STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଗୋଟାଏ ଦିନ

ଗୋଟାଏ ଦିନ

2 mins
238


ମିରା ମନରେ ସବୁଦିନ ପାଇଁ ଏକ ଅବଶୋଷ ରହିଗଲା ।ଯଦି ଆଉ ଗୋଟିଏ ଦିନ ସେ ମାଆକୁ ପାଖରେ ରଖିଥାନ୍ତା ହୁଏତ ସେ ଏତେ ଶୀଘ୍ର ମରିନଥାନ୍ତେ? ମନରେ ଏଇ ଅବଶୋଷ ତାକୁ ସବୁଦିନ ପାଇଁ ସନ୍ତୁଳି ଘାଣ୍ଟି ଚାଲିଥିବ।ବିଦାୟ ବେଳାର ସେ ଛଳଛଳ ଆଖି ଆଜିବି ମିରା ଆଖିରେ ଦିଶିଯାଏ।ମାଆ ବୋଧହୁଏ ଜାଣୁଥିଲା ଏଇ ତାର ଶେଷଦେଖା ତା ଝିଅ ସହିତ।।ଏମିତି ମାଆକୁ ପଞ୍ଚାନବେ ବର୍ଷ ହେଇସାରିଥିଲା।ଆସ୍ତାମା ଓ କାଶରେ ବଡ କଷ୍ଟପାଉଥିଲା ସେ।ତାସ୍ବାମୀ ନିଜେ ଡାକ୍ତର ଓ ଘରେ କ୍ଲିିନିକ ଅଛି ବୋଲି ସେଠି କାମକରୁଥିବା ପିଲାମାନେ ମାଆର ସେବାରେ ସାହାଯ୍ୟ କରୁଥିଲେ। ଆସ୍ଥାମା ବଢିଲେ ନିଶ୍ବାସ ପ୍ରଶ୍ବାସ ବଢିଯାଏ ସେ ଯୋର୍ରେ ସଁସଁ ଶବ୍ଦ କରନ୍ତି।ଛାତି ଧଡପଡ ହେବା ଜଣାପଡେ।ସେତେବେଳେ ନେବୁଲାଇଜର୍ ଆଣି ତାଙ୍କ ନାକରେ ଦିଆଯାଏ।ଏହା ଦେଲାପରେ ଶ୍ବାସକୁ ସେ ନିୟନ୍ତ୍ରୀତ କରେ।ସେ ଟିକେ ଆରାମ ପାଆନ୍ତି।ବାକି ସମୟରେ ସେ କମ୍ ଶ୍ବାସଥିଲେ ଇନହେଲର୍ ବ୍ୟବହାର କରନ୍ତି।କାଶପାଇଁ ସବୁୁଦିନ କଫସିରପ୍ ଖାଆନ୍ତି।ବ୍ଲଡପ୍ରେସର ପାଇଁ ବି ଅଲଗା ଔଷଧ ଦିଆଯାଏ ତାଙ୍କୁ।ଏମିତି ଔଷଧ ଓ ମୃତ୍ୟୁ ସହ ଟଣା ଟଣିରେ ଚାଲିଥାଏ ତାଙ୍କ ଜୀବନ।ବର୍ଷେ ପାଖାପାଖି ସେ ତା ପାଖରେ ଆସି ରହୁଥିଲେ। ଭିନ୍ନକ୍ଷମ ଭଉଣୀଟେବି ତାଙ୍କସହ ଥିଲା।ତାରବି ସବୁ କାମ କରିବାକୁ ପଡେ।ଏପରି ଅବସ୍ଥାରେ ବି ତା ମାଆ ଭିନ୍ଳକ୍ଷମ ଝିଅର ଛୋଟମୋଟ କାମ ତୁଲଉଥିଲେ।ହେଲେ ଦୁଇଦିନ ହେଇଥିଲା ସେ ଆଉ ଖାଦ୍ୟ ଖାଇବା ମଙ୍ଗୁନଥିଲେ।ସେ ବାଧ୍ୟକରି ଦୁଧରେ କିଛି ପ୍ରୋଟିନ ପାଉଡର ମଳାଇ ପିଆଉ ଥିଲା।ଏଭିତରେ ସେମାନଙ୍କର ତିରୁପତି ଯିବାର ପ୍ରୋଗ୍ରାମ ବନିସାରିଥିଲା।ତିନିମାସ ଆଗରୁ ଟିକେଟ ହେଇ ସାରିଥିଲା।ପରିବାରର ସମସ୍ତେ ସମୁଦିଘର ସହିତ ମିଶି ନାତୁଣୀର ବାଳ ପକାଇବାକୁ ତିରୁପତି ଯିବାକୁ ପ୍ରସ୍ତୁତି କରି ସାରିଥିଲେ।ତେଣୁ ସେ ନାନୀକୁ କହିବାରୁ ତା ମାଆକୁ ଗୋଟେଦିନ ଆଗ ଗାଡିପଠେଇ ନେଇଗଲେ ନିଜ ଘରକୁ।ଅନେକ ଦିନୁ ତା ପାଖେ ଥିବାରୁ ମାଆଙ୍କର ବି ବଡଝିଅ ପାଖକୁ ଯିବାର ଇଛା ଥିଲା।ସେବି ମରିବା ଆଗରୁ ସବୁ ଝିଅକୁ ଦେଖିବାକୁ ଚାହୁଁଥିଲେ।ପୁଅତ ନଥିଲେ ଝିଅମାନେହିଁ ସବୁକିଛି ତାଙ୍କ ପାଇଁ।ବଡ କଷ୍ଟରେ ଝିଅଙ୍କୁ ଶିକ୍ଷିତ କରିଥିଲେ। ଯାହଉ ତାଙ୍କ ପରିଶ୍ରମ ସଫଳ ହୋଇଥିଲା ।ଝିଅ ମାନେ ଉପାର୍ଜନ କ୍ଷମ ହେଇ ପାରିଥିଲେ।ତାଙ୍କପାଇଁ କିଛି ଖର୍ଚ୍ଚ କରିପାରୁଥିଲେ।ତାଙ୍କଠୁ ଯିବାପରେ ଅନ୍ୟଦିନ ମିରାର ଟ୍ରେନ ଥିଲା।ସେମାନେ ଟ୍ରେନରେ ବସି ଅଧାବାଟ ଗଲାପରେ ଶୁଣିଲେ ମାଆ ହସପିଟାଲରେ ଭର୍ତ୍ତି ହେଇଛନ୍ତି।ତାର ଏବେ କିଛି କରିବାର ଉପାୟ ନଥିଲା।କେବଳ ସେଠିରହି ଭଗବାନଙ୍କୁ ଡାକୁଥାଏ।ମାଆର କଷ୍ଟ ଲାଘବ କରିବା ପାଇଁ।ପୁଣି ଆଉ ଏକ ଫୋନ ଆସିଲା ଏଥର ମାଆଙ୍କର ମୃତ୍ୟୁ ଖବରଥିଲା ତାଙ୍କପାଇଁ।ସେତେବେଳେ ତାକୁ ବଡ ଅବସୋସ ଲାଗିଥିଲା।ଯଦି ଆଉ ଗୋଟିଏ ଦିନ ରହିଯାଇଥାନ୍ତେ ଅନ୍ୟ କିଛି ହେଇଥାନ୍ତା।ମୃତ୍ୟୁକୁତ ରୋକି ହେବନାହିଁ,କିନ୍ତୁ ଶେଷଦର୍ଶନ ତ କରିିପାରିଥାନ୍ତେ। କାଶ୍ ଆଉ ଗୋଟେ ଦିନ ସେ ଯାଇନ ଥାନ୍ତେ ? ଏ ପ୍ରଶ୍ନ ତାଙ୍କୁ ଆଜିବି ବ୍ୟତିବ୍ୟସ୍ତ କରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational