ଗୁଡି
ଗୁଡି
ଉଡି ଉଡି ଉଡିଇଇଇଇ
ଯା ରେ ଉଡି
ଏ ମୋର ଗୁଡି
ଖାଇଲା ଖାଇଲା କାନି ଖାଇଲା ବେ ,କାଟ୍ କାଟ୍ କାଟ୍ କାଟ୍
ପେ ପେ ପେ ପେ ପେ ପେ .............
ସବୁ ଗଳି, ସବୁ ଛାତ ରେ ।ସବୁ ଝର୍କା, ସବୁ କବାଟରେ ।ତଳେ ଦଳେ ଅଧାପେଣ୍ଟ ପିଲେ ହୋ ହୋ ପୂର୍ବ କୁ ,ହୋ ହୋ ପଶ୍ଚିମକୁ ।ଧ ଧ ଧ ଧ ଧ ...... ମୋର ,ମୋର ।ଯିଏ ପାଇଲା ତାର ।ସବୁ କାନ୍ଥ ରେ ରମ୍ବସ୍ ମାନରେ ଠିକିରି, ଚିଡିଆ, ନାଲପାନ୍ ବିବି ।ଲାଞ୍ଜି ଲମ୍ବ ଲମ୍ବିଆ ଚିକ୍ ଚିକିଆ ଜରିଦିଆ ।
ପତର ପତର ପାନ ପତର
ଗୁଡିରେ ସିଞିଲି ପ୍ରେମ ଅତର ।
ଧେତ୍ ଗଲା ଶଃ ,ନାଲିପାନ ଟା କଟିଗଲା ।ଆରେ ରାଜା, କଣ ରେ ସେପଟ ସାହି ଟୋକାଙ୍କ ଗୁଡି କଣ ଭାରି ପଡି ଯାଉଛି ବେ ।ଆମର ଗୁଡା କଣ ଏଡେ ମାନ୍ଦା ଧଇଲେ? ପ୍ରାକ୍ଟିସ୍ କମୁଛି କି ବେ ?କାଲିଠୁ ତିନ ନୁହଁ ଏଗାର ରୁ ସବୁ ଆମ ଛାତକୁ ଆସିବ ହେଲା ।ଏପଟ ପଟେ କାଠଜୋଡି ପବନ ଟା ଉତ୍ତରିଆ ଧରୁଛି, ସେପଟେ ଖେଳ ଜମିବ ।ଶଃ ଆଉ ଚାରିଦିନେ ମକର ଆଜି ଯାଏ ଯୋଗାଡଯନ୍ତା ଟାଣେଇଲନି ରେ ।ଜିତିବ କେମ୍ତି ?କାଲିକି ଆଉ ଥରେ ମାଞା ଘସିବା, ବ୍ଲାକ ହର୍ଷ ସୂତା ମିଳିଲା କିରେ କିଶୋରୋ? ଚୌଧୁରୀ ବଜାର, ବକ୍ସି ବଜାର, ମହମଦିଆ ବଜାର, ମହତାବ ରୋଡ ସବୁ ଛାନ୍ ମାର୍ ।ପୁରୁଣା କାଫ୍ଲା କୋଣ ରେ ସେ କକେଇ ଦୋକାନ ଟା ଉଠିଗଲାଠୁ ...... ଆଜି କାଲି ଖାଣ୍ଟି ମାଲ୍ କୋଉଠି ନାହିଁ ।ନା ମଣିଷ ନା ଜିନିଷ ,ଭେଜାଲ ଆକାଶ ।ସବୁ ଡୁପ୍ଲିକେଟ୍, ସବୁ ଚାଇନା ଫୋନ ..... ଶସ୍ତା ରୁ ହୀନସ୍ତା ଅବସ୍ଥା ।ହଉ ଛାଡ୍ ..... କାଲି ଆଉ ଗୋଟା ଘେରା ମାର୍ ।ମୋ ଗାଡି ଚାବିଟା ନେଇଯିବୁ ଭାଉଜଠୁ, ମୋର ସକାଳୁ ମାଲଗୋଦାମ ଆଡେ ଯିବାର ଅଛି, ଲେଟ୍ ହବ ଫେରୁ ଫେରୁ ।
*******
ନଣ୍ଡା ଛାତଟା ।ଇଟା ଶିଉଳି ଲଗା ଦିଟା କୁଣ୍ଡ ରେ ଗେଣ୍ଡୁଗଛ ଯୋଡେ ଜଗିଛନ୍ତି ବର୍ଡର ।ଟିକେ ଏପଟ ସେପଟ ହେଲେ ଛାତରୁ ପଡି ଛାତିଟା ଛତୁ ।
ଶିରିଷ ଅଠା ରେଡ୍ଡି, ବାରଲାଇଟ୍ କାଚ ରେଡ୍ଡି, ମାଟି ହାଣ୍ଡି, ପୁରୁଣା ମଗ୍ ଆଉ କପଡା ହାତରେ ଧରିବାକୁ ମୋଟା ବାଲା ଟିକେ ରେଡ୍ଡି ।ଅଧା ତିଆରି ପକ୍କା ଉପର ଖମ୍ବ ଦିଟାରେ ଫୁଲ୍ ଲପ୍ଟେଇ ଲପ୍ଟେଇ ଗୁଡା ।ଏ .... ଖାଲି ଟିପ ଘସିବୁନି ହେଲା ।ଗୁଣ୍ଡ କାଚ, ସାଏଁ କି କଟି ପିଚ୍ କି ରକ୍ତ ଟପ୍ କି ଗଳିପଡିବରେ ବାବା ।ଯା ହଉ ବ୍ଲାକ ହର୍ଷ ରୁ ଦି ବଣ୍ଡଲ ହଉ ପଛେ ମିଳିଲା ତ ,କାଠ ବଡ ନଟେଇ ରେ ଜମିବ ଏଥର ।ରାତିରେ ଗୋଟେ ଚୋଖା ମାର୍କା ସିନେମା ଏଇଠି ନଗେଇ ଜମେଇଦବା ନା କଣ କହୁଛ?ଡେକ୍ ଗୋଟେ ବାଜୁ ।
ଆରେ ଜାଣିଲୁ ସାଙ୍ଗ..... ତୋରଟା ମୋରଟା ସାଙ୍ଗେରେ ଆଜି ସକାଳେ ଗଡଗଡିଆ ଘାଟରେ ମକର ବସିଛନ୍ତି ,ଖାସ୍ ଖବର । ଆକାଶବାଣୀ ବିବିଧଭାରତୀ ନିଉଜ୍ ବେ ।
ହୁଇସ୍ ହୁଇସ୍ ।
କଲିକତି ଗୁଡି, ଚାଇନା ସୂତା ।ସର୍ ସର୍ କାଟୁଛି କଟୁଛି ସିନା ହାତ ଆଙ୍ଗୁଳି ବି ରକ୍ତ ଯୁଡୁବୁଡୁ ।
ରାସ୍ତା ରେ ସୂତା ସହ ସେ ଢାବ୍ବା ଗୁଡିଟା କଟିକି ପଡିଲା ଯେ ଚେତକ୍ ରେ ସେ ଲୋକଟାର ଠିକ୍ ବେକ ପାଖେରେ କିନା ଘସି ହେଇକି ଗଲା ଯେ ସିଏ ପୁରା ବେହୋସ ଚିତ୍ ସାଙ୍ଗ୍ ସାଙ୍ଗ୍ ସାଇବାଲା ଟେକିକି ନେଲେ ବଲି ବଞ୍ଚି ଗଲା ଜାଣ, ନହେଲେ ତ ଟିକଟ୍ କଟା ସରିଥେଲା ତାର ।
ବୋଉ କୋଉଠୁ ଶୁଣିକି ଧାଇଁ ପେଲି ଏକାଥରେ ଛାତରେ......ବାବୁନି ବାବୁନି ବେ ,ଶୁଣ୍ ଶୁଣ୍ ।ଏ ଛକରେ କାର୍ କଣ୍ ହେଲା କିରେ? ତମେ ମାନେ କେହି ନୁହଁ ତ ? ଯେତେବେଳେ ଦେଖ ଖଟ୍ଟି ଚଲେଇଛ, କାମଧନ୍ଦା ରେ ମନ ଦେଲେ ଏତେ ଯାତ୍ରା ରେ କାଇଁ ପଶନ୍ତ?
ଆ.... କଣ ହେଇଛି କିରେ? ଚାଲିଲ ଦେଖିବା ।ସବୁ ଧାଡି ହେଇ ସିଢି ପରେ ସିଢି ଓହ୍ଲାଇ ଯାଇ ଠାକୁରାଣୀ ପେଣ୍ଡାଲ ରେ ।ଶେଷକୁ ବାବୁନି ର ହାତ ଧରି ପକେଇ ବୋଉ କହୁଛି, ମୋ ମୁଣ୍ଡ ଛୁଇଁ ରାଣ ଖାଇ ଯା ।କୋଉ ଅଡୁଆ ଆଣି ଘରେ ଯେମିତି ନପୁରଉ ।ଥାନାବନ୍ଦି କୁ ଆମର ଜୋର୍ ନାଇଁ ଜାଣିଥା ।ବାଉଳି ଖାନା ।
ହେ ରଃ କିଛି ହବନି ।ୟାର ଖାଲି ........ଏଠି ନୁହଁ ମ ।
ଖାନନଗର କାଳିମନ୍ଦିର ପାର୍କ କତିରେ, ଆମ ଲାଇବେରୀ ଡାହାଣ ପଟିଆ ଗଳିରେ ।
. ଚାଲିଗଲା ।
**********
ଏ ଥର ଗୁଡି ଉଡା କମ୍ପିଟେସନ୍ ରେ ,ନଈପଠାରେ ..... ।ଏ,ବି,ସି ଗ୍ରୁପ୍ ସବୁ ।ଉଦ୍ଘାଟନ ହବ ,ସ୍ପିଚ୍ ବାଜିବ, ମାଇକ୍ ଗର୍ଜିବ, ଜର୍ସି ମିଳିବ ।ଜିତିବା ଗ୍ରୁପ୍ କୁ ଟ୍ରଫି ସହ ଦଶହଜାର ନୂଆ ଖଡଖଡିଆ ପୁରା ।
ଲପେଟ୍ ଲପେଟ୍ ଲପେଟ୍ ।
ପଲିଟିକସ୍ ପୁରା ଜମିଗଲା ।ଗୁଡି ଉଡାର ଖାତିରି ଟା ଉପରଠାଉରିଆ ସିନା ଟାଣ୍ ଦିଶୁଥିଲା ହେଲେ, ବନ୍ଧ ଉପରେ ଡେରା ସାଇକେଲ ମାନେ ନିଃଶବ୍ଦ ରେ ଡାକୁଥିଲେ ,ଆ ରେ ଆ ..ପଳେଇ ଆ... ପେଡାଲ ବୁଲେଇ ଘର ଛାତକୁ ଚାଲ ।ସେଠି ଯୋଉ ମଜା ନା ଗୁଡି ଉଡାର ଆଉ କୋଉଠି ନାହିଁ ...... ଆ ଚାଲି ଆ ।
ଆମେ ପୁରା ଟିମ୍ ଜିତ୍ ର ଜସନ୍ ରେ ଉଠି ଆସିଲୁ, ଫୁଲ୍ କଟକିଆ ଟସନ୍ ରେ ......
ଐସା ଧାକଡ ହେ ଧାକଡ ହେ ଐସା ଧାକଡ ହେ .....
