kamal kumar dash

Inspirational

3  

kamal kumar dash

Inspirational

ଗାଁ

ଗାଁ

1 min
266


   

ରାଧେଶ୍ୟାମ ବାବୁ ଘରକୁ ଫେରିଛନ୍ତି ଆମେରିକାରୁ  ଅନେକ ଦିନ ପରେ ଗାଁ କୁ ସାଥିରେ ପୁଅ ବୋହୁଙ୍କୁ ନେଇ । ପ୍ରଥମେ ଗ୍ରାମ ଦେବତୀଙ୍କ ପାଖରେ ମୁଣ୍ଡିଆ ମାରିଲା ପରେ ଗାଁ ଭିତରକୁ ପଶିଲେ । ମନ୍ଦିର ପୁରୋହିତ କହିଲେ ବାବୁ ପ୍ରସାଦ ପାଇକରି ଯିବ ।ରାଧେଶ୍ୟାମ ବାବୁ କହିଲେ ହଁ ଭାଇନା । ସେ ସ୍କୁଲ ଘର ପାଖରେ ରହି ଦେଖିଲେ ସ୍କୁଲ ତ ବଡ଼ ହୋଇଛି ହେଲେ ତାଙ୍କର ପ୍ରିୟ ନଡ଼ିଆ ଓ ଚମ୍ପl ଗଛ ଆଉ ନାହିଁ । ଆଗରେ ସେ ଲଗାଇଥିବା ଦେବଦାରୁ ଗଛ ରୁ ଅନେକ ବାତ୍ୟାର ଭାଙ୍ଗି କଟା ହୋଇଛି । ଘରେ ପହଁଚିଲା ପରେ ସାନ ମାନେ ତାଙ୍କର ପାଦ ଛୁଇଁଲେ ଆଉ ସେ ବଡ଼ ମାନଙ୍କର ପାଦ ଛୁଇଁଲେ । ଦି ଜଣ ସାଙ୍ଗ ଆସି ତାଙ୍କୁ କୁଣ୍ଢାଇ ପକାଇଲେ ସତରେ ବଡ଼ ଅଦ୍ଭୁତ ଥିଲା ସେ ମିଳନ । ତାଙ୍କ ଭିତରୁ ଜଣେ କହିଲା ଚାଲ ପିଲା ଦିନ ଭଳି ପୋଖରୀକୁ ମାଛ ମାରିବାକୁ ଯିବା ।


ରାଧେଶ୍ୟାମ ବାବୁ କିଛି ସମୟ ଚିନ୍ତା କରି କହିଲେ ଆଉ ଦିନେ ଆସିବି ,ତୁମ ସଂଗେ ଅନେକ କଥା ଆଛି ପଛରୁ ଶ୍ରୀମତୀ ବଡ଼ ବଡ଼ ଆଖି କରି ଚାହିଁଲେ ତାଙ୍କ ଆଡେ । ଗାଁ ଧାନ ବିଲ ପୋଖରୀ ଓ ଆମ୍ବ ତୋଟା ବୁଲିବାକୁ ତାଙ୍କର ବହୁତ ଇଚ୍ଛା ହେଲା ହେଲେ ପିଲାମାନେ ରାଜି ନଥିଲେ । ଘର ବାଡ଼ି ଦେଖି ସେ ବାହାରିଲେ ମନ୍ଦିର ଆଡେ । ସେଠି ସାମାନ୍ୟ ପ୍ରସାଦ ଖାଇ ଫୁଣି ଭୁବନେଶ୍ୱର କୁ ବାହାରି ପଡିଲେ ରାଧେଶ୍ୟାମ ବାବୁ । ସ୍ତ୍ରୀ ଓ ପିଲା ମାନେ ଗରମ ରେ ବ୍ୟତିବ୍ୟସ୍ତ ହୋଇ ପଡୁଥିଲେ ମାତ୍ର ରାଧେଶ୍ୟାମ ବାବୁ ଙ୍କ ମୁଁହରେ ଲାଗି ରହିଥିଲା ସଫଳତାର ଏକ ନିରୋଳା ହସ । 


Rate this content
Log in

Similar oriya story from Inspirational