STORYMIRROR

Lijarani pradhan

Classics Inspirational

3  

Lijarani pradhan

Classics Inspirational

ଘର ର ଲକ୍ଷ୍ମୀ

ଘର ର ଲକ୍ଷ୍ମୀ

3 mins
202

 ହଇଲୋ ମିନା ଏ ...ଏ ମିନା କୁଆ ଗଲୁ ବା ମରି ଗଲୁ ନା କଣ ବା... ତତେ ଡ଼ାକି ଡ଼ାକି ମୋ ତଣ୍ଟି ଶୁଖିଗଲାଣି। ତତେ ମରଣ ହଉନି ଯାହା ଏ ପୋଡ଼ା ମୁହିଁ ଟାକୁ ମୋର ଗୋଟିଏ ବୋଲି ରାଜକୁମାର ପୁଅ ପାଇଁ ବୋହୂ କରିଆଣିଲି ଯେ ।ତାର ନଗା ଅଛି ନା ପଘା ଅଛି । ମୋର ଏଡେ ସୁନ୍ଦର ପୁଅକୁ କେତେ ଭଲ ଝିଅ ମିଲିଥାନ୍ତା କିନ୍ତୁ ମୋ ପୁଅ ର ତ ସେ ଗୋଟିଏ ଜିଦି ବାହା ହେବି ଯଦି ସେ ମିନା କୁ । କି ମିନା ଭଲ ପିଲା ଭଲ ପଢି ଖଣ୍ଡେ ଚାକିରି କରିଛି ତାକୁ ବାହା ହେବି।

       ମୋର ତ ବିଲୁକୁଲ ଇଛା ନଥିଲା ହେଲେ ମିନା ର ବାପା କହିଥିଲା କି ଯୌତୁକ ରେ ୧ ଲକ୍ଷ ଟଙ୍କା ଡିମାଇଟ ଦେବ ବୋଲି ସେ ଲୋଭ ରେ ବାହାଘର କଲି ଯେ ଲକ୍ଷ ଟଙ୍କା ତ ଛାଡ ତାର ଅଧା ବି ଦେଲେନି।କି ଯୁଗ ହେଲା କେଜାଣି ଲୋ ଆଜି କାଲି ଏ ବୋହୂ ମାନେ କି ପାଠ ଦି ଅକ୍ଷର ପଢ଼ିଛନ୍ତି ,ଯେ ଖାଲି ଗାଁ ଦାଣ୍ଡ ରେ ଧରିକି ଯିବା ଆସିବା କରୁଛନ୍ତି। ଆଉ ମୋ ବୋହୂ ମଣି କଥା ତ ନ କହିଲେ ଭଲ କଣ ଟିକେ ସ୍କୁଲ ରେ ମାଷ୍ଟରାଣୀ ହେଇଛି ବୋଲି ଶାଶୁ କୁ ତ ମାନୁନି। ପୁଣି ଆଜି ଭଳି ମାଣବସା ଲକ୍ଷ୍ମୀପୂଜା ଦିନ ରେ ରାଣୀ ମା ଇଶୁକୁଲୁ ଯାଇଛନ୍ତି କହି ଶାଶୁ ଘର କମ୍ପଉ ଥିବା ବେଳେ ଘରକୁ ମିନା ଆସିଛି।

        ସେ ଦୁଆର ମୁହଁ ରୁ ଏସବୁ ଶୁଣି କିଛି ନକହି ଚୁପ୍ ଚାପ୍ ଘର ଭିତର କୁ ପଶିଛି। ତାପରେ ଶାଶୁ ମାଙ୍କର ଆରମ୍ଭ ହେଇଛି ହଇଲୋ ରାଣୀ ମା ତୋ ଆଖି କି କଣ ଆଉ ଦେଖା ଯାଉନି କି ମୁଁ ଏଠୀ ବସିଛି ମତେ କିଛି ନକହି ଅଣଦେଖା କରି ଚାଲିଗଲୁ।

     

     ମିନା ଉତ୍ତର ଦେଇଛି କଣ କହିବି ତୁମକୁ ? କଣ ତୁମକୁ ପ୍ରଂଶଶା କରିବି ମତେ ଏମିତି ଯୋ ସବୁ କହି ପୂଜା କରୁଥିଲ।... ହ୍ନା ତୋର ଏଡେ ସାହସ ହଇଲୋ ମୋ ମୁହଁ ଉପରେ ଜବାବ ଦେଉଛୁ।

   ଜବାବ ଦେଉନି ତୁମ ପ୍ରଶ୍ନ ର ଉତ୍ତର ଦେଉଛି ମତେ କାହିଁକି ସବୁବେଳେ ଏମିତି କହି କଷ୍ଟ ଦେଉଛ। ମୁଁ ତମର କଣ କରିଛି ? ସବୁବେଳେ ଯେଉଁ ଯୌତୁକ କଥା କହି ନିନ୍ଦା ଦେଉଛ କାହିଁକି ମୋ ବାପା ତୁମକୁ ଯୌତୁକ ଦେଇଥାନ୍ତେ ? ସେ ମତେ ଛୋଟ ରୁ ବଡ଼ କରି ପାଠ ପଢ଼ାଇ ମଣିଷ କଲେ ପୁଣି ତୁମ ସେବା ପାଇଁ ମତେ ତମ ଘର କୁ ବୋହୂ କରି ପଠାଇଲେ ତେବେ ସେ କାହିଁକି ଯୌତୁକ ଦେବେ?

      ତୁମେ ଏଇ ଯୋ ଲକ୍ଷ୍ମୀପୂଜା କରୁଛ ୟାର କିଛି ମାନେ ନାହିଁ। ପ୍ରକୃତ ଲକ୍ଷ୍ମୀ ତ ଘର ର ବୋହୂ ଏବଂ ଝିଅ । ଯେଉଁ ଘରେ ଝିଅ ବୋହୂ କୁ ସମ୍ମାନ, ସ୍ନେହ ଇଜ୍ଜତ୍ ନଦେଇ ଦେଖାଣିଆ ଲକ୍ଷ୍ମୀ ପୂଜା କରିବେ ତେବେ ଲକ୍ଷ୍ମୀ ସେ ଘରକୁ ଜମା ବି ଆସିବେନି। ପ୍ରଥମେ ଘର ର ଝିଅ ଏବଂ ବୋହୂ କୁ ଭଲପାଇବା ଶିଖ ଦେଖିବ ଆପେ ଆପେ ଘରକୁ ଲକ୍ଷ୍ମୀ ଆସିବେ ଆଉ ସେ ଘର ସମୃଦ୍ଧି ହେବ।

  

       ହଇଲୋ ତୋର କେଡେ଼ ସାହସ ଶାଶୁ କୁ ବି ପାଠ ପଢେଇ ଦେଉଛୁ ଏଡେ ପଣ୍ଡିତ ତୁ ହେଇଗଲୁ। ଛାଡ କାହାକୁ କହିବି ମୋ ପୋଡ଼ା କପାଳ ତ ....ମା ତୁମେ ଯଦି ମତେ ବୋହୂ ହିସାବରେ ସ୍ନେହ ଦିଅନ୍ତ ତେବେ ମୁଁ ତୁମକୁ ସମ୍ମାନ,ସେବା ଏବଂ ଭଲପାଇବା ଦିଅନ୍ତି। କିନ୍ତୁ ତୁମେ ବାରମ୍ବାର ମତେ ଏସବୁ କହି କାଇଁ କଷ୍ଟ ଦେଉଛ। ମୁଁ କିଛି ବି ଧନ ସଂପତ୍ତି ଚାହେଁନା ବାସ୍ ତୁମର ଟିକେ ସ୍ନେହ ଆଶା କରେ ....କହି କାନ୍ଦି କାନ୍ଦି ମିନା ଘର ଭିତର କୁ ଚାଲିଗଲା । ବାରଣ୍ଡ ରେ ଶାଶୁ ବସି କଣ କେଜାଣି ତାର ସେ ମନେ ମନେ ଗୁଣୁ ଗୁଣୁ ହେଉଥାଏ।

        ସେଦିନ ରାତିରେ ଯାଇ ଖାଇ ପିଇ ସମସ୍ତେ ଶୋଇଲେ। ସକାଳୁ ମିନା ଉଠି ସବୁ କାମ ସାରି schhol ଯିବାକୁ ବାହାରିଲା। ଭାବିଲା କାଳେ ଆସିବାରେ ବିଳମ୍ବ ହେବ ଯାଉଛି ମା ଙ୍କୁ କହିଦେବି ସେ ଖାଇଦେଇଥିବେ।

    ମିନା ଯାଇ ତା ଶାଶୁ ର ରୁମ୍ କୁ କବାଟ ଠକ୍ ଠକ୍ କରି ବାଡେଇଲା କବାଟ ନ ଖୋଲିବାରୁ ସେ ଯାଇ ଦେଖେ ତ ଶାଶୁ ବେହୋସ୍ ହୋଇ ପଡିଛନ୍ତି। କଣ କରିବ କିଛି ଜାଣିପାରୁ ନଥାଏ। ଆଉ କାଳ ବିଲ୍ମ୍ବ ନକରି ନିଜ ଗାଡ଼ି ରେ ଶାଶୁ କୁ ଧରି ମେଡିକାଲ ରେ ଯାଇ ପହଁଚିଲା।

   

       ଡାକ୍ତର ମାନେ ଶିଘ୍ର ଚିକିତ୍ସା ଆରମ୍ଭ କରିଦେଲେ ଏବଂ କିଛି ସମୟ ପରେ ପାର ମାଉସୀ ର ଚେତା ଫେରିଲା ସେଠାରେ ଉପସ୍ଥିତ ଥିବା ଡାକ୍ତର କହିଲେ ପାର ମାଉସୀ ଚିନ୍ତା କରେନା ତୋର କିଛି ହେଇନି ଲୋ ବ୍ଲଡ ପ୍ରେସର ଯୋଗୁ ତୁ ସେନ୍ସଲେସ ହେଇଯାଇଥିଲୁ। ତୋ ବୋହୂ କୁ ଧନ୍ୟବାଦ୍ କହ କି ସେ ଏକୁଟିଆ ବହୁ କଷ୍ଟ ରେ ଠିକ୍ ସମୟ ରେ ତତେ ଏଠା କୁ ନେଇ ଆସିଲେ।

     ପାର ମାଉସୀ ର ପାଟି ଆଉ ଫିଟୁ ନଥାଏ। ଲାଜ ରେ ତା ମୁହଁ ତଳକୁ ହୋଇଯାଉଥାଏ। ମିନା କୁ ଆସ୍ତେ କରି ପାଖକୁ ଡ଼ାକି କହେ ମା ରେ ମତେ କ୍ଷମା କରିଦେ ।ମୋର ଭୁଲ ମୁଁ ବୁଝିସାରିଛି। ମିନା ନିଜ ଶାଶୁ ର ହାତ କୁ ଧରି ପକାଇ କହେ ଛି ମା ଆପଣ ଏମିତି କଣ କହୁଛନ୍ତି। ମା କଣ କେବେ ତା ଛୁଆ କୁ ଭୁଲ୍ ମାଗେ। ଛାଡ ନା ମା ସେ ସବୁ। ଚାଲ ଘରକୁ ଯିବା । 

   

          

           



Rate this content
Log in

Similar oriya story from Classics