STORYMIRROR

Rakesh Mishra

Abstract Others

5.0  

Rakesh Mishra

Abstract Others

ଗଳ୍ପ ପରି ଲାଗେ

ଗଳ୍ପ ପରି ଲାଗେ

1 min
14.4K


- ଏଇ କଣ କରୁଛ..

- ନା ଏମିତି ଗୋଟେ କବିତା ଲେଖାର ଚେଷ୍ଟା କରୁଥିଲି

- କଣ ଲେଖିଛ ପଢି ଶୁଣା..

ଶୁଣ-

"ହଠାତ୍ ଯେବେ ସ୍ଵପ୍ନ ଭାଙ୍ଗେ ନିଶବ୍ଦ ନିଶୁନ ରାତେ,

ଲାଗେ ମୋତେ ତୁମେହିଁ ଅଛ ମୋ ପାଶେ ମୋ ସାଥେ,

ହଠାତ ପୁଣି ଉଭେଇ ଯାଅ ଅନ୍ଧକାର ପଥେ,

ଆଉ ସାରାଟା ରାତି ମୁଁ ଯୁଦ୍ଧ କରେ ନିଜେ ହିଁ ନିଜ ସାଥେ,

ଭାବେ,

ମୁଦ୍ରିତ ଅବା ଉନ୍ମିଳିତ,

ଏ ଆଖିରେ ସୁଧୁ ତୁମେ ହିଁ ତ ରୁହ..

ତେବେ,

ଆଖିରେ ରହି ଆଖିରୁ ପୁଣି କାହିଁକି ଝରାଅ ଲୁହ..."

 - ଭଲ ହେଇଛି..ଟିକେ ମୋଡିଫିକସନ ଦରକାର.. ଗୋଟେ କଥା କୁହ ତ, ତୁମ ସବୁ କବିତାରେ ଏତେ ଦରଦ, ଏତେ କଷ୍ଟ କାହିଁକି ଥାଏ ?? ମୁଁ କଣ ତୁମକୁ ବହୁତ କଷ୍ଟ ଦିଏ କି ??

- ହଁ, ଟିକେ.. କିନ୍ତୁ ତୁମେ ଟିକେ କଷ୍ଟ ନଦେଲେ ମୁଁ କବିତା ଲେଖିବି କେମିତି..? ରୋମାଣ୍ଟିକ କବିତା ମୋତେ ଲେଖି ଆସେନା ପା..

- ତା ହେଲେ ଥାଉ ତୁମର କବିତା ଲେଖିବା ଦରକାର ନାହିଁ...

*********

କିରେ ଅନିମେଷ କଣ ଏତେ ଭାବୁଚୁ । ଉଠ ଉଠ, କବିତା ଆସରରେ ୟା ପରେ ତୋ ପାଳି । ଆଛା ତୁ ଏତେ ଦରଦ ପାଉଛୁ କୋଉଠୁ କହିଲୁ । ମଜା କରି ପଚାରୁଥିଲା ପବିତ୍ର ।

- କେବେ କାହାଠୁ ଅଳ୍ପ ଟିକେ କଷ୍ଟ ଧାର ମାଗିଥିଲି । ତା ଦୟାରୁ ସାରା ଜୀବନ ପାଇଁ ଷ୍ଟକ ମିଳିଯାଇଛି. 

ଦେ ଗୋଟେ ସିଗାରେଟ ଦେ.. ମୁଣ୍ଡ ଟା ବିନ୍ଧୁଚି..।


Rate this content
Log in

Similar oriya story from Abstract