STORYMIRROR

Prasanna Kumar Panda

Abstract Classics Inspirational

3  

Prasanna Kumar Panda

Abstract Classics Inspirational

ଗୁରଵେ ନମଃ

ଗୁରଵେ ନମଃ

1 min
174

ଗୁରୁଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ବର ପିତାମାତା ଅଟନ୍ତି ପ୍ରଥମ ଗୁରୁ ସନ୍ତାନର କଥା ଶିଖାଇ ଚାଲି ଶିଖାଇ ଇଶ୍ବର ସାଜନ୍ତି ପିଲାଙ୍କର ।ବାପା ମାଆ ସର୍ବଦା ସନ୍ତାନର ଉନ୍ନତି ଲାଗି ହୁଅନ୍ତି ଚିନ୍ତିତ ଜୀବନକୁ ଜଳାଞ୍ଜଳି ଦେଇ ପିଲାଙ୍କ ପାଇଁ କରନ୍ତି ଉପବାସ ବ୍ରତ। ପିଲାମାନଙ୍କୁ ସଂସ୍କାର ଆଦର୍ଶ ଶିଖାନ୍ତି କେତେ ଗପ ଗୀତ ମାଧ୍ୟମରେ ଜ୍ଞାନ ଆହରଣ ଲାଗି ସନ୍ତାନଙ୍କୁ ପଢାନ୍ତି ଭଲ ବିଦ୍ୟାଳୟରେ ।ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଦେଇ ଗୁୁରୁଦୂୂର କରନ୍ତି ଅନ୍ଧକାର ଆଲୋକ ପଥ ଦେଖାଇ ଜୀବନ ଉଜ୍ଜ୍ବଳ କରନ୍ତି ଶିଷ୍ଯର।ଜୀବନକୁ ବଳିଦାନ ଦେଇ ସର୍ବଦା ଲାଗିଥାନ୍ତି ଶିଷ୍ୟଙ୍କ ଉନ୍ନତି ପଥରେ ଶିଷ୍ୟଙ୍କୁ ନିଜ ସନ୍ତାନ ଠାରୁ ବି ଅଧିକ ସ୍ନେହ ଦେଇ ରଖନ୍ତି ଗେଲବସରେ । ସଂସ୍କାର ଆଚରଣ ବ୍ୟବହାର ଶିଖାଇ ବୋଲନ୍ତି ତୋଷିିବ ଜନମନ କଟୁକଥା କହି କେବେ କାହା ପାଇଁ ହେବ ନାହିଁ ଦୁଃଖର କାରଣ। ସତ୍ଯ ଧର୍ମ ନ୍ୟାୟର ବାଟରେ ଯିବାଲାଗି ଦିଅନ୍ତି କେତେ ଉପଦେଶ କଷ୍ଟ ଯନ୍ତ୍ରଣା ସହି ଚାହିଁଥାନ୍ତି ଗୁରୁ ଛାତ୍ରଛାତ୍ରୀଙ୍କ ବିକାଶ ।ନମ୍ର ଭଦ୍ର ଦୟା କ୍ଷମା ଧୈର୍ଯ୍ଯ ସାହାସର ଗୁୁଣ ରହିଛି ଗୁରୁଙ୍କ ପାଖରେ କର୍ତ୍ତବ୍ଯ ପରାୟଣ ହୋଇ ଗୁରୁ ଦାୟିତ୍ବ ସମ୍ପାଦନ କରନ୍ତି ନିଷ୍ଠାପର ଭାବରେ ।ଗୁରୁଙ୍କ ବିନା ଦୁନିଆ ଦିଶିବ ଅନ୍ଧକାର କୁସଂସ୍କାର ଅଶିକ୍ଷିତ ଭାବରେ ଗୁରୁ ସିନା ଦୁଇ ଅକ୍ଷର ପ୍ରବଳ ବୁଦ୍ଧି ଜ୍ଞାନ ସଂସ୍କାରର ଭଣ୍ଡାର ରହିଛି ତାଙ୍କଠାରେ ।ଶିଷ୍ଯକୁ ଭଲ ମଣିଷ କରିବାକୁ ବ୍ରତୀ ହେଇଥାନ୍ତି ଗୁରୁର ସଂକଳ୍ପ ନେଇ ଗୁରୁଙ୍କ ଜ୍ଞାନ ବିନା ଗୁରୁଙ୍କ ସଂସ୍କାର ଆଦର୍ଶ ବିନା ମଣିଷ ଜୀବନ ମାଟି ହୁଅଇ ।ଗୁରୁଙ୍କ ନିହାତି ଆବଶ୍ୟକ ପଡେ ମଣିଷ ଜୀବନର ପ୍ରତି କ୍ଷେତ୍ରରେ ଗୁରୁଙ୍କ ଜ୍ଞାନ ଆଶୀର୍ବାଦ ବିନା କିଛି ସମ୍ଭବ ନୁହେଁ ଦୁନିଆର ରଣଭୂମିରେ ।ଯେତେ ପ୍ରଶଂସା କଲେ ବି ଖୁବ କମ ହେବଗୁରୁଙ୍କ ଅବଦାନ ବଳିଦାନ ଆଗରେ କେହି ଶୁଝି ନାହାଁନ୍ତି କି କିଏ ଶୁଝି ପାରିବନି ଗୁରୁଙ୍କ ଋଣ ଦୁନିଆରେ ।ଗୁରୁଙ୍କ ଆଲୋକର ଶିଖାରେ ପରିଚିତ ହୋଇଛି ଭଲ ମଣିଷ ଭାବରେ ସଂସ୍କାର ଆଚରଣ ଜ୍ଞାନ ଅର୍ଜନ କରି ସମାଜରେ ତିଷ୍ଠିଛି ଗୁରୁଙ୍କ ଆଶୀଷରେ ।ତେଣୁ ଗୁରୁଙ୍କୁ କେବେ ନ ମଣିବ ନରସଂସାରରେ ଗୁରୁ ହିଁ ସାକ୍ଷାତ ଈଶ୍ବର।  ସମସ୍ତ ଗୁରୁ ଗୁରୁମା ମାନଙ୍କ ଚରଣରେ ମୋର କୋଟି କୋଟି ଜୁହାର ଦୀର୍ଘାୟୁ ସୁଖ ଶାନ୍ତି ଯଶ ଖ୍ୟାତି ଦେଇ ମୋରସମସ୍ତ ଗୁରୁଙ୍କୁ ଭଲରେ ରଖ ହେ ଠାକୁର ।ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ବର ଗୁରୁ ସାକ୍ଷାତ ପଂରବ୍ରହ୍ମ ତସ୍ମୈ ଶ୍ରୀ ଗୁରଵେ ନମଃ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract