STORYMIRROR

SAHADEV PARIDA

Horror

3  

SAHADEV PARIDA

Horror

ଦୁଇ ଟୋପା ଲୁହ

ଦୁଇ ଟୋପା ଲୁହ

2 mins
189

କଟକ ସହରବାସୀ ଗ୍ରୀଷ୍ମପ୍ରବାହରେ ସମସ୍ତ ଜନଜୀବନ ଅସ୍ତବ୍ୟସ୍ତ।ଗଛର ପତ୍ରଟିଏ ହବୁନି।ଫ୍ରାନ୍ସ,କୁଲର୍ ରୁ ତାତି ପବନ ବାହାରୁଛି।ଜହ୍ନର କିରଣ ଵିଛେଇ ହୋଇ ପଡ଼ିଛି ସତେକି ସଫେଦ ଚାଦର ।ବସା ଘରେ ମୁଁ ଏକୁଟିଆ ବାହାରିଲି କାଠ ଯୋଡି କୂଳକୁ ବୁଲିବାକୁ।ପ୍ରାୟ ଅଧିକାଂଶ ଲୋକ ତାର ନଦୀ ପଠାରେ ଖରା ଦିନ ରାତି ବିତାଇଦିଅନ୍ତି । କିଛି ସମୟପରେ ମୁଁ ଯାଇ ତାକୂଳରେ ପହଞ୍ଚି ଦେଖିଲି ଜନଗହଳି ଠାରୁ କିଛି ଦୂରରେ କେହି ଜଣେ ଏକୁଟିଆ ବସିଛି । କାହିଁକି କେଜାଣି ମୋ ମନ ସେହି ଆଡ଼କୁ ଆପେ ଆପେ ଟାଣି ହୋଇ ଗଲା।ମନରେ ମୋର ଅନେକ ପ୍ରଶ୍ନର ଢେଉ ବ୍ୟକ୍ତି ଜଣକ ଜନ ଗହଳି ଠାରୁ ସେ କାହିଁକି ନିଜକୁ ଦୂରେଇ ରଖିଛି?ସେ କ'ଣ ଜଣେ କବି, ଗାଳ୍ପିକ ନା ଭାବୁକ!ପୁଣି ମନରେ ଅନେକ ଅଶୁଭ ଚିନ୍ତା ଆସିଯାଉଥାଏ।ଏଭାଵନା ଭିତରେ ମୁଁ ଯାଇ ତା ନିକଟରେ ପହଞ୍ଚି ଯାଇଥିଲି। ବ୍ୟକ୍ତି ଜଣକ ମୁଣ୍ଡକୁ ତଳକୁକରି ନୀରବରେ ଵସିଛି ।ସେ ଏ ପରି ଚିନ୍ତାରେ ମଗ୍ନଯେ ମୋର ଉପସ୍ଥିତିକୁ ଜାଣିପାରିଲି । ମୁଁ ନିରେଖି ଦେଖିଲି ତା'ର ମୁହଁଟି ବିଷାଦର କଳାବାଦଲ ରେ ଢାଙ୍କି ହୋଇପଡିଛି । ହଠାତ୍ ତାଙ୍କୁ କିଛି ନ ପଚାରି ତାଙ୍କ ପାଖାପାଖି ବସିଲି କିଛି ସମୟ ନିରବ ରେ ବିତିଲା ପରେ ମୁଁ ପଚାରିଲି ହେ ଭାଇ ଏକୁଟିଆ ଵସି କ'ଣ ଭାବୁଛ?ତୁମର ନାମ କ'ଣ?ଏ ପରି ଗୁମସୁମ ହୋଇକାହିକି ବସିଛି? ବ୍ୟକ୍ତି ଜଣକ ନିରୁତ୍ତର ।


 ପୁନଃ କିଛି ସମୟ ପରେ ମୁଁ ସାହାସ ଯୁଟାଇ ତା ଦେହକୁ ଛୁଇଲି,ଦେହ ଜ୍ଵରରେ କି ଫୁଟୁଛି, ବ୍ୟକ୍ତି ଜଣକ କଥା ମଧ୍ୟ କିଛି ପଚାରିଲେ କହୁନାହାନ୍ତି। ମୁଁ ସଙ୍ଗେ ଅଳ୍ପ ଦୂରରେ ଵସିଥିଵା ଲୋକଙ୍କୁ ଡାକି ଟେକି ଟେକି ରାସ୍ତା ଉପରକୁନେଲୁ ଏବଂ ଗୋଟେ ଅଟେ କରି ଡ଼ାକ୍ତରଖାନାରେ ପହଞ୍ଚି ରାତି ଡ୍ୟୁଟିରେ ଥିବା ଡ଼ାକ୍ତରଙ୍କୁ କହି ବେଡ୍ ଆଡ଼ମିଶନ କରି ତାକୁ ଜଗି ବସିଲି।ତାର ଚେତା ନ ଥାଏ,ରାତି ପ୍ରାୟ ତିନି ଟା ତାର ଚେତା ଫେରିଲା,ନର୍ସ କହିଲେ ପାଖ କେଵିନରୁ କିଛି ଗରମ କ୍ଷୀର ଆଣ ପିଇବାକୁ ଦେବା । ମୁଁ ସଙ୍ଗେ ସଙ୍ଗେ ପାଖ କେଵିନରୁ ଗ୍ଲାସେ କ୍ଷୀର କିଣିଲାଣି ପିଇଗଲି। ବ୍ୟକ୍ତି ଜଣକ ମୋ ମୁହଁକୁ ଵଲବଲ୍ କରି ଚାହିଁ ରହିଥାଏ।ଚେତା ଫେରିଲାରୁ ନର୍ସ ତାର ପରିଚୟ ଜାଣିବାକୁ ଚାହିଁଲେ ସେ କିଛି ଉତ୍ତର ନଦେଵାରୁ ଡିଉଟିରେ ଥିବା କନେଷ୍ଟବଳ ଙ୍କୁ ଡକା ଗଲା ସେ ମଧ୍ୟ ପଚରା ଉଚରା କଲେ କିଛି ଉତ୍ତର ମିଳିଲାନି, ମୁଁ ଲୋକର ହାତୀକୁ ଧରି ହଲାଇ ପଚାରିଲି ଭାଇ ତୁମର ନାମ କ'ଣ,ତୁମ ଘର କେଉଁଠି,ତୁମର କିଏ କିଏ ଅଛନ୍ତି,,,, କିନ୍ତୁ ନିରୁତ୍ତର,ତା ଆଖିରୁ ଜକେଇ ଆସିଲା ଲୁହ ଦୁଇ ଟୋପା ନିଗିଡ଼ି ପଡ଼ିଲା ମୋ ହାତ ଉପରେ ପୁନଃ ଲୋକଟି ଆଖି ଵୁଜିଦେଲା ।ନର୍ସ ତା ଦେହରେ ହାତ ମାରି ଚମକି ପଡ଼ିଲା ଓ ଡ଼ାକ୍ତରଙ୍କୁ ଡାକ ପକାଇଲା,ଡାକ୍ତର ଆସି  ତାର ଧାଡ଼ି ପରୀକ୍ଷା କଲା ପରେ ସାଲାଇନ୍ ଲଗାଇବାକୁ କହିଲେ କିନ୍ତୁ ସାଲାଇନ୍ ଅଟକି ଗଲା ଶରୀରକୁ ଗଲା ନାହିଁ ଡାକ୍ତର ତେଚଶ କୋଟି ପକାଇ ପରୀକ୍ଷା ନିରୀକ୍ଷା କରି ଘୋଷଣା କଲେ ସେ ଆଉ ନାହିଁ।ମୋ ଆଖିରୁ ଦୁଇ ଟୋପା ଲୁହ ଆପେ ଆପେ ଧରି ପଡ଼ିଲା ବଞ୍ଚିପାରିଲାଣି ବିଚରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror