Rasmi Rekha Tripathy

Inspirational Abstract Others

3  

Rasmi Rekha Tripathy

Inspirational Abstract Others

ଘର ଦିଅଁ

ଘର ଦିଅଁ

1 min
6.9K



       କଣ କରିବି ? ଘରେ ମୋର ଜଞ୍ଜାଳ ବହୁତ l ଅସୁସ୍ଥ ଶାଶୁ ଶ୍ୱଶୁର l ପିଲାମାନେ ଭୋକେଇ ଯିବେଣି l ସେମାନେ ମୋର ଚଳନ୍ତି ଠାକୁର l ମୋର ଘର ଦିଅଁ l ସେହି ଚଳନ୍ତି ଠାକୁରମାନଙ୍କୁ ଛାଡି ମୋର ଏହି ସତସଙ୍ଗରେ ଜମ୍ମା ମନ ଲାଗିବନି l ତେଣୁ ତୁମେ ମାନେ ଯାଅ l ଘର ଦିଅଁଙ୍କୁ ହେଳା କରି ମୁଁ ପର ଦିଅଁଙ୍କୁ ପୂଜା କରି ପାରିବିନି l ସତ କହିଛ ତୁମେ ମୋର ଧର୍ମ କର୍ମ ଅପେକ୍ଷା ମୋର ମାୟା ମୋହ ମୋ ପାଇଁ ଅଧିକ l କଣ କରିବି ସେହି ଠାକୁର ହିଁ ତ ମୋତେ ଏହି ମୋହମାୟାରେ ବାନ୍ଧି ଦେଇଛନ୍ତି l ମୋର ମନ ସେଠି ଜମ୍ମା ଲାଗିବନ l ମୁଁ ତେଣୁ ଘରେ ହିଁ ରହିବି l

       ଗୀତାଭବନରେ ଗୀତା ପାଠ ସହ ସତସଙ୍ଗ ବି ହେଉଥିଲା l ସାହିର ସ୍ତ୍ରୀ ଲୋକମାନେ ଆସିଥିଲେ ମୋ ବୋହୁକୁ ଡାକି ନେବା ପାଇଁ l ଏତିକି କହି ବୋହୁ ମୋର ସେମାନଙ୍କୁ ବିଦା କରି ଦେଇଥିଲା l ତା ଅଜାଣତରେ ମୁଁ ଶୁଣି ନେଇଥିଲି ଏହି କଥା ସବୁ ଓ ଗର୍ବ ଅନୁଭବ କରୁଥିଲି ତା ପାଇଁ l


Rate this content
Log in

Similar oriya story from Inspirational