାରୁ ଆସିଲ ? କୁକୁରଟି କହିଲା - ହଁ । ଏ ହେଉଛି ଏକ ଜାଦୁ ଦିଆସିଲି । ଛୋଟ କାଠିଟିକୁ ଘଷିଲେ ମୁଁ ଆସିବି , ତା ଠାରୁ ଟିକିଏ ବଡ଼ କାଠି ଟିକୁ ଘଷିଲେ ମୋ ବଡ଼ ଭାଇ ଆସିବ , ସବୁଠାରୁ ବଡ଼ କାଠି ଟିକୁ ଘଷିଲେ ମୋ ସବୁଠାରୁ ବଡ ଭାଇ ଆସି ଆପଣଙ୍କ ଆକାଂକ୍ଷିତ ଯେ କୌଣସି ଅଭିଳାଷ ପୂରଣ କରିବୁ , କିନ୍ତୁ ଆମକୁ ଆପଣଙ୍କ ଛଡ଼ା ଆଉ କେହି ଦେଖିପାରିବେ ନାହିଁ । ଏହି ଦିଆସିଲି କାଠି କୁ ଜଳାଇଲେ ମଧ୍ୟ ନଷ୍ଟ ନ ହୋଇ ପୁନଃ ସୃଷ୍ଟି ହୋଇଯିବ ।ସୈନିକ ଜଣକ ୩ କୁକୁର କୁ ଆଦେଶ ଦେଲେ ଆର କୋଠରୀ ରେ ଥିବା ସମସ୍ତ ଧନ ମୋ ବାସ ଗୃହ ରେ ସୁରକ୍ଷିତ ଭାବେ ଥୋଇଦେଇ ଆସ । ଗୁମ୍ଫା ମୁହଁ ରେ ବସି ଥିବା ବୁଢ଼ା ଟିକୁ ମଧ୍ୟ ଶେଷ୍ କରିଦେବ ।

           ତୁଣ୍ଡ ବାଇଦ ସହସ୍ର କୋଶ । ସୈନିକ ରତ୍ନ ଭଣ୍ଡାର ପାଇବା କଥା ରାଜାଙ୍କ କାନରେ ପଡ଼ିଲା । ରାଜା ସୈନିକ କୁ ବନ୍ଦୀ କରି ମୃତ୍ୟୁ ଦଣ୍ଡ ର ଆଦେଶ ଦେଲେ । କାରଣ ସୈନିକ ରତ୍ନ ଭଣ୍ଡାର ର ଧନ ରାଜ କୋଷ କୁ ନ ଦେଇ ସ୍ବଗୃହ ରେ ଲୁଚାଇ ରଖିଥିଲେ । ଫାଶୀ ଦେବା ସମୟ ଉପସ୍ଥିତ , ରାଜା ରାଣୀ ମନ୍ତ୍ରୀ ସେନାପତି ସମସ୍ତେ ଉପସ୍ଥିତ । ଫାଶୀ ଖୁଣ୍ଟ ତଳେ ଠିଆ ହୋଇ ସୈନିକ ସେଠାରେ ଉପସ୍ଥିତ ଥିବା ତାଙ୍କ ସ୍ତ୍ରୀ ଙ୍କୁ ଆଖି ଠାରି କିଛି ଇଶାରା କଲେ। ତାଙ୍କ ସ୍ତ୍ରୀ ଏକା ଥରକେ ୩ଟି ଯାକ କାଠି ଘଷି ଦେବାରୁ ୩ଟି ଯାକ କୁକୁର ଆସି ହାଜର । ସୈନିକଙ୍କ ଆଦେଶ ପାଇ ରାଜା ମନ୍ତ୍ରୀ ଓ ସେନାପତିଙ୍କ ଉପରକୁ ଝାଂପି ପଡ଼ିଲେ । ରାଜା ମନ୍ତ୍ରୀ ଓ ସେନାପତିଙ୍କ ସେଠାରେ ହିଁ ମୃତ୍ୟୁ ହୋଇଗଲା । ସ୍ବେଚ୍ଛାଚାରୀ , କ୍ରୁର ରାଜା ଙ୍କ ମୃତ୍ୟୁ ପରେ ସୈନିକ ନିଜେ ରାଜା ହେଲେ । ରତ୍ନ ଭଣ୍ଡାର ର ସମସ୍ତ ଧନ ଲୋକ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରି ଖୁସି ରେ ଦିନ ବିତାଇଲେ ।


Rate this content
Log in

Similar oriya story from Drama