STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଗଛ

ଗଛ

8 mins
299


ଲିନା ହେଉଛି ଦଶ ବାରବର୍ଷର ଝିଅଟିଏ।ସେ ନିଜ ବାପା ମାଆ ସହ ବମ୍ବେ ନଗରରେ ରହେ।ଜନସମୁଦ୍ର ଭିତରେ ଆକ୍ତାମାକ୍ତା ତାଙ୍କ ଜୀବନ।ଦୁଇ ବଖରା ଦିଆସିଲି ଡବା ପରି ଘରରେ କଟେ ତାଙ୍କ ଜୀବନ ର ଅର୍ଦ୍ଧେକ ଭାଗ।ଗୋଟିଏ ଶୋଇବା ଘର ରୂପେ ବ୍ୟବହୃତ ହୁଏ।ଯୋଉଟା ଡ୍ରଇଂ ରୁମ୍ ରୂପେ ବ୍ୟବହାର ହୁଏ ସେ ହଲ୍ ଟି ପ୍ରକୃତରେ ତାଙ୍କର ସବୁ ପ୍ରୟୋଜନ ପାଇଁ ବ୍ୟବହାର ହୁଏ।ଯେମିତି ସକାଳେ ସୋଫା ରୂପେ ବସି ଟିଭି ଦେଖନ୍ତି।ଲେଖା ପଢା କରନ୍ତି।ତା ମାଆ ସେଠି ବସିବସି ସିଲେଇ ବୁଣେଇ ବା ଶାଗପତର ବାଛିବା କାମବି କରି ନିଅନ୍ତି।କୁଣିଆ ଅତିଥୀ କେହି ଘରକୁ ଆସିଲେ ସେଇଠି ବସନ୍ତି।ଜଳଖିଆ ଆଦି ସେଠି ପରଷା ଯାଏ।ସେତେବେଳେ ସେ ଡ୍ରଇଂରୁମର କାର୍ଯ୍ୟ ତୁଲାଏ।ପୁଣି ସେଇଠି ବସି ଲଞ୍ଚ ଡିନର୍ ବି କରିନିଅନ୍ତି ସେମାନେ।ସେତେବେଳେ ତାହା ଡାଏନିଙ୍ଗ ଟେବୁଲ ରୂପେ କାମରେ ଆସେ।ଯଦି ଅଧିକ ଲୋକ ହେଲେ ସୋଫାକୁ ସିଧା ଆକାର କରିଦେଲେ ଖଟ ବନିଯାଏ।ସେଠି ଦୁଇଜଣ ଆରାମରେ ଶୋଇବା ହେଇଯାଏ। ରାସ୍ତା ଘାଟ ମାର୍କେଟ କମ୍ପ୍ଲେକ୍ସ ଅଫିସ ଯୁଆଡେ ବି ଯାଅ ସବୁଠି ମଣିଷଙ୍କ ଭିଡ।ଚାରିଆଡେ ଗାଡି ମଟରର ଭିଡରେ ଧୂଆଁ ପଟ୍ରୋଲ ଗନ୍ଧରେ ପରିବେଶ ଦୂଷିତ।ଗଛପତ୍ର ବେଶି ନଥିବାରୁ ତାପମାତ୍ରାବି ଅଧିକ ଥାଏ ।ଅତ୍ୟଧିକ ଗରମ ହୁଏ ସେଠି।ଅଫିସ କାମ ଓ ଘରକାମ କରି ସମୟ ସରିଯାଏ ହେଲେ ଜୀବନରେ ସନ୍ତୋଷ ମିଳେନି।

ପ୍ରାକୃତିକ ଜିନିଷ ଟିକେ ମିଳିବା ଦୂର୍ଲଭ ସେଠି।ଯାହା ଫଳମୂୂଳ ଶାଗ ସବ୍ଜି ମିଳେ ସାରଦିଆ ଓ ଅନେକ ଦିନର ବାସି ଜିନିଷ ଯାହା ଶୀତଳ ଭଣ୍ଡାରରେ ରଖାଯାଇଥାଏ।ସେଥିରେ ସ୍ବାଦ ନଥାଏ ଗାଆଁର ପରିବା ଫଳପରି।ଗାଆଁରେ ଗୋବର ପିଡିଆ ପ୍ରଭୃତି ଦେଇ ଚାଷ କରାହୁଏ।ଫଳରେ ସବୁଜିନିଷ ରେ ଭିଟାମିନ ଭରପୁର ମାତ୍ରାରେ ଥାଏ।ସେଠିକାର ଶାଗ ଟିକେ ଖାଇଲେ ବହୁତ ସ୍ବାଦିଷ୍ଟ ଲାଗେ। ସେଥିରେ ଜୀବନିକା ସବୁ ଭର୍ତ୍ତି ଥାଏ।ଗାଆଁରେ ମିଠା ପାଣି ମିଳେ। ପବନରେ ଅମ୍ଲଜାନ ପ୍ରଚୁର ପରିମାଣରେ ଥାଏ।ସହର ଅପେକ୍ଷା ତାପମାତ୍ରା ବି କମ୍ଥାଏ।ଆଜିକାଲି ଗାଆଁ ମାନଙ୍କର ବି ଗଛ ସବୁ କଟା ହେଇ ଗଲାଣି, ରାସ୍ତା କଡର ଗଛସବୁ କାଟି ଦେଇ ରାସ୍ତା ଚଉଡା କରୁଛନ୍ତି।ବଣର ଗଛ ସବୁ କଟାହେଇ ଯାଉଛି କେବେ ଘରତିଆରି ହେଇ ବସ୍ତି ହେବା ନାଆଁରେ,ତ କେବେ କଳ କାରଖାନା ବସିବ ବୋଲି ବଡବଡ ବଣ ସବୁ ସଫାହେଇ ଯାଉଛି।ଖଣି ଖଦାନ ଖୋଲିବା ନାଆଁରେ ଡୁଙ୍ଗୁରି ବଣ ସବୁ ଖୋଲି ଗାତ କରି ଦେଉଛନ୍ତି।

ପ୍ରକୃତିର ସବୁଜିମା ଓ ସୁନ୍ଦରତା ସବୁ ଧୀରେ ଧୀରେ ଅବଲୁପ୍ତ ହେଇ ଯାଉଛି।ସେ ସବୁଜ ବଣପାହାଡ ଭରା ବଡ ବଡ ଘଞ୍ଛ ବଣ ଏବେ ଲଣ୍ଡା ଚାନ୍ଦୁଆ ହେଇ ତାର ସୌନ୍ଦର୍ଯ୍ୟ ହରାଇ ଡହଡହ ତାତୁଛି ଗରମରେ।

ଲିନା ଏବେ ଗାଆଁକୁ ଆସିଛି ତା ମାଆ ବାପା ସହିତ।କରୋନା ମହାମାରିର ଭୟରେ ସଭିଏଁ ଗାଆଁ ମୁହାଁ ହେଇ ଯାଇଛନ୍ତି।ବଡ ବଡ ସହରରେ ବେଶି ମାତ୍ରାରେ ମୃତ୍ୟୁହାର ବଢୁଥିବାରୁ ଗାଆଁକୁ ସଭିଏଁ ଧାଇଁ ଆସିଛନ୍ତି।ଗାଁରେ ରହି ଓ୍ବାର୍କଟୁହୋମ କରୁଛନ୍ତି।ବିପଦ ପଡିଲେ ଗାଆଁମାଟି ମନେ ପଡେ ସଭିଙ୍କୁ।ସୁଖ ସମୟରେ ଅଧିକ ଟଙ୍କା କମାଇବାର ନିଶାରେ ସଭିଏଁ ସହରକୁ ଦଉଡନ୍ତି।କୁଞ୍ଚା କୁଞ୍ଚି ହେଇ ଦୁଇ ବଖରାରେ ରୁହନ୍ତି ପଛେ,ଅଧିକ ଦାମଦେଇ ସାଧାରଣ ଜିନିଷକୁ କିଣନ୍ତୁ ପଛେ,ତଥାପି ସହରରେ ରହିବା ମନ ସଭିଙ୍କର।ରୋଗ ବାଗ ହେଲେ କାରଖାନା ରୁ ଛଟେଇ କଲେ ସେମାନଙ୍କ ଘରକଥା ମନେ ପଡେ।ଗାଆଁକୁ ଅବହେଳା କରି ସହରମୁହାଁ ହେଇଥିବା ଲୋକଟି ବି ଯେବେ ଗାଆଁକୁ ଫେରେ,ଗାଁ ତାକୁ ଆଦରର ପାଛୋଟି କୋଳାଗ୍ରତ କରେ।ନିଜର ଛାତିରେ ପୁଣି ଜାଗା ଦିଏ ତାକୁ । ଏଥର ଯେବେ ପ୍ରଶ୍ନ ତା ସ୍ତ୍ରୀ ଶୁଭ୍ରା ଓ ଲିନା ସହ ଗାଆଁ

କୁ ଆସିଲା।ସଭର୍ଏଁ ଆଦର କଲେ।ପୁରୁଣା ସାଙ୍ଗ ସାଥିଙ୍କ ସହ ଭେଟ ହେଲା।ବଡ ବୁଢା ଗୁରୁଜନଙ୍କର ଆଶିର୍ବାଦ ମିଳିଲା।ବିଶେଷ କରି ଲିନା ପ୍ରାକୃତିକ ପରିବେଶ ସହ ପରିଚିତ ହେଲା।ସେ କେବଳ ବହି ମାନଙ୍କରେ ଗଛ ଲତା ଜୀବଯନ୍ତୁଙ୍କୁ ଦେଖି ଜାଣି ଥିଲା।ଏଠି ଆସିବା ପରେ ସବୁକୁ ପାଖରୁ ଦେଖିବାର ସୁଯୋଗ ପାଇଲା। ଲିନା ତା ଜେଜିମାଆଁକୁ ପଚାରିଲା ବଗିଚାରେ ଏତେ ଗଛ କାହିଁକି ଲଗାଇଛ?ଜେଜିମା ଲିନାର ଜିନିଷ ପ୍ରତି ଜାଣିବାର ଆଗ୍ରହ ଦେଖି ତାକୁ ସାଙ୍ଗରେ ନେଇ ସମ୍ମୁଖରୁ ପ୍ରତ୍ୟକ୍ଷ ଭାବରେ ସେ ଜିନିଷ ସହ ପରିଚିତ କରିବାକୁ ଲାଗିଲେ।ଲିନା କେବେ ଏମିତି ବଣ ପର୍ବତ ପଶୁପକ୍ଷୀ,ନଈ, ଖୋଲା ଆକାଶ, ଚାନ୍ଦ ତାରାରେ ଭରା ଲୋଭନୀୟ ପରିବେଶ ଦେଖି ନଥିଲା ।ଛୋଟ ଛୋଟ କୀଟ ପତଙ୍ଗ ସାପ ବେଙ୍ଗ ମୂଷା ଏଣ୍ଡୁଅ ଗୁଣ୍ଡୁଚି ପକ୍ଷୀ ରଙ୍ଗିନ ଫୁଲ ମାନଙ୍କୁ ଦେଖି ତାଙ୍କ ବିଷୟରେ ଅନେକ କୁତୁହଳ ପ୍ରଶ୍ନ ମାନ ପଚାରୁ ଥିଲା।ଏ ସାପ ବେଙ୍ଗ ଏଣ୍ଡୁଅ ଜିଆ ମାନେ ଏଠି କାହିଁକି ଅଛନ୍ତି।ଏମାନଙ୍କୁ କାହିଁକି ମାରି ଦେଉନ।ଏ ଫୁଲ ମାନେ ଏତେ ରଙ୍ଗର କେମିତି ହେଲେ।ଏମାନଙ୍କୁ କିଏ ତିଆରିଛି।ଏଗଛ ମାନେ ଆମର କି କାମରେ ଆସନ୍ତି।କାହିଁକି ଏ ମାନଙ୍କୁ ବଗିଚାରେ ଲଗାଇଛ? ଏମିତି ଅନେକ ପ୍ରଶ୍ନ ତା ପିଲାମନରେ ଯାହା ଉପୁଜେ ସେ ଶୀଘ୍ର ଜେଜୀମାଁ କୁ ପଚାରିଦିଏ।ଜେଜୀମା କହିଲେ ସେ ଗୋଟି ଗୋଟି କରି ସବୁ ଉତ୍ତର ଦେବେ।ଦିନେ ନଈ ବିଷୟରେ କହିବେ ଦିନେ ଫୁଲ ବିଷୟରେ କହିବେ।ଦିନେ ପଶୁପକ୍ଷୀଙ୍କ ବିଷୟରେ କହିବେ।ଦିନେ ପର୍ବତ ବିଷୟରେ କହିବେ ଦିନେ ପବନ ବିଷୟରେ କହିବେ। ଦିନେ ଉତ୍ତାପ ବା ସୂର୍ଯ୍ୟ ବିଷୟରେ କହିବେ। ଆଜି ସେ ଗଛ ବିଷୟରେ କିଛି କହିବେ।ଗଛ ଆମ ପ୍ରକୃତିର ଏକ ଅଙ୍ଗ ବିଶେଷ।ଗଛ ଆମର କଣ ଉପକାର କରେ ସେକଥା ଜାଣିବା ଆଜି।ଗଛ ଆମ ପ୍ରକୃତିକୁ ସବୁଜିମା ପ୍ରଦାନ କରି ସୌନ୍ଦର୍ଯ୍ୟ ବର୍ଦ୍ଧନ କରେ।ଅଧିକ ସୂର୍ଯ୍ୟ କିରଣକୁ ଛତ୍ର ହେଇ ନିଜ ଶାଖା ପଶାଖା ମେଲାଇ ନିଜେ ସହିଯାଏ ଓ ଅନ୍ୟକୁ ଶୀତଳତା ପ୍ରଦାନକରେ।ବର୍ଷାକୁ ମଧ୍ୟ ନିଜ ଡାଳପତ୍ରରେ ଛତା ସାଜି ଧରିରଖେ ବୋଲି ବାଟୋଇ ଟିଏ ତା ତଳେ ଆଶ୍ରୟ ନିଏ।ଖରା ବର୍ଷା ଉଭୟରୁ ଗଛ ରକ୍ଷାକରେ ମଣିଷ ଓ ପ୍ରାଣୀ ମାନଙ୍କୁ। କେତେ କୀଟ ପତଙ୍ଗ ପକ୍ଷୀ ଓ ଛୋଟ ଛୋଟ ପ୍ରାଣୀଙ୍କୁ ଆଶ୍ରୟ ଦେଇଛି ତା କୋଳରେ।ଗୁଣ୍ଡୁଚି ଏଣ୍ଡୁଅ ସାପ ପ୍ରଭୃତି ପ୍ରାଣୀ ତା କୋରଡ ମାନଙ୍କରେ ବସା ବାନ୍ଧି ରହନ୍ତି। ଗଛ ଅଙ୍ଗାରକାମ୍ଲକୁ ନିଜ ରନ୍ଧନ ପାଇଁ ଉପଯୋଗ କରେ ବୋଲି ଆମ ପରିବେଶରୁ ବିଶାକ୍ତ ଅଦରକାରି ଅଙ୍ଗାର କାମ୍ଲ କିଛି ସରିଯାଏ।ଯାହା ଆମ ମଣିଷ ମାନଙ୍କ ପାଇଁ ବିଷ ଶଦୃଶ୍ୟ ହାନିକାରକ ହେଇଥାଏ।ତାରି ବଦଳରେ ସେ ପ୍ରଦାନକରେ ଅମୃତ ତୁଲ୍ୟ ଅମ୍ଲଜାନ।ଯାହା ଆମ ପ୍ରାଣୀ ମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ।ଶ୍ବାସ ପାଇଁ ଆମକୁ ଏ ବାଷ୍ପର ବହୁତ ଆବଶ୍ୟକତା ପଡିଥାଏ।ଏବେ କରୋନା ରୋଗୀଙ୍କ ପାଇଁ ଏ ବାଷ୍ପ ବହୁତ ଜରୁରୀ ହେଇ ପଡିଛି।କରୋନା ରୋଗରେ ଶ୍ବାସ କଷ୍ଟ ହୁଏ।ଏଥିପାଇଁ ଅମ୍ଲଜାନ ବେଶି ଦରକାର ପଡେ।ଏବେ ଏହା ସିଲିଣ୍ଡରରେ କିଣା ଯାଉଛି।ହେଲେ ବେଳେବେଳେ ଅଭାବ ପଡୁଛି।ଯୋଉଥିପାଇଁ ଅନେକ ରୋଗୀ ମରି ଯାଉଛନ୍ତି।ଏହି ଗଛମାନେ ଯଦି ପ୍ରଚୁର ମାତ୍ରାରେ ପୃଥିବୀ ପୃଷ୍ଠରେ ଥିବ ତେବେ ଆମର ଅମ୍ଲଜାନ କମିବାର ସମସ୍ୟା ରହିବନି। ଆସେ ତତେ ଦେଖାଇବି,ଏ ତୁଳସୀ ଗଛ ଯାହାର ଛୋଟ ଛୋଟ ସୁବାସିତ ପତ୍ର ରହିଛି।ଏଗଛ ପ୍ରଚୁର ପରିମାଣରେ ଅମ୍ଲଜାନ ଛାଡିଥାଏ ଭୂ ପୃଷ୍ଠରେ।ସେଥିପାଇଁ ମୁଁ ଆମ ଘରେ ଏ ତୁଳସୀର ବଣ ଲଗାଇଛି।ଆମକୁ ପ୍ରଚୁର ଅକ୍ସିଜେନ୍ ମିଳିବ ବୋଲି।ଆଉ ଏଇ ଘରକୋଣରେ କୁଣ୍ଡରେ ଯୋଉ ମନିପ୍ଲାଣ୍ଟ ଲଗାଇଛି ତାକୁ ଦେଖେ।କମ ମାଟିରେ ବି ଗାମଲା ଭିତରେ କେମିତି ଛନଛନ ହେଇ ବଢିଛି। ଲୋକେ କୁହନ୍ତି ମନି ପ୍ଲାଣ୍ଣ ଥିଲେ ମନି ଆସିବ।ହେଲେ ମନି ଆସିବା କଥା ସତ ବା ମିଛ ମୁଁ ଜାଣିନି କିନ୍ତୁ ଏ ଆମ ଜୀବନ ପାଇଁ ବଡ ଉପକାରୀ।କାରଣ ଏ ବି ପ୍ରଚୁର ଅମ୍ଲଜାନ ଦେଇଥାଏ ବାୟୁ ମଣ୍ଡଳକୁ।ଘରଭିତରେ ଗଛଟିଏ ଥିଲେ ଆମପାଇଁ ଯଥେଷ୍ଟ ଅମ୍ଲଯାନ ମିଳିଯିବ। ଆଉ ଚାଲେ ବଗିଚା ଆଡେ ସେଇ ବଡ ଝଙ୍କାଳିଆ ବଡ ଅଶ୍ବସ୍ଥ ଗଛକୁ ଦେଖୁଛୁ।ଦେଖ୍ ତାର ପତ୍ରମାନେ ସବୁବେଳେ ଫଡଫଡ ହଲୁଛନ୍ତି।ଏଗଛ ସବୁବେଳେ ହଲୁଥାଏ ଓ ପବନ ସଂଚାଳନ କରି ଶ୍ବେଦ ଶୁଖାଇ ଦିଏ।ତା ସାଙ୍ଗରେ ଏ ବି ପ୍ରଚୁର ଅମ୍ଲଜାନ ଦିଏ।ଏଇ ନିମ୍ବଗଛ କୁ ଦେଖ।ଏହାର ପତ୍ରଟେ ଧର ଟିକେ ଦାନ୍ତରେ କାଟିକି ଦେଖ। ଲିନା ପତ୍ରଟିଏ ଚୋବାଇ ଥୁ ଥୁ କରି ଥୁକିଦେଲା। ଜେଜୀ କହିଲେ ଏ ଗଛ ତା ପିତା ଗୁଣ ପାଇଁ ଆମର ଅନେକ ଉପକାର କରେ। ଏ ଗଛ ବି ଆମକୁ ଅମ୍ଲଜାନ ବହୁତ ପରିମାଣରେ ଦିଏ।ତା ସାଥିରେ ଏହାର କଅଁଳି ପତ୍ର ଫୁଲକୁ ଆମେ ଖାଇଲେ ବସନ୍ତ ମିିଳିିମିଳା ଆଦି ରୋଗ ହୁଏ ନାହି।ଯଦି ବସନ୍ତ ହେଇ ଯାଇଛି କାହାକୁ ତେବେ ଏହାର ପତ୍ରକୁ ସିଝାଇ ସେ ପାଣିରେ ଗାଧୋଇଲେ ପିତା ହେତୁ ସେ ରୋଗର ଜୀବାଣୁ ନଷ୍ଟ ହେଇ ଯାନ୍ତି ।କୁଣ୍ଡେଇ ହେବା ଛାଡିଯାଏ ଓ ଘାଆ ବି ଶୀଘ୍ର ଶୁଖି ଯାଏ।ଏହାର ମଞ୍ଜିର ତେଲ ବି ବଡ କାମରେ ଆସେ।ଏହାର ବାସନାରେ ମଶା ଚାଲି ଯାନ୍ତି।କାଛୁ କୁଣ୍ଡିଆ ହେଲେ ଏ ତେଲ ଲଗାଇଲେ ଭଲ ହେଇଯାଏ।ଏହାର ପତ୍ର ଓ ଛାଲିରୁ ଅନେକ ଔଷଧ ତିଆରି ହୁଏ।ଏବେ ଅନେକ ନିମ ଫେସଓ୍ବାସ ବଜାରରେ ମିଳୁଛି।

 ଏହା ହେଉଛି ବେଲ ଗଛ ଏହାର ପତ୍ର ଶିବମହାପ୍ରଭୁଙ୍କର ବଡ ପ୍ରିୟ।ଏହାର ତିନି ପତ୍ରରେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ବର ବାସ କରନ୍ତି।ଏହା ଦେହରେ ବି ଅନେକ ଔଷଧୀୟ ଗୁଣ ରହିଛି।ହଳଦିଆ ଚମ୍ପାକଢି ଫୁଲ ଗଛ ଦେଖୁଛୁ ଏହା ବିଶାକ୍ତ ଗଛ ।ଏହାର ଫଳ ଖାଇଲେ ଲୋକ ମରିଯାଏ।କିନ୍ତୁ ଏହାର ପତ୍ରଓ ଚମଡାକୁ ତେଲରେ ମିଶାଇ ସିଝାଇଲେ ଯେଉଁ ତଇଳ ପ୍ରସ୍ତୁତ ହୁଏ ତାହା ଆଣ୍ଠୁଗଣ୍ଠି ବ୍ୟଥା ପାଇଁ କାମଦିଏ।ଏ ତୈଳରେ ଅରଖ ପତ୍ର ମଧ୍ୟ ପକାଯାଏ ତୁଲସୀ ପକାଯାଏ ।ଅରଖ ଗଛ ବି ବିଶାକ୍ତ ଗଛ କିନ୍ତୁ ଏହାର ଔଷଧୀୟ ଗୁଣ ଅଛି।ଅମୃୃତ ଭଣ୍ଡା ପତ୍ରର ରସ ପିଇଲେ ଡେଙ୍ଗୁ ରୋଗ ଭଲ ହୁଏ।ଭୃଷଙ୍ଗ ପତ୍ରରେ ବି ଅନେକ ଔଷଧୀୟ ଗୁଣ ରହିଛି।ଏହି ପତ୍ର ହଜମୀପକ୍ରିୟା ସନ୍ତୁଳିତ କରେ କେନ୍ସର ପରି ରୋଗକୁ ପ୍ରତିରୋଧ କରେ ଆଜମା ଥିଲେ ଓ ଏସିଡ ହେଉଥିଲେ ବି ଭଲକରି ପାରେ।ଏହାକୁ କଞ୍ଚା ଖାଇବା ସହ ଏହାର ଚୂର୍ଣ କରିବି ଲୋକେ ବ୍ୟବହାର କରନ୍ତି।ହରଡା ବାହାଡା ଅଅଁଳା ତିନୋଟି କୁ ମିଶାଇ ତ୍ରିଫଳା ଚୂର୍ଣ ବନାଯାଏ।ଯାହାଅନେକ ସମସ୍ୟା ଦୂର କରିଥାଏ ଆମ ଦେହରୁ। କାଗିଜି ଲେମୁ ବି ଅନେକ ଭଲଗୁଣରେ ପରିପୂର୍ଣ।ମେଦ ବହୁଳତା ଗ୍ୟାସ ହେଉଥିଲେ ଏହାର ରସ ପାଣିରେ ମିଶାଇ ପିଇଲେ କାଟୁ କରିଥାଏ ।କହିବାକୁ ଗଲେ ପ୍ରତି ଗଛରେ କିଛି ନା କଛିି ଉପାଦେୟ ଗୁଣ ରହିଛି।ଯୋଉ ଗଛ କିଛି କାମରେ ନଲାଗେ ସେଇ ଗଛ ଛାଇଟିକେ ଦେବାରେ ତ ସମର୍ଥ ହୁଏ।ମରିଗଲେ କାଠ ହେଇ ଜାଲେଣି କାମରେ ଆସେ।ଅନେକ ଗଛର ପତ୍ର ଫୁଲ ଆମର ତରକାରି ର କାମରେ ଆସେ।ଗଛର ଫୁଲ ମାନେ ସୁଗନ୍ଧ ପ୍ରଦାନ କରିବା ସହିତ ନିଜ ସୁନ୍ଦରତାରେ ସମସ୍ତଙ୍କୁ ଖୁସି ପ୍ରଦାନ କରନ୍ତି।।କଣ୍ଟାଗଛ ବି ବାଡ ଲଗାଇବାର କାମରେ ଆସିଯାଏ।ଏମିତି ଗୋଟିଏ ବି ଗଛ ନାହିଁ ଯାହା ଆମପାଇଁ ଅଦରକାରୀ ।

ଏଇ ଆସେ ଚନ୍ଦନ ଗଛ ଦେଖିବୁ।ଏହାର କାଠରୁ ଚନ୍ଦନ ତିଆରି ହୁଏ।ଯାହ ପୂଜା ପାଇଁତ ଦରକାର ତା ସାଙ୍ଗରେ ଏହାର ପ୍ରଲେପନ କଲେ ଗରମରୁ ତ୍ରାହୀ ମିଲେ।ଏହା ସୌନ୍ଦର୍ଯ୍ୟ ବର୍ଦ୍ଧନ ପାଇଁ ବି ପାଉଡର ରୂପେ ମହିଳାମାନେ ଫେସପେକରେ ମିଶାଇ ବ୍ୟବହାର କରନ୍ତି।ଅନେକ ଛୋଟ ଛୋଟ ଗୁଲ୍ମ ମାନେବି ଔଷଧୀୟ ଗୁଣରେ ଭରପୂର ଥାଆନ୍ତି।ଆଗ କାଳରେ ବଇଦ ମାନେ।ଏଇ ଗୁଲ୍ମ ଲତାର ରସ ଲଗାଇ ବଡ ବଡ ଘାଆ ଠିକ କରି ଦେଉଥିଲେ।ଲକ୍ଷ୍ମଣ ଶକ୍ତିଭେଦ ସମୟରେ ହନୁମାନ ଗନ୍ଧମାର୍ଦନ ପର୍ବତକୁ ବୋହି ଆଣିଥିଲେ।ସେ କଥାତ ଟିଭିରେ ଦେଖିଛୁ।ଗନ୍ଧମାର୍ଦନ ପର୍ବତରେ ଅନେକ ଔଷଧୀୟ ବୃକ୍ଷ ଥିଲା।ବିଶଲ୍ୟକରଣୀ କୁ ଚିହ୍ନି ନ ଥିବାରୁ ହନୁମାନ ସାରା ପର୍ବତକୁ ଉଠାଇ ଆଣିଲେ।ଏହି ଜଡିବୁଟି ଔଷଧ ବି ପ୍ରକୃତିର ଉଦ୍ଭିଦ ମାନଙ୍କ ଦାନ। ଆଉ ଆମେ ଯୋଉ ଫଳ ମୂଳ ଖାଉଛୁ ।ତୁ କଣ କଣ ଫଳ ଭଲ ପାଉ ନାଆଁ କେତେଟା କହିଲୁ? ଲିନା କହିଲା।ମୋର ଆମ୍ବ ସବୁଠୁ ପ୍ରିୟ।ତାପରେ ସେଓ,ଅଙ୍ଗୁର,ନାସ୍ପାତି ,କମଳା,ଅମୃତ ଭଣ୍ଡା,ସପେଟା ପଣସ,ପିଜୁଳି ଖଜୁରୀ ଆହୁରି କେତେ ଫଳ ଖାଏ ମୁଁ।ଏସବୁ କିଣି ଖାଇବା ଫଳ ମାନଙ୍କ ନାମ ଗୁଡାକ ତୁ କହିଲୁ।ଏହା ବ୍ୟତିତ ଅନେକ ଜଙ୍ଗଲି ଫଳ ବି ଆମେ ଖାଇ ଥାଉ।ଯେମିତି ଜାମୁକୋଳି,ବୁରୋକୋଳି।ଲଟି ବୁରୋ,ବାଘ ଅଁପ୍ରା,କୁରୁଲୁ କେନ୍ଦୁ,କୁସମ,ବଣ ଖଜୁରୀ,ଚାର,ଜମରଲା, ଏମିତି ଆହୁରି କେତେ।କେତେ ଜଙ୍ଗଲି ଗଛରୁ ଆମେ ତା ଫଳର ମଞ୍ଜିକୁ ତୈଳବୀଜ ରୂପେ ବ୍ୟବହାର କରୁ।ଶାଳମଞ୍ଜି, ଟୋଲ,କୁସମ ଏସବୁରୁ ତେଲ ବାହାରେ।ମହୁଲ କେନ୍ଦୁପତ୍ର ସବେଇଘାସ,ବାଉଁଶ,ଝୁଣା,ଏସବୁ ବି ସେହି ଗଛ ମାନଙ୍କରୁ ମିଳିଥାଏ।କଷି ବାଉଁଶକୁ ଚୁନିଚୁନାକାଟି ହେଣ୍ଡୁଆ ଓ କରଡି କରି ଖାଆନ୍ତି।ବାଉଁଶରୁ ଅନେକ ପ୍ରକାର ଘରୋଇ ଉପକରଣ ବି ତିଆରି ହୁଏ। ଆମେ ଯେତେ ପ୍ରକାର ଶାଗ ତରକାରୀ ଖାଉ ସବୁ କୋଣସି ନା କୌଣସି ଗଛରୁ ମିଳିଥାଏ।କେବଳ ସେତିକି ନୁହେଁ ଆମେ ଯେଉଁ ଲୁଗା ପିନ୍ଧୁଛୁ ତାବି ଏକ ଗଛର ଫଳରୁ ତିଆରି।କପା ଫଳଭିତରେ ଥିବା ରୁଆରେ ସୂତାଲୁଗା ତିଆରିହୁଏ।ଅନେକ ଗଛର ତନ୍ତୁ ରୁ ବି ଲୁଗା ତିଆର ହୁଏ।ମୁର୍ଗା ପଟରୁ ବି ଲୁଗା ଅଖା ପ୍ରଭୃତି ତିଆରି ହୁଏ।ଚଟେଇ ମସିଣା ବି ଏକ ଜାତୀିୟ ଘାସରୁ ତିଆରି।ଖଜୁରୀ ପତ୍ରରୁ ପଟିଆ ତିଆରି ହୁଏ। ଏକ ପ୍ରକାର ଘାସରୁଝାଡୁ ତିଆରି ହୁଏ।

ଆଉ ତୁ ଶୋଉଥିବା ଖଟ ପଲଙ୍କ ଶୋଫା କୋଉଥିରେ ତିଆରି କହିଲୁ?ଲିନା ଉତ୍ତର ଦେଲା କାଠରୁ।ହଁ ଠିକ୍ କହିଛୁ।ଗଛ ମରିଗଲା ପରେ ବି ଆମର କାମରେ ଆସେ।ତାର ଡାଳପତ୍ର ଆମର ଜାଳେଣି ରୂପେ କାମରେ ଲାଗେ।ଆଉ ଗଣ୍ଡି ମାନେ କରତରେ କରତି ପଟା ତିଆରି ହୁଅନ୍ତି।ସେ ପଟାରେ ଖଟ ଓ ଆହୁରି ଗୃହ ବ୍ୟବହାର୍ଯ୍ୟ ଜିନିଷ ତିଆରି ହୁଏ।ବାଉଁଶରୁ ବି ଅନେକ ପ୍ରକାର ଗୃହ ଉପକରଣ ଜିନିଷ ତିଆରି ହୁଏ।

ଯାନ ବାହନ ସିପ୍ ବା ପାଣି ଜାହାଜ ବି ଏହି କାଠରୁ ତିଆରି।ସବୁଠୁ ବଡ କଥା ହେଲା ଏହି ଗଛ ବା ଦାରୁରୁ ଆମ ଦିଅଁ ଜଗନ୍ନାଥ ଓ ତିନିଦିଅଁ ସୁଦର୍ଶନ ଆଦି ତିଆରି ହୁଅନ୍ତି।ରଥ ବି କାଠରୁ ନିର୍ମିତ ହୁଏ।ପୂର୍ବ କାଳରେ ଆଦିବାସୀ ମାନେ ଗଛର ଗଣ୍ଡିକୁ ଦେବତା ରୂପେ ପୂଜା କରୁଥିଲେ।ଗଛ ଗଣ୍ଡିକୁ

ଜଗନ୍ତ ବୋଲି କହୁଥିଲେ।ସେହି ଶବ୍ଦକୁ ସଂସ୍କୃତରେ ଜଗନ୍ନାଥ କହିଲେ।ସେହି ଜଗନ୍ନାଥ ବି ଗଛ ଦେବତାର ପ୍ରତୀକ ରୂପେ ପୂଜିତ ହୁଅନ୍ତି।ମହାଲିମ୍ବ ଗଛର ଦାରୁକୁ ପୂଜାକରି ଅଣାଯାଏ।ତାରି କାଷ୍ଠରୁ ପ୍ରଭୁଙ୍କ ମୂର୍ତ୍ତି ନିର୍ମାଣ ହୁଏ।ଆଉ ସବୁଠୁ ସତ୍ୟ କଥା ହେଲା।ଏଇ ଗଛର ଛଅଖଣ୍ଡି କାଠରେ ଆମ କୋକେଇ ତିଆରି ହୁଏ।ଏହି ଗଛରୁ ହୋମପାଇଁ ସମୀଧ ବି ତିଆରି ହୁଏ।ଏହି କାଠରେ ଆମର ଏନ୍ତୁଡି ବି ଜଳେ ଆଉ ଏହି କାଠ ଆମର ଯୁଇ ହେଇ ଆମକୁ ପାଉଁଷ କରିବାରେ ସହଯୋଗ ବି ଦିଏ।ଏବେ ଜାଣିଲୁ ତ ଏ ଗଛ ମାନେ ଆମପାଇଁ କେତେ ଜରୁରୀ ଓ ମହତ୍ବପୂର୍ଣ। ଏମାନେ ଅଛନ୍ତି ବୋଲି ବର୍ଷା ଆସୁଛି।ଏମାନେ ଅଛନ୍ତି ବୋଲି ମୃତିକା କ୍ଷୟ ହେବାଠୁ ବର୍ତ୍ତି ଯାଉଛି।ଏ ଗଛ ଆମର ଅତ୍ୟନ୍ତ ଦରକାରୀ ଖାଦ୍ୟ ବସ୍ତ୍ର ଅମ୍ଲଜାନ ତା ସହିତ ପାନୀୟ ରୂପେ ତାର ଫଳରସ ବି ଯୋଗାଇ ଥାଏ।ମଣିଷର ଚଳିବାର ସବୁ ଉପାଦାନ ରହିଛି।ଗଛ ପାଖରେ। ଗଛ ଅଛିତ ଆମେ ଅଛୁ।ଗଛ ସରିଲେ।ଆମେ ବି ବିଲୁପ୍ତ ହେଇଯିବା। କୃଷ୍ଣ ଭଗବାନ ବି ସେଥିପାଇଁ ପ୍ରକୃତିର ପୂଜା କରିବାକୁ ଉପଦେଶ ଦେଇ ଥିଲେ।ଗୋବର୍ଦ୍ଧନ ଯେହେତୁ ଫଳ ମୂଳ ଚଳିବାର ସବୁ ଜିନିଷ ସହିତ ଗାଈ ଗୋରୁଙ୍କୁ ଘାସ ଯୋଗାଉଥିଲା ସେଥିପାଇଁ ଭଗବାନ ଗୋବର୍ଦ୍ଧନ ପୂଜା କରିବାକୁ ନିର୍ଦେଶ ଦେଇଥିଲେ।ଆଉ ସେ ଦିନଠୁ ଆଜି ବି ଗୋବର୍ଦ୍ଧନ ପୂଜା ହେଉଛି।ପ୍ରକୃତି ଆମ ପାଇଁ ଭଗବାନଙ୍କ ଏକ ଅମୂଲ୍ୟ ଦାନ।ତାର ରକ୍ଷା କରିବା ଆମର ଦାୟିତ୍ବ। ଯୋଉ ଗଛ ସବୁ କଟି ଯାଇଛି ସେ ଜାଗା ମାନଙ୍କରେ ଆମକୁ ନୂତନ ଗଛ ରୋପଣ କରିବାକୁ ପଡିବ।ଯେତେ ବେଶି ଗଛ ରହିବ ସେତେ ବର୍ଷା ହେବ। ତାପମାତ୍ରା ବି ବଢିବନି।ପୃଥିବୀର ସନ୍ତୁଳନ ରକ୍ଷା ପାଇଁ ଗଛ ଲଗାଇବା ହିଁ ଏକମାତ୍ର ବିକଳ୍ପ ଆମପାଇଁ।ଏହା କଲେ ଏଇ ମହାମାରୀ ପ୍ରଭୃତି ବିପଦ ଆପେ ଘୁଞ୍ଚିଯିବ।ଆମର ପୂର୍ବର ସୁସ୍ଥ ପୃଥିବୀ ଆମକୁ ପୁଣି ଥରେ ମିଳିଯିବ।ଆସ ସଭିଏଁ ଜଣକୁ ଗଛଟିଏ ଲଗାଇବା ଓ ପୃଥିବୀକୁ ସାଗୁଆ କରିଦେବା ପୁଣିଥରେ। ଆଈମାଙ୍କ କଥା ଶୁଣି ଲିନା ଖୁସୀ ହୋଇଗଲା ଓ ଗଛ ଲଗାଇବାକୁ ପ୍ରସ୍ତୁତ ହୋଇଗଲା।


Rate this content
Log in

Similar oriya story from Inspirational