କପେ ଚା ରୁ ଆରମ୍ଭ
କପେ ଚା ରୁ ଆରମ୍ଭ
ଭଗବାନ ତ ସମସ୍ତଙ୍କୁ ସ୍ବପ୍ନ ଆଉ ଇଛା ଦେଇଛନ୍ତି। ତେବେ ସ୍ଵପ୍ନ ବଡ଼ ହେଉ କିମ୍ବା ଛୋଟ ହେଉ ଫରକ୍ କଣ? ଫରକ ତ ପଡେ ଆମ ନିଜ ସ୍ଵପ୍ନ ଆଉ ଇଚ୍ଛା ଶକ୍ତି ଉପରେ। ଯଦି ଆମର ଇଚ୍ଛା ଶକ୍ତି ଏବଂ ଆତ୍ମଶ୍ଵାସ ଅଛି ତେବେ କୌଣସି ସ୍ଵପ୍ନ ଆମ ପାଇଁ ସ୍ଵପ୍ନ ହୋଇ ରହିଯିବନି ବାସ୍ତବ ରେ ବଦଳୀ ଯିବ। ଲୋକଙ୍କ ର କଣ ଅଛି ସେ କେବେ ବି କାର୍ଯ୍ୟ ର ଆରମ୍ଭ ରୁ ସାର୍ ଦେବେନୀ କିନ୍ତୁ ଯଦି ତୁମେ ପଛ ଘୁଂଚା ନଦେଇ ନିଜ ସ୍ଵପ୍ନ ସଫଳ କରିବା ରେ ସକ୍ଷମ ହେବ ତେବେ ସେ ଲୋକ ଆସି ତୁମ ଗୁଣ ଗାନ କରିବ ।
ସାରା ବିଦେଶ ରେ ପାଠ ପଢା ସାରି ଆସି ଗାଁ ରେ ପରିବାର ସହିତ ରହୁଥାଏ। ପାଠ ପଢା ସାରିବା ପରେ ସେ କିଛି ଦିନ ନିଜ ପରିବାର ସହ ଖୁସି ରେ ସମୟ କାଟୁଥାଏ।ପରିବାର କହିଲେ ତା ବାପା ,ମା ଭାଇ ଏବଂ ଜେଜେବାପା। ସାରା କିନ୍ତୁ ଅଧିକ ସମୟ ତା ଜେଜେ ଙ୍କ ସହ କାଟେ । କେବଳ ଯେ ସାରା ନୁହେଁ ଏଇଟା ତ ସତ ଆମ ଘରେ ସବୁଠୁ ପ୍ରିୟ ଆମ ଜେଜେ ଆଉ ଜେଜେମା ହୋଇଥାନ୍ତି ତାଙ୍କ ସହ ସମୟ କାଟିବା ରେ କେତେ ଯେ ଆନନ୍ଦ ମିଳେ ତା ବୋଧେ ଲେଖିବା ସମ୍ଭବ ନୁହେଁ । ସାରା ର ଜେଜେ ଜଣେ ଆୟର୍ବେଦିକ ଚିକିତ୍ସକ ଥିଲେ କିନ୍ତୁ ବୟସ ଅଧିକ ହୋଇଯାଇଥିବା ରୁ ସେ ବୃତ୍ତି ଛାଡ଼ିଦେଛନ୍ତି ନା କିନ୍ତୁ କର୍ମ ଛାଡ଼ିଂହ୍ନ୍ତି କାରଣ ଜୀବନ ରେ ଗ୍ରହଣ କରିଥିବା ଜ୍ଞାନ କୁ କେହି ଛାଡ଼ିପରେବିନି ଯଦି ଆମେ ଛାଡ଼ିଦେବା ତେବେ ଆମ ଅନ୍ତନିହ୍ରିତ ଶକ୍ତି ମଧ୍ୟ ଆମକୁ ଛାଡ଼ିଦେବ । ତେଣୁ ସେ ଶିଖିଥିବା ଏକ ଦେଶୀ ଚା ର କୌଶଳ କେବେ ଛାଡିନହ୍ନ୍ତି। ସେ ଚା ଏତେ ସ୍ୱାଦିଷ୍ଟ ଯେ ଗାଁ ର କେତେକ ଲୋକ ଖାସ୍ ଚା ପିଇବା ବାହାନା ରେ ଆସି ଜେଜେ ପାଖେ ଆସି ବସି ଦୁଃଖ ସୁଖ ହୁଅନ୍ତି। ଆଉ ସାରା ର ସେ ଚା ବହୁତ୍ ପ୍ରିୟ ଯେ ଦିନେ ଜେଜେ ଙ୍କ ହାତରୁ ସେ ଗରମା ଗରମ ଚା ନ ପିଇଲେ ଦିନ ଟା ତାର ଭଲ ରେ କଟେନୀ।
ସାରା ସବୁବେଳେ ଜେଜେ ଙ୍କ ପାଖେ ପାଖେ ରହି ସେ ଚା ଭଲ ଭାବେ ଶିଖିଗଲାଣି। ଜେଜେ ବି ସାରା ହାତରୁ ତିଆରି ଚା ପି ଆଶ୍ଚର୍ଯ୍ୟ ହୋଇଯାନ୍ତି କି ମୋ ଠାରୁ ଶିଖି ଏ ଚା ମୋଠୁ ବି ଏତେ ସ୍ୱାଦିଷ୍ଟ ଅଟେ। କଥାରେ ଅଛି ନା ଭୋଜନ ସାମଗ୍ରୀ ଉପରେ ନୁହେଁ ଭୋଜନ ପ୍ରସ୍ତୁତି କରୁଥିବା ମଣିଷ ଉପରେ ନିର୍ଭର କରେ କାରଣ ସେ ଯେତେ ସ୍ନେହ ଆଉ ଶ୍ରଦ୍ଧା ରେ ଖାଦ୍ୟ ପ୍ରସ୍ତୁତ କରିବ ତେବେ ସେ ଭୋଜନ ସେତେ ସ୍ୱାଦିଷ୍ଟ ଲାଗିବ। କିଛି ଦିନ ଏମିତି ଖୁସି ରେ କଟି ଯାଏ। କିନ୍ତୁ ବିଧି ର ବିଧାନ କି କରିବ ଆନ ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ । ଠିକ୍ ସେହି ପରି ସାରା ର ପରିବାର ରେ ଶୋକ ର ଛାୟା ଖେଳିଗଲା। କାରଣ ଜେଜେ ଙ୍କ ର ହଠାତ୍ ଦେହାନ୍ତ ଘଟିଲା।
ଏପରି ଅଚାନକ ଜେଜେ ଙ୍କ ଦେହାନ୍ତ ହେବାରେ ସାରା ବହୁତ୍ ଭାଙ୍ଗପଡ଼ିଥାଏ। ହଠାତ୍ ଆଉ ଏକ ଦୁଃଖ ଆସି ପହଁଚିଗଲା କି ସାରା ର ବାପା ଙ୍କ ର heart ରୋଗ ବାହାରିଛି ଯଦି ୩ମାସ ମଧ୍ୟ ରେ ଅପରେଶନ ନହୁଏ ତେବେ ତ ବାପା ଙ୍କ ବଞ୍ଚିବା କଷ୍ଟକର ହୋଇପଡିବ ବୋଲି ଡ଼ାକ୍ତର କହିଛନ୍ତି। ତେଣୁ ଏପରି ପରିସ୍ଥିତି ରେ କେବଳ ସାରା ନୁହେଁ ପରିବାର ର ସମସ୍ତେ ଭାଙ୍ଗିପଡ଼ିଛନ୍ତି। ପରେସନ ପାଇଁ ୩ଲକ୍ଷ ଟଙ୍କା କେଉଁଠୁ ଆଣିବେ ଏବଂ କେମିତି ଅପରେଶନ କରିବେ। ଠିକ୍ ସେଇ ସମୟ ରେ ଖବର ଆସିଲା କି ସାରା ର ବଡ଼ ଭାଇ ରାଜା ର ଆମେରିକା ରୁ ଜବ୍ ଅଫର୍ ଆସିଛି। ରାଜା ଆଉ ବିଳମ୍ବ ନକରି ପରିବାର କୁ ନେଇ ଆମେରିକା ପାଲେଇଆସିଲ। କିଛି ଦିନ କଷ୍ଟେ ମଷ୍ଟେ ସମସ୍ତେ ଏମିତି ଚଳଯାଆନ୍ତି। କିଛଦିନ ଏମିତି ବୀତବାପରେ ସାରା ହୁଏ ତ ନିଜ କାନରେ ନଶୁଣିଥିଲେ ବିଶ୍ଵାସ କରିନଥାଆନ୍ତା କିନ୍ତୁ ସେ ନିଜେ ଶୁଣିଲା ଯେ ତା ଭାଇ ମା ଙ୍କୁ ସାରା ଏମିତି ଘରେ ବସି ରହି ଅର୍ଣ୍ଣଧୁଂଶ କରୁଛି ତାକୁ କିଛି କାମ କରିବାକୁ କୁହ ମୁ ଏକୁଟିଆ ରୋଜଗାର କରି କେତେ ଦିନ ସମସ୍ତଙ୍କୁ ପୋଶଥବି। ଏକଥା ସାରା ଶୁଣି ସାରି ବହୁତ୍ କାନ୍ଦି ନିଜ ଲକ୍ଷ୍ୟ ଏବଂ ସ୍ୱପ୍ନ କୁ ପୂରଣ କରିବା ପାଇଁ ଭାବିଲା। କିନ୍ତୁ ସାରା ର ଲକ୍ଷ୍ୟ ଥିଲା ବିଜନେସ ଘରେ ଏ କଥା ତାଠୁ ଶୁଣି ସମସ୍ତେ ମନା କରିବାକୁ ଲାଗିଲେ ଏବଂ କହିଲେ ଝିଅ ପିଲା ହୋଇ ବିଜନେସ ସମ୍ଭବ ନୁହେଁ ଏସବୁକୁ ଭୁଲି ଆଉ କିଛି ପାଇଁ ମନ ଦିଏ। କିନ୍ତୁ ସାରା ନିଜ ଇଚ୍ଛା ରେ ଅଟଳ ଥାଏ। ସେ କାହା କଥା ନଶୁଣି ଜେଜେ ଶିଖେଇଥିବା ଚା ରୁ ହିଁ ଆରମ୍ଭ କରେ । ପର ଦିନ ସକାଳୁ ନିଜେ ସଂଚୟ କରିଥିବା କିଛି ପଇସା ରେ ରୋଡ ସାଇଟରେ ଏକ ଚା ଦୋକାନ ଖୋଲେ କିନ୍ତୁ ଆମେରିକା ଭଳି ଦେଶ ରେ କଫି ଥାଉ ଥାଉ ଚା କୁ କିଏ ପସନ୍ଦ କରିବ ତେଣୁ ତାର ପ୍ରଥମେ ପ୍ରଥମେ ଭଲ ବିକ୍ରି ହୁଏନି। କିନ୍ତୁ ସାରା ର ନିଜ ଆତ୍ମ ବିଶ୍ଵାସ ଥିବାରୁ ତା କର୍ମ ରୁ କେବେ ପଛ ଘୁଂଚା ଦେଲାନି।ରୋଡ ସାଇଟରେ ଚା ଦୋକାନ ଦେଖି ତା ପରିବାର ଲୋକ ତାକୁ ବହୁତ୍ ଅପମାନ ଦେଇ ବହୁତ୍ କଥା କହି ଏସବୁ ପାଇଁ ତାଗିଦ୍ କଲେ କି ଶେଷ ରେ ସାରା କୁ ନିଜ ସ୍ଵପ୍ନ ପାଇଁ ଘର ଛାଡ଼ିବାକୁ ପଡ଼ିଲା। ଘର ଛାଡ଼ି ଯାଇ ଏକ ଭଡ଼ା ଘରେ ରୁହେ ଏବଂ ଧର୍ଯ୍ୟ ରଖି ପରିଶ୍ରମ କରିଚାଲେ। ପରିଶ୍ରମ କରି ଆମେରିକା ର ଲୋକଙ୍କୁ ଚା ର ବିଶେଷତ୍ଵ ବୁଝେଇ ପାରିଲା ଏବଂ କିଛିଦିନ ଭିତରେ ସାରା ର ଚା ବହୁତ୍ ମାତ୍ରା ରେ ବିକ୍ରି ହୁଏ ଏବଂ ତାକୁ ବିଜନେସ ଅଫର୍ ଆସିଲା ଏବଂ ସେ ବିଜନେସ ରେ ପାଦ ଥାପି ନିଜ ଚା କୁ ଆହୁରି ଆଗକୁ ନେଲା। ଏବଂ ସେ ବର୍ଷ ର ବିଜନେସ ଅଫ ଦି ଓମେନ୍ ର ଆୱାର୍ଡ଼ ମିଳିଲା।
କାଲି ସାରା କୁ ଘୃଣା କରୁଥିବା ପରିବାର ଲୋକ ଆସି ଆଜି ତା ପାଖେ ଆସି ଖୁସି ରେ ଅଛନ୍ତି।ଏବଂ ତା ବାପା ଙ୍କ ର ମଧ୍ୟ ସେ ନିଜ ଅର୍ଜିତ କରିଥିବା ପଇସା ରେ ଅପେଁରେସନ କରି ତା ବାପା ଙ୍କୁ ନୂଆ ଜୀବନ ଦେଇଛି ।
