STORYMIRROR

SAHADEV PARIDA

Abstract Inspirational

4  

SAHADEV PARIDA

Abstract Inspirational

ଗଣପତି

ଗଣପତି

2 mins
329

ଦକ୍ଷ ଙ୍କ ଦୁହିତା ପାର୍ବତୀ ଶିବଙ୍କୁ ପତି ରୂପେ ପାଇବା ପାଇଁ

ହିମାଳୟରେ ତପସ୍ୟା କରୁଥିବା ସମୟରେ ନାନା ପ୍ରକାର ଵିଘ୍ନ ଉଠୁଥାଏ । ପାର୍ବତୀ ପ୍ରତିଦିନ ଗଙ୍ଗା ନଦୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ଗୁମ୍ଫା କୁ ଯାଇ ଧ୍ୟାନ କରନ୍ତି।

ଦିନେ ମାଆ ପାର୍ବତୀ ଦେହରୁ ହଳଦୀ ମଳୁଖ ଛଡାଇ ଏକତ୍ରିତ କରି ଏକ ସୁନ୍ଦର ମୂର୍ତ୍ତି ତିଆରି କଲେ ଓ ସେ ସୁନ୍ଦର ପିତୁଳାକୁ ଜୀବନ୍ୟାସ ଦେଵାକୁ ବ୍ରହ୍ମା ଙ୍କୁ ସ୍ତୁତି କଲେ । ବ୍ରହ୍ମ ଦେବ ଦେବୀଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ପିତୁଳା ଟିକୁ ଜୀବନଦାନ କଲେ ।ଅତି ଦିବ୍ୟରୂପ ନାରୀ ବାଳକର ନାମ ଗଣେଶ ମାଆ ପାର୍ବତୀ ରଖିଲେ ଏବଂ ଗୁମ୍ଫା ଦ୍ଵାରରେ ଜଗିରହିଵାକୁ ଆଦେଶ ଦେଲେ ହାତରେ ଏକଜଷ୍ଠି ଧରାଇ ଦେଇ।

    ସମୟନୁ କ୍ରମେ ମାତା ପାର୍ବତୀ ଦେବୀଙ୍କ କଠୋର ତପସ୍ୟାରେ ଶିବ ପ୍ରସନ୍ନ ହୋଇ ଆସି ମାଆ ପାର୍ବତୀ ଙ୍କ ଦ୍ବାର ଦେଶରେ ଆସି ପହଁଚିଲେ, ଭିତରକୁ ଯିବାକୁ ଇଛା ପ୍ରକାଶ କଲେ। କିନ୍ତୁ ବାଳକ କହିଲେ ମାଆଙ୍କଠାରୁ ଅନୁମତି ନ ପାଇଲେ ମୁଁ କାହାରିକୁ ଗୁମ୍ଫା ଭିତରକୁ ଛାଡ଼ିବି ନାହିଁ।ଦେବ ଦେଵ ମହାଦେବ ଯେତେ ପ୍ରକାର ଵୁଝାଇଲେଵି ସେ ଵାଟ ଛାଡ଼ିଲେ ନାହିଁ। ଶିବ ରାଗିଯାଇ ନନ୍ଦି ଓଭୃକୁଟିଙ୍କୁ ପଠାଇଲେ ଯୁଦ୍ଧରେ ଵାଳକଟି ବିଜୟୀ ହେଲେ।

 ଶିବ ମଧ୍ୟ ବାରମ୍ବାର ପିଲାଟି ଠାରୁ ପରାଜିତ ହୋଇ କ୍ରୋଧାନ୍ୱିତ ହେଲେ ତାଙ୍କ ତୃତୀୟ ନୟନରୁ ଅଗ୍ନି ନିର୍ଗତ ହେଲା ସେ ଅଗ୍ନି ସ୍ପୁଲିଙ୍ଗ ପ୍ରଭାବରେ ବାଳକ ନିସ୍ତେଜ ହୋଇ ପଡିବାରୁ ଶିବ ତ୍ରିଶୂଳରେ ଶିର ଛେଦ କରି ଗୁମ୍ଫା ଭିତରେ ପ୍ରବେଶ କଲେ।ଶିବଙ୍କ ତ୍ରିଶୁଳରେ ରକ୍ତ ଲାଗିଥିବା କାରଣ ପୁଛା କଲେ ମାଆ ପାର୍ବତୀ।ଦେବ ଦେବ ମହାଦେବ ସମ୍ପୂର୍ଣ୍ଣ ଘଟଣା ବର୍ଣ୍ଣନା କଲେ ।ମାଆ ପାର୍ବତୀ ନିଜ ମାନସ ପୁତ୍ରର ନିଧନ ଶୁଣି ଅଥୟ ହୋଇ କ୍ରନ୍ଦନ କଲେ ଏବଂ ପୁତ୍ରକୁ ବଞ୍ଚାଇବା ପାଇଁ ବ୍ୟାକୁଳ ହେଲେ ।ଶିବ ପାର୍ବତୀଙ୍କୁ ଧରି ଗୁମ୍ଫା ବାହାରକୁ ଆସି ଦେଖିଲେ ବାଳକର ମୁଣ୍ଡ ନାହିଁ।

ନନ୍ଦି ଭୃଙ୍ଗି ଆଦେଶ ଦେଲେ ଶିର ଖୋଜି ଆଣିବାକୁ କିନ୍ତୁ ନ ମିଳିବାରୁ ପୁନଃ ଆଦେଶ ଦେଲେ ଯେଉଁ ଜୀଵ ପଶ୍ଚିମ କିମ୍ବା ଦକ୍ଷିଣ ଦିଗକୁ ମୁଣ୍ଡ ଦେଇ ଶୋଇ ଥିବ ତାର ଶିର ଛେଦନ କରି ଆଣ। ନନ୍ଦି ଭୃଙ୍ଗି ଚାରିଆଡ଼େ ଭୁଲି କେଉଁ ସ୍ଥାନରେ ରେ ପାଇଲେ ନାହିଁ ଶେଷରେ ଦେଖିଲେ ଏକ ଶିଶୁ ହାତୀ ପଶ୍ଚିମ ଦିଗକୁ ମୁଣ୍ଡ ଦେଇ ଶୋଇଛି,ତାର ମୁଣ୍ଡକୁ ଛେଦନ କରିଆଣିଲି ଵ୍ରହ୍ମା ମୁଣ୍ଡକୁ ଯୋଡ଼ି ଜୀବନ୍ୟାସ ଦେଲେ। ଶିଶୁ ଟି ମାଆ ମାଆ ଡାକି ଉଠିଲେ।ମାଆ ପାର୍ବତୀ ମାନସ ପୁତ୍ରର ଵିଵର୍ଣ୍ତ ରୂପ ଦେଖି ମନ ଦୁଃଖ କଲେ। ସମସ୍ତ ଦେବତା ଏକତ୍ରିତ ହୋଇ କହିଲେ ଏ ଶିଶୁ ଆମର ଗଣନାୟକ ହେବେ ଏବଂ ଵିଦ୍ୟାଦାତା, ବିଘ୍ନରାଜ ସର୍ବ ଦେବତାଙ୍କ ଅଗ୍ରପୂଜ୍ୟ ଗଣେନାଥ ହେବେ ବୋଲିଵରପ୍ରଦାନ କଲେ। ସେହି ଦିନ ଠାରୁ ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ଗଣେଶଙ୍କୁ ପୂଜା ଅର୍ଚ୍ଚନା କରାଯାଏ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract