STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଏକ କlରୁଣିକ ଦୃଶ୍ୟ

ଏକ କlରୁଣିକ ଦୃଶ୍ୟ

3 mins
120

ସ୍ବପ୍ନା ର ଆଖି ସମ୍ନାରେ ଘଟୁଥିଲା ଅନେକ କାରୁଣିକ ଦୃଶ୍ୟ। ସେଜଣେ ନର୍ସ ତାର ବାପା ଜଣେ ଚାଇନିଜ ଯିଏ ଭାରତରେ ପ୍ରଥମେ କାମ କରୁଥିଲେ।ସେତେବେଳେ ସେ ତା ମାଆକୁ ଭଲପାଇ ବାହା ହେଇଥିଲେ। ସେଥିପାଇଁ ସେ ଉଭୟ ଭାଷା ଜାଣେ। ସେ ହସପିଟାଲରେ କାମ କଲାବେଳେ ଏବେ ଏମିତି କିଛି ଘଟଣା ଘଟୁଥିଲା ସେ ବହୁତ ମର୍ମାହତ ହେଉଥିଲା ଓ ତାର ଦୁଃଖ ଲାଘବ କରିବାକୁ ଜଣେ ଭାରତୀୟ ସାଙ୍ଗସହ କଥା ଓ ଭିଡିଓ ସେୟାର କରୁଥିଲା। ହୃଦୟରେ ରହି ତାକୁ ବିବ୍ରତ କରି ଦେଉଥିବା ଘଟଣା ବିଶେଷ ଭାବେ ତା ହୃଦୟକୁ ଦୋହଲାଇ ଦେଇଥିଲା ସେ ଘଟଣାଟି ଏପରି। ଚିନାଇକାର ଦୁଇଟି ପିଲା ଓ ସ୍ବାମୀକୁ ନେଇ ସୁନ୍ଦର ସଂସାର ଟେ ଥିଲା।ସ୍ବାମୀ ଚାକିରି କରୁଥିଲେ ଓ ସେ ପରିବାରର ଅନ୍ୟ ସବୁ ଦାୟିତ୍ବ ତୁଲାଉଥିଲା ଠିକ୍ ଭାବରେ।ବଡପୁଅ ଚିଆଙ୍ଗ ଚାରିବର୍ଷର ଛୋଟଟା ମାତ୍ର ଆଠମାସର ଶିଶୁ।ଚିନାଇକାର ପରିବାର ମାଂସପ୍ରିୟ। ସବୁ ପ୍ରକାର ମାଂସକୁ ଉଦରସ୍ଥ କରନ୍ତି।ଛୋଟଛୋଟ ମୂଷାଛୁଆ ଝିଟିପିଟି କକ୍ରୋଚ୍ ମାନଙ୍କୁ ବି ଜିଅନ୍ତା ଖାଇଦିଅନ୍ତି ସେମାନେ।ଏସବୁ କାରଣରୁ କରୋନା ଭୂତାଣୁ ସଂକ୍ରମିତ ହେଲା ତାଙ୍କ ଦେଶରେ।ତା ସାଙ୍ଗରେ ଧିରେ ଧିରେ ଅନ୍ୟ ଦେଶରେ ମଧ୍ୟ।ତାଙ୍କ ଦେଶର ପ୍ରାୟ ପରିବାରରୁ ଜଣେ ଦିଜଣ ଆକ୍ରାନ୍ତ ହେଇ ମୃତ୍ୟୁ ମୁଖରେ ପଡୁଥାନ୍ତି।ପ୍ରତିଘରେ ଏବେ ଶୋକର ଛାୟା ଲହଡି ଭାଙ୍ଗୁଛି।ସମସ୍ତଙ୍କ ମନରେ ଆତଙ୍କ।ସମସ୍ତେ ସମସ୍ତଙ୍କ ଠାରୁ ଦୂରତା ରଖୁଛନ୍ତି।

କିଏ ଅସୁସ୍ଥ ହେଲେ ତାପାଖକୁ ଆଉ କେହି ଯାଉନାୟାଁନ୍ତି।ତାକୁ ଏକା କୋଠରୀରେ ବନ୍ଦ କରିଦେଉଛନ୍ତି।ଛୋଟ ହେଉ କି ବଡହେଉ ସମସ୍ତଙ୍କୁ ଏହି ଦଣ୍ଡ ମିଳୁଥିଲା ଏକା ରହିବାର।ବଡ ମାନେ ତ ବୁଝି ଯାଉଛନ୍ତି ବୋଲି କଷ୍ଟ ହେଲେ ବି ଏକା ରହି ଯାଉଛନ୍ତି।ହେଲେ ମନ ଭିତରେ ଅନେକ ଆଲୋଡନ।

ଯେଉଁମାନଙ୍କୁ ସେ ଏତେ ଭଲ ପାଉଥିଲା ।ପ୍ରାଣଠୁ ଅଧିକ ତାଙ୍କପାଇଁ ଭାବୁଥିଲା।ତାଙ୍କର ସୁଖ ପାଇଁ ଖଟି ଅର୍ଥ ଉପାର୍ଜନ କରୁଥିଲା ଆଜି ସେ ରୋଗାକ୍ରାନ୍ତ ବୋଲି ନିଜ ଜୀବନ ବଞ୍ଚାଇବାକୁ ତାକୁ ଏକା କରିଦେଲେ। ତାର ଠିକ୍ ସେ ଯତ୍ନ ବି ନେଉନାହାଁନ୍ତି।ଦୁଇମୁଠା ଖାଇବା ଗଳେଇ ଦେଇ କର୍ତ୍ତବ୍ୟ ସାରିଦେଉଛନ୍ତି। ତାର ମନୋଦଶା କେହି ବୁଝିବାକୁ ଚେଷ୍ଟା କରୁନାହାଁନ୍ତି।ସେ ମରିବା ପୂର୍ବରୁ ଅତି କମ୍ ରେ ତାଙ୍କୁ ଦେଖି ପାରନ୍ତା।ନିଜ ଦୁଃଖକୁ ବାଣ୍ଟି ପାରନ୍ତା। ନିଜ ସ୍ତ୍ରୀ ସ୍ବାମୀ ପାଖ ଛାଡିଦେଉଛି।ସ୍ବାମୀ ସ୍ତ୍ରୀର ପାଖ ଛାଡିଦେଉଛି।ଆଜି ଏ କେମିତି ସମୟ ଆସିଛି କେଜାଣେ। ପରିବାର ର ସମସ୍ତେ ନିଜ ଚିନ୍ତା କରୁଛନ୍ତି।ପ୍ରଶାସନ ବି ସେୟା ଚାହୁଁଛି।ଚିନାମିକା ଘରେ ବି ସେଇ ଅବସ୍ଥା।ତାର ସ୍ବାମୀ ଓ ଛୋଟଶିଶୁ ମିକୁ କରୋନାରେ ଆକ୍ରାନ୍ତ ହୋଇପଡିଛନ୍ତି।ସ୍ବାମୀକୁ ଗୋଟଏ ରୁମ୍ ରେ ବନ୍ଦିକରି ରଖିଛି।ପୁଅକୁ ହସପିଟାଲ ରେ ଏକ କାଚକୋଠରିରେ ବନ୍ଦକରିଛନ୍ତି ଡାକ୍ତରମାନେ।ସେ ନିଜ ଖୀର ବି ଦେଇ ପାରୁନି ତାକୁ।ବୋତଲରେ ଖୀରନେଇ ନର୍ସମାନେ ସମୟ ଅନୁସାରେ ତାକୁ ଖୁଆନ୍ତି।ପିଲାଟି କାଚ କାନ୍ଥ ଭିତରୁ ମାଆକୁ ଦେଖି ଖୁସିରେ ହାତ ବଢାଇ ଆସୁଛି କୋଳ ହେବାପାଇଁ।ଯେତେବେଳେ ସେ ତାକୁ କୋଳକୁ ନେଉନି ସେ ଆର୍ତ୍ତହୋଇ କାନ୍ଦିବାକୁ ଲାଗୁଛି।ବଡ ହୃଦୟ ବିଦାରକ ଥିଲା ଏ ଦୃଶ୍ୟ।ମାଆର ହୃଦୟ ବିଦୀର୍ଣ ହେଇଯାଉଥିଲା ଦୁଃଖରେ ହେଲେ ସେ ନୀରୁପାୟ ଥିଲା।ସେ ନିଜେ ପଛେ ମରନ୍ତା ହେଲେ ଶିଶୁକୁ ନିଜଠାରୁ ଦୂର କରନ୍ତା ନାହିଁ।ହେଲେ ସରକାରଙ୍କର ନୀୟମ ଆଗରେ ସେ ବନ୍ଧା।ସେ ତା ପାଖକୁ ଯାଇ ପାରିବନି ।କାଚକାନ୍ଥ ବାହାରୁ ତାକୁ ଆଶ୍ୱାସନା ଟିକେ କେବଳ ଦେଇପାରିବ।ହେଲେ ଛୋଟଶିଶୁ ତ ମାଆକୁ ଦେଖିଲା ପରେ କୋଳହେବା ଇଚ୍ଛା କଣ ସମ୍ବରଣ କରିପାରିବ।ମାଆବି କେତେସମୟ କୋଳ ନକରି ତାକୁ କଥା କଥାରେ ଭୁଲାଇ ପାରିବ।ସେ ମାଆ କୋଳ ପାଇଁ ରଡି ଛାଡି କାନ୍ଦୁଛି।ମାଆ ନୀରୁପାୟ।ତାର ଅନ୍ୟ ସନ୍ତାନଟେ ବି ଅଛି।ତାକୁ ବି ଧ୍ୟାନ ଦେବାକୁ ପଡିବ।ସେ ଯଦି ନିଜେ ଅସୁସ୍ଥ ହେଇଯିବ ପୁଅର ଯତ୍ନନେବ କିଏ?ସେ ବଡକୁ ପାଖକୁ ଟାଣି ତାମୁଣ୍ଡରେ ଚୁମାଟେ ଦେଇ କାନ୍ଦିବାରେ ଲାଗିଛି।

ସେ କଣ କରିବ ଏବେ ତାର କର୍ତ୍ତବ୍ୟ କଣ?ହେ ଭଗବାନ ଏପରି କରୁଣ ପରିସ୍ଥିତିରୁ ତାକୁ ରକ୍ଷା କର। ମୋର ଶିଶୁକୁ ଶୀଘ୍ର ରୋଗମୁକ୍ତ କର ବୋଲି ପ୍ରାଥନା କରୁଛି।ରାତି ଗୋଟାଏ ହେବାକୁ ବସିଲାଣି।ଛୋଟ ପୁଅ କାନ୍ଦି କାନ୍ଦି ଏବେ ଶୋଇପଡିଲାଣି।ନର୍ସ ତାକୁ ସେଠୁ ଚାଲିଯିବାପାଇଁ ନିର୍ଦେଶ ଦେଇଛି।ସେ ବଡପୁଅକୁ ନେଇ ଘରକୁ ଚାଲିଯାଇଛି । ସକାଳୁ ଆସିଲା ବେଳେ  ମିକୁ ଆଉ ନଥିଲା ତା ମାଆକୁ ହଇରାଣ କରିବା ପାଇଁ। ନର୍ସ ଠାରୁ ଏ ଖବର ଶୁଣି ମାଆଟି ଉଚ୍ଚ ସ୍ବରରେ ରୋଦନ କରିବାକୁ ଲାଗିଲା ତାକୁ ଧରି ବଡପୁଅ ଚିଆଙ୍ଗ ବି ପାଟିକରି କାନ୍ଦୁଥାଏ।ପାଖରେ ଠିଆହୋଇ ଏସବୁ କାହାଣୀର ମୁକସାଖୀ ନର୍ସର ଆଖିରୁ ବି ଅଶ୍ରୁ ବୋଲ ମାନୁନଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational