STORYMIRROR

Prasanna Kumar Panda

Abstract Fantasy Inspirational

3  

Prasanna Kumar Panda

Abstract Fantasy Inspirational

ସେନେହ ମମତା ଡୋରିରେ ଗୁନ୍ଥା

ସେନେହ ମମତା ଡୋରିରେ ଗୁନ୍ଥା

1 min
201


ଶ୍ରେଷ୍ଠ ଜନ୍ମ ନେଇ ମାନବ ପାଦ ଥାପି ଥାଏ ଧରାପୃଷ୍ଠରେ ସମସ୍ତଙ୍କ ସହ ସମ୍ପର୍କ ଯୋଡେ ସଂସ୍କାର ଆଚରଣ ମଧୁର କଥାରେ ।ବନ୍ଧନକୁ ନିବିଡ କରନ୍ତି ମଣିଷ ଜାତି କେତେ ସେନେହ ଆଦର ଦେଇ ସମ୍ପର୍କରେ ହସଖୁସି ଭରନ୍ତି ପରସ୍ପରର ସୁଖଦୁଃଖରେ ଠିଆ ହୋଇ ।ପାଞ୍ଚ ମନ ପଚିଶି ପ୍ରକୃତି ଜାତ କରି ମଣିଷ ଚଳୁଛି ସଂସାରରେ କିଏ ଭଲ ମନରେ ତ ଆଉ କିଏ ସମ୍ପର୍କ ଗୁନ୍ଥୁଛି ମନ୍ଦ ଉଦ୍ଦେଶ୍ଯରେ ।କେତେ ଗୁଡିଏ ସମ୍ପର୍କ ସୃଷ୍ଟି କରୁଛି ମଣିଷ ମିଛ ମାୟାର ସଂସାରରେ ଭାଇ ଭଉଣୀର ପବିତ୍ର ବନ୍ଧନ ଶ୍ରେଷ୍ଠ ବିବେଚିତ ହୋଇଛି ଦୁନିଆରେ ।ଭାଇ ଭଉଣୀର ରକ୍ତର ସମ୍ପର୍କ ନିବିଡ ରହେ ପିତାମାତାଙ୍କ ଆଶୀର୍ବାଦରେ ଭାଇ ଭଗିନୀର ଅତୁଟ ବନ୍ଧନର ନମୁନା ବିଶ୍ବାସ ଭରେ ସମାଜରେ ।ଭ୍ରାତା ଭଗିନୀ ସମ୍ପର୍କ ଗୁନ୍ଥି ଥାନ୍ତି ସେନେହ ମମତାର ଡୋରିରେ ହସି ଖେଳି ସୁଖଦୁଃଖ ବାଣ୍ଟି ଚଳନ୍ତି ପ୍ରକୃତ ସାଙ୍ଗ ଭାବରେ ।ଭାଇ ପାଇଁ ଭଉଣୀ ଭଉଣୀ ଲାଗି ଭାଇ ଲୋଡା ହୁଏ ପ୍ରତି କ୍ଷେତ୍ରରେ କିଏ କାହା ବିନା ରହି ପାରନ୍ତିନି ନଦେଖିକି ଘଡିକରେ। କଳି ଝଗଡା ମାନ ଅଭିମାନ କରନ୍ତି ଛୋଟ ଛୋଟ କଥାରେ ରାଗ ରୁଷା ଭୁଲି ମିଶିଯାଇ ପୁଣି ହସଫୁଟାନ୍ତି ପରସ୍ପର ଭିତରେ ।ତଅପୋଇ ଭଳି ନିଷ୍ଟା ରଖି ଭଉଣୀମାନେ ଖୁଦରୁକୁଣୀ ଓଷା କରନ୍ତି ଭାଦ୍ରବରେ ଉପବାସ କରି ଭାଇଙ୍କ ମଙ୍ଗଳ ଉନ୍ନତି ପାଇଁ ପ୍ରାର୍ଥନା କରନ୍ତି ମା ମଙ୍ଗଳାଙ୍କ ପାଖରେ ।ଭାଇ ଭଉଣୀର ପବିତ୍ର ବନ୍ଧନର ପର୍ବ ପାଳିତ ହୁଏ ଗହ୍ମା ପୂର୍ଣ୍ଣିମାରେ ଦୀର୍ଘାୟୁ କାମନା କରି ଭଉଣୀ ରାକ୍ଷୀ ବାନ୍ଧିଥାଏ ଭାଇର ହାତରେ । ରାକ୍ଷୀ ପିନ୍ଧାଇ ବନ୍ଦାପନା କରି ମିଠା ଖୁଆଏ ଭାଇକୁ ଆନନ୍ଦରେ ରକ୍ଷ କବଚ ସାଜିବା ଲାଗି ଭାଇକୁ କଥା ମାଗେ ଭଉଣୀ ଶ୍ରାବଣ ପୂର୍ଣ୍ଣିମାରେ ।ସେନେହ ଆଦର ଦେଇ ଭାଇ ଛିଡ଼ା ହୁଏ ଭଉଣୀର ବିପଦ ଆପଦରେ ଭାଇ ଭଉଣୀର ପବିତ୍ର ବନ୍ଧନର ମୁକସାକ୍ଷୀ ହୋଇ ରାକ୍ଷୀ ରହେ ଜୀବନରେ ।ଭାଇ ଭଉଣୀର ପବିତ୍ର ବନ୍ଧନ ଅତୁଟ ହୋଇ ରହିଛି ସଂସାରରେ ସେନେହ ମମତା ଡୋରିରେ ଗୁନ୍ଥି ସମ୍ପର୍କକୁ ନିବିଡ କରନ୍ତି ବିଶ୍ବାସ ଭରସାରେ ।


Rate this content
Log in

Similar oriya story from Abstract