Kamal Kumar Dash

Inspirational

2  

Kamal Kumar Dash

Inspirational

ଗାଡି ନଥିବାର ଦୁଃଖ

ଗାଡି ନଥିବାର ଦୁଃଖ

1 min
182


ମିଶ୍ର ବାବୁ ନୂଆ ଗାଡି କିଣିଲେ ଓ ଦାଶ ବାବୁଙ୍କ ଘରକୁ ନୂଆ ଗାଡ଼ିରେ ମିଠା ନେଇଆସିଲେ ବୁଲିବାକୁ । ମିଠା ପାକେଟ ଟିକୁ ଶ୍ରୀମତୀ ଦାଶକୁ ଦେଇ ଶ୍ରୀମତୀ ମିଶ୍ର କହଲେ ବୁଝିଲା ଭାଉଜ ଆଜି ମୋର ବହୁତ ଦିନର ଆଶା ପୁରା ହୋଇଗଲା । ମିଶ୍ର ବାବୁ ମୋ ପାଇଁ ଗୋଟେ ଗାଡି କିଣିଦେଲେ । ଜୀବନରେ ମୋର ଦିଟା ବଡ଼ ଲକ୍ଷ ଥିଲା ଘର କରିବା ଓ ଗାଡି କିଣିବା , ଆଜି ମିଶ୍ର ବାବୁ ସେ ସବୁ ପୁରା କରିଦେଲେ । ହଁ ତୁମେ ଦି'ଜଣ ବାହାର ମାର୍କେଟ ବିଲ୍ଡିଂ ଯାଇ ସପିଂ କରି ଆସିବା । ଏତକ ଶୁଣିଲା ପରେ ଶ୍ରୀମତୀ ଦାଶଙ୍କ ଦେହରେ କରେଣ୍ଟ ଲାଗିଲା ପରି ଲାଗିଲା । ସେ କହିଲେ ମୋର ତ ଭାଗ୍ୟଟା ପୋଡା ଗାଡି ଘର କଥା ମୁଁ କାହିଁକି ଚିନ୍ତା କରିବି ? ଏ ଲୋକଙ୍କୁ ଯେତେ କହିଲେ ତାଙ୍କ ମୁଣ୍ଡରେ କିଛି ପଶିବନି । ସIତ ସାନ ଭାଇ ଭଉଣୀ ଘର କରି ସାରିଲେଣି ଓ ନିଜ ଗାଡ଼ିରେ ବସି ବୁଲୁଛନ୍ତି ହେଲେ ୟାଙ୍କୁ ଲାଜ ନାହିଁ । ଦାଶ ବାବୁ ପଢା ଘରୁ ବାହାରକୁ ଆସି କହିଲେ ମୁଁ ମୋ ପରିବେଶକୁ ରକ୍ଷା କରିବା ପାଇଁ ଗାଡି କିଣୁନି । ଘରତ ଗାଁରେ ଅଛି ,ରିଟାୟାର୍ଡ଼ ହେଲା ପରେ ସେ କଥା ବୁଝିବା । ରାଗି କି ଶ୍ରୀମତୀ ଦାଶ କହିଲେ ତାଙ୍କୁ ବୁଝାଇ କିଛି ଲାଭ ନାହିଁ ଚାଲ ଆମେ ଯିବା । ସେ ଘରେ ବସି କ୍ରିକେଟ ମ୍ୟାଚ ଦେଖନ୍ତୁ ଓ ତାଙ୍କ ପରିବେଷକୁ ରକ୍ଷା କରନ୍ତୁ । ପଛରୁ ଦାଶ ବାବୁ କହୁଥିଲେ କାର୍ବନ ଏମିସନ ଏକ ବଡ଼ ସମସ୍ୟା ହେଲାଣି ମୁଁ ସେଥିରେ ସାମିଲ ନହୋଇ କିଛି କାର୍ବନ ଏମିସନ କମ କରିଥିବାରୁ ନିଜକୁ ଧନ୍ୟମନେ କରୁଛି । କିଛି ସମୟ ପରେ ମିଶ୍ର ବାବୁଙ୍କ ନୂଆ କାର ଧୂଆଁ ଛIଡି ଆଗକୁ ଗଡ଼ିଲା ଓ ଦାଶ ବାବୁ ପଛରେ ରହିଗଲେ ।


Rate this content
Log in

Similar oriya story from Inspirational