STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଏକାକୀ ଜୀବନ

ଏକାକୀ ଜୀବନ

4 mins
408

ମିତ୍ରଭାନୁ ଦାସ ଜଣେ ରିଟାୟର ପୋଲିସ ଅଫିସର।ଦିନଥିଲା ତାଙ୍କର ବଡ ଦବଦବା ଥିଲା।ଚୋର ତଷ୍କର ଅସାମାଜିକ ବ୍ୟକ୍ତିମାନେ ତାଙ୍କ ନାଆଁ ଶୁଣି ଭୟରେ କମ୍ପୁଥିଲେ।ସେ ଯୋଉ ଥାନାକୁ ଗଲେ ସେ ଅଞ୍ଚଳର

ଉତ୍ପାତ କମି ଯାଉଥିଲା।ସେଥିପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି।ଚାକିରି ସମୟରେ ଘରେ ଚାକର ବାକର ଙ୍କ ଗହଳି ଲାଗିଥିଲା।ପୁଅ ରୁଦ୍ରାକ୍ଷ ଓ ଝିଅ ଦ୍ରାକ୍ଷା ଘରକୁ ମୁଖରିତ କରୁଥିଲେ ନିଜ ବାଳ ଚପଳାମିରେ।ସ୍ତ୍ରୀ ଜାହ୍ନବୀ ଜଣେ ସଂସ୍କାରୀ ଓ ଈଶ୍ବରବିଶ୍ବାସୀ ମହିଳା ଥିଲେ।ପୂଜାପାଠରେ ଲାଗିଥାନ୍ତି ସବୁବେଳେ।ସବୁ ପ୍ରକାର ନୀତି ନୀୟମ ପାଳନ କରନ୍ତି।ପରିବାରର ଅନ୍ୟ ସଦସ୍ୟଙ୍କୁ ବି ମାନିବାକୁ ପ୍ରବର୍ତ୍ତାନ୍ତି। ପୂଜାପର୍ବ ପଞ୍ଚୁକ ନବରାତ୍ରୀ ଆଦିରେ ଘରକୁ ଆଇଁଷ ପଶି ଦିଅନ୍ତି ନି।ସେଦିନ ସାତ୍ତ୍ବିକ ଭୋଜନ ପ୍ରସ୍ତୁତ କରନ୍ତି ନିଜ ହାତରେ।ପିଠାପଣା ସବୁ ନିଜ ହାତରେ କରନ୍ତି।ତାଙ୍କ ହାତରେ କଣ କୁହୁକ ଥିଲା କେଜାଣି ଯାହା କରନ୍ତି ସବୁ ସ୍ବାଦିଷ୍ଟ ଲାଗେ।ସତରେ ସେ ଘରର ଲକ୍ଷ୍ମୀ ଥିଲେ।ଘରକୁ ସ୍ନେହର ରଜ୍ଜୁରେ ବାନ୍ଧି ରଖିଥିଲେ।ଶାଶୁ ଶଶୁର ନଣନ୍ଦ ଦିଅର ସମସ୍ତଙ୍କୁ ସ୍ନେହ ସମ୍ମାନ ଦେବା ଜାଣିଥିଲେ।ସେଥିପାଇଁ ଘରେ ପ୍ରାୟଦିନ କେହି ନା କେହି କୁଣିଆଁ ଆସୁଥିଲେ।ଉତ୍ତମ ମାନ୍ୟ ବ୍ୟବହାର ପାଉଥିଲେ।ଘରଟି ଗହଗହ ଲାଗୁଥିଲା ଅତିଥୀଙ୍କ ଆଗମନରେ।ପଛଆଡେ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ।ତାଙ୍କୁ ବି ସ୍ତ୍ରୀର ପ୍ରଶଂସା ଶୁଣି ଖୁସି ଲାଗୁଥିଲା।ସେ ଜଣେ ଭଲ ପ୍ରେମିକା ବି ଥିଲେ।କଲେଜ ସମୟରେ ତାଙ୍କ ରୂପସୁଷମାରେ ମୋହିତ ହୋଇ ସେ ତାଙ୍କୁ ବିବାହ କରିଥିଲେ।ତାଙ୍କୁ ପଟେଇବାକୁ ସେ ବହୁତ ପାପଡ ବେଲିଛନ୍ତି।କେତେଥର ଜାହ୍ଳବୀଙ୍କ ଦାଦାଠୁ ମାଡଗାଳି ବି ସହିଛନ୍ତି।ହେଲେ ନିଜ ଉଦଯୋଗ ରୁ ଓହରି ନଥିଲ କେବେ।ତାଙ୍କର ଭଲପାଇବାର ଗାଢତା ଆଗରେ ଶେଷରେ ସମସ୍ତେ ନଇଁବାକୁ ବାଧ୍ୟ ହୋଇଥିଲେ ଓ ବିବାହ କରିଥିଲେ।ସେ ଜାହ୍ଳବୀକୁ ବହୁତ ଭଲ ପାଉଥିଲେ।ତାକୁ ନେଇ ଅନେକ ଜାଗା ବୁଲି ଯାଇଛନ୍ତି।ଗହଣା ଆଉ ଶାଢୀର ଅମାର ଲଗାଇ ଦେଇଛନ୍ତି।ଯେତେଦିନ ସାଥିରେ ଥିଲେ ସବୁବେଳେ ଖୁସି ଦେବାରେ ଲାଗିଥିଲେ।ସବୁବେଳେ ତାଙ୍କର ସେବାକରୁଥିବା ସ୍ତ୍ରୀ ଲୋକଟି ଶେଷରେ କ୍ୟାନସର୍ ର ଶିକାର ହୋଇଯାଇଥିଲେ।ଶେଷ ବେଳକୁ ସେ ତାଙ୍କ ସେବାର ଋଣ କିଛି ସୁଝିବାକୁ ଚେଷ୍ଟା କରୁଥିଲେ।ତାଙ୍କର ସବୁ କାମ ନିଜ ହାତେ କରୁଥିଲେ।ଚାକର ବାକର ଘରର ଅନ୍ୟ କାମ ଦେଖୁଥିଲେ।ସେ ରିଟାୟର ପରେ ଜାହ୍ଳବୀର ସବୁ କାମ କରୁଥିଲେ।ପାଖରେ ବସି ଅନେକ ଗପ କବିତା ବହି ପଢି ଶୁଣାଉଥିଲେ।ଜହ୍ଳବୀ ଙ୍କୁ ବହି ପଢିବା ଭଲ ଲାଗୁଥିଲା।ହେଲେ ଶେଷ ବେଳକୁ ସେ ବଡ ଦୁର୍ବଳ ହୋଇ ଯାଇଥିଲେ।ମୁଣ୍ଡର ଲମ୍ବାକେଶ ସବୁ କେମୋଥେରୋପି ନେବା ଫଳରେ ଉପୁଡି ଗଲା।ନିଜ ବିଭତ୍ସ ରୂପକୁ ଦେଖି ସେ ବଡ ଦୁଃଖିତ ହେଇ ପଡୁଥିଲେ।ମିତ୍ରଭାନୁ କହୁଥିଲେ ଉପର ସୁନ୍ଦରତାରେ କଣ ଅଛି? ତୁମ ଅନ୍ତର ତ ବହୁତ ସୁନ୍ଦର।ତୁମେ କେତେ ଦରଦୀ,ସ୍ନେହୀ, ପରୋପକାର ମହିଳା।ପ୍ରେମର ଫଲ୍ଗୁଟିଏ ତୁମ ହୃଦୟ ଭିତରେ ଚିର ପ୍ରବାହିତ ହେଉଅଛି।ତା,ର ମଧୁପାନ କରି ମୁଁ ଧନ୍ୟ ଭାବେ ମୋ ଜୀବନକୁ।ମତେ ତୁମର ଆଙ୍ଗିକ ସୌନ୍ଦର୍ଯ୍ୟର ଆବଶ୍ୟକତା ନାଇଁ।ମୁଁ ତୁମ ଆତ୍ମାକୁ ଭଲ ପାଇ ସାରିଛି।ଆତ୍ମା ସହ ଆତ୍ମାର ମିଳନ ହୋଇ ସାରିଛି ଆମର।ତୁମ ଦୁଃଖକୁ ମୁଁ ଅନୁଭବ କରେ ଆଉ ମୋ ଦୁଃଖରେ ତୁମେ ବିଳପି ଉଠ।ଏହାହିଁତ ପ୍ରକୃତ ପ୍ରେମ।ପିଲା ଦୁଇଜଣ ବଡହେବା ପରେ ବିବାହ ହୋଇ ବିଦେଶ ଚାଲିଗଲେ।ପୁଅ ଚାଲିଗଲା କାନାଡାର ଟରୋଣ୍ଟୋକୁ।ଆଉ ଝିଅ ରହିଲା ସାନ୍ଫ୍ରାନ୍ସିସ୍କୋ ରେ।

ଏବେ ଦୁଇ ପ୍ରାଣୀ ଏକା ରହୁଥିଲେ।ରିଟାୟର ପରେ ଚାକର ବାକର ବି ଆଗପରି ନାହିଁ।ଏବେ ନିଜ ଘରେ ରହୁଥିଲେ।କ୍ବାଟରରେ କିଛି ଝାମେଲା ନଥିଲା।ନିଜ ଘରେ ରହିଲେ ଘରର ଅନେକ ଦାୟିିତ୍ବ ବଢିଯାଏ।

ଆଜି ଏଇ ଜିନିଷ ଖରାପ ହେଲା କାଲି କୋଉଟା ନୂଆଁ ଦରକାର କଲାଣି।ଇଲେକ୍ଟ୍ରି ବିଲ୍ ରୁ ଆରମ୍ଭ କରି ଗ୍ୟାସଟାଙ୍କି ପରିବାପତ୍ର ଔଷଧ ସବୁ ନିଜକୁ ଯୋଗାଡ କରିବାକୁ ପଡୁଛି।

ପିଲାଏ ଦୁଇତିନି ବର୍ଷରେ ଥରେ ଆସନ୍ତି।ସେଠିକି ଡାକିଲେ ବି ବେଶିଦିନ ଘରଛାଡି ଯାଇ ପାରନ୍ତିନି ସେମାନେ।ପିଲାମାନେ ଦୁଇଜଣ ଚାକିରିଆ।ସେଠି ଗଲେ ବି ସେଇ ଅକେଲାପଣ ଘାରେ।ବରଂ ନିଜ ଦେଶରେ ପାଖ ପଡାଲୋକେ ଭଲ ମନ୍ଦ କରିଦିଅନ୍ତି।ସେଥିପାଇଁ ସେମାନେ କୁଆଡେ ଯିବା ପସନ୍ଦ କରନ୍ତିନି।  

କିଛିଦିନ ତଳେ ଜାହ୍ଳବୀ ତାଙ୍କୁ ଏକାକରି ସବୁମୋହ ଛାଡି ଚାଲିଗଲେ ଆରପାରିକୁ।ଏବେ ମିତ୍ରଭାନୁ ସଂପୂର୍ଣ ଏକାକୀ ହୋଇ ପଡିଛନ୍ତି।ଘରର ପ୍ରତିକୋଣରେ ଜାହ୍ନବୀଙ୍କ ସ୍ମୃତି ଚିହ୍ନ ରହିଛି।କୋଉଠି ତାଙ୍କ ହାତ ତିଆରି ଫଟୋ ଲାଗିଛି।କୋଉ ଗାମଲାରେ ତାଙ୍କ ଲଗାଇ ଥିବା ଫୁଲଗଛ ରହିଛି।ଆଲମାରି ,ଖଟ ,ସୋଫା ସବୁତାଙ୍କୁ ଜାହ୍ନବୀମୟ ଲାଗୁଛି।ହେଲେ ସେ ଛୁଇଁ ପାରୁ ନାହାଁନ୍ତି ତାକୁ।ପିଲାମାନେ ଦଶାହରେ ଆସିଥିଲେ।ସବୁ କର୍ମ ଭଲଭାବେ ସଂପାଦନ କଲେ।ପୁଅ ସାଙ୍ଗରେ ନେଇ ଯିବାକୁ କହୁଥିଲା।ସ୍ବାମୀ ସ୍ତ୍ରୀ ଦୁଇଜଣ ଅଫିସ ଚାଲିଗଲେ ସେ ଏକା କେମିତି ସମୟ କାଟିବେ?

ବରଂ ଏଠି କୋଉ ଜରାଆଶ୍ରମରେ ସେ ରହିଯିବେ ବୋଲି ପିଲାଙ୍କୁ ମନା କରିଦେଲେ।

ଏଇ କିଛିଦିନ ହେଇଛି କସ୍ତୁରବା ଆଶ୍ରମରେ ଆସି ରହୁଥିଲେ। ଜୀବନରେ ସବୁ ସୁଖ ସୁବିଧାର ଉପାଦାନ ଥାଇବି ସେ ଏକାକୀ ଜୀବନ ବଞ୍ଚୁଥିଲେ।ଅନ୍ୟ ମାନଙ୍କ ସାମନାରେ ହସିବାକୁ ଚେଷ୍ଟା କରୁଥିବା ମଣିଷଟି ଏକାନ୍ତରେ ବସି ଅଶ୍ରୁ ଝରାଉଥିଲା।ସ୍ବପ୍ନରେ ଜାହ୍ନବୀ ତାଙ୍କୁ ଡାକୁଥିଲେ ଆସି ଯାଅ ମୋ ପାଖକୁ।କଣ ସୁଖ ଆଶାରେ ସେଠି ପଡି ରହିଛ?ପିଲାମାନେ ତ ନିଜ ବଳରେ ସକ୍ଷମ ହେଲେଣି ଉଡିବାକୁ।ଏବେ ଆମର ଦରକାର ନାହିଁ ତାଙ୍କୁ।ମିତ୍ରଭାନୁ କୁହନ୍ତି ମୋତେ ବି ଏଠି ରହିବାକୁ ମନ ନାହିଁ ଜମା ହେଲେ ସମୟ ନହେଲେ ମୋ ଇଚ୍ଛାରେ କଣ ଯାଇ ପାରିବି ।


ଦିନେ ସକାଳେ ଆଶ୍ରମର ଝାଡୁଦାର କୋଠରୀର କବାଟ ଖୋଲି ଦେଖିଲା ରାତିରେ କେତେବେଳେ ତାଙ୍କ ପ୍ରାଣପକ୍ଷୀ ଉଡି ଯାଇଥିଲା।ମିତ୍ରଭାନୁ ଏକାକୀ ଜୀବନରୁ ମୁକ୍ତି ପାଇ ଯାଇଥିଲେ।

ତାଙ୍କ ପିଲାମାନଙ୍କ ପାଖକୁ ଫୋନ କରାହେଲା। ରୁଦ୍ରାକ୍ଷ ଓ ଦ୍ରାକ୍ଷା ଉଭୟେ ନିଜ ପରିବାର ନେଇ ଫେରି ଆସିଥିଲେ ନିଜ ସହରକୁ।ବାପାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପାଦନ କରି ଭଲ ଭୋଜିଭାତ ଦେଲେ।ହେଲେ ମନ ଭିତରେ ଏକ ଅବଶୋଷ ସିସିକି ମାରୁଥିଲା।ଅନ୍ତରାତ୍ମା ତାଙ୍କ କାନ୍ଦୁଥିଲା ମନେମନ।ଏତେ ପାଠଶାଠ ପଢି ଯୋଗ୍ୟ ହୋଇ ସେମାନେ ବାପା ମାଆଙ୍କର କଣ କରି ପାରିଲେ?ଶେଷ ବେଳେ ଏକାକୀ ଜୀବନ ବଞ୍ଚିବାକୁ ଛାଡିଦେଲେ।ସେମାନେ ଜଣକ ଦରମାରେ ବି ସୁଖସୌଚ୍ଛନ୍ଦରେ ବଞ୍ଚି ପାରିଥାନ୍ତେ।କଣ ଥିଲା ଦୁଇଜଣ ଚାକିରି କରିବାର।ବାପା ମାଆ ନିଜ ଜୀବନର ଖୁସି ତ୍ୟାଗ କରି ପିଲାଙ୍କ ଖୁସି ଚାହାଁନ୍ତି ହେଲେ ପିଲାଏ କେବଳ ନିଜ କଥା ଭାବନ୍ତି।ଏମିତି ଅନେକ ପ୍ରଶ୍ନ ତାଙ୍କ ମନକୁ ଆକ୍ତାମାକ୍ତା କରୁଥିଲା।ମିତ୍ରଭାନୁ ବି ନିଜବ୍ୟାଙ୍କରେ ବହୁତ ଟଙ୍କା ଛାଡି ଯାଇଥିଲେ।ଟଙ୍କା ମଣିଷର ଏକ୍ଲାପଣ ଦୂର କରିପାରେ ନାହିଁ।ନିଜ ଲୋକହିଁ ପାଖେରହି ତା ଶେଷ ସମୟରେ ସ୍ଳେହ ଶାନ୍ତି ଦେଇପାରେ।ସେମାନେ ବାପାଙ୍କ ଟଙ୍କାସବୁ ଜରାଶ୍ରମକୁ ଦାନ କରିଦେଲେ।ଆଶ୍ରମବାସୀଙ୍କ ଭଲରେ ସେବାହୋଇପାରିବ ବୋଲି ତାଙ୍କ ଲକ୍ଷ୍ୟ ଥିଲା।ଏବେ ତାଙ୍କର ଆତ୍ମଦାହ ହଟି ମନରେ ଟିକେ ସନ୍ତୋଷ ଆସିଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational