The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Tragedy

4  

Satyabati Swain

Tragedy

ଗଣିତ

ଗଣିତ

4 mins
119



ଅତି ହଇରାଣ ହରକତ ହେଲା ପରେ ପରେ ବାପା ଯାଆନ୍ତି ମାମୁଁ ଘରକୁ।ତାଙ୍କ ପୁରୁଷ ପଣିଆ ଅହଙ୍କାରକୁ ପଛ କରି।ଥରେ ନୁହେଁ ପଚାଶ ବାର ଏପରି ହେଲାଣି।ଗୋଡ଼ ହାତ ଧରନ୍ତି,ଭୁଲ୍ କାଇଲି ମାଗନ୍ତି।ନିଶା ଖାଇବେ ନାହିଁ, ପର ଝିଅ ବୋହୁଙ୍କୁ ଚାହିଁବେ ନାହିଁ,ମାଡ଼ ଗୋଳ କରିବେ ନାହିଁ କୁହନ୍ତି।।କିନ୍ତୁ ମୋତେ ଯେତେବେଳେ ମାତ୍ର ବର୍ଷେ ପୂରି ଥିଲା କି ନଥିଲା,ସେଇ ଥର ମାଡ଼ ଗାଳି ଖାଇ ମା ଗଲା ଯେ ଗଲା।ଏକା ଜିଦ୍ ଆଉ ସେ ଏପରି କଂସେଇ ଘରକୁ ଆସିବ ନାହିଁ।ବହୁତ ସହିଲାଣି।ମରଦ ପଣିଆ ଦେଖେଇ ହେବ।ବର୍ଷକୁ କୋଠାରେ ଗୋଟେ ଛୁଆ କୁ ପେଟରେ ଗୋଟେ ଛୁଆ କରେଇବ।କି ବେଲଜ୍ୟା ଟା ପୋଷିବା ତାକତ ନାହି;ପଲେ ଛୁଆ ଜନ୍ମ କରିବା ଝୁଙ୍କ୍।


ବାରଣ କଲେ ପାହାର।ନିଶା ଖାଇଲେ କେଉଁ ଚାରାରେ ଥାଏ କି ମନା ମାନିବ।ଦେଖେଇ ହେବ ପୁରୁଷ ପଣିଆ।ବର୍ଷକୁ ବର୍ଷ ଗୋଟେ ଲେଖା ଛୁଆ।ମୁଁ ଯିବିନି ସେ ବାଡ଼ି ପଡା ପାଖକୁ।ସମ୍ଭାଳୁ ତା ଛୁଆ,ରହୁ ସୁଖରେ।ବଳଦ ବେହିଆ।କେଉଁ ଗୁଣ ନାହିଁକି? ଦାମ ସ୍ତ୍ରୀ ସୁନେଇକୁ ଲୁଚେଇ ଛପେଇ ପ୍ରେମ କରୁଛି ଗାତ ପଶା।ବାଡ଼ି ପଡା ତୋତେ ମରଣ ହେଉନାହିଁ ଯା ପରମାଇକିନିଆଙ୍କୁ

 ରସିବୁ।ସେଇ ସମ୍ଭାଳିବେ ତୋ ଛୁଆ ,ତୋତେ ଓ ତୋ ସଂସାର।ଛିଃ ଛିଃ ଅଣାକାର ଲଜ୍ଜା ନାହିଁ।ସୁନେଇ ପୁଅ ତା ଘରେ ପସିଥିଲୁ ବୋଲି ଧରି ଛେଚିଲା।କେମିତି ମୁହଁଦେଖେଇ,ମୁଣ୍ଡ ଉଠାଇ ଚାଲୁଛୁ ରେ ଗୋସେଇଁ ଖିଆ।ତୋତେ ସିନା ଲାଜ ସରମ ନାହିଁ।ମୋତେ ଅଛିରେ ବେହିଆ।ମୁଁ ତୋ ସ୍ତ୍ରୀ ହୋଇ ରହିବାକୁ ଚାହୁଁ ନାହିଁ।ଯା.. ମରିବି ପଛେ ବିଷ କି ଦଉଡ଼ି ଲଗାଇ ଆଉ ତୋ ମୁହଁ ଚାହିଁବି ନାହିଁ।" ମା କୁଆଡେ ଏକା ଜିଦ୍ କରି ମାମୁଁ ଘରେ ରହିଲା ।


ଏପରି କେତେ କଣ ବର୍ଷିଲା ମା ।ବାପା କାଠ ପରି ବସିଥାନ୍ତି ତଳକୁ ମୁହଁ ପୋତି।ପଂଚାୟତ ବସିଥାଏ।ମାର ଏକା ଜିଦ୍ ସେ ବାପାଙ୍କ ଠାରୁ ଛାଡ଼ ପତ୍ର ଚାହେଁ।ବାପା ସାଙ୍ଗରେ ଥାଏ ମୋ ବଡ଼ ଭାଇ।ମୋତେ ବି କାଖେଇ କି ନେଇଥାଏ।ବାପା ପାଖେ ବସିଥାଉ ଆମେ।ମା ଏତେ ମାତ୍ରାରେ ରାଗିଥାଏ ଯେ ଆମ ମୁହଁକୁ ଅନାଉଁ ନଥାଏ।ମୁଁ ବି ଦି ମାସ କାଳ ମାକୁ ଛାଡ଼ି ବଂଚିବା ଶିଖି ଯାଇଥାଏ।ନାଉ ହୋଇ ଥାଏ ମୋ ବଡ଼ ଭାଇ ପିଠିରେ।ଜମା ଅନାଉ ନଥାଏ ମା କୁ।ରାଗରେ କି ଅଭିମାନରେ ମୋର ମନେ ନାହିଁ ସେ କଥା।ଏତେ ଛୋଟ ବେଳ କଥା ମୋର କଣ ମନେ ଥାନ୍ତା।କିନ୍ତୁ ଭାଇ କହିଲା ବେଳେ ମୁଁ ଛୋଟ ବୟସକୁ ଫେରିଯାଏ।ସେ ବେଳର କଷ୍ଟ ଗୁଡା ବଡ଼ ବେଳେ ଶୁଣି ବହୁତ ବାଧେ ମୋତେ।


ମା ମୋତେ ହାତ ପତେଇ ଡାକୁଥାଏ।ତା ଆଖି

ରେ ଲୁହ ଟଳ ମଳ।ସେ ବି ଅନୁଭବ କରୁଥାଏ ଯେ ବାପା ଓ ତା କଳି ଯୋଗୁଁ ଆମେ ଚାରି ଭାଇ ଭଉଣୀ ଦଣ୍ଡ ଭୋଗୁଛୁ। କୋଳ ଦୁଧ ଖିଆ ଛୁଆଟା ତାର ବାର ହୀନସ୍ତା ହେଉଛି କାବୁଲିଆ ଚେହେରା

 ମୋର ଦୁଇ ମାସ ଭିତରେ କଣ୍ଟା ହୋଇ ଯାଇ ଥାଏ।ବାଳ କେରାକ ଝାମ୍ପୁଲା ହୋଇ ଓହଳିଥାଏ

।ମା ସିନା ମୁଣ୍ଡ କୁଣ୍ଡେଇ ଟାଣି ଟୁଣି ଦି ଟା ଶିଙ୍ଘ ଉଠିଲା ପରି ଚୁଟି ବାନ୍ଧିଦିଏ।ମୋ ଭାଇକୁ କଣ ସେତକ ଆସେ!।ଭାଇ କିନ୍ତୁ ଦେଖେଇ ଦେଇ କହୁଥାଏ ହେଇ ଦେଖ୍ ମା।ଆମ ମା...ଯା ଲିଲୁ ମା ପାଖକୁ ଯା। 


ଜୋର ସୋର ପାଟି ତୁଣ୍ଡ ଭିତରେ ମୁଁ ଥିଲି ଥିଲି ବିକଳିଆ ହୋଇ ମା..ମା ବା.. ବା ହୋଇ କାନ୍ଦି ଉଠିଲି।ମୋ କାନ୍ଦ ଶୁଣି ଓ ମୋ ରୋଗୀଣା ରୂପ ଦେଖି ମା ଆଉ ସମ୍ଭାଳି ପାରିଲା ନାହିଁ।ଉଠି ଆସି କୋଳେଇ ନେଇ ଘର ଭିତରକୁ ଚାଲିଗଲା।ତା ପଣତ ଘୋଡେଇ ଖୁଆଇଲା ଦୁଇ ମାସ ଉପାସର କ୍ଷୀର।ମୋ ତଣ୍ଡିରେ ଲାଖିଲା ମୁଣ୍ଡ ଥିରି ବାଡେଇ କେତେ କଣ କହିଲା।ମୋ ଦେହ ,ମୁହଁ ଚାରି

ଆଡେ ଚୁଚୁମି ଗଲା।ମୋ ଭାଇକୁ ବି କୋଳେଇ ନେଇ କାନ୍ଦି ପକେଇ କହିଲା-"ମୋ ରାଜା ମୋ ଧନ ଶୁଖିକି ହଲୁଛୁ?ମୋତେ ମା ରେ ଧନ।ମୁଁ ମା ନୁହେଁ କେଉଁ ମା ତା ବକଟେ ବକଟେ ଛୁଆ ଛାଡି ଆସେ!!ମୁଁ ଭାରି ଖରାପ ରେ ଧନ।ମୁଁ ମା ହେବାକୁ ଅଯୋଗ୍ୟ।"


ମୋ ବଡ଼ ଭାଇ ଭୋ ଭୋ କାନ୍ଦି ଉଠେ।କାହିଁକି ନା ମା ଆସିଲା ପରେ ବେଶୀ ଦୁଃଖ ଭୋଗିଛି ସେ।ଭାଇଭଉଣୀ କଥା ବୁଝୁ ବୁଝୁ ସେ ନିଜକୁ ଭୁଲି ଯାଇଛି।ବେଶୀ କାନ୍ଦିଲା ସେ।ମା ତୁ ଚାଲେ ମା।ମିଲୁ,ଫେଲୁ ତୋତେ ବହୁତ ଖୋଜୁଛନ୍ତି ମା।ତୁ ମନା କରନା।ଜାଣିଛୁ ମା! ତୁ ଆସିଲା ପରଠାରୁ ମୁଁ ସ୍କୁଲ ଯାଇନି।ବସ୍ତାନୀରେ ମୋର ଡୋରି ବନ୍ଧା ହୋଇଛି।ମା ତୁ ଯିବୁ ନା?? ବାପାଙ୍କୁ କ୍ଷମା କରିଦେ ମା।


ଭାଇ କହୁଥିଲା ଜାଣିଛୁ ମା.--" ତୁ ଆସିଲା ଦିନୁ ଆମେ ପେଟ ପୁରା ଖାଇ ନାହୁଁ କି ଭଲରେ ଶୋଇ ନାହୁଁ।ମା ତୁ କେମିତି ଆମକୁ ଛାଡି ଚାଲି ଆସୁ!! ଟିକିଏ ଭାବୁ ନାହିଁ ତୋ ଚାରିଟିଟି ଛୁଆ କଣ କରିବେ!କେମିତି ବଞ୍ଚିବେ!କଣ ଖାଇବେ!"


ମା ଭାଇ ମୁହଁକୁ ତା ଦେହରେ ଜାକି କାନ୍ଦି କାନ୍ଦି କୁହେ କେବଳ ତୁମ ମାନଙ୍କ ଭଲ ପାଇଁ ମୁଁ ଘର ଛାଡେ ରେ ଧନ।ଭାବେ ତୁମକୁ ଛାଡି ଆସିଲେ ତୁମ ବାପା ଦାୟିତ୍ୱ ବଢିଯିବ।ନିଶା ପାଣି ଛାଡିଦେବେ।ପର ଝିଅ ଭୁଆଷୁଣିଙ୍କୁ କୁ ଦୃଷ୍ଟି ଦେବେ ନାହିଁ।କେତେ ସହନ୍ତି କହିଲୁ?ତୁ ବଡ଼ ହେଲେ ବୁଝିବୁ ଧନ ଗୋଟେ ମା ର ଅସହାୟତା

।ସେ ତା ପିଲାଙ୍କ ସୁରକ୍ଷିତ,ସୁନ୍ଦର ଭବିଷ୍ୟତ ପାଇଁ କି କି ଦୁଃଖ ସହି ପାରେ।କଣ କରିପାରେ।ବାପା

ରେ! ତୁମକୁଛାଡି ମୁଁ ତ ପ୍ରତି ମୁହୂର୍ତ୍ତରେ ତିଳ ତିଳ ହୋଇ ମରିଛି।ବାବୁରେ! ଆଉ ତୁମକୁ ଛାଡି କୁଆଡେ ଯିବିନି।ଯଦି ମରିବି ତୁମରି ମେଳେ।


ମା ତ ଆଳସ୍ୟର ଦାସୀ ନୁହେଁ।ମାମୁଁ ଘରେ ବି ସେ ମଜୁରୀ ଲାଗିବାକୁ ଯାଉଥିଲା।ବିଭା ହେବା ଝିଅ କୁଣିଆକୁ ବି ସରି ନୁହେଁ।ସେ ବସି ଖାଇଥିଲେ ଭାଇ ଭାଉଜ କାଳେ ପଦେ କହିଥାନ୍ତେ।ସେଥି

ପାଇଁ ମା ପ୍ରତି ଦିନ ମଜୁରୀ ଲାଗେ।ଭାଇ ଭାଉଜଙ୍କୁ ସାହାଯ୍ୟ କରିବା ସହ ନିଜ ହାତରେ ନିଜ ଖର୍ଚ୍ଚ ଉଠାଏ।।ଆମ ସମସ୍ତ ମନ ପସନ୍ଦ ପୋଷାକ କିଣି ରଖିଥାଏ।ଭାଇ ବହି ପଢ଼ିବାକୁ ଭଲ ପାଏ ବୋଲି ତା ପାଇଁ କେତେ ରଙ୍ଗ ବେରଙ୍ଗ ବହି ବି ଆଣିଥାଏ।ଆଉ ବାପା ପାଇଁ ବି ସାର୍ଟ।ରାଗିଥିଲା ବାପାଙ୍କ ଉପରେ.....କିନ୍ତୁ....ମୋ ଭାଇ ଆଖିରେ ଯେତିକି ଅବୁଝା ଆଶ୍ଚର୍ଯ୍ୟ ;ସେତିକି ଖୁସିର ଢେଉ ଖେଳେ ବୋଲି କୁହେ।ମା ତାହେଲେ ବାପାଙ୍କୁ ଏତେ ଭଲ ପାଏ!!ଅଥଚ ବାପା...


ଓହୋ ଅଡୁଆ ତଡୁଆ ହୋଇ ଯାଏ ଭାଇର୍ ବୁଝିବା "ଗଣିତ "ବାପା ମାଙ୍କ ଏଇ ସମ୍ପର୍କକୁ ନେଇ।ମୁଣ୍ଡ ତାର ଟିଣ ହୋଇଯାଏ।ସେ ପଡ଼ିଯାଏ ଆଶ୍ଚର୍ଯ୍ୟ ଘେରରେ।


ମୋ ଭାଇ ଜଣେ ନିଆରା ଧାତୁରେ ଗଢ଼ା।ସୁନ୍ଦର ହୃଦୟ,ସ୍ନେହୀ।ସବୁବେଳେ କୁଲ୍ କୁଲ୍।ଏଇ ଦି ମାସ ଭିତରେ ସତେକି ମୋ ଭାଇ ବୁଝି ଯାଇଥିଲା ଜୀବନ କଣ। ଏଗାର ବାର ବର୍ଷର ପୁଅ ହୋଇଯାଇଥିଲା ସତୁରୀ ବର୍ଷର ବୁଢା।ମୁଁ ଆଉ ମା କୋଳରୁ ବାହାରିବାକୁ ଇଛା ହିଁ କରୁ ନଥିଲି।ମୁହଁ କାଢୁ ନଥିଲି ତା ଛାତିରୁ।ମା କେବଳ କାନ୍ଦୁ

ଥିଲା।ଭାଇକୁ ଆଉଁସୁଥିଲା।ମୋ ଭାଇ ମୁହଁରେ ହସ ଫୁଟୁଥିଲା ଜହ୍ନ ପରି।


କେତେ ଘଣ୍ଟା ଚକଟା ପରେ ମା ରାଜି ହେଲା ଆମ ଘରକୁ ଆସିବାକୁ।


ପୁଣି ହସିଲା ଆମ ଘର।


ବଡ଼ ଅବୁଝା ଏ ବାପମାଙ୍କ ଝଗଡା,ଭଲପାଇବା

,ବାଡ଼ିଆ ବାଡ଼ି ହେବା; ପୁଣି ମିଶିମାଶି କାମ କରିବା ଫେମିଲି ସଂସାର "ଗଣିତ" ସତରେ !ଯାହା ଭାଇ ବୁଝି ନଥିଲା ସେଦିନ।ମୁଁ ବି ମା ଟିଏ ,ତଥା ଫେମିଲି ୱେଲ୍ ଫେୟାର୍ ଅଫିସର୍ ହୋଇ ବୁଝି ପାରିନାହିଁ ଆଜିଯାଏ।


Rate this content
Log in

More oriya story from Satyabati Swain

Similar oriya story from Tragedy