Siddhartha Tripathy

Tragedy Inspirational

3  

Siddhartha Tripathy

Tragedy Inspirational

ଗଣିକା

ଗଣିକା

7 mins
151



   ଆଜି ବ୍ରହ୍ମପୁର ସହରର ରତନା ଓ ସୁରମାର ବାହାଘର । ଗରୀବ ବ୍ରାହ୍ମଣ ପରିବାର । ରତନ ସୁଦୂର ପାରଳାଖେମୁଣ୍ଡିରେ ଛୋଟମୋଟିଆ ଚାହା ଦୋକାନର ମାଲିକ । ରୀତିନୀତି ମୁତାବକ ସରିଗଲା ବାହାଘର । ସୁନ୍ଦରୀ ସ୍ତ୍ରୀ ସୁରମାକୁ ଧରି ପାରଳାଖେମୁଣ୍ଡିରେ ପହଞ୍ଚିଲା ରତନା । 


   ଚାହାଭାଡି ହିଁ ଥିଲା ରତନାର ଘର ସଂସାର । ଗୋଟିଏ ପେଟ ପୋଷିବା କଷ୍ଟସାଧ୍ୟ ଥିଲା ରତନାକୁ, ଆଉ ବର୍ତ୍ତମାନ ଦୁଇଦୁଇଟା । ସୁରମା ପଚାରିଲା ରହିବା କେଉଁଠି ? ରତନା ଅଙ୍ଗୁଳି ନିର୍ଦ୍ଦେଶ କଲା ଚାହାଭାଡିକୁ । 


  ରତନା କହିଲା ଚାହାଭାଡିଟି ବଡ ତଥା ନିରାପଦ, କାରଣ ଏହା ଜିଲ୍ଲାପାଳଙ୍କ ଦପ୍ତର ସାମ୍ନାରେ । ନିତ୍ୟକର୍ମ ସମାପନ ପାଇଁ ମ୍ୟୁନିସିପାଲଟିର ସୁନ୍ଦର ଜଳଯୋଗାଣ ବ୍ୟବସ୍ଥା । ଅସୁବିଧା କିଛି ନାହିଁ । ରତନାର ଛିଣ୍ଡା ହାୱାଇ ଚପଲ ଠାରୁ ରୂପୀଯୁକ୍ତ ଛୋଟଛୋଟ ଚୁଟି ନେନ୍ଦରା ଆଖିକୁ ବଲବଲ କରି ଅନାଇ ରହିଥିଲା ସୁରମା । ହଠାତ୍ ସାଇକେଲ ଚଢି ବାବୁ ଜଣେ ଆସି ପଚାରିଲେ, ଆରେ ରତନା ଆଜି ଦୋକାନ ବନ୍ଦ କି ? ମୁଣ୍ଡ ହଲାଇ ହଁ ଭରିଲା ରତନା । ଆଗକୁ ବଢୁବଢୁ ସାଇକେଲ ଘୁରାଇ ବାବୁ ଜଣକ କହିଲେ, ଏ ମ୍ୟାଡମ କିଏ ? ସହରରେ ନୂଆଁ ଲାଗୁଛନ୍ତି । ନିଜର ପ୍ରଶଂସା ଶୁଣି ଖୁସିରେ କୁରୁଳି ଉଠିଲା ସୁରମା । କାହା ଠାରୁ କିଛି ଉତ୍ତର ନ ପାଇ ସମୟ ହୋଇଗଲାଣି କହି ସାଇକେଲ ଆଗକୁ ବଢାଇଲେ । 


 ସୁରମା ପଚାରିଲା, ହଇହୋ, ମୁଁ କଣ ବାବୁଆଣୀ ପରି ଦେଖାଯାଉଛି ? ସେ ବାବୁ କେତେ ପ୍ରଶଂସା କଲେ । ଚିଡିଉଠି ରତନା କହିଲା, ହେ ସେଇଟା ଅଭଦ୍ର ପିଅନଟା । ଶଳାର ଗୋଟେ ହାତ ନାହିଁ ତଥାପି ତିରିଲା ଦେଖିଲେ ତା ପାଟିରୁ ଲାଳ ବୋହେ।



  ସୁରମା କହିଲା ଯାହା ବି ହେଉ ଘର ଖଣ୍ଡେ ନ ଥିଲେ ମଣିଷ କେମିତି ରହିବ । ସେଇ ପିଅନ ପୁଣି ଆସିଲା ରତନା ପାଖକୁ ଓ କହିଲା ତୁ ଦୋକାନ ଖୋଲୁ ନାହୁଁ ଚାହା ଆଣିବାକୁ ଦୂରକୁ ଦୌଡିବାକୁ ପଡିବ । 


 ସୁରମା କହିଲା ବାବୁ ! କଣ କରିବୁ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ । ପିଅନ ନବଘନର ଆଉ ବୁଝିବାକୁ ବାକି ନଥିଲା ଯେ ଏ ରତନାର ନବବିବାହିତା ପତ୍ନୀ । ନବଘନ କହିଲା ଓଃ ଏଇ କଥା । ଆମ ଘରପାଖରେ ଛୋଟ ଝୋପଡିଟିଏ ଅଛି । ସେଇଟା ସରକାରୀ ଜାଗା । ଆସ ମୋ ସାଙ୍ଗରେ ଦେଖି ଆସିବ । 


 ଅନିଚ୍ଛା ସତ୍ତ୍ୱେ ରତନା ଆଗକୁ ବଢିଲା, ପଛରେ ସୁରମା । ଘର ଦେଖାଇ ପରେ ଆସିବି କହି ଚାଲିଗଲା ନବଘନ । ରତନା ଓ ସୁରମା ଲାଗିପଡିଲେ ସଫାସଫିରେ । 


  ସନ୍ଧ୍ୟା ସମୟରେ ଷ୍ଟୋଭ, କିଛି ବାସନ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ପହଞ୍ଚିଲା ନବଘନ । ରତନା କହିଲା, ବାବୁ ଏସବୁ କଣ ? ନବଘନ କହିଲା ଆରେ, ତୁ ସିନା ଏକା ଥିଲୁ ଯାହାହେଲେ ଚଳିଯାଉଥିଲା, ବାବୁଆଣୀ ପରି ସ୍ତ୍ରୀ ଆଣିଛୁ, ତାକୁ କଷ୍ଟ ହେଲେ ଆମକୁ ବାଧିବ ନା । ତା ଛଡା ସହରୀ ଝିଅ, ଅନ୍ଧାରକୁ ଡରିବ ତେଣୁ ଆମ ଘରୁ ବିଜୁଳିର ବ୍ୟବସ୍ଥା ବି କରିଦେବି । ହଁ ଏଇ କିଛି ଟଙ୍କା ରଖ ପରିବାପତ୍ର ଆଣିବ କହି ସୁରମା ହାତରେ ଧରାଇଦେଲା । ନା...ବାବୁ କହି ପ୍ରତିରୋଧ କରୁଥିଲା ରତନା, ସୁରମା ଆକଟ କରି କହିଲା, ଆମ ଦୋକାନ ଖୋଲିଲେ ବାବୁଙ୍କ ଟଙ୍କା ଫେରାଇଦେବା । ସ୍ମିତ ହସି ଚାଲିଗଲା ନବଘନ । 


ସୁରମା କହିଲା ହଇହୋ, ତମ ମରଦ ଜାତିଟା ପରଶ୍ରୀକାତର, ସନ୍ଦେହୀ । ଏ ବାବୁ କେତେ ଭଲ, ଅଥଚ ଟିକିଏ ପୂର୍ବରୁ ହିଁ ତମେ ଗାଳି ଦେଉଥିଲ । କଣ କହିବ ବୁଝିପାରୁନଥିଲା ରତନା।



 ନବଘନର ଚାହାଣୀ, ଅଯାଚିତ ସାହାଯ୍ୟ ଦେଖି ଭୟ କରୁଥିଲା ରତନା । ରାତିରେ ରତନାର ଝୋପଡି ବି ଆଲୋକିତ ହୋଇଗଲା କିନ୍ତୁ ମନଟା..........ଅମାବାସ୍ୟାର ଅନ୍ଧକାରର ଆଭାସ ଦେଉଥିଲା । ପରଦିନ ରତନା ଦୋକାନ ଖୋଲିବସିଲା । 


  

  ରତନାର ଅନୁପସ୍ଥିତିରେ ଥରେ ଦୁଇଥର ଘରକୁ ଆସିଲା ନବଘନ, ସୁରମା ତାକୁ ଚାହାକପେ ଦେଇ ଆପ୍ୟାୟିତ କଲା ସୁରମା । ନବଘନ କହିଲା, ରତନାଟା ଭାରୀ ସନ୍ଦେହୀ, ତମର ଯାହା ଦରକାର ମତେ କହିବ, ହେଲେ ମୋ କଥା ରତନାକୁ କିଛି କହିବନାହିଁ । ହସିଦେଇ ହଁ ଭରିଲା ସୁରମା । 



ଝୋପଡି ବାହାରକୁ ଆସି ସୁରମ୍ୟ ଅଟ୍ଟାଳିକାର ସୌନ୍ଦର୍ଯ୍ୟ ଅବଲୋକନ କରୁଥିଲା ସୁରମା । ସ୍ୱପ୍ନରେ ବିଭୋର ହୋଇ ନିଜକୁ ସେହି ସ୍ଥାନରେ ଅବସ୍ଥାପିତ କରି ମନେମନେ ହସୁଥିଲା ସେ । ହଠାତ୍....


ରତନାର ସ୍ପର୍ଶରେ ଧ୍ୟାନଭଙ୍ଗ ହେଲା ସୁରମାର । 

ରତନା:-- ବାହାରେ ଠିଆ ହୋଇ କଣ ଭାବୁଛ ?

ସୁରମା:-- ସୁନ୍ଦର ଅଟ୍ଟାଳିକାକୁ ଅଙ୍ଗୁଳିନିର୍ଦ୍ଦେଶ କରି କହିଲା, ଆମର ଏମିତି ଘରଟିଏ ହୁଅନ୍ତାନି ? 

ଠୋ ଠୋ ହସି ପାନଖିଆ ଦାନ୍ତନିକୁଟି ରତନା କହିଲା "ଦିବାସ୍ୱପ୍ନ " ।

ସୁରମା କହିଲା ନା ନା କଷ୍ଟ କଲେ ପରା କୃଷ୍ଣ ମିଳେ । 

ହଉ ଚାଲ ଖାଇବାକୁ ଦେବ କହି ରତନା ଘରଭିତରକୁ ପ୍ରବେଶ କଲା । 


ରାତି ଆଠଟା । ଫେରିଲା ରତନା । ଆଜିଦିନର ଆମଦାନୀ କହି ଶହେଟଙ୍କିଆ ନୋଟଟିଏ ବଢେଇଦେଲା ସୁରମା ହାତକୁ । କିଛି ନକହି ମନେମନେ ହିସାବ କରୁଥିଲା ସୁରମା । ମାସକୁ ସର୍ବମୋଟ ତିନିହଜାରରେ କଣ ହେବ ତା ସ୍ୱପ୍ନ ।



ପରଦିନ ଦୋକାନ ଚାଲିଗଲା ରତନା । କିଛିସମୟ ପରେ ପହଞ୍ଚିଗଲା ନବଘନ । ଲମ୍ୱା ତାଲିକାଟିଏ ଧରେଇଦେଲା ସୁରମା । ନବଘନ ଦେଖିଲା ସବୁ ପ୍ରସାଧାନ ସାମଗ୍ରୀ । ଏଇ ସାଙ୍ଗେ ସାଙ୍ଗେ ନେଇଆସୁଛି କହିଲା ନବଘନ । ଆରେ, ଚାହା ଟିକେ ପିଇକି ଯାଅ କହିଲା ସୁରମା । ଜିଭ କାମୁଡି ପୁଣି କହିଲା ବାବୁ ! ଆପଣଙ୍କୁ "ତମେ" କହିଦେଲି । ହସିଦେଇ ନବଘନ କହିଲା ତୁ ମତେ "ତମେ" ସମ୍ୱୋଧନ କରେ । 



  ବଜାରରୁ ଆବଶ୍ୟକୀୟ ସାମଗ୍ରୀ ଆଣି ଧଇଁସଇଁ ହୋଇ ପହଞ୍ଚିଲା ନବଘନ । ସୁରମା କହିଲା ଆରେ ଏତେ ଝାଳ, ତଉଲିଆ ଦେବି କି ? କିଛି ନ କହି ସୁରମାର ଲୁଗା କାନିରେ ମୁହଁ ପୋଛିଲା ନବଘନ । ଲାଜେଇଗଲା ସୁରମା । 


 ଲାଜ କଣ କରୁଛୁ ଯେ କହି ସୁରମାକୁ କୋଳକୁ ଭିଡିଆଣିଲା ନବଘନ । ସୁରମା କହିଲା, ଗୋଟେ ହାତରେ କେତେ ଶକ୍ତି ଲୋ ମାଆ ! ହସିଦେଇ ନଟଖଟିଆ ଢଙ୍ଗରେ ନବଘନ କହିଲା, ଆଜି ମୋ ଶକ୍ତି ପ୍ରଦର୍ଶନ କରିବି । ଧେତ୍ ଅଭଦ୍ର କହି ନବଘନର ଗାଲରେ ଟିପାଟିଏ ଦେଲା ସୁରମା । କାମାଗ୍ନିର ଅଥଳ ଅଗ୍ନିରେ ଜଳୁଥିଲା ନବଘନ । ଅଟକେଇଲା ସୁରମା । କହିଲା ତମେ ଚାହା ପିଉଥାଅ, ମୁଁ ଏସବୁ ନାଇକି ଆସୁଛି । କେମିତି ଦେଖାଯାଉଛି କହିବ । ହଁ ଭରି ନିଜ ଶରୀରକୁ ନିଜେ ଜାବୁଡି ଧରି କୁରୁଳିଉଠୁଥିଲା ନବଘନ।



କିଛି ସମୟ ପରେ...

ସାମ୍ନାରେ ଠିଆ ହୋଇଥିଲା ସୁରମା । ଓଃ ପୁରାଣବର୍ଣ୍ଣିତ ସ୍ୱର୍ଗର ଅପସରୀ କହି ସୁରମାକୁ ଜାବୁଡିଧରିଲା ନବଘନ । ବିନାଦ୍ୱିଧାରେ ନାରୀର ନାରୀତ୍ୱ ସମର୍ପି ଦେଲା ସୁରମା । 



  ଥକ୍କିଯାଇ ଝାଳ ପୋଛିପୋଛି ଆତ୍ମତୃପ୍ତିର ହସ ହସି ସୁରମା ଘରୁ ବାହାରିଗଲା ନବଘନ । ଖୁସିଥିଲା ସୁରମା । ବୋଧେ ନବବିବାହିତ ରତନା ବି ଏତିକି ଖୁସି ଦେଇପାରୁନଥିଲା । ରାତିରେ ପହଞ୍ଚିଲା ରତନା । ସୁରମା ହାତକୁ ପଚାଶ ଟଙ୍କିଆ ନୋଟଟିଏ ବଢାଇ ଦେଇ କହିଲା, କଣ ଆଜି ଘରସାରା ଅଦ୍ଭୁତ ମହକ । 


ସୁରମା ତା ମୁହଁକୁ ପଚାଶଟଙ୍କା ଫୋପାଡିଦେଇ କହିଲା ରଖ ତୋ ଟଙ୍କା । ମୁହଁପୋତି ଠିଆହେଲି ରତନି । ଆରେ, ଏତେ ସବୁ ସାମଗ୍ରୀ କେଉଁଠୁ ଆଣିଲ ପଚାରିଲା ରତନା । ତୁ ତ ଅଯୋଗ୍ୟ, ସ୍ତ୍ରୀର କୌଣସି ଇଚ୍ଛା ପୁରଣ କରିବାର ଶକ୍ତି ନାହିଁ, ତେଣୁ ପଚାରିବାର ଅଧିକାର ନାହିଁ । 



  ନିଜର ମରଦପଣିଆକୁ ଧିକ୍କାରିବା ସହ ଚୁପ୍ ରହିଲା ରତନା । ପ୍ରତିଦିନ ନବଘନ ଓ ସୁରମାର ମିଳନ ପ୍ରତିବଦଳରେ କିଛି ଅର୍ଥ ଓ ସାମଗ୍ରୀ ଯୋଗାଡ କରୁଥିଲା ସୁରମା । ଚିନ୍ତା କଲା, ଏ ଅଯୋଗ୍ୟ ନ୍ୟାୟବନ୍ତ ସ୍ୱାମୀକୁ ଭରସା କଲେ ଝୋପଡି ବ୍ୟତୀତ ଆଉ କିଛି ପାଇବାର ନାହିଁ । ତେଣୁ, ସୁରମା ବି ଚାହାଦୋକାନକୁ ଗଲା ଓ ରତନାକୁ କହିଲା ତମେ ଘର ଓ ରୋଷେଇ ସମ୍ଭାଳ ମୁଁ ଦୋକାନ ସମ୍ଭାଳୁଛି, ତମକୁ ବ୍ୟବସାୟ ବି ଜଣାନାହିଁ । ଆଜ୍ଞାଧିନ ଛାତ୍ରପରି ହଁ ଭରିଲା ରତନା । 


   ପ୍ରତିଦିନ ପଚାଶ ଟଙ୍କା ପରିବର୍ତ୍ତେ ଅନ୍ୟୁନ ପାଞ୍ଚଶହ ରୋଜଗାର କରୁଥିଲା ସୁରମା । ସବୁ ଗ୍ରାହକଙ୍କ ସୁରମା ଦୋକାନରେ ଲମ୍ବା ଧାଡି । କେହି କେହି ସୁରମାକୁ ଦେଖି ଦେଖି ପାଞ୍ଚଟଙ୍କା ପରିବର୍ତ୍ତେ ଦଶଟଙ୍କା ଦେଇ ଯାଆନ୍ତି, ଆଉ କେହି କେହି ବିପୁଳ ଅର୍ଥ ବିନିମୟରେ ଉପଭୋଗ କରନ୍ତି କିଛି ସମୟ । 



  ସବୁ କିଛି ଜାଣିପାରୁଥିଲା ରତନା । କର୍କଟ ରୋଗୀର ଶରୀର ପରି ତା ସଂସାର ପାଲଟିଯାଇଥିଲା କଙ୍କାଳସାର । ୟାରି ଭିତରେ କନ୍ୟା ସନ୍ତାନଟିଏ ଜନ୍ମ ଦେଇସାରିଥିଲା ସୁରମା । ଛୋଟଛୁଆକୁ ରତନା ପାଖରେ ଛାଡିଦେଇ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିଲା ସୁରମା । 



  ଅସହ୍ୟ ଲାଗୁଥିଲା ରତନାକୁ । ବନ୍ଧା ପଡିଯାଇଥିଲା ସ୍ଵାଭିମାନ । ହଠାତ୍ ଦିନେ ଘରଛାଡି ଚାଲିଗଲା ରତନା । ନବଘନର ନିଶା ଉତୁରି ଯାଇଥିଲା, ସମସ୍ତ ସମ୍ପତ୍ତି ସରିଯାଇଥିଲା, ତା ନିଜ ସଂସାର ଉଜୁଡିଯାଇଥିଲା । ହଠାତ୍ ସୁରମା ନବଘନକୁ ପ୍ରଚୁର ଅର୍ଥ ଦାବି କରିବସିଲା । ନବଘନ କହିଲା ତୁ ତ ଭଦ୍ର ଗଣିକା । କେତେ ନବଘନର ସଂସାର ଉଜାଡିଦେଲୁ । ମୁଁ କିଛି ଦେଇପାରିବି ନାହିଁ । ସୁରମା କହିଲା ତୁ ନଦେଲେ ତୋର କୃତକର୍ମର ଅଶ୍ଳିଳ ଫଟୋ ସହରସାରା ବ୍ୟାପିଯିବ । ଅନନ୍ୟୋପାୟ ହୋଇ ଆତ୍ମହତ୍ୟା କଲା ନବଘନ । 


  

  ଧିରେଧିରେ ପାରଳାଖେମୁଣ୍ଡିରେ ଘରଖଣ୍ଡେ କରିବା ସହ ଝିଅକୁ କଲେଜରେ ପଢେଇବାରେ ସକ୍ଷମ ହେଲା ସୁରମା । 


ହଠାତ୍ ଜଣେ ଗ୍ରାହକ କହିଲା ସହରୀବାବୁ ଜଣେ ଆସିଛନ୍ତି, ଟଙ୍କା ପଚାଶ ହଜାର ଦେବେ, ତମ ଝିଅ ଯଦି............ ଆରେ, ଏଇ କଥା, ଠିକ୍ ଅଛି ହେଲେ ଝିଅକୁ ସହର ବାହାରକୁ ନେଇକି ଯିବେ । ମୁଁ ଝିଅକୁ କହିଦେବି, ଅଙ୍କଲଙ୍କ ସାଙ୍ଗରେ ସହର ବୁଲିକରି ଆସେ । ଠିକ୍ ଅଛି କହି ଗ୍ରାହକ ଜଣକ ଚାଲିଗଲା । ପଚାଶହଜାର ଟଙ୍କା ରଖି ଝିଅକୁ ସେହି ଅର୍ଦ୍ଧବୟସ୍କ ବାବୁଙ୍କ ଗାଡିରେ ବିଦାୟ ଦେଲା ସୁରମା।


  

   ଝିଅ ରୋଜାଲିନକୁ ବିଭିନ୍ନ ସ୍ଥାନ ଭ୍ରମଣ କରାଇବା ସହ ନିଜ ଆଡକୁ ଆକର୍ଷିତ କରାଇବାର ପ୍ରଚେଷ୍ଟା କରୁଥିଲେ ପ୍ରୌଢଜଣକ । ସନ୍ଧ୍ୟା ଉପନୀତ ହେଲା । ସୁନ୍ଦର ହୋଟେଲକୁ ନେଇ ଚାଲିଗଲେ ପ୍ରୌଢଜଣକ । ଖୁସିରେ ନାଚିଉଠୁଥିଲା ରୋଜାଲିନ । ସୁନ୍ଦର ପଲଙ୍କରେ ନାଚୁଥିଲା ରୋଜାଲିନ । ପ୍ରୌଢଜଣକ ମୃଦୁପାନୀୟ ବଢାଇଦେଲେ ରୋଜାଲିନକୁ । ଢକଢକ ପିଇଗଲା ସେ । 



  କିଛି ସମୟ ଭିତରେ ଶୋଇଗଲା ରୋଜାଲିନ । ସକାଳେ ନିଦ ଭାଙ୍ଗିଲା ଯେତେବେଳେ କାନ୍ଥ ଘଣ୍ଟା ଢଂ ଢଂ ବାଜି ଦିନ ଦଶଟା ବାଜିବାର ସୂଚନା ଦେଉଥିଲା । ମୁଣ୍ଡ ବିନ୍ଧିବା ସହ ଶରୀର ସାରା ପୀଡା ଅନୁଭବ କରୁଥିଲା ସେ । 


 ଚମକିଉଠି ଦେଖିଲା ତା ଶରୀର ସମ୍ପୁର୍ଣ୍ଣ ଉଲଗ୍ନ । ଆଉ କିଛି ବୁଝିବାର ବାକି ନଥିଲା ତାର । ମୃଦୁପାନୀୟ.....

ବାପ ବୟସର ବ୍ୟକ୍ତି......

ଯିବ କୁଆଡେ ? କରିବ କଣ ? ଶେଷରେ ମାଆ ବି........

ମାଆ ନା ରାକ୍ଷସୀ.....

ଜାମା ପିନ୍ଧି ବସି କାନ୍ଦୁଥିଲା ରୋଜାଲିନ । 



   ଘର ଭିତରକୁ ଝାଡୁଧରି ପ୍ରବେଶ କଲେ ଜଣେ ବୃଦ୍ଧ । ରୋଜାଲିନକୁ ଦେଖି ପଚାରିଲେ, ମାଆ, କାନ୍ଦୁଛ କାହିଁକି ?କେଜାଣି କେମିତି ଆତ୍ମୀୟତା ଭରିଗଲା ରୋଜାଲିନ ମନରେ । ସମସ୍ତ ବିଷୟ ଗୋଟି ଗୋଟି ବର୍ଣ୍ଣନା କରିଗଲା ରୋଜାଲିନ । ଭୋ ଭୋ କାନ୍ଦୁଥିଲା ଝାଡୁଦାର । 



ରୋଜାଲିନ କହିଲା, ମଉସା, ମୋର ଏ ଅବସ୍ଥା ମୋ ମାଆ ଓ ତାର ଅର୍ଥ ଲୋଭ ପାଇଁ । ହେଲେ ତମେ ଏମିତି କାନ୍ଦୁଛ କାହିଁକି ? ଝାଡୁଦାର କହିଲା ନା ଲୋ ପାଗଳି, ମଉସା ନୁହଁ, ମୁଁ ତୋର ହତଭାଗା ବାପା ରତନା । କୁଣ୍ଢେଇ କାନ୍ଦିଉଠିଲା ରୋଜାଲିନ । ମୁହଁର ଚମଡା ଶକ୍ତ ହେବାସହ ହାତମୁଠା ଟାଣ ହୋଇଉଠୁଥିଲା ରତନାର । ଝିଅକୁ ନେଇ ଘରକୁ ଗଲା । 



  ପାଠ ପଢି ବାପା ପାଖରେ ବଢିବାରେ ଲାଗିଲା ରୋଜାଲିନ । ଘରକୁ ଆସି ରତନାକୁ କହିଲା ରୋଜାଲିନ, ବାପା ଜିଲ୍ଲାପାଳ ଦପ୍ତରରେ ମୋର ଚାକିରୀ ହୋଇଯାଇଛି । ଏଥର ସେହି ଅର୍ଥଲୋଭୀ ଗଣିକାର ପ୍ରତିଶୋଧ ନେବା ସମୟ ଉପନୀତ । ତମେ ମୋର ଦେବତା । ତମଯୋଗୁଁ ଆଜି ଇତିହାସର ପଟ୍ଟପରିବର୍ତ୍ତନ । ନଚେତ, ଜାଣିଛ ବାପା, ଗଣିକାର ଝିଅ ଆଜି ଅଫିସର ନୁହଁ ବରଂ ଗଣିକା ହୋଇ କେଉଁ ଅନ୍ଧାର ଗଳିରେ ଦେହଦାନ.....। ପାଟିରେ ହାତ ଦେଇ ଚୁପ କରାଇଲା ରତନା । 



   ସନ୍ଧ୍ୟା ସମୟରେ ରତନାକୁ ନେଇ ରୋଜାଲିନ ବାହାରିଲା ପାରଳାଖେମୁଣ୍ଡି ଅଭିମୁଖେ । ରତନା କହିଲା, ଝିଅଲୋ ! ପୁଣି କାହିଁକି ସେହି ଘୃଣ୍ୟ ଅତୀତ ପାଖକୁ......!

ରୋଜାଲିନ କହିଲା, ନା ବାପା, ଶୁଣିଥିଲି ପରିସ୍ଥିତିରେ ପଡି ନାରୀଟିଏ ଗଣିକା ସାଜେ । କିନ୍ତୁ ଏଇ ରାକ୍ଷସୀ ସୁରମା, ସମ୍ପତ୍ତିର ଲାଳସାରେ ନିଜ ଝିଅର ଇଜ୍ଜତକୁ ବି ବାଜି ଲଗେଇଦେଲା । ମୁଁ ପାରଳାଖେମୁଣ୍ଡିର ପୋଲିସ ସହ କଥା ହୋଇଛି, ତାକୁ ବିଚ୍ ରାସ୍ତାରେ ନିର୍ବସ୍ତ୍ର କରି ଘୋଷାଡି ଜେଲରେ ଭର୍ତ୍ତି କରିବି । 


ହଉରେ ମାଆ, ତୋ ଇଚ୍ଛା କହିଲା ରତନା । ବାପ ଝିଅ ପହଞ୍ଚିଗଲେ ପାରଳାଖେମୁଣ୍ଡି । ଖୋଜାଖୋଜି କରି ପାଇଲେ ସୁରମାର ଠିକଣା । ହେଲେ ସୁରମା ଆଉ ନଥିଲା । ଖବର ନେଇ ଜାଣିପାରିଲେ ସେହିଦିନ ସକାଳେ ସୁରମାର ପାପଗର୍ଭର ପୁଅ ସୁରମାକୁ ହତ୍ୟା କରି ଜେଲରେ । 


ଫେରୁଥିଲେ ରତନା ଓ ରୋଜାଲିନ । ରତନା କହୁଥିଲା କୃତକର୍ମର ଫଳରେ ମାଆ । ହସୁଥିଲା ରୋଜାଲିନ!



Rate this content
Log in

Similar oriya story from Tragedy