STORYMIRROR

pranati Mahapatra

Action

3  

pranati Mahapatra

Action

ଘର ପରା ଘୋର

ଘର ପରା ଘୋର

2 mins
276


ଘର ପରା ଘୋର ।ସେଥିପାଇଁ ଭାଗବତରେ ଅଛି 


ସଂସାର ସିନ୍ଧୁ ରୂପେଣ ମୀନ ରୂପେଣ ମାନବାଃ

ଜଞ୍ଜାଳ ଜାଲ ରୂପେଣ କାଳ ରୂପେଣ ଧିବରାଃ।


ତେଣୁ ଏ ସିନ୍ଧୁ ରୂପକ ସଂସାରରେ ଏ ଲୋଭମୋହର ଆକୃଷ୍ଟ ମଣିଷ ମୀନ ସଦୃଶ।କେତେବେଳେ ଘର ବୈକୁଣ୍ଠ ଧାମ ପାଲଟି ଯାଏ ପୁଣି କେତେବେଳେ ନର୍କ ପୁର।ଯାହା ବି ହେଉ ।ମଣିଷ ତ ସାମାଜିକ ପ୍ରାଣୀ ।ଷଢ଼ରିପୁ କବଳରେ କବଳିତ ହୋଇ ସଂସାର ରଙ୍ଗମଞ୍ଚରେ ନାୟକ ,ନାୟିକା, ଖଳନାୟକ, ଖଳନାୟିକା ,ଭକ୍ତ ଭଗବାନଙ୍କ ଭୂମିକା ଅତି ନିଖୁଣ ଭାବରେ ନ ହେଲେ ବି ସେଭଳି ଭୂମିକାରେ ଅବତୀର୍ଣ୍ଣ ହୋଇଥାଏ।ଯାହା ଯେତେ କହିଲେ ବି ସରେ ନାହିଁ ।


    କିଛି ଦିନ ତଳେ ଏଭଳି ଏକ ଧାରାବାହିକ ଚାଲିଥିଲା ମୁଁ ଦେଖିଥିଲି।ଯାହାର ଶୀର୍ଷକ ଥିଲା କହୁଥିଲେ ସରିବନି ବା ପରବର୍ତ୍ତୀ ସମୟରେ କଥା କହୁଥିଲେ ସରିବନି ବୋଲି ଦୀର୍ଘ ଦିନ ଧରି ଚାଲିଥିଲା।



   ଚାଲିବା ତ ସ୍ଵାଭାବିକ ।କାରଣ ସମ୍ପ୍ରତି ଆଉ ଦୃଷ୍ଟିଗୋଚର ହୁଏନାହିଁ ଯୌଥ ପରିବାର ।ସମସ୍ତଙ୍କର ଗୋଟିଏ ପରିବାର ମାନେ ବାପା ମାଆ ପୁଅଟିଏ ଅବା ଝିଅଟିଏ।ହେଲେ ଯୌଥ ପରିବାରରେ ଅନେକ ଲୋକ, ଭିନ୍ନ ଚିନ୍ତାଧାରା, ଖାଦ୍ୟ ପେୟ ସମସ୍ତଙ୍କର ଏକା ହୋଇ ନ ଥାଏ।କେତେବେଳେ କାହା ସହ କାହା ମନ ମିଶେ ତ କେତେବେଳେ କେମିତି ଝିମିଟି ଖେଳରୁ ମହାଭାରତ ଯୁଦ୍ଧର ସୂତ୍ରପାତ ।ସେଭଳି ପରିସ୍ଥିତି ବି ଅଳ୍ପେ ବହୁତେ ଚାଲିଛି ଏବେ ଗାଁ ଗାଁରେ ।ସେହିଭଳି ଘଟଣାର ପୃଷ୍ଠଭୂମି ଆଜି କାଲିର ଧାରାବାହିକ ଦୂରଦର୍ଶନ ର ଜଳଛବି ।


      ମୁଁ ମଧ୍ୟ ସେଭଳି ଗୋଟିଏ ସ୍ଥାନରେ ଦଣ୍ଡାୟମାନ ।ଯେଉଁଠି କହିଲେ କୁଳ କୁଟୁମ୍ବକୁ ଲାଜ ,

ପୁଣି ନ କହିଲେ କୁଳ ଭାସି ଯାଉଛି ।


ଛଅ ପୁଅ ତିନି ଝିଅଙ୍କ ସହ ରାମବାବୁଙ୍କ ସଂସାର ସିନା, ଏବେ କିନ୍ତୁ ପିଲାମାନେ ବିବାହିତ ସତ ।ପରିବାରର ଲୋକସଂଖ୍ୟା ସହ ସମସ୍ୟା ବି ବଢି ଯାଇଛି ।ଯେଉଁ ବାପାଙ୍କ ବିନା ପରାମର୍ଶରେ, ବିନା ଆଦେଶରେ କାହା ସହିତ କଥା ହେଉ ନ ଥିଲେ ପିଲାମାନେ, ଆଜି ସେମାନେ ସେହି ବାପାମାଆଙ୍କୁ ବୃଦ୍ଧାଶ୍ରମରେ ରଖିବାକୁ ଯୋଜନା କରୁଛନ୍ତି ।ଯିଏ ଦିନେ ହାତ ଧରି ଚାଲି ଶିଖେଇଥିଲା ଆଜି ସେ ଘରକୋଣରେ ,ଯିଏ ଗାଳି କରି ପେଟ ପୁରାଇ ଖୋଇ ଦେଉଥିଲା ସେ ଆଜି ଗାଳି ଖାଇ ଖାଇ ପେଟ ପୁରାଉଛି।ଯାହାର ପଣତ ଶ୍ରୀମନ୍ଦିର ନେତ ଥିଲା, ଆଜି ତାର ପଣତ ଛିଣ୍ଡା ନେଙ୍କଡା ହୋଇ ଯାଇଛି।ରାସ୍ତାରୁ ଗୋଟେଇ ନିଜ ସ୍ନେହ ମମତାରେ ବାନ୍ଧି ରଖୁଥିବା ମାଆ ପାଇଁ ସମସ୍ତ ବନ୍ଧନ ମୁକ୍ତ କରି ନିଜ ପରିବାର ସଂସାର ଚିନ୍ତାରେ ମସଗୁଲ ଶିଶୁ ଶାବକରୁ ବଡ଼ ହୋଇଥିବା ରକ୍ତର ଭବିଷ୍ୟ ମାନେ ।ଜହ୍ନମାମୁଁ ଦେଖଉ ଥିବା ମାଆ ବାପା ଆକାଶର ତାରା ଗଣୁଛନ୍ତି।ସବୁବେଳେ କାନ୍ଧରେ ବୋହି ବୋହି ନେଉଥିବା ବାପା ପାଇଁ ଚାରିକାନ୍ଧ ବି ନିଅଣ୍ଟ ହୋଇ ପଡିଛି ।ଗୋଟିଏ କଂସାରେ ହାତ ବୁଡେଇ ପଖାଳ ଖାଉଥିବା ପିଲାମାନେ ଆଜି ସେହି ବାପାମାଆଙ୍କ ପାଇଁ ଘରଛାଡିବାର ନିଷ୍ପତ୍ତି ନେଇଛନ୍ତି ।


    ଏକଥା କେବେ କହିଲେ ବି ସରିବନି ।ସବୁ ଘରେ ନୁହେଁ ।ସବୁ ପରିବାରର ସମସ୍ୟା ଯଦିଓ ନୁହେଁ ତଥାପି ସମସ୍ୟା, ତଥାପି ଘଟଣା ସବୁ ଦୁର୍ଘଟଣା ତଥାପି ଏ କାହାଣୀ ଅପରିସୀମ ।

ଏ କାହାଣୀ କହୁଥିଲେ ସରିବନି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action