STORYMIRROR

Rajesh Kumar Barik

Tragedy

3  

Rajesh Kumar Barik

Tragedy

ଘର

ଘର

2 mins
468

ମୁଁ ଦୁହିତା ଦୁଇ କୂଳର ହିତ ସାଧନ କରିବା ମୋର ଜନ୍ମ ହେଲେ ମୁଁ ......? ବାଲ୍ୟ,କୌଶର ଆଉ ଯୌବନର ଆରମ୍ଭ ଜାଏ ବାପାଙ୍କର ଯୌବନରୁ ମୃତ୍ୟୁ ଯାଏଁ ସ୍ବାମୀଙ୍କ ଉପରେ ସହାରା ହୋଇ ବଞ୍ଚିବି ! ଯିଏ ମାନବ ସମାଜର ସୃଷ୍ଟିରେ ନିର୍ଣ୍ଣାୟକ ଭୂମିକା ତୁଲାଏ ସିଏ ଆଜି ଗୋଟେ ନିର୍ମୂଳି ଲତା ।


ସବୁକିଛି ଭୁଲିଯାଇ ପାହାନ୍ତି ସକାଳର ବସ୍ ଯୋଗେ ବାହାରିଲା ସ୍ବପ୍ନା ଭୂବନେଶ୍ବର ,ଆଜି କିଛି ଗୋଟେ କରିକି ରହିବ । କଣ କରିବ ? ଘର .... କାହା ପାଇଁ ? ନିଜ ପାଇଁ ଆଉ ନିଜ ଝିଅ ପାଇଁ ! ସ୍ବାମୀ ...ବାପା....? ଛାଡ ..... ସମ୍ପର୍କର ଅଡୁଆ ସୁତା ସବୁଜାକ ପ୍ରଶ୍ନ ଗୁଡାକୁ ଏମିତି ଗୋଲ୍ ଗୋଲ୍ ବୁଲାଇଛି ଯେ ବାହାରକୁ ବାହାରିବାର ପ୍ରଶ୍ନ ହିଁ ଉଠୁନି । ହୁଁ.....ଯେମିତି ହେଲେବି ଚାକିରି ଖଣ୍ଡିଏ ଯୋଗାଡ କରିବାକୁ ପଡିବ । ଆଉ କେତେ ଦିନ ନିଜର ନିଜତ୍ବ ହରାଇ ରହିବାକୁ ପଡିବ ଏଇ ସମାଜ ଆଖି ରେ! କଣ୍ଡକ୍ଟର କର୍କଶ ଶବ୍ଦରେ ପଛପଟ ସିଟ୍ ରେ ବସିଥିବା ମାଉସୀଙ୍କୁ କହୁଥାଏ ପାଖରେ ପଇସା ନାହିଁ ଜଦି ବସ୍ ରେ ଉଠୁଛ କାହିଁକି? ଆଗ ଛକରେ ଓହ୍ଲେଇ ଯିବ ! ନାହିଁ ବାବୁ ତା ଆର ଛକରେ ମୋ ବାପ ଘର ସେଇଠି ଓହ୍ଲେଇ ଯିବି । ହଉ ହଉ NEXT TIME ଏମିତି କରିବନି ? ମାଉସୀର ଆଖି ଛଳଛଳ ହୋଇଯାଇଥାଏ କିନ୍ତୁ ସେ କାନ୍ଧୁନଥାନ୍ତି । ଇଛା ହେଉଥିଲା ସେ କଣ୍ଡକ୍ଟରକୁ ଦୁଇଚାରି ଶୁଣାଇବାକୁ , ହେଲେ ଜିଏ ପ୍ରତ୍ୟକ ଦିନ ବିଷ ପିଇ ପିଇ ବଂଚିଛି ମୁଁବା କଣ କରିପାରିବି! ମୋ ପରି ହତଭାଗିନିଟା । ସେ ବୋଧହୁଏ ନିଜ ଘର କରିପାରି ନାହାନ୍ତି । ଅନ୍ୟ କଥାରେ ମୁଁ ଯେବେ ସ୍ବର ଉଠାଏ ମୋ ସ୍ବାମୀ କହନ୍ତି ତୁ ତୋ ବାପ ଘରକୁ ଚାଲିଯା । ଯେବେ ବାପାଙ୍କୁ ଏକଥା କହେ ସେ କହନ୍ତି ତୋର ସ୍ବାମୀଙ୍କ ଘର ହିଁ ତୋର ଘର ସେମାନଙ୍କ ସହ ଖୁସିରେ ରହ ସବୁ ଠିକ୍ ଠାକ୍ ହୋଇଯିବ ।


ଭୂବନେଶ୍ବର ଆସିଗଲା ବୋଧହୁଏ ମୁଁ ଚାଲିଲି ......... ଜଗନ୍ନାଥ ଭରସା କଲେ ମୁଁ ମୋର ଘର ନିଶ୍ଚୟ ପାଇପାରିବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy