ଗୁଡ଼ ଲକ ଟ୍ରି
ଗୁଡ଼ ଲକ ଟ୍ରି
ରବିବାର ସକାଳୁ ବାହାରେ କଲିଂ ବେଲ ବାଜିଲା ,ବେବିନା ଯାଇ କବାଟ ଖୋଲିଲା | ଦେଖିଲା ତା ସାଙ୍ଗ ରୁବିନା ଆସିଛି , ଖୁସିରେ କୁଂଢାଇ ପକାଇଲା ତାକୁ | ପଚାରିଲା କଣ ପ୍ରୋଗ୍ରାମ ତୋର ? ସେ ମଜାରେ କହିଲା ୟାଙ୍କ ସଂଗେ ଝଗଡା କରି ପଳାଇ ଆସିଲି ତୋ ପାଖକୁ | ବେବିନା କହିଲା ଭଲ କଲୁ | ଘର ଭିତରକୁ ଆ | ଦୁହେଁ ଯାଇ ଡ୍ରଇଁ ରୁମରେ ବସିଲେ | ତା ପରେ ବେବିନାର ପତି ଦେବ ରୁବିନାକୁ ଦେଖି ,ବହୁତ ଖୁସି ହୋଇ କହିଲେ ଏଇ ଦେଖିଲ ଗୁଡ଼ ଲକ ଟ୍ରି ର କମାଲ | ରୁବିନା ମାଡାମଙ୍କୁ ଦେଖି କହିଲେ ହ୍ବାଟ ଏ ପ୍ଳିଜାଣ୍ଟ ସରପ୍ରାଇଜ | ରୁବିନା ହସି ହସି ନମସ୍କାର କଲେ ଓ କହିଲେ ଆଜି ଟିକେ ବେବିନାକୁ ଦେଖିବାକୁ ଇଚ୍ଛା ହେଲତ ଚାଲି ଆସିଲି | ଭେରୀ ନାଇସ କହି ସେ ବଜାର ବାହାରି ଗଲେ |
ତାପରେ ରୁବିନା ବେବିନାକୁ ପଚାରିଲା ଆରେ ସେ ଗୁଡ଼ ଲକ ଟ୍ରି ତା କଣ ? ବେବିନା କହିଲା କIଲି ଆମର ସେ ଗଛ ଟା ମାନେ ଗୁଡ଼ ଲକ ଟ୍ରି ଆସିଛି | ଘ
ର ଭିତରୁ ପୁଅ ରୋହନ ଆସି ରୁବିନାକୁ ପ୍ରଣାମ କଲା ଓ କହିଲା ମାଉସୀ ବାବା କହୁଥିଲେ ଗୁଡ଼ ଲକ ଟ୍ରି ଲାଗିଲେ ମମିର ମୁଣ୍ଡ ଭଲ ହୋଇଯିବ ଓ ମୋର ପରୀକ୍ଷାରେ ଭଲ ନମ୍ବର ଆସିବ | ରୁବିନା ଚକଲେଟ ପ୍ୟାକେଟ ରୋହନକୁ ଦେଲା ଓ ମଜାରେ କହିଲା ବାବାରେ ମୋର ଏବେ ଟିକେ ବ୍ୟାଡ଼ ଲକ ଚାଲିଛି , ମତେ ତୋ ଗୁଡ଼ ଲକ ଟ୍ରି ଟା ଟିକେ ଦେ ,ସେ ହସିଲା ଓ କହିଲା ବାବାଙ୍କୁ ପଚାର ଟ୍ରି ଟା ତାଙ୍କର ନା | ତା ପରେ ରୁବିନା ରୋହନକୁ ପଚାରିଲା ତୋ ମମି ର ମୁଣ୍ଡ କଣ ହେଲା ? ସେ ଟିକେ ଦେଖିଲା, ମମି ଚାହା କରିବାକୁ ରୋଷେଇ ଘରକୁ ଚାଲି ଯାଇଥିଲେ ଓ ରୁବିନାକୁ କହିଲା ମାଉସୀ , ମମି ନା ବହୁତ ବକ ବକ କରୁଛି ସେଥିପାଇଁ ବାବା ଏ ଗୁଡ଼ ଲକ ଟ୍ରି ଆଣିଛନ୍ତି | ରୁବିନା ତା କଥା ଶୁଣି ହସି ହସି ଗଡିଗଲେ | ବେବିନା ରୋହନକୁ କହିଲା ଯା ତୋ ହୋମ ୱାର୍କ କର ,ପଛରେ ମାଉସୀ ସାଥିରେ କଥା ହେବୁ | ରୋହନ ଯାଉ ଯାଉ କହିଲା ଦେଖିଲ ମାଉସୀ ମମି କେମିତି ଚିଡୁଛି | ତା ପରେ ସେ ଦୌଡ଼ି ପଳାଇଲା ପଢିବାକୁ | ରୁବିନା ଦେଖୁଥିଲା ବେବିନା ମୁଁହକୁ ଓ ଗୁଡ଼ ଲକ ଟ୍ରି କୁ |