Akshayakumar Dash

Inspirational Others

0.2  

Akshayakumar Dash

Inspirational Others

ଗୃହ ଲକ୍ଷ୍ମୀ

ଗୃହ ଲକ୍ଷ୍ମୀ

2 mins
544


ବଳରାମ ଜଣେ କର୍ମକାଣ୍ଡ ବିଶାରଦ ପଣ୍ଡିତ ।ପିତା ଆରପାରିକୁ ଚାଲିଗଲାପରେ ଘରସମ୍ଭାଳିବା ବୋଝ ତାଙ୍କଉପରେ ପଡିଲା ।ତିନି ଭୋଉଣୀଙ୍କ ବିଭାଘର ଓ ସାନଭାଇର ପାଠପଢା । ନିଜରଭାଗ୍ୟକୁ ସଜାଡ଼ିବା ପାଇଁ ଘରର ହିତ ଦୃଷ୍ଟିରେ ରଖି କଠିନ ପରିଶ୍ରମ କରିବାକୁ ପଡିଲା ।ସମୟ କ୍ରମେ ତିନିଭଉଣୀକୁ ବିବାହ କରାଇଦେଲେ । ନିଜେ ବିବାହ ନକରି ରହିଗଲେ । କାରଣ ପରିବାରର ବୋଝ ତାଙ୍କଉପରେ ଦାଇତ୍ୱ ଥିଲା ।ସାନଭାଇକୁ କଲେଜରେ ପଢ଼ାଇଲେ ।ସାନଭାଇ ଯେକି ଉତ୍ତମ ତବଲା ବାଦକ ଥିଲା ।କଲେଜର ପାଠ ପଢ଼ିବାସହିତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନରେ ତବଲା ବଜେଇ ପ୍ରଶଂସା ପାଉଥିଲା । ବିଏ ପାସକଲେ । ଜଣେ ପ୍ରତିଷ୍ଠା ଅର୍ଜନକରିଥିବା ପ୍ରବଚକଙ୍କ ମଣ୍ଡଳୀରେ ତବଲା ବାଦକ ରୂପେ କାମ କଲେ । ବଳରାମ ସାନ ଭାଈର ବିବାହ କରାଇଲେ ।


ସାନଭାଇ ଜଗନାଥର ପତ୍ନୀ ପଦ୍ମାଳୟା ଯେକି ଶାଶୂଘର ଆଚାର ବିଚାର ଉପରେ ଅନଭିଜ୍ଞ ଥିଲା ।ସୂର୍ଯ୍ୟଉଦୟ ପୂର୍ବରୁ ଉଠି ଘରକାମ କରିବାକୁ କଷ୍ଟଲାଗୁଥିଲା । ଏପରିକି କାମଦାମ ଉପରେ ସେତେ ନିପୁଣ ନଥିଲା ।ବଳରାମ ଭୋରୁଉଠି କାମରେ ସାହାଯ୍ୟ କରନ୍ତି । ଘର ଖରକିବା ଚୁଲିରୁ ପାଉଁସ କାଢ଼ିବା ବାସୀ ବାସନ ମାଜିବା କୂଅରୁ ପାଣି କାଢି ଆଣିଦେବା ବେଳେବେଳେ ରୋଷେଇ କରିବାକୁ ବଲରାମକୁ ପଡେ ।କେବେ ସାନବୋହୁଙ୍କୁ କୌଣସି କାମକରିବାକୁ ବାଧ୍ୟ କରନ୍ତିନାହିଁ ।ବରଂ ତେଲଲୁଣରୁ ଆରମ୍ଭକରି ହାଟରୁ ପନିପରିବା ଯୋଗାଇ ଦିଅନ୍ତି । କହିବାକୁ ଗଲେ ନିଜ ଝିଅପରି ଦେଖନ୍ତି ପଦ୍ମାାକୁ ।ପଦ୍ମା ମଧ୍ୟ ଦେଢଶୁରଙ୍କ ଶ୍ରଦ୍ଧା ପାଇ ଆସ୍ତେଆସ୍ତେ ଘରକାମରେ ମନଦେଇ କରନ୍ତି ।ବ୍ରାହ୍ମଣ ଘରର ଆଚାର ବିଚାର ତଥା ପର୍ବପର୍ବାଣୀ ଅଧିକ ।


ଧୀରେଧୀରେ ପଦ୍ମା ସମସ୍ତ କାମକୁ ନିଜେ ନିଜେ କରିବସିଲେ ।ଭୋରୁ ରାତ୍ରୀଅଧ ପର୍ଯ୍ୟନ୍ତ କାମକରି କେବେ କେମିତି କେଉଁଦିନ ଥକିପଡ଼ିଲେ ବା ଦେହପା ଖରାପ ହେଲେ ସେଦିନ ବଳରାମ ପଦ୍ମାକୁ ବିଶ୍ରାମ କରିବାକୁ କୁହନ୍ତି ଓ ସବୁକାମତକ ନିଜେ କରନ୍ତି ।ସାନଭାଇ ପଦାରେ ପ୍ରବଚନ ଦଳରେ ଯାଏ ତେଣୁ ମାସକୁ ଥରେ ବା ଦିଥର ଘରକୁ ଆସେ ।ପୁଣି ଦିନେ ଦୁଇଦିନ ରହି ପଳେଇ ଯାଆନ୍ତି । ବଳରାମ ଭଉଣୀ ମାନଙ୍କ ଘରକୁ ଯାଇ ଭଲମନ୍ଦ ବୁଝିବା ସହିତ ସମସ୍ତ ଘରଦାଇତ୍ୱକୁ ଧର୍ଯ୍ୟ ସହ ସମାଧାନ କରେ ।


ପଦ୍ମାର ପୁତ୍ରସନ୍ତାନ ଜାତହେଲା ।ଧୁମ ଧାମରେ ଏକୋଉସିଆ ପାଳନ ହେଲା ।ସମସ୍ତ ବଂଧୁ ବାନ୍ଧବଙ୍କୁ ବେଭାରଦେଇ ବିଦାକଲେ । ମଗୁସୁର ମାଣବସା ଗୁରୁବାର ପଡିଲେ ପଦ୍ମା ନିଜେ ଦେବୀ ହୋଇଯାଆନ୍ତି କହିବା କାରଣ ଘର ଜାକ ଝୋଟି ପକେଇ ଠାକୁରଘରେ ଖଟୁଲି ଉପରେ ମାଣ ଓ ସାଜସଜ୍ଜା କରି ଆରଧନା କରିବସନ୍ତି । ସତେ ଅବା ନିଜେ ଲକ୍ଷ୍ମୀ ଦେବୀ ।ନାନା ପିଠା ପଣା ଓ ଭୋଗ ରାଗରେ ଘର ଫାଟିପଡୁଥାଏ ।ହୁଳହୁଳି ଓ ଶଙ୍ଖ ନାଦ ଘର ପରିବେଶକୁ ପବିତ୍ରମୟ କରିଦିଏ ।ପାଠକରନ୍ତି ଲକ୍ଷ୍ମୀ ପୁରାଣ । ନାରୀର ପବିତ୍ରତା ଲକ୍ଷ୍ମୀଙ୍କ ନିବାସ । ଘରକୁ ଶାନ୍ତି ସୁଖ ପ୍ରଦାନ କରିବାପାଇଁ ନାରୀର ଶକ୍ତିଅଛି । ତେଣୁ ଭାର୍ଯ୍ୟା ନୀତି ନିପୁଣ। ରହିଲେ ଘରକୁ ଲକ୍ଷ୍ମୀ ଆସନ୍ତି ।ସୁନା ସଂସାର ହୁଏ ।



Rate this content
Log in

Similar oriya story from Inspirational