STORYMIRROR

SAHADEV PARIDA

Horror Tragedy

3  

SAHADEV PARIDA

Horror Tragedy

ଅସହାୟ

ଅସହାୟ

2 mins
126

ମନୁଶ୍ ଘର ବାରଣ୍ଡାରେ ଚେୟାରରେ ଵସିଛି। ମୁହଁରେ ଆଗ ଭଳି ହସ ନାହିଁ।କିଏ ଯେପରି ତା, ଠାରୁ ଜୋର୍ ଜବରଦସ୍ତ ଛଡେଇଛି ।ଦୋତାଲା ଵିଲଡିଣ୍ଡିଙ୍ଗ,ଆଜି ସେ ଏକୁଟିଆ,ଗତ ତିନି ମାସ ତଳେ ଧର୍ମ ପତ୍ନୀ ତାକୁ ଏକୁଟିଆ କରି ଆର ପାରିକି ଚାଲିଯାଇଛି । ପୁଅ ଦୁଇଜଣ ଆମେରିକାରେ, ଦୁତିକା ଅର୍ଥାତ୍ ମନୁଶ୍ ର ସ୍ତ୍ରୀ ଦେହାନ୍ତ ହେବାର ପାଞ୍ଚ ଦିନ ପରେ ଆସି ପହଁଞ୍ଚି ଥିଲେ । ଶୁଦ୍ଧି କାର୍ଯ୍ୟ ସରିବା ପରେ ନିଜ ନିଜ ପରିବାର ଧରି ନିଜର ଚାକିରି କ୍ଷେତ୍ରକୁ ଚାଲିଗଲେ । ଗଲା ବେଳେ ଵଣ୍ଡେଲ ଵଣ୍ଡେଲ ଟଙ୍କା ଧରାଇ ଦେଇ କହିଲେ ଦେହର ଯତ୍ନନେଉଥିଵ ଆବଶ୍ୟକ ପଡିଲେ ଚାକରାଣୀ ଚାକର ରଖିବ,ନ ହେଲେ ଚଳିବ କେମିତି। ପିଲାମାନେ ଏଠି ରହି ଚଳି ପାରିବେ ନାହିଁ।

ମନୁଶ୍ ସେଦିନ କିଛି କହିପାରି ନ ଥିଲା। ପିଲାମାନେ ପାଠପଢି ବହୁତ ଟଙ୍କା ରୋଜଗାର କରନ୍ତୁ ବୋଲି ବିଦେଶ ପଠାଇ ଥିଲା।ସେ ଜାଣି ନ ଥିଲା ଟଙ୍କା ମୁହଁ କରି ଦେଶ ଵଙ୍କା। ଆଜିର ଦିନରେ ତାର ଟଙ୍କା ପଇସାର ଅଭାବ ନାହିଁ, ଅଭାବ ପାଖରେ ଆପଣାର ବୋଲି କେହି ନାହାନ୍ତି। ସେ ଆଜି ଏକୁଟିଆ ଅସହାୟ, ସ୍ତ୍ରୀ ଗଲା ପରେ ହାତକୁ ଟାଣି ଗ୍ଲାସ ବଢ଼ାଇବାକୁ କେହି ଲୋକ ନାହାନ୍ତି। ମନ କରୁଥିବା ଖାଦ୍ୟ କେବା ଯୋଗାଡି ଦେଶ । ଆଜି କେବଳ ସେ ଶୂନ୍ୟ ଆକାଶକୁ ଚାହିଁ ବସିଛି। ଧନ ପାଇଁ ସେ ଅନ୍ଧ ହୋଇନି ଆଶ୍ରା ହୋଇ ପଡ଼ିଛି। ନିଜକୁ ନିଜେ ଧିକା୍କାର କରୁଛି। ସେ ଭାବିଥିଲା କ'ଣ,ଘଟିଗଲା କ'ଣ ? ସେ ଭାବିଥିଲା ପିଲାମାନେ ପାଠପଢି ଟଙ୍କା ରୋଜଗାର କରି ତାର ଆଭିଜାତ୍ୟ ବଢାଇବେ। ବୋହୂ ନାତି , ନାତୁଣୀ ଧରି ମଉଜ୍ ମଜିଲିସ୍ ରେ ଦିନ କାଟିବା । ଆଶାର ସ୍ବପ୍ନ ଉଭେଇ ଯାଇଛି ।ସେ ଅସହାୟରେ ନିଜର ଭବିଷ୍ୟତର କଳ୍ପନା ଜଳ୍ପନାରୁ ମେଞ୍ଚା ଏ ଧରି ଗୁମୁରି ଗୁମୁରି କାନ୍ଦୁଛି। ଆଜିର ସମାଜରେ ପିଲା ପାଠ ପଢି ଧନ ରୋଜଗାର ପାଇଁ ବିଦେଶ ଯାଉ,ତାର ପରିଣତି ତ ଏହା।ଏଥି ପାଇଁ ଦାୟୀ କିଏ? ବାର୍ଦ୍ଧକ୍ୟ କାଳରେ କାହାକୁ ଆଶ୍ରା କରି ଦିନ ବିତାଇବା।ଧନ ଆଶାରେ ଏ ଦାରୁଣ ଯନ୍ତ୍ରଣା ଧନ ଆଶାୟୀ ହିଁ ଭୋଗ କରିବ। ଆସ ଆଜିର ବାପା ମାଆ,ଆମେ ସଚେତନତା ହେବା,ନିଜ ସୁରକ୍ଷା ପାଇଁ ଅଳ୍ପ ଧନରେ ସନ୍ତୁଷ୍ଟି ହେବା । ନିଜ ନିଜର ପରିବାର ସହ ଆନନ୍ଦରେ ଶେଷ ଜୀବନ କଟାଇବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror