ପ୍ରେମର ଭାଷା
ପ୍ରେମର ଭାଷା
ପ୍ରେମର ଅର୍ଥ ନୁହେଁ ଯେ ଦୈହିକ ସଂପର୍କ, ପ୍ରେମର ଅର୍ଥ ଯତ୍ନ ଓ ଶାଶ୍ଵତ ଏବଂ ପ୍ରେମର ଅନ୍ୟ ନାମ ବିଶ୍ୱାସ । ରାଧା କୃଷ୍ଣ ଙ୍କ ପ୍ରେମ ହେଉ ବା ଏ ଯୁଗର ପ୍ରେମ ହେଉ ପ୍ରେମ ସବୁବେଳେ ଚିରନ୍ତନ ଓ ହୃଦୟର ଆଦାନ ପ୍ରଦାନ । କାହା ପାଇଁ ଏହା ଅଢେଇ ଦିନିଆ ତ କାହା ପାଇଁ ଜନ୍ମଜନ୍ମାନ୍ତର ।
ପୂର୍ବ ଆକାଶରେ ସୂରୁଜ ସୁନେଲି ରଙ୍ଗର କିରଣକୁ ଅଜାଡ଼ି ଦେବା ବେଳକୁ ସମଗ୍ର ସୃଷ୍ଟି ଚଳଚଞ୍ଚଳ ହୋଇ ଉଠିଛି ଏବଂ କୋକିଳର କୁହୁତାନରେ ସୃଷ୍ଟିର ସମସ୍ତ ଜୀବମାନେ କର୍ମ ତତ୍ପର ହୋଇପଡ଼ିଛନ୍ତି।
ପୂଜା ସକାଳୁ ଉଠି ନିତ୍ୟକର୍ମ ସାରି ରୋଷେଇ ପାଇଁ ବସି ଚାଉଳରୁ ଗୋଡ଼ି ବାଛୁଚି। ସେତିକି ବେଳକୁ ରାଧିକା ନାନୀର ପାଟି ଶୁଭିଲା ଆଲୋ ପୂଜା ...ପୂଜା... ଏ ପୂଜା ତତେ ଶୁଭୁନି ନା କଣ ବା ? ପୋଡ଼ାମୁହିଁଟାକୁ ଡ଼ାକି ଡ଼ାକି ମୋ ତଣ୍ଟି ଫାଟିଗଲାଣି ପଛେ ଏ ମହାରାଣୀକୁ ଶୁଭୁନି।
ହଁ ମା' କହ ମୁଁ ଏଠି ବସି ଚାଉଳରୁ ଗୋଡ଼ି ବାଛୁଚି, କଣ କହୁନୁ ? ଓଃ ମହାରାଣୀ ତାହେଲେ ଏଠି ବସିଛନ୍ତି ମୁଁ ଏତେ ବଡ ପାଟିରେ ଚିଲଉଛି ତତେ କଣ ଶୁଭୁନି? ତୋ ମାଆ ମଲାପରେ ତ ତୋ ବାପା ମତେ ବାହାହେଇକି ରାଣୀ କରି ନୁହେଁ ତ ଚାକରାଣୀ କରି ଆଣିଛନ୍ତି। ମୁଁ କେତେ ମନାକରିଛି କି ମୁଁ ଦୋଡବାହିରେ ବହାହେବିନି କିନ୍ତୁ ବିନା ଯୌତୁକ ଆଉ ଧନ ଦେଖି ମତେ ମୋ ବାପା ଆଣି ଏଠୀ ବାହା ଦେଇଦେଲା । ଛାଡ କଣ କରିବି ମୋର ଫଟା କପାଳରେ ତ ଏୟା ଲେଖା ଥିଲା କି ତୋ ପରି ବିକଳାଙ୍ଗକୁ ଜୀଵନ ସାରା ରଖି ସେବା କରିବୁ ତୁ ତ ଆମ ଉପରେ ବୋଝ ହେଇକି ପଡ଼ିରହିଲୁ। ହଉ ଜଲଦି ରୋଷେଇ କରେ ରାଜା ଖାଇ ପାଠ ପଢ଼ି ଯିବ ମୁଁ ଯାଉଛି ସେଇଆଡେ ଗୋରୁ ଖାଇଲେଣି ନା କଣ ଦେଖିବି ।
ସତରେ କଣ ମୁଁ ମୋ ବାପ ମାଆଙ୍କ ପାଇଁ ବୋଝ ? ହେ କଳା ସାଆନ୍ତ ତେବେ କାହିଁକି ଏ ଧରାପୃଷ୍ଠକୁ ମତେ ଜନ୍ମ କରି ପଠାଉଥିଲ ? ଜନ୍ମ ହେବା ପୂର୍ବରୁ ମତେ ମାରିଦେଲନି କାହିଁକି ? ମୋ ମାକୁ ତ ମୋଠୁ ଛଡେଇନେଲ କହି କୌଣସି କାରୁଣ୍ୟ ଦୁଃଖ ଭରା ଅତୀତରେ ହଜିଗଲା ।
ସେଦିନ କେତେ ଖୁସିରେ ବାପା, ମୁଁ ଓ ବୋଉ ବାହାଘରରୁ ଫେରୁଥିଲୁ । ମତେ ପ୍ରାୟ ସେବେ ୧୫ ବର୍ଷ ହେଇଥାଏ ଆମେ ବାହାଘରରେ ମଜା ମସ୍ତି କରି ସମସ୍ତେ ବହୁତ୍ ଖୁସି ଥିଲୁ । ବାପା ମଧ୍ୟ ଆସ୍ତେ ଆସ୍ତେ କରି ଗାଡ଼ି ଚଳାଉ ଥିଲେ କିନ୍ତୁ କଥାରେ ଅଛି ନା ତୁମେ ଯେତେ ସାବଧାନରେ ଥାଅ ଯାହା ଘଟିବାର ଥିବ ତାକୁ କେହି ରୋକିପରିବେନି, ସେପରି ଆମ ସାମ୍ନାରୁ ଜଣେ ବ୍ୟକ୍ତି ମଦ୍ୟପାନ କରି ଗାଡ଼ି ଅଧିକ ବେଗରେ ଚଳେଇ ଆସୁଥିଲା ବାପା ବହୁ ଚେଷ୍ଟା କଲେ ଆମ ଗାଡ଼ିକୁ ସାଇଡ୍ କରି ବୁଲେଇ ନେଇଯିବେ କିନ୍ତୁ balance କରିପାରିଲେନି ସତ ଚେଷ୍ଟା ତାଙ୍କର ବିଫଳ ହୋଇପଡ଼ିଥିଲା।
ସତରେ ମତେ ଥରେ ଥରେ ଭାବିକି ଆଶ୍ଚର୍ଯ୍ୟ ଲଗେ କି ମଣିଷ ସବୁବେଳେ ଏମିତି ଜାଣିଶୁଣି କାହିଁକୁ ଭୁଲ୍ କରେ କେଜାଣି ? ଦେଖା ଏଇ ଯେମିତି ହାନିକାରକ ଜିନିଷ ମଦ ଗୁଟୁକା, ପୁଡିଆ, ସିଗାରେଟ ହେଉ ତାର ଫ୍ରଣ୍ଟ ପେଜରେ କମ୍ପାନୀ ବାଲା ଭଲ କରି ଏ ସବୁ ବ୍ୟବହାର କଲେ କଣ କ୍ଷତି ହେବ ଦର୍ଶେଇଦଉଛନ୍ତି। କିନ୍ତୁ ଏ ମଣିଷ ସବୁ ଦେଖି, ସବୁ ଜାଣି ଜାଣିବା ନର ପରି ସେ ବିଷକୁ ଏତେ ମାତ୍ରାରେ ଅପୋଣେଇ ନଉଛି ଯେ ସେ ନିଜେ ବି ବୁଝିପାରୁନି ନିଜର କ୍ଷତି କରିବା ସହ ସେ ଅନ୍ୟମାନଙ୍କର କେତେ କ୍ଷତି କରୁଛି। ଆଉ ଏ ମଦ ଯୋଗୁ ଯେ କେତେ ଜୀବନ ଯାଉଛି, କେତେ ସ୍ତ୍ରୀଙ୍କ ମଥାରୁ ସିନ୍ଦୂର ଲିଭି, କେତେ ଛୁଆ ବାପାଙ୍କ ସ୍ନେହରୁ ବଞ୍ଚିତ ହେଉଛନ୍ତି ଏବଂ କେତେ ମାଆ କୋଳ ଖାଲି ହେଉଛି ତାର ହିସାବ ମିଳିବନି।
ଏଠି ସମସ୍ତେ ସବୁ ବୁଝନ୍ତି କିନ୍ତୁ କେହି ସଚେତନ ହୁଅନ୍ତିନି କାରଣ ଆଜିକାଲି ଷ୍ଟାଟସ ମେନସନ କରିବାକୁ ଏ ସବୁ କରିବାକୁ ପଡ଼େ। କିନ୍ତୁ ସମୟ ଆସିବ ଏ ମଦ ଯୋଗୁ ହିଁ ଦିନେ ସୃଷ୍ଟିରୁ ମଣିଷ ଲୋପ ପାଇବ ଆଉ ଯଦି ଆମେ ନିଜେ ହିଁ ସଚେତନ ହେବା ତେବେ ନିଶ୍ଚୟ ଏ ବିପଦକୁ ରୋକିପରିବା।
ସେଦିନ ସେଇ ମଦ୍ୟପାନ ବ୍ୟକ୍ତି ନିଶାରେ ଆମ ଗାଡିକୁ ଆଣି ଧକ୍କା କରିଥିଲେ ।ବାପା ସତ ଚେଷ୍ଟା କରି ମଧ୍ୟ ଗାଡ଼ିକୁ କଟିପାରି ନଥିଲେ । ମୋର ବାସ ଯେତିକି ମାନେ ଅଛି ଧକ୍କାରେ ମୁଁ ଗାଡ଼ିରୁ ଛିତ୍କି ପଡି ଅଚେତ ହେଇଯାଇଥିଲି। ଦୁର୍ଘଟଣା ସ୍ଥଳରେ କଣ ତାପରେ ଘଟିଛି ମୋର ମନେ ନାହିଁ।
ଦୁଇଦିନ ପରେ ଯେବେ ମୁଁ ଆଖି ଖୋଲିଲି ତେବେ ମୁଁ ମେଡିକାଲରେ ନିଜକୁ ପାଇଲି । ମୋ ବେଡ଼ ଚାରିପଟେ ସମସ୍ତେ ମତେ ବେଢ଼ି ରହିଥାନ୍ତି। ସେଠି ସମସ୍ତେ ଉପସ୍ଥିତ ଥିଲେ କେବଳ ମୋ ବୋଉକୁ ଛାଡି ମୁଁ ସଙ୍ଗେ ସଙ୍ଗେ ପାଟି କରି ଡାକ ପକେଇଲି ବହୁ ଥର କିନ୍ତୁ ମତେ କିଛି ପ୍ରତିଉତ୍ତର ମିଳିନଥିଲା। ମୁଁ ତାପରେ ବ୍ୟସ୍ତ ହେଇ ଦାଦା,ଖୁଡି ବାପା ଙ୍କୁ ପଚରୁଥାଏ ମୋ ବୋଉ କୁଆଡେ ଗଲା ମତେ କୁହ? ତମେ ସମସ୍ତେ ତ ଏଠି ଅଛ କିନ୍ତୁ ବୋଉ ତ କାଇଁ କୁଆଡେ ଦେଖାଯାଉନି। ସମସ୍ତେ ନୀରବ ଏବଂ ସମସ୍ତଙ୍କ ଆଖିରେ ଲୁହ ଆଉ କୋହ କେହି କିଛି ଉତ୍ତର ଦେଉନଥାନ୍ତି।
ତେଣୁ ମୁଁ ବାଧ୍ୟ ହୋଇ ବେଡ଼ରୁ ଉଠିବାକୁ ଚେଷ୍ଟା କଲି କିନ୍ତୁ ଏ କଣ ମତେ କିଏ ଯେମିତି ଜୋର୍ କରି ଧରିଛି । ମୁଁ ଯେତେ ଚେଷ୍ଟା କରୁଥାଏ ଉଠି ଛିଡ଼ା ହେବା ପାଇଁ ସକ୍ଷମ ହୋଇପାରୁନଥାଏ। ସତେ ଯେମିତି ମୋ ଗୋଡ଼କୁ କିଏ ଜୋର୍ ସେ ବାନ୍ଧିପକେଇଛି। ମୁଁ ଶେଷରେ ମୋ ଗୋଡ଼କୁ ଚାହିଁଲି ଦେଖିଲି ମୋ ବାମ ଗୋଡ ଗୋଡ ବହୁତ୍ ଜୋରେ କଷ୍ଟ ହେଉଛି ଏବଂ ମୋ ଗୋଡ଼ ବ୍ୟାଣ୍ଡେଜ ହେଇଛି ଏ ସବୁ ଦେଖି ମୋ ମନରେ ହଜାରେ ପ୍ରଶ୍ନ ଏବଂ ଭୟ ସୃଷ୍ଟି ହେଇଗଲାଣି।
ଠିକ୍ ସେତିକିବେଳେ ଡାକ୍ତର ଜଣେ ଆସି ମୋ ମୁଣ୍ଡକୁ ଆଉଁଶି କହିଲେ ମା'ରେ ଦୁର୍ଘଟଣାରେ ତୋ ଗୋଡ଼ କଟିଯାଇଛି । ଆମେ ବହୁତ ଚେଷ୍ଟା କରିଥିଲୁ ତୋ ଗୋଡ଼ ଠିକ୍ କରିବା ପାଇଁ କିନ୍ତୁ ଆମେ ହରିଗଲୁ ବାଧ୍ୟ ହୋଇ ତୋ ଗୋଡ଼ କାଟିବାକୁ ପଡ଼ିଲା।ମତେ ଏ ସବୁ ସତେ ଯେମିତି ଗୋଟିଏ ଦୁଃସ୍ଵପ୍ନ ପରି ମନେ ହେଉଥାଏ। ମତେ ଏସବୁ କିଛି ବିଶ୍ୱାସ ହେଉନଥାଏ କି ଆମେ ତ ସମସ୍ତେ ଠିକ୍ ଥିଲୁ ଆଉ ପରଦିନ ବାହାଘରକୁ ଯାଇଥିଲୁ।
ଆଉ କିଛି ସମୟ ପରେ ଡାକ୍ତର ଗଳା ରୋଦ୍ଧ କରି କହିଲେ ମାରେ ଦୁର୍ଘଟଣାରେ ତୋ ମାଆ ଚାଲିଯାଇଛନ୍ତି ତେଣୁ ନିଜକୁ ସମ୍ଭାଳେ ଆଉ କଣ କହିବେ ସେ ବୋଧହୁଏ ଜାଣିପାରୁନଥିଲେ ତେଣୁ ଏତିକି କହି ସେ ବିଶ୍ରାମ କର କହି ସେଠୁ ଚାଲିଗଲେ। ବାପା ବାଡକୁ ଆଉଜି ସେପରି ନିସ୍ତବ୍ଧ ଭଳି ଆଉଜି ଥାଆନ୍ତି । ଖୁଡି, ମାଉସୀ ସମସ୍ତେ ଭୋ ଭୋ ହୋଇ କାନ୍ଦୁଥାନ୍ତି।ଦେଖୁ ଦେଖୁ ବୋଉର ଦଶାହ କାର୍ଯ୍ୟ ସରିଗଲା ଏବଂ ସମସ୍ତେ ସବୁ ଭୁଲି ନିଜ ନିଜ କାମରେ ବ୍ୟସ୍ତ ହୋଇପଡିଲେ
ସେତିକି ବେଳୁ ଶୁଭିଲା ଏ ପୂଜା ଆଲୋ ପୂଜା ରୋଷେଇ ସରିଲାଣି ନା ସେମିତି ଖୁଣ୍ଟଟା ପରି ବସିଛୁ .......... ସେଦିନର ଅତୀତରେ ପୁଣି ପୂଜା ଭାସିଗଲା କେତେ ଭଲ ଥିଲା ସେଦିନ ରାକେଶ ଆଉ ମୁଁ ଦୁହେଁ ଦୁହିଁକୁ କେତେ ଭଲ ପାଉଥିଲୁ ମୋର ସେ କେତେ ଯତ୍ନ ନେଉଥିଲେ, ପ୍ରତି ମୁହୂର୍ତ୍ତରେ ସାହଯ୍ୟର ହାତ ମୋ ପାଇଁ ବଢ଼େଇ ଦେଉଥିଲେ କିନ୍ତୁ ତାଙ୍କର ହଠାତ୍ ଚାକିରି ବାହାରିବାରୁ ଅନିଚ୍ଛା ସତ୍ତ୍ବେ ସେ ଫେରିଲେ ମତେ ବିବାହ କରିବେ ବୋଲି କଥା ଦେଇ ଯାଇଥିଲେ।
କିନ୍ତୁ ମୋର accidentରେ ଏମିତି ହେବାର ତ ସେ ଜନିହ୍ନ୍ତି। କଣ ସବୁ ଜାଣିବା ପରେ ବି ମତେ ସେ ବିବାହ କରିବେ ? କଣ ମତେ ଦେଇଥିବା କଥା ସେ ରଖିବେ ? ଯାହା ମୋ ଭାଗ୍ୟରେ ଥିବ ସେୟା ହବ କହି ପୂଜା ନିଜ କାମରେ ବ୍ୟସ୍ତ ରହିଲା।
କିଛି ଦିନ ଯିବା ପରେ ରାକେଶ ଗାଁକୁ ଫେରିଲା ଆଉ ନିଜ ପ୍ରେମିକା ପୂଜାକୁ ଦେଖା କରିବା ପାଇଁ ଚାଲିଆସିଲା। ପୂଜାକୁ ସେ ଏ ଅବସ୍ଥାରେ ଦେଖି ନିଜ ଆଖି କି ବିଶ୍ୱାସ କରିପାରିଲାନି ପୂଜା ଘଟିଯାଇଥିବା ସବୁ ଘଟଣା କହିଲା। ରାକେଶ ଆଖି ବୁଜି ପୂଜାକୁ ବିବାହ କରିବା ପାଇଁ କହିଲା ଏବଂ ପୁଜାକୁ ଆସେଶ୍ଵନା ଦେଲା । ବାହାଘର ପାଇଁ କିନ୍ତୁ ରାକେଶର ଘର ଲୋକ ରାଜି ନ ଥିଲେ କିନ୍ତୁ ରାକେଶ ସେମାନଙ୍କୁ ପ୍ରେମର ଭାଷାରେ ବୁଝାଇଥିଲା କି ମୁଁ ପୂଜାକୁ ଭଲ ପାଇଛି ତାକୁ ଏମିତି ଅଧା ରାସ୍ତାରେ ଛାଡ଼ିଦେଇପାରିବିନି ଯଦି ବାହାଘର ପରେ ଏପରି ଦୁର୍ଘଟଣା ଘଟିଥନ୍ତା ତେବେ କଣ ମୁଁ ତାକୁ ଛାଡ଼ିଦେଇଥାନ୍ତି ତେଣୁ ମୁଁ ପୂଜାର ସାହାରା ହୋଇ ରହିବି ରାକେଶର କଥାରେ ସମସ୍ତେ ନିଜ ଭୁଲ୍ ବୁଝିପାରିଲେ ଏବଂ ରାକେଶ ପୂଜା ଖୁସିରେ ଜୀବନ ଅତିବାହିତ କଲେ।
