ଜ୍ଞାନର ସନ୍ଧାନ
ଜ୍ଞାନର ସନ୍ଧାନ
ଭଗବାନ ଙ୍କ ସୃଷ୍ଟି ରେ କୌଣଷି ଜିନିଷ ମୂଲ୍ୟହୀନ ବୋଲି ଭାବିବା ଅନୁଚିତ୍ ଅଟେ କାରଣ ପ୍ରତ୍ୟକ୍ଷ ରେ ହେଉ କିମ୍ବା ପରୋକ୍ଷ ରେ ସମସ୍ତ ଙ୍କ ର ଆବଶ୍ୟକତା ଥାଏ। ଜୀଵନ ରେ ଜ୍ଞାନ ଏକ ସମୁଦ୍ର ହେଲେ ଆମେ ସମସ୍ତେ ହେଉଛେ ସେଥିରେ ଥିବା ବାଲିକଣିକା। ତେଣୁ କେବେ ବି ଜ୍ଞାନ କୁ ନେଇ ଜୀଵନ ରେ ଗର୍ବ କରିବା ଉଚିତ୍ ନୁହେଁ।
ପାହାଡ଼ ତଳେ ଥିବା ଗୋଟିଏ ଗୁରୁକୁଳ ରେ ସିଦ୍ଧେଶ୍ୱର ନାମକ ଏକ ୠଷି ସହ ତାଙ୍କର କେତେ ଜଣ ଶିଷ୍ୟ ସେଠାରେ ରହୁଥାଆନ୍ତି। ଗୁରୁକୁଳ ରେ ଅଧ୍ୟୟନ ସହ ଅନ୍ୟାନ୍ୟ କାମ ରେ ଶିଷ୍ୟ ମାନେ ଗୁରୁ ଙ୍କୁ ସାହଯ୍ୟ କରନ୍ତି। ସେହି ଆଶ୍ରମ ରେ ଅରବିନ୍ଦ ଓ ଯୋଗେନ୍ଦ୍ର ନାମକ ଦୁଇ ଜଣ ଶିଷ୍ୟ ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଥାନ୍ତି। କିଛି ଦିନ ର ଅଧ୍ୟୟନ ପରେ ଅରବିନ୍ଦ ଓ ଯୋଗେନ୍ଦ୍ର କୁ ଅନୁଭବ ହେଲା କି ସେମାନେ ଏବେ ସବୁ କିଛି ସିଖିଗଲେଣି ଏବଂ ସମସ୍ତ ଜ୍ଞାନ ର ଅଧିକାରି ହୋଇଗଲେଣି ତେଣୁ ତାଙ୍କୁ ଆଉ ଅଧ୍ୟୟନ କରିବାକୁ ପଡ଼ିବ ନାହିଁ। ସେଥିପାଇଁ ସେମାନେ ଏବେ ଗୁରୁଙ୍କୁ ଗୁରୁ ଦକ୍ଷିଣା ଦେଇ ଗୃହ କୁ ପ୍ରତ୍ୟାବର୍ତ୍ତନ କରିବାର ନିଷ୍ପତି ନେଲେ।
ତେଣୁ ସେମାନେ ପ୍ରାତଃ ରୁ ଉଠି ସ୍ନାନ ସାରି ଗୁରୁଙ୍କ ନିକଟ କୁ ଗଲେ ଏବଂ ବିନମ୍ର ଭାବେ କର ଯୋଡ଼ି ଗୁରୁଙ୍କୁ ବିଦାୟ ସହ ଗୁରୁ ଦକ୍ଷିଣା ରେ ସେ କଣ ଚାହ୍ନ୍ତି ବୋଲି ପଚାରିଲେ । ଦୁଇ ଜଣଙ୍କ ମୁହଁ ରୁ ଏପରି ପ୍ରସ୍ନ ଶୁଣି ଗୁରୁ ସିଦ୍ଧେଶ୍ୱର ଟିକେ ଚିନ୍ତିତ ହେଲେ ଏବେ ସେମାନଙ୍କୁ ପଚାରିଲେ ତୁମର ତ ବିଦାୟ ର ସମୟ ହୋଇ ନାହିଁ ତେବେ ତୁମେ ବିଦାୟ କଣ ପାଇଁ ଚାହୁଁଛ ?
ଗୁରୁଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ଅରବିନ୍ଦ କହିଲା ଗୁରୁଦେବ ଆମେ ଏବେ ସବୁ କିଛି ସି ଏବଂ ସମସ୍ତ ଜ୍ଞାନ ର ଅଧିକାରୀ ହୋଇ ହୋଇଗଲୁଣି । ଆମର ଆଉ ଅଧ୍ୟୟନ ର ଆବଶ୍ୟକତା ନାହିଁ। ତେଣୁ ଆପଣ ନିଶଙ୍କୋଚ ରେ ଗୁରୁ ଦକ୍ଷିଣା ମାଗନ୍ତୁ । ଅରବିନ୍ଦ ର ଉତ୍ତର ଶୁଣି ଗୁରୁ ଏମାନଙ୍କ ମନ କଥା ବୁଝିପାରିଲେ। ଏବଂ କହିଲେ ମତେ ଦକ୍ଷିଣା ରେ କେବଳ ଦୁଇ ଟି ଶୁଖିଲା ପତ୍ର ଆଣି ଦିଅ ଆଉ ହଁ ମନେ ରଖି ଏମିତି ଶୁଖିଲା ପତ୍ର ଆଣିବ ଯେଉଁ ପତ୍ର କାହାର ଦରକାର୍ ରେ ଆସୁନଥିବ କେବଳ ସେହି ପତ୍ର।
ଗୁରୁ ଙ୍କ ଠାରୁ ଏ ମାତ୍ର ଶୁଖିଲା ପତ୍ର ଶୁଣି ଦୁହେଁ ମନେ ମନେ ହସିବାକୁ ଲାଗିଲେ ଏବଂ ଭାବିଲେ ଭଲ ହେଲା ଆମେ ତ ଭାବିଲି ଗୁରୁ ସୁନା କିମ୍ବା ମୁଦ୍ରା ମଗିବେ କିନ୍ତୁ ଗୁରୁଦେବ ତ ମାତ୍ର ଅଦରକାରୀ ଶୁଖିଲା ପତ୍ର ମାଗୁଛନ୍ତି । ଗୁରୁଙ୍କ ଠାରୁ ଅନୁମତି ନେଇ ଦୁହେଁ ଶୁଖିଲା ପତ୍ର ର ଅନୁସନ୍ଧାନ ରେ ବାହାରି ପଡ଼ିଲେ।
କିଛି ବାଟ ଅତିକ୍ରମ କରିବା ପରେ ଦୁହେଁ ଦେଖିଲେ ଗୋଟିଏ ଗଛ ତଳେ କିଛି ଶୁଖିଲା ପତ୍ର ପଡ଼ିଛି ତେଣୁ ପତ୍ର ପାଇଁ ଗଛ ନିକଟ କୁ ଆସିଲେ ଗଛ ନିକଟ କୁ ଆସି ଦେଖିଲେ ଗୋଟିଏ ବାର ବର୍ଷ ର ଝିଅ ଗୋଟିଏ ବସ୍ତା ରେ ପତ୍ର ଗୋଟେଇ ରଖିଛି ସେ ଝିଅ ଟିକୁ ଏ ପତ୍ର ନେଇ କଣ କରିବୁ ବୋଲି ପଚାରିଲେ। ଝିଅ ଟି କହିଲା ମୋ ମା ଘରେ ବେମାର ରେ ପଡ଼ିଛି ମୁଁ ଏଇଠୁ ପତ୍ର ନେଲେ ଠୁ କରି ବିକିବି ଏବଂ ଯେଉଁ କିଛି ବି ପଇସା ମିଳିବ ସେଥିରେ ମୋ ପାଇଁ ଔଷଧ ଆଣିବି। ଝିଅ ଟି ର ଉତ୍ତର ର ରେ ଦୁହେଁ ସେଠୁ ଚାଲି ଆସିଲେ ଏବଂ ଅନ୍ୟ ଗୋଟିଏ ଗଛ ମୂଳ ରେ ପହଂଚିଲେ ସେଠି ଦେଖିଲେ କି ଗୋଟିଏ ପାରା ନିଜ ଥଣ୍ଟ ସାହଯ୍ୟ ରେ ଶୁଖିଲା ପତ୍ର ଗୁଡ଼ିକ ଗୋଟାଏ ଗୋଟାଏ କରି ନେଇ ନିଜ ବସା ତିଆରି କରୁଛି। ଏ ସବୁ ଦେଖି ଦୁହେଁ ଭାବିଲେ ନା ଏ ପତ୍ର ବି ହେବନାହିଁ। କାରଣ ଗୁରୁଦେବ କହିଛନ୍ତି ଅଦରକାରୀ ପତ୍ର ନେବା ପାଇଁ କିନ୍ତୁ ଏ ପତ୍ର ତ ଏମାନଙ୍କର ସବୁ ଦରକାର ରେ ଆସୁଛି।
କିଛି ବାଟ ଆଗକୁ ଚାଲିଲେ ଏବଂ ଗୋଟିଏ ବୃହତ ଗଛ ଦେଖି ଅଟକି ଗଲେ । ସେ ଗଛ ର ଆର ପାଖେ ଗୋଟିଏ ବୁଢ଼ୀ ମାଉସି କୁ ପତ୍ର ଗୋଟାଇ ବାର ଦେଖି ପଚାରିଲେ ବୁଢ଼ୀ ମାଉସି ତୁ ଏ ପତ୍ର କଣ ପାଇଁ ଗୋଟାଉଛୁ ? ଏ ପତ୍ର ନେଇ ତୁ କଣ କରିବୁ ? ବୁଢ଼ୀ ମାଉସି ଉତ୍ତର ଦେଲା ବାପା ରେ ଘରେ ଖୁଦ ଜାଉ ଗଣ୍ଡେ ବସେଇକି ଆସିଛି ଏ ପତ୍ର ନେଇ ଗଲେ ଜାଳିଲେ ଯାଉ ହେଲେ ଖାଇ ଭୋକ ମେଣ୍ଟେଇବି।
ବୁଢ଼ୀ ମାଉସି ଠାରୁ ଦୁହେଁ ଶୁଣି ସାରି ଆଉ କିଛି ବାଟ ଯାଇଛନ୍ତି ଦେଖିଲେ ଗୋଟିଏ ଛୋଟ ନାଳ ଟେ ବୋହି ଯାଉଛି ଆଉ ସେଇ ନାଳ ରେ ଗୋଟିଏ ପିମ୍ପୁଡ଼ି ପତ୍ର ସାହଯ୍ୟ ରେ ଏପଟ ରୁ ସେପଟ ପାରି ହେଉଛି।
ଏସବୁ ଦୃଶ୍ୟ ଦେଖି ସାରି ଦୁହେଁ ନିଜ ର ଭୁଲ୍ ବୁଝିସାରିଥିଲେ ଏବଂ ଚିନ୍ତା କଲେ ଭଗବାନ ଙ୍କ ସୃଷ୍ଟି ରେ କୌଣଷି ଜିନିଷ ଅଦରକାରୀ ନୁହେଁ। ପରୋକ୍ଷ ହେଉ କିମ୍ବା ପ୍ରତ୍ୟକ୍ଷ ରେ ସମସ୍ତଙ୍କର ଆବଶ୍ୟକତା ଅଛି ।
ଶେଷ ରେ ଦୁହେଁ ନିରାଶ ରେ ଖାଲି ହସ୍ତେ ରେ ଗୁରୁଦେବ ଙ୍କ ନିକଟ କୁ ଫେରିଗଲେ ଏବଂ ନିଜ ର ଭୁଲି ବୁଝିପାରିଛନ୍ତି ବୋଲି ସ୍ଵିକାର କରି ଗୁରୁଙ୍କୁ କ୍ଷମା ପ୍ରାର୍ଥନା କଲେ ।
ଗୁରୁଦେବ ହସି ସେମାନଙ୍କୁ କ୍ଷମା କରି ବୁଝାଇଲେ କି ସୃଷ୍ଟି ରେ ସବୁ ଜିନିସ ମୂଲ୍ୟବାନ ତେଣୁ କହାକୁ ନିଚାର୍ଥ ଭାବି ଘୃଣ୍ୟ ଦୃଷ୍ଟି ରେ ଦେଖିବା ଅପରାଧ ଏବଂ ଜୀବନ ରେ କେବେ ଜ୍ଞାନ କୁ ଗର୍ବ କରିବ ନାହିଁ କାରଣ ଜ୍ଞାନ ସମୁଦ୍ର ହେଲେ ଆମେ ସେଥିରେ ତିଲେ ମାତ୍ର ବାଲି କଣିକା।
