STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଗିପଟ୍

ଗିପଟ୍

6 mins
204


ସଂଘର୍ଷରୁ ସଂଘାତ, ସଂଘାତରୁ ଜୀବନ କେବେ ଆକାଶ ଛୁଏଁ ତ କେବେ ବାଟବଣା ହୋଇ ନରକ ପଥ ବାଛିନିଏ।


ସେମିତି ମୋ ଜୀବନରେ ଜଣେ ବନ୍ଧୁ ଆସିଥିଲା।ଯିଏ ହଜି ଯାଇଛି ଭିଡ଼ ଭିତରେ।


ଫୋନ୍ ରିଂ ହେଲା।ଅନ୍ନୋନ୍ ନମ୍ବର।


ହାଲୋ ,କିଏ?


କେକେ !!


କିଏ ଏହି କେ କେ ! ମୋ ଜୀବନ ସହ ଏହାର ସଂପର୍କ କଣ ?


ରଖିଦେଲି ଫୋନ୍ ରଙ୍ଗ ନମ୍ବର କହି।


ପୁଣି ଫୋନ୍ ରିଂ ହେଲା।ସେଇ ଏକା ନମ୍ବର।କାହିଁକି ସେ ମୋତେ ଫୋନ୍ କରୁଛି! 


ହାଲୋ ମୁଁ କେ କେ ଦ ମୋଷ୍ଟ ୱାଣ୍ଟେଡ୍ କଲ୍ ଵଏ କହି କାଟି ଦେଲା ଫିନ। କଣ ଏହାର ଉଦ୍ଦେଶ୍ୟ? 


ମୋର ଗୋଟେ ପ୍ରତିଷ୍ଠା ଅଛି। ଲବ୍ଧ ପ୍ରତିଷ୍ଠିତ ଡଃ ତ୍ରିଲୋଚନ ମିତ୍ରଙ୍କ ମିସେସ୍। ସାତ ବର୍ଷର ପୁଅ ଆୟୁର ମା ମୁଁ। ଜଣେ ଅଧ୍ୟାପିକା।କାହିଁକି ଲୋକଟି ନିଜକୁ କଲ୍ ବଏ ପରିଚୟ ଦେଇ ମୋତେ କଲ୍ କରୁଛି?


ଭିତରେ ଭିତରେ ଡରି ଗଲି ମୁଁ।କଣ କରିବି ପୋଲିସ କୁ ଖବର ଦେବି? ମିଷ୍ଟର୍ ଙ୍କୁ କହିବି କି ? ଭାରି ରାଗି ଡ଼ଃ ମିତ୍ର । ତ୍ରିଲୋଚନ ନା ,ଶିବଙ୍କ ପରି କ୍ରୋଧି। ଏ ପରିସ୍ଥିତିରେ ମୋର କଣ କରିବା ଉଚିତ୍?


ଏଥରକ ଫୋନ୍ କଲେ ସିଧା ସିଧା କହିବି ଯେ ପୋଲିସ ରେ ଦେଇଦେବି। ଲୋକଟା ରୀତି ମତ ମୋ ପଛରେ ଲାଗି ଯାଇଛି।


ରାତି ଏଗାର ଫୋନ୍ ରିଙ୍ଗି ହେଲା।ଡ଼ଃ ମିତ୍ର ଘରେ ଥିଲେ।ସେ ଫୋନ୍ଟି ଉଠେଇଲେ।ହାଲୋ ....ହାଏ ପୁର୍ବୀ ମୁଁ କେ କେ।


କେ କେ !


ୟଶ୍ ଦ....


ଓକେ ଓକେ ପୂର୍ବିକୁ ଦେଉଛି।


ପୁର୍ବୀ !! ପୁର୍ବୀ ତୁମ ଫୋନ୍।


କିଏ କରିଛନ୍ତି ଟିଲୁ ?


କେ କେ ।


ହ୍ଵାଟ୍ ! କେ କେ ? ଟିକେ ବିବ୍ରତ ହୋଇ ପଡିଲି ମୁଁ।


ରଖିଦିଅ ମୁଁ କେ କେ କିଏ ଜାଣିନି।


ଆରେ କଥା ତ ହୁଅ।କିଛି ଆର୍ଜେଣ୍ଟ ଥାଇ ପାରେ।


ଡ଼ଃ ମିତ୍ରଙ୍କ ମୂଡ଼ ଖୁବ୍ ଭଲ ଥିଲା।ଏଇ ମୌକାରେ ମୁଁ ସତ୍ୟ କଥାଟା କହି ଦେବାକୁ ଚାହିଁଲି। 'ଟିଲୁ' କିଛି ଦିନ ହେବ ଏଇ ଅନ୍ନୋନ୍ ନମ୍ବରରେ ମୋତେ ପ୍ରାୟତଃ ଏଇ ଏକା ସମୟରେ ଦୁଇ ଥର ୟାକୁ ମିଶାଇ କଲ୍ ଆସିଲାଣି।ଲୋକଟି ନିଜକୁ କେ କେ କହୁଛି।ପୁଣି ଜାଣିଛ ନିଜକୁ ଦ ମୋଷ୍ଟ ୱାଣ୍ଟେଡ୍ କଲ୍ ବଏ ବି କହୁଛି।ମୁଁ ବୁଝି ପାରୁନାହିଁ ମୋତେ କାଇଁ ଫୋନ୍ କରୁଛି !


ତୁମର ତ ସବୁବେଳେ ନାଇଟି ଡିୟୁଟି।ଏଣେ କ୍ଲିନିକ ପ୍ରେସର୍।ସେଥିପାଇଁ ତୁମକୁ କହି ନଥିଲି ଡିଷ୍ଟର୍ବ ହେବ ବୋଲି।ମୋତେ କିନ୍ତୁ ଭାରି ଭୟ ଲାଗୁଛି।ଚାଲ ଯିବା ପୋଲିସକୁ ଏ ବିଷୟରେ କହିବା।


ଫୋନ୍ ରେ କଣ ସବୁ କୁହେ ପୁର୍ବୀ ? ରେକର୍ଡ କରି ରଖିଲନି।


ରଖିଛି ଟିଲୁ।


ସେ କେବଳ ହାଲୋ ମୁଁ କେକେ ,ଦ ମୋଷ୍ଟ ୱାଣ୍ଟେଡ଼ କଲ୍ ବଏ କହି କାଟି ଦିଏ।


ଓ ବୁଝିଲି।ଏମାନଙ୍କର ଏ ଗୋଡେ ଭଲ ରୋଜଗାର କରିବା ବାଟ।ଏମାନଙ୍କର ଗୋଟେ ବଡ଼ ଲୋକ ମିସେସ୍ କୁ ଏମିତି ବାରମ୍ବାର କଲ୍ କରି ଗ୍ରାହକ କରନ୍ତି।


କେତେ ବାଜେ ବିକାର ଗ୍ରସ୍ତ ସ୍ତ୍ରୀ ଲୋକ ବି ଅଛନ୍ତି ଏପରି କଲ୍ ବଏକୁ ନେଇ ରାତି ବିତାନ୍ତି।ଏ ଖେଳଟି ତାଙ୍କୁ ଖୁବ୍ ମଜା ଦିଏ।ଡ଼ଃ ମିତ୍ର ଜଣେ ପଇସା ବାଲା ଭାବି ତୁମେ ତାର ଗ୍ରାହକ ହେବ ବୋଲି ଫୋନ୍ କରୁଥିବ।ହେଲେ ସେ ଜାଣିନି ଏ ତ୍ରିଲୋଚନ ମିତ୍ରଙ୍କ ର ମିସେସ୍ ଦେବୀ ପାର୍ବତୀଙ୍କ ପରି ଏକପତ୍ନୀ ବ୍ରତ ପାଳନ କରନ୍ତି।


ତୁମକୁ ଜାଲରେ ପକାଇବା ପାଇଁ ଏ ଗୋଟେ ରାସ୍ତା ମିସେସ୍ ମିତ୍ର।ତୁମେ ଏତେ ସୁନ୍ଦର କାହିଁକି ହେଉଥିଲ ? ଏବେ ତୁମକୁ ଜଗିବାବୁ ମୋତେ ଜଗୁଆଳି ରଖିବାକୁ ପଡିବ।କେହି ନିଶ୍ଚୟ ତୁମ ରୂପରେ ପାଗଳ ହେଲାଣି।


ଓହୋ ମୋର ଭୟରେ ପ୍ରାଣ ଯିବା ଉପରେ।ୟାଙ୍କର ମଜା ସୁଜୁଛି।


ଆଚ୍ଛା ବାବା ମୁଁ ଦେଖୁଛି କଣ କରାଯାଇ ପାରେ।


 ପୁଅ ପାନେ ପାଇବ।ପୋଲିସ ଡିଜିଙ୍କୁ ଫୋନ୍ କଲେ ଡ଼ଃ ମିତ୍ର।

 

ତାପର ଦିନ ଡିଜି କହିଲେ ସେ ଲୋକ ଆଉ ମିସେସ୍ ମିତ୍ରଙ୍କ ହଇରାଣ କରିବନି।ଲାଇସେନ୍ସ ପ୍ରାପ୍ତ ହୋଟେଲ୍ ର୍ ସେମାନେ ପେଶାଦାର ହୋଟେଲ୍ ରେ କାମ କରନ୍ତି।କଲ୍ ବଏ ହେଲେ ବି କେ କେ ଜଣେ ଭଲ ମଣିଷ ତା ସହ କଥା ହୋଇ ମୋତେ ଲାଗିଲା।ପୁର୍ବୀ ମାମ୍ ଙ୍କ ନାଁ ଶୁଣି ସେ ଦୁଃଖ ପ୍ରକାଶ କଲା।ଆଉ ଦିନେ ସେ ଏ ଭୁଲ୍ କରିବ ନାହିଁ ବୋଲି ପେପର୍ ରେ ଲେଖି ଦେଇଛି।ଦେଖନ୍ତୁ।ଯଦି କେବେ ଏମିତି କରେ ସିଧା ଜେଲରେ ଠୁଙ୍କିବି ତାକୁ।

କେକେ ଦସ୍ତଖତ କରିଥିବା ପେପର୍ ଟି ମୁଁ ଦେଖି ଚମକି ପଡିଲି।କଲ୍ଲୋଲ କୁଅଁର ,ଗଇନିପୁର ! ଏତ ମୋ ଖୁଡିଙ୍କ ବାପଘର ଗାଁ।କଲ୍ଲୋଲ ତ ଖୁଡିଙ୍କ ଭାଇ ପବି ମାମୁଁଙ୍କ ପୁଅ ଜିତୁର ସାଙ୍ଗ।


ମୋ ମନୋଭାବ ମନରେ ଚାପି ରଖି ଖୁବ୍ ସତର୍କ ରହିଲି।କଲ୍ଲୋଲ ତେବେ କେ କେ!


ସତକୁ ସତ ଏହା ଭିତରେ ଛଅ ମାସ ବିତି ଯାଇଥିଲେ ମଧ୍ୟ ଆଉ କେକେ ଫୋନ୍ କରି ନଥିଲା।ମୁଁ କିନ୍ତୁ ଅନେକ ଭାବନାରେ ଛନ୍ଦି ହୋଇ ଯାଇଥିଲି।କେକେ ବିଷୟରେ ଜାଣିବାକୁ ଖୁବ୍ ଇଚ୍ଛା ହେଉଥିଲା।


ମୋର ଇଚ୍ଛା କଣ ହୁଏ ଜାଣିଛ ! ତୋର ଗୋଟିଏ ରାତିର ଗ୍ରାହକ ମୁଁ ହୁଅନ୍ତି ! ତୁ ଏ କି 'ଜୀବନ 'ଜୀଇଁବାକୁ ପସନ୍ଦ କଲୁ କୁନୁ ଭାଇ , ବୋଲି ପଚାରନ୍ତି?


ଏ ପେଶା ଆପଣେଇ ତୁ କି 'ଜୀବନ' କିଣିଲୁ!


କିନ୍ତୁ ମୁଁ ନାକ ଟେକୁନିରେ। ତୋତେ ଦୟା କରୁଛି।ଥିଲୁ ଥିଲୁ କୁଆଡେ ଉଭାନ ହୋଇଗଲୁ।ଥରେ ଅଧେ ଗାଁ କୁ ବର୍ଷରେ ଆସୁଥିଲୁ। ଧୁମ୍ ଧାମ୍ ରେ ଦୁଇ ଭଉଣୀଙ୍କୁ ବାହା ଦେଲୁ।ବାପାଙ୍କୁ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କଲୁ।ଜିତୁ କୁହେ ଏସବୁ ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ପ୍ଲସ ଥ୍ରୀ ପାସ୍ କରିଥିବା କୁନୁ କି ଚାକିରୀ କରିଛି ଯେ ଏତେ ପଇସା ରୋଜଗାର କରୁଛି! ଖୁବ୍ ସୁନ୍ଦର ଟୋକାଟିଏ ଥିଲୁ।ସେଇଥିପାଇଁ ନିଜ ଦେହକୁ ଶେଷରେ ବିକିଲୁ!


କେବେ ଯଦି ଦେଖା ହୁଏ ତୋତେ ଗୋଟିଏ ଚିଜ ଦେବାର ଅଛି।ସେ ଚିଜ ଭାରିରେ ମୁଁ ଅଣ ନିଃଶ୍ଵାସୀ ହେବାକୁ ବସିଲାଣି।ତୋତେ ଦେଖା କରି ତୋ ଚିଜ ତୋତେ ଫେରସ୍ତ କରିଦେଲେ ମୁଁ ନିଶ୍ଚିନ୍ତ ହୋଇଯାଆନ୍ତି।


ସେଦିନ ଆଖି ଆଗରେ ଭାସି ଉଠିଲା।

ଖୁଡି ସହ ମୁଁ ପ୍ରାୟତଃ ତାଙ୍କ ଗାଁକୁ ଯାଏ।ଜିତୁ ଭାଇର ସବୁ ସାଙ୍ଗ ମୋର ବି ସାଙ୍ଗ।ଆମେ ଗ୍ରୀଟିଙ୍ଗିସ୍ କାର୍ଡ ନୂଆ ବର୍ଷରେ ଦିଆ ନିଆ ହେଉ।


ସମସ୍ତଙ୍କ ଭିତରେ କୁନୁ ଭାଇ ଅଲଗା।ସାବତ ମା।ଖୁବ୍ ମାଡ଼ ଗାଳି ଖାଏ।ସେ ଓ ତାର ଦୁଇ ଭଉଣୀ ଥିଲେ ବି ପିଲା ଗୁଡା ସାନ ସାନ ହୋଇଥିବାରୁ ତାଙ୍କ ବାପା ଦ୍ଵିତୀୟ ଵିଵାହ କଲେ।ପିଲାଦିନ ଖୁବ୍ କଷ୍ଟରେ କଟିଛି କୁନୁ ଭାଇର।ସବୁବେଳେ କୁହେ କହିଲୁ କଣ କଲେ ମୋ ନୂଆ ମା ମୋତେ ଭଲ ପାଇବ ! ଯେ କୌଣସି କାମ ବଦଳରେ ମୁଁ ନୂଆ ମା ସ୍ନେହ ଚାହେଁ ପୁର୍ବୀ।


ସେଇ ମା ର ସ୍ନେହ ପାଇଁ କୁନୁ ଭାଇ କଣ କେ କେ ହୋଇଗଲା କି !


ମୋ ଭିତରେ ବେଯାଏ ଛଟପଟ ଭାଵ।


କୁନୁ ଭାଇ ମୋତେ ଭଲ ଲାଗେ।


ସେ ବର୍ଷ ନୂଆ ବର୍ଷରେ କୁନୁ ଭାଇ ମୋତେ ଗୋଟେ ଡାଇରୀ ଗିପ୍ଟ ଦେଇ କହିଲା ହାପି ନ୍ୟୁ ଇଅର୍।ଏଇଟା ନୂଆ ବର୍ଷର ମୋ ତରଫରୁ ତୋ ପାଇଁ ଗିପଟ୍।


ଗ୍ରୀଟିଙ୍ଗିସ କାର୍ଡ ନ ଦେଇ ଏଇଟା କଣ ଦେଇଛୁ?


ବୋକି ! ଏଇଟା ପରା ଡାଇରୀ।ଗ୍ରଟିଙ୍ଗିସ୍ କାର୍ଡଠୁ ବି ଖୁବ୍ ସୁନ୍ଦର।ଖୋଲି ଦେଖେ।


ଡାଇରୀ !!


ହୁଁ ଖୋଲି ଦେଖେତ।


ଆରେ ବାଃ ଏ ଖାତା ଭଳିଆ ଚିଜଟି ଏଡ଼େ ସୁନ୍ଦର!


ଡାଇରୀ ପ୍ରଥମ କରି ଦେଖି ଖୁବ୍ ଖୁସି ଲାଗିଲା।ଏମିତିରେ ବହି ଖାତା ରଙ୍କୁଣୀଟିଏ ମୁଁ।


ହାତରେ ଫଡ ଫଡ କରି ଡାଇରୀ ପୃଷ୍ଠାରେ ହେଉଥିବା ଶବ୍ଦଗୁଡାଙ୍କୁ ମୁଁ ମନ ଭରି ଉପଭୋଗ କଲି।


କୁନୁ କହିଲା ଏଥିରେ କଣ କରିବୁ କହିଲୁ?


ମୁଁ ୟାକୁ ମୋ ବାକ୍ସରେ ସାଇତି ରଖିବି।


ମିଛରେ ତୋତେ ଓଲି କୁହେ। ଏ ଗୋଟିଏ ବର୍ଷ ପାଇଁ।ଏ ବର୍ଷ ସରିଲେ ମସିହା ସହ ଏହାର ମାସ ତାରିଖ ବଦଳିଯିବେ।


ବଦଳୁ ମୋର କଣ ଅଛି?ମୁଁ ତ ସାଇତି ରଖିବି ,ତୋର କଣ ଅଛି?


ଓହୋ କିଏ ତୋତେ ଏତେ ବୁଝେଇବ ଏଥିରେ ପ୍ରତିଦିନ

ତୋ ମନ କଥା ଲେଖିବୁ।ଅନେକ ବର୍ଷ ପରେ ଏହାକୁ ଖୋଲି ପଢିଲେ ତୋତେ ଏଇ ବର୍ଷକୁ ସେ ଫେରାଇ ଆଣିବ।ବର୍ତ୍ତମାନରେ ଅତୀତ କଥା ମନେ ପଡି ଖୁବ୍ ଖୁସି ଲାଗିବ ,ବୁଝିଲୁ।ତୁ ପ୍ରତିଦିନ ଏଥିରେ ତୋ କଥା ଲେଖିବୁ ,ସାଇତି ରଖ ପଛେ। ମୁଁ ସବୁ ଥର ନୂଆ ବର୍ଷରେ ତୋତେ ଏମିତି ଗୋଟେ ଗୋଟେ ଡ଼ାଇରି ପ୍ରେଜେଣ୍ଟ କରିବି।


କିନ୍ତୁ ଏ ମୋ ପ୍ରଥମ ଡାଇରୀ ତୁ ମୋତେ ଫେରେଇବୁ ଠିକ୍ ଦଶ ବର୍ଷ ପରେ।


ଦଶ ବର୍ଷ ପରେ କାହିଁକି?


ମୁଁ ସେତେବେଳେକୁ ପଚିଶି କି ସତେଇଶି ବର୍ଷର ହୋଇ ଯାଇଥିବି।ଚାକିରୀ କରିଥିବି।ସେତେବେଳେ ଏ ଡାଇରୀ କହିବ ତୁ ମତେ କେତେ ଭଲ ପାଉ।


ଆରେ ବାବା କଣ ଯେ କହୁଛୁ କୁନୁ ଭାଇ ମୋ ବୁଝିବା ବାହାରେ।


ତୁ ୟାକୁ କେଉଁଠୁ ପାଇଲୁ? 


ଆଲୋ ବୋକି ଏଇଟା କେଉଁଠି ପଡେ ନା କଣ ପାଇବି? ଦୋକାନରୁ କିଣା ହୁଏ।


କେତେ ଟଙ୍କା ?


ପଚାଶ ଟଙ୍କା।


କଣ କହିଲୁ ? ପଚାଶ! 


ଏତେ ଟଙ୍କା କେଉଁଠୁ ପାଇଲୁ ?


ମୋ ମାମୁଁ ଚପଲ ଛିଣ୍ଡି ଯାଇଛି ଦେଖି ଶହେ ଟଙ୍କା ଦେଇଥିଲେ।ଭାବିଲି ମୁଁ ବଡ଼ ହେଲିଣି ଗୋଟେ ବଡ଼ ଗିପଟ୍ ତୋତେ ନୂଆ ବର୍ଷ ରେ ଦେବା କଥା ସେଇଥି ପାଇଁ ପଚାଶ ଟଙ୍କାରେ ଚପଲ କିଣି ଆଉ ପଚାଶ ଟଙ୍କାରେ ତୋ ପାଇଁ ଡାଇରୀ କିଣି ଆଣିଲି।


ହଁ ଆହୁରି ଅଧିକ ଦାମର ବି ଥିଲା।ମୋ ପଇସାକୁ ଦେଖି ଏଇଟା ଭଲ ଲାଗିଲା ,ସେଇ ପାଇଁ ନେଇ ଆସିଲି।


ମୁଁ ଏତେ ଦାମର ଜିନିଷ ନେବିନି।ତୋତେ ତ ମୁଁ ପଚାଶ ପଇସାର ଗ୍ରୀଟିଙ୍ଗିସ୍ ଦେଇ ପାରିବି।


ଆଲୋ ହୁଣ୍ଡି ବନ୍ଧୁ ହେଲେ ଟଙ୍କା ପଇସା ଦେଖା ଯାଏନି।ସ୍ନେହ ମମତା ବଡ଼ କଥା।


ତୁ ଗ୍ରୀଟିଙ୍ଗିସ୍ ରେ ଯେଉଁ ଇଙ୍ଗିଳିଶ ପୋଏମ୍ ଲେଖୁ ସେ ବା ପାଞ୍ଚଶହ କଣ ପଚାଶ ହଜାରରୁ ବି ଅଧିକ ମୂଲ୍ୟ।


ସତ !


ହଁ ସତ।


ମୋର ସେ ବର୍ଷ ନବମ ଶ୍ରେଣୀ ହୋଇଥାଏ।


ହଁ ଡାଇରୀ କଣ ମୁଁ ସେଇଦିନ ଜାଣିଲି ।ଚିକ୍ ଚିକ୍ ଖାତା ଭଳିଆ ଚିଜଟିଏ ।ଉପର ଗଦି ଗଦି ଲାଗୁଥିଲା।ରଙ୍ଗ ସବୁଜ।ଭିତରେ ଗାର ପଡି ଜାନୁଆରୀ ମାସ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ତାରିଖ ସହ ଥିଲା।


କୁନୁ ଭାଇ କହିଛି ମନ କଥା ଲେଖିବି।ମନ କଥା ମାନେ? 


ଯାହା ମୋ ବିଷୟରେ ସମସ୍ତେ ଜାଣନ୍ତି ନା ଯାହା ମୁଁ କେବଳ ଜାଣେ !


ଆଜି ନୂଆ ବର୍ଷ ଆରମ୍ଭ।ଆଜିଠାରୁ ଡାଇରୀ ଲେଖିବି ଶୋଇବା ପୂର୍ବରୁ।


ମୋ ମନ ଲାଗିଗଲା ଡାଇରୀ ଲେଖାରେ।


ଜାନୂଆରୀ ଏକ:


ପ୍ରଥମ ପୃଷ୍ଠାରେ ଲେଖିଲି ଥ୍ୟାଙ୍କ୍ ୟୁ।


ଜାନୁଆରୀ ଦୁଇ:ଥ୍ୟାଙ୍କ୍ ୟୁ।


ଡାଇରୀ ଭର୍ତ୍ତୀ ସେଇ ଥ୍ୟାଙ୍କ ୟୁ।


ଏହିପରି ଥ୍ୟାଙ୍କ ୟୁରେ ଶେଷ ହୋଇଥିଲା ଡାଇରୀଟି। ଆଜିଯାଏ ସାଇତି ରଖିଛି କେବେ ଦେଖା ହେଲେ ତା ଡାଇରୀ ତାକୁ ଫେରେଇବି ବୋଲି।କିନ୍ତୁ ଏହା ଭିତରେ ପନ୍ଦର ବର୍ଷ ବିତି ଯାଇଥିଲେ ମଧ୍ୟ କୁନୁ ଭାଇ ସହ ମୋର ଦେଖା ହୋଇ ନାହିଁ।ଜିତୁ ଭାଇ କୁହେ କୁନୁ ଆଉ ଗାଁ କୁ ଆସୁନି।


ମୁଁ ଯେ ସାରା ଜୀବନ ଆଉ କୁନୁ ଭାଇକୁ ଦେଖା କରି ପାରିବି ନାହିଁ କିବା ତା ଡାଇରୀ ତାକୁ ଫେରେଇ ପାରିବି ନାହିଁ ଏ ଅବଶୋଷ ସାରା ଜୀବନ ରହିଗଲା।ଯେଉଁ ବାଟରେ ସେ ବାଟୋଇ ହୋଇଛି କେଉଁ କୁଳୀନ ସ୍ତ୍ରୀ ତାହା ସହ ସମ୍ବନ୍ଧ ଯୋଡିବ! ଡ଼ଃ ମିତ୍ର ଏକଥା ଜାଣିଲେ ତୁମ୍ଭି ତୋଫାନ ଉଠିବ।କେ କେ ରେ ତୋ ଡାଇରୀ ମୁଁ କଣ ଆଉ ଫେରେଇ ପାରିବି!


କେ କେ ଆଉ ସେଇ ଡାଇରୀ କଥା ପଚାରିବ ବୋଲି ଫୋନ୍ କରୁ ଥିଲା କି!


Satyabati swain, balikuda, jagtsinghpur





Rate this content
Log in

Similar oriya story from Tragedy