ଝିଅ ଟିଏ ରତ୍ନ ଟିଏ
ଝିଅ ଟିଏ ରତ୍ନ ଟିଏ
ଅମିତ୍ ଏବଂ ମୋର ବାହାଘର ଆଜକୁ ୭ ବର୍ଷ ହେବ ହେଲାଣି ଏବଂ ମୋର ଝିଅ କୁ ୫ ବର୍ଷ ହେଲାଣି । ଆଜି ସକାଳୁ କିନ୍ତୁ ମୋର କାହିକି ଦେହ ଜମା ବି ଭଲ ଲାଗୁନଥାଏ। ମୋର ଏପରି ଅବସ୍ଥା ଦେଖି ଘର ଲୋକ ସମସ୍ତେ ବ୍ୟସ୍ତ ହୋଇ ଯାଇ ଡାକ୍ତର ଙ୍କୁ ଧରି ଆସିଲେ ମୁଁ ମୋର ସେମିତି ଖଟ ଉପରେ ଶୋଇ ରହିଥାଏ। ଡାକ୍ତର କିଛି ସମୟ ପରେ ଚେକ୍ କରି ଅମିତ୍ କୁ ପାଖକୁ ଡାକି କ'ଣ କହିଲେ କେଜାଣି? ଅମିତ୍ ସହସ୍ୟ ବଦନ ରେ ଆସି ମତେ କହିଲେ ଲିଜା ମ୍ୟାମ ଏବେ ଦେହ ର ଭଲ ସେ ଯତ୍ନ ନିଏ। ଏଇ ଯୋଉ ନ ଖାଇ ଡ଼ାଇଟିଙ୍ଗ କରୁଛ ସେ ସବୁ ଆଜି ଠୁ ବନ୍ଦ କରି ତୁମ ଦୁଇ ଜଣ ଜାକଙ୍କ ର ଏବେ ଠୁ ଯତ୍ନ ନେବା ଆରମ୍ଭ କର।
ତାଙ୍କର ଏପରି ଅବନ୍ତାର କଥା ମୁଁ କିଛି ବୁଝି ପାରୁ ନଥାଏ। ଆରେ ମୋର କ'ଣ ହେଇଛି କି ମୁଁ ତ ମୋର ଭଲ ଖାଲି ଆଜି ସକଳ ଠୁ କାହିକି କେଜାଣି ଏମିତି ଲାଗିଲା। ଆଉ ମୁଁ ତ ଝିଅ ର ଭଲ ସେ ଯତ୍ନ ନେଉଛି ତେବେ ଇଏ ଆଉ କ'ଣ କହୁଛନ୍ତି ଭାବି ପ୍ରଶ୍ନ ଭରା ଆଖିରେ ତାଙ୍କୁ ମୁଁ ସେମିତି ଚାହିଁ ରହିଥାଏ। ହଠାତ୍ ମୋ ଶାଶୁ ଙ୍କ ର ପାଟି ଶୁଭିଲା ହେ ପ୍ରଭୁ ଯାହା ହେଉ ଏତେ ଦିନ ପରେ ମୋ ଡାକରା ଶୁଣିଲ ପ୍ରଭୁ ମୋ କୁଳ ରକ୍ଷା କର ଗୋଟିଏ ନାତି ଟୋକା ଟେ ଦିଅ ପ୍ରଭୁ ମୋତେ। ଆଲୋ ଚାମି ଠାକୁର ଙ୍କୁ ଡାକେ ତୋର ଏଥର ଭାଇ ଟେ ହଉ ।
ମା ଙ୍କ ର ଏସବୁ କଥା ଶୁଣି ମୋର ଆଉ କିଛି ବୁଝିବାକୁ ବାକି ନଥାଏ। ସମସ୍ତ ଙ୍କ ମୁହଁ ରେ ଖୁସି ଦେଖି ମତେ ବହୁତ୍ ଖୁସି ଲାଗୁଥିଲା। କିଛି ଦିନ ଏମିତି ଚାଲିଥାଏ।
ମୋର ୩ ମାସ ହେଲାଣି ମତେ ଆସି ମୋ ଶାଶୁ କହିଲେ , ମୁଁ ଗୋଟେ ଭଲ ଡାକ୍ତର ବୁଝିକରି ଆସିଛି ଆଜି ପୁଅ ଆଉ ତୁ ଯାଇ ଟେଷ୍ଟ କରି ଆସିବୁ ପୁଅ ସହ ମୁଁ ଏ ବିଷୟ ରେ କଥା ହେଇ ଯାଇଛି। ଯଦି ଝିଅ ହୁଏ ତେବେ ନଷ୍ଟ କରିଦେବ।
ତାଙ୍କ ମୁହଁ ରୁ ଏସବୁ ଶୁଣି ମୋ ପାଦ ତଳୁ ମାଟି ଖସି ଗଲା ପରି ଲାଗୁଥାଏ। ମା ଆପଣ ଏମିତି କଣ ପାଇଁ କହୁଛନ୍ତି। ଝିଅ ହେଲେ ପୁଣି ନା ମାଆ ମୁଁ ପାରିବିନି ଗୋଟେ ମାଆ ହୋଇ ମୁଁ ମୋ ସନ୍ତାନ କୁ ମାରିପାରିବିନି କି ଏପରି ପାପ କାମ ମୁଁ କରିପାରିବିନି।
ଆଉ କଣ ଦୁଇ ଦୁଇ ଟା ଝିଅ ଧରି ମାଳ କରିବୁ। ଆମ ପରେ ଆମ ଉତ୍ତର ଅଧିକାରୀ କିଏ ହବ ଆଉ ବଂଶ ର କୁଳ ରକ୍ଷା କିଏ କରିବ। କିନ୍ତୁ ମା ଏମିତି ଝିଅ ପୁଅ ପରୀକ୍ଷା କରିବା ଆଇନତଃ ଅପରାଧ। ଥାଉ ତୁ ମତେ ସେ ସବୁ ସିଖନା ସିଧା ସିଧା କହି ଦେଉଛି ଆମ କୁ ନାତି ଟୋକା ଦରକାର୍ କହି ସେ ସେଠୁ ଚାଲି ଗଲେ ।
ମୁଁ ଗୁମ୍ ହେଇ ଖଟ ଉପରେ ବସି ପଡ଼ିଲି ଆଉ ମନେପକେଇଲି କି ଚାମୀ ଜନ୍ମ ବେଳ ର କଥା ଚାମୀ ଯେତେବେଳେ ଜନ୍ମ ହେଲା ଡାକ୍ତଖାନାରେ ଝିଅ ହେବା କଥା ଶୁଣି ମୋ ଶାଶୁ ରାଗି ଚାଲି ଆସିଥିଲେ ଘରକୁ ଆସିଲା ପରେ କେତେ କଣ କହୁଥାନ୍ତି କି ଓ ଝିଅ ଜନମ କରିପକାଇଲା ଝିଅ ତ କୁଳ ରକ୍ଷା କରିବ ଆଉ ମଲା ବେଳେ ପାଣି ଦେବ କହି ଚାମି କି ଟିକେ ସ୍ନେହ ରେ ଆଦର ଛାଡ ଧରୁବି ନଥାନ୍ତି । ବାସ ମୁଁ ମୋ ନିଜ କୁ ଶାନ୍ତ୍ବନା ଦେଇ ସହି ଆସୁ ଥାଏ କି ଝିଅ ହେବା ଟା କଣ ଭୁଲ୍ ଆଉ ଏଇ ପୁଅ ଆଉ ଝିଅ ଭିତର କଣ ଫରକ୍। ଆମେ ଯଦି ଝିଅ କୁ ସେତିକି ସୁଯୋଗ ଆଉ ସମର୍ଥନ ଦେଇ ପାରିବ ତ ସେଇ କୋଉ କାମ ପୁଅ ଠୁ ବି ହରିଯିବନି । ତେବେ କାହିଁକି ଏପରି ନୀଚ୍ଚ ଚିନ୍ତା ଧାରା ଆମ ମନ ରେ । ସେ ତ ନିଜେ ଜଣେ ଝିଅ ତେବେ ସେ ଜଣେ ଝିଅ ର କଷ୍ଟ କାହିକି ବୁଝିପାରୁନାହଁନ୍ତି।
ଏ ସବୁ ଭାବୁ ଭାବୁ ହଠାତ୍ ଅମିତ୍ ଆସି ମତେ ଡାକିଲେ ଲିଜା ଆସ ଯିବା । ଅନିଛା ସତ୍ତ୍ୱେ ତାଙ୍କ ସହ ମୁଁ ମେଡିକାଲ ଗଲି । ମୋର କେବଳ ସେଇ ଗୋଟିଏ ଡର ଆଉ ଚିନ୍ତା ଥାଏ। ମତେ ଏପରି ବ୍ୟସ୍ତ ତା ରେ ଦେଖି ଆଶ୍ୱାସନା ଦେଇ ସେ କହୁଥାନ୍ତି କି ଚିନ୍ତା କରନି ଦେଖିବ ଯାହା ହେବ ଭଲ ହେବ।
ଚିନ୍ତା କେମିତି ଯେ କରିବିନି ? ମୁଁ ଗୋଟେ ମା ଯଦି ମାଆ ଙ୍କ କହିବା ଅନୁସାରେ ଝିଅ ହେଲା ତାହେଲେ ମୁଁ ସେମିତି କେବେ ବି କରିପାରିବିନି। ଯିଏ ଦୁନିଆ ଦେଖିନି ଯାହାର କିଛି ଭୁଲ ନାହିଁ ତାକୁ ମୁଁ ଏମିତି ଦଣ୍ଡ ଦେଇପାରିବିନି। ଝିଅ ହୋଇ ଜନ୍ମ ହେବା ତ ତାର ଭୁଲ୍ ନୁହେଁ ନା ସେଇଟା ଆମ ଜିନ୍ କି କିଛି ଅଲଗା କାରଣ ତେବେ ଏତିକି କହିଲା ବେଳକୁ ଆମେ ଡାକ୍ତରଖାନା ରେ ପହଞ୍ଚି ସାରିଥିଲୁ । ମୋର ଟେଷ୍ଟ ସରିଲା ଏବେ ରେପୋର୍ଟ ଆସିବା ସମୟ କିଛି ସମୟ ପରେ ରେପୋଟ୍ ଆସିଲା ଝିଅ ।
ମୁଁ ଖୁସି ହେବି କି ଦୁଃଖୀ ହେବି କିଛି ବୁଝି ପାରୁନଥାଏ। ମୁଁ ଅମିତ୍ କୁ ଡାକି କହିଲି ଅମିତ ଏବେ କଣ ହେବ ? ତମ କୁ ଗୋଟେ କଥା କହିବି ମୋ କଥା ରଖିବ ? ଝିଅ ହେଲେ ତୁମର କିଛି ଅସୁବିଧା ଅଛି ? ସେ ଉତ୍ତର ରେ କହିଲେ ନା ମୋ ପାଇଁ ଝିଅ ଜେତେକି ପୁଅ ବି ସେତିକି କିନ୍ତୁ ମା କଥା ?
ତେବେ ଶୁଣ ଗୋଟେ କାମ କରିବା ଆମର ରେପୋଟ ଝିଅ ଆସିଛି ବୋଲି ଆମେ ଘରେ କହିବାନି ମିଛ କହିବା ପୁଅ ବୋଲି। ଏ କଣ କହୁଚ୍ଛ ତୁମ ମୁଣ୍ଡ ଫୁଣ୍ଡ ଖରାପ୍ ହେଇଗଲାଣି କି ?
ଆରେ ଶୁଣ ତ ଏମିତି କଲେ ଆମ ଝିଅ ଜନ୍ମ ହେଇପାରିବ। ଜନ୍ମ ହେବା ପରେ ଦେଖିବ କିଛି ଦିନ ଗଲା ପରେ ମା ତାଙ୍କ ଭୁଲ୍ ବୁଝିପାରିବେ ଆଉ ଆଦରି ନେବେ । ବାସ ମତେ ଏତିକି ସାର୍ ଦିଅ ଆମ ଝିଅ କୁ ଏଇ ଦୁନିଆ କୁ ଆଣିବା ପାଇଁ । ଅମିତ ମୋ ହାତ କୁ ଆଉଁଶି ହଁ ମାରିଥିଲେ।
ଆମେ ଘରେ ପହଂଚିଲୁ ସମସ୍ତେ ଘରେ ଆମକୁ ଅପେକ୍ଷା କରି ଥାଆନ୍ତି। ମଆ ଦୌଡ଼ି ଆସି ପଚାରିଲେ କଣ ବାହାରିଲା ରିପୋଟ ମୁଁ କିଛି କହିବା ପୁର୍ବ ରୁ ଅମିତ ହସି କହିଲେ ମା ଘର କୁ ତୋ ନାତିଆ ଆସୁଛି । ଲାଗି ପଡେ ଏଥର କାମ ରେ । ମା ଅମିତ୍ ଙ୍କ ଠୁ ଏସବୁ ଶୁଣି ଖୁସି ରେ ବିହୋଳ ହୋଇପଡିଲେ ଆଉ ସମସ୍ତେ ମଧ୍ୟ ଶୁଣି ଖୁସି ହେଲେ ।
ମୁଁ ରୁମ୍ କୁ ଆସି କାନ୍ଦିବାକୁ ଲାଗିଲି ହେ ପ୍ରଭୁ ମୁଁ ତ କିଛି ଭୁଲ୍ କରୁନି ନା ଯଦି ନୁହେଁ ତେବେ ମତେ ସାହା ହେବ।
ସମୟ ଏମିତି ଗଡ଼ି ଚାଲି ଥାଏ । ଘରେ ସମସ୍ତେ କୁନି ପୁଅ ପାଇଁ ପ୍ରସ୍ତୁତି ଚାଲେଇ ଥାନ୍ତି। ବାପା ବାହାର କୁ ଗଲେ କୁନି ପୁଅ ପାଇଁ ଗାଡି ତ ମା ଡ୍ରେସ। ଏ ସବୁ ଦେଖି ଯେତିକି ଖୁସି ଲାଗୁଥାଏ ସେତିକି କଷ୍ଟ ମଧ୍ୟ ହେଇଥାଏ।
ଦେଖୁ ଦେଖୁ ମୋର ୯ ମାସ ହେଲା ଆଉ ଡାକ୍ତର ତାରିଖ ବି ଦେଲେ। କାଲି ରାତି ଠାରୁ ଜମା ଭଲ ଲାଗୁନ ଥାଏ। ବହୁତ୍ ଜୋରେ ପେନ୍ ହେଉଥାଏ। ଘରେ ଲୋକେ ଦେଖି ମତେ ସଙ୍ଗେ ସଙ୍ଗେ ମେଡିକାଲ ନେଇଗଲେ। ମୋର ଚିକିତ୍ସା ଆରମ୍ଭ ହେଲା ଆଉ ୨ ଘଣ୍ଟା ମାରେ କଁଅଳ କାନ୍ଦ ଶୁଭିଲା। ମୁଁ ଶତ ଚେଷ୍ଟା କରି ଆଖି ଖୋଲି ଦେଖିଲି ମୋ ଝିଅ କୁ ସେ ମୋ ବାମ କେଡେ ସୋଇ କାନ୍ଦୁଥାଏ। ଖୁସି ରେ ମୋର ସୀମା ନ ଥାଏ କି ଶେଷ ରେ ମୋ ଝିଅ କୁ ମୁଁ ଆଲୋକ ଦେଖାଇ ପାରିଲି। କିନ୍ତୁ ଏବେ କଣ ହେବ। ମାଆ ଝିଅ ଜାଣିଲେ କଣ ହେବ ଏ ସବୁ ଭାବି ମୋ ଦେହ ଡର ରେ କମ୍ପି ଉଠୁଥାଏ।
କିଛି ସମୟ ପରେ ଡାକ୍ତର ରୁମ୍ ରୁ ଯାଇ ବାହାରେ ଅପେକ୍ଷା କରିଥିବା ସବୁ ଘର ଲୋକ ଙ୍କୁ ଜଣାଇଲେ। ମୋ ଶାଶୁ ଝିଅ ହେବା ଶୁଣି କାନ୍ଦି ରାଗ ରେ ଘର କୁ ପଳେଇଲେ।
ଆମେ ଘର କୁ ଯିବା ପରେ ଚାମି ପରୀ ପୁଣି କହିବା ଆରମ୍ଭ କରିଦେଲେ । ଏଇ ଥର କିନ୍ତୁ ଅଧିକ କଟୁ ଥିଲା ତାଙ୍କ କଥା ଆଉ ବ୍ୟବହାର। କିଛି ଦିନ ଏମିତି ଗଡିଗଲା ସିଦ୍ଧି ଏବେ ୫ ବର୍ଷ ର ହେଲାଣି। ଆଉ ସବୁ ଠୁ ଆଶ୍ଚର୍ଯ୍ୟ ର କଥା ମୋ ଶାଶୁ ଙ୍କୁ ସମସ୍ତେ ବୁଝେଇବା ପରେ ସେ ତାଙ୍କ ଭୁଲ୍ ବୁଝିପାରିଲେ ଆଉ ସିଦ୍ଧି କୁ ଏତେ ସ୍ନେ଼ହ ଆଉ ଆଦର କରିଥାନ୍ତି। ବୋଧେ ନାତି କି ଏମିତି କରି ନ ଥାନ୍ତେ। ଆଉ ଶେଷରେ ସେ ବୁଝିପାରିଲେ ଝିଅ ଟିଏ ରତ୍ନ ଟିଏ ।
