SAHADEV PARIDA

Classics

3  

SAHADEV PARIDA

Classics

ସତ୍ୟ ହିଁ ଈଶ୍ବର

ସତ୍ୟ ହିଁ ଈଶ୍ବର

1 min
172



ସତ୍ୟ ରେ ଯେ କରଇ ବାସ

ଭୟରେ ହୁଏନି ସେ ତ୍ରାସ ।


ସତ୍ୟର ଆଧାର ଯାହାର

ଆନନ୍ଦେ ରହେ ନିରନ୍ତର ।


ସତ୍ୟର ପୂଜାରୀ ଯେ ଜନ

ସେ ପାଏ ଅଶେଷ ସମ୍ମାନ ।


ପାପ କରି ତାକୁ ଭୟ

ମରଣ କରେ ସେ ଜୟ।


ଶାଶ୍ଵତ ପବିତ୍ର ତା ଚିତ୍ତ

ସଭି ଜନଙ୍କର ସିଏ ମିତ ।


ସ୍ନେହ କରୁଣା ତାର ବିତ୍ତ

ସେବାରେ ନୁହେଁ ଶଙ୍କୁଚିତ ।


ସକଳ ଜନେ ପ୍ରୀତି ରଖେ

ସମତା ମମତା ତା ନିତ୍ୟେ ।


ସତ୍ୟବାଦୀ ମା ଭୁଷଣ

ସେ ଅଟେ ଈଶ୍ଵର ସମାନ ।


Rate this content
Log in

Similar oriya story from Classics