STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଏକ ଅନୁଭବ

ଏକ ଅନୁଭବ

4 mins
266


ଟିକେ ଲମ୍ବା ଅଛି ତେଣୁ କ୍ରମଶଃ ଆକାରରେ ପଢ଼ିବେମଣିଷ ଜୀବନ ଖଟାମିଠା ଅନୁଭବର ଏକ ଗନ୍ତାଘର।ଜୀବନରେ ମଣିଷ ଅନେକ ଅନୁଭବ ଅନୁଭୁତିକୁ ସାଉଣ୍ଟି ଆଗକୁ ବଢୁଥାଏ।ପିଲାବେଳେ ଯେଉଁ ଅନୁଭବ ଗୁଡାକର ମାନେ ଅବୁଝା ରହିଯାଇଥାଏ ବୟସ୍କ ହେଲାପରେ ସେସବୁର କାରଣ ବୁଝିପାରେ।କେତେକ ଅପ୍ରୀତିକର କେତେକ ଯନ୍ତ୍ରଣାର ଅନୁଭବ ବି ସାମନା କରିବାକୁ ପଡିଥାଏ ଥରେଥରେ।

ମୋର ସେମିତି ଏକ ଅନୁଭବ କୁ ବାଣ୍ଟିବାକୁ ଚାହୁଁଛିଆପଣଙ୍କ ସାଙ୍ଗରେ।କଣ ଆପଣଙ୍କ ସାଙ୍ଗରେ ବି ଏମିତି ଅନୁଭୁତି ହେଇଛି କି?କି ମୋ ସହ ହିଁ ଏଅନୁଭବ ହେଇଛି?ମୋ ଜୀବନରେ ଆଜି ପର୍ଯ୍ୟନ୍ତ ତିନି ତିନିଟା ମେଜର ଅପରେସନ ହେଇସାରିଛି।ଉଣେଇଶହ ଛୟାଅଶିରେମୋର ଆପେଣ୍ଡିକ୍ସ ଅପରେସନ ହେଇଥିଲା।ସକାଳ ନଅରୁ ପେଟବ୍ୟଥା ଆରମ୍ଭ ହେଲା।ମୋର ବଡପୁଅ ସେତେବେଳେ ମାତ୍ର ଆଠମାସର ହେଇଥାଏ।ମାଆ ଦୁଧହିଁ ଖାଏ ଗାଈଦୁଧ କି ଡବାଖୀର ଦେଲେ ଓଠ କଡରେ ପୁଚ୍ କି ବାହାର କରିଦିଏ।ସେରେଲାକ୍ ବି ତାର ପସନ୍ଦ ନୁହଁ।ଭାତଡାଲି ଚକଟିକି ଦେଲେ ଅଳ୍ପ ଅଳ୍ପ ଖାଇବା ଶିଖିଥିଲା।ସେଦିନ କିନ୍ତୁ ପେଟବ୍ୟଥା ଏତେ ଭୀଷଣ ଥିଲାଯେ ମୁଁ ପିଲାର ଯତ୍ନ ବିଷୟରେ ଭାବି ବି ପାରୁ ନ ଥିଲି। ଭୁଇଁରେ ଗଡୁଥାଏ।ମୋର ପୁତୁରାଝିଅର ବାହାଘରକୁ ଆସିଥାଉ ଗାଁକୁ।ନଣନ୍ଦ ମାନେବି ସମସ୍ତେ ଆସିଥାନ୍ତି।ଦୁଇଜଣ ନଣନ୍ଦଙ୍କ ବି ତା ସାଙ୍ଗର ଛୋଟ ପିଲା ଥାଆନ୍ତି।ସେମାନେ ମୋ ପୁଅକୁ ସମ୍ଭାଳି ନେଉଥାନ୍ତି।।ମତେ ବି ବାରାଲ୍ ଗନ ବଟିକା ପେନ୍ କିଲର୍ ଟେ ଖାଇବାକୁ ଦେଲେ।ହେଲେ ବ୍ୟଥା କମିବାର ନାଁ ଧରୁ ନଥାଏ।ବରଂ ଆହୁରି ବଢୁଥାଏ।କିଏ ଜଣେ ଯାଇ ମୋ ସ୍ବାମୀଙ୍କୁ ଖବରଦେଲେ।ସେତେବେଳେ ତ ଫୋନ ନଥିଲା।ସ୍ବାମୀ ଖବରଶୁଣି କାରଟେ ଧରି ଗାଁକୁ ଆସିଲେ।ସେ ଝାରସୁଗୁଡା ହସପିଟାଲରେ କାମକରୁଥାନ୍ତି।ଆମେ ଘରଭଡାରେ ସେଠି ରହୁଥାଉ।ସେ ସନ୍ଧ୍ୟା ସାତକୁ ଗାଁରେ ପହଞ୍ଚି ଆମକୁ ଧରି ଝାରସୁଗୁଡା ନେଇ ଆସିଲେ।ଖବରପାଇ ସାଙ୍ଗ ଡାକ୍ତରମାନେ ସମସ୍ତେ ଦେଖିବାକୁ ଆସିଲେ।

ତାକୁ ସମସ୍ତେ ଯାଞ୍ଚକରି ଦେଖିଲେ ହେଲେ କେହି ସଠିକ କାରଣ ଜାଣି ପାରିଲେନି।ପେନ୍ କମ୍ କରିବାକୁ ଇଞ୍ଜେକସନ ଦିଆହେଲା।ତାପରେ କିଛି ସମୟ ଶୋଇଗଲି।ନିଦ ଖୋଲିବା ପରେ ପୁଣି ବ୍ୟଥା ଆରମ୍ଭ ହେଇଗଲା।ରାତି ତିନିଟା ବେଳକୁ ମୋ ସ୍ବାମୀ ପେଟର ଡାହାଣପଟେ ହାତ ବାଡେଇଲା ବେଳେ କିଛି ଶବ୍ଦହେଲା ସେଥିରୁ ସେ ଜାଣି ପାରିଲେ ଏହା ଆପେଣ୍ଡିକସ ର ଲକ୍ଷଣ।ସେ ଝାରସୁଗୁଡାର ଜଣେ ନାମି ଡାକ୍ତର ଥିଲେ ସେତେବେଳେ ପ୍ରଥମ ଗୋଲ୍ଡମେଡାଲିଷ୍ଟ ଭାବେ ନାଆଁଥିଲା।ପରୀକ୍ଷା ନକରି ବି ସେ ରୋଗକୁ ସହଜରେ ଧରି ପାରୁଥିଲେ।ସେତେବେଳେ ଝାରସୁଗୁଡାରେ ମହାପାତ୍ରବୋଲି ଜଣେ ଭଲ ସିଜରିଆନ୍ ଥିଲେ କିନ୍ତୁ ସେଦିନ ସେ ବୁର୍ଲା ନିଜଘରକୁ ଚାଲି ଯାଇଥିଲେ।ରାତି ତିନିଟାରେ ତାଙ୍କୁ ଡାକିବାକୁ ଗଲେ ସେ ଶୁଣିବେକି ନାହିଁ ସନ୍ଦେହ।ସମସ୍ତେ ତାଙ୍କ ପାଖରେ ପହଞ୍ଚିବି ପାରିବେ ନାହିଁ।ସମସ୍ତଙ୍କ ଅନୁରୋଧରେ ଝାରସୁଗୁଡା ସିଡିଏମଓ ନିଜେ ନିଜ କାର୍ ଧରି ତାଙ୍କୁ ଆଣିବାକୁ ବାହାରିଲେ ଦୁଇଘଣ୍ଟା ଭିତରେ ତାଙ୍କୁ ଧରି ପହଞ୍ଚିଗଲେ।ସାଙ୍ଗେ ସାଙ୍ଗେ ଅପରେସନ ଆରମ୍ଭ ହେଇଗଲା।ହେଲେ ବିଳମ୍ବ ହେଇସାରିଥିଲା ଆପେଣ୍ଡିକ୍ସ ଫାଟିବାକୁ ବସିଥିଲା।ଆଉ କିଛି ସମୟ ବିଳମ୍ବହେଇଥିଲେ ମତେ କେହି ବଞ୍ଚାଇ ପାରିନଥାନ୍ତେ।ସେତେବେଳେ ସବୁ ଡାକ୍ତର ନିଜ ପରିବାର ପରି ସଂପର୍କ ରଖିଥିଲେ।ସାହାଯ୍ୟ କରୁଥିଲେ ବୋଲି ବଞ୍ଚିଗଲି।

ସେଥର ଅପରେସନରେ ପୁଅ ବହୁତ ଦୁଃଖ ପାଇଲା।ମୁଁ ଦୀର୍ଘଏକୋଇଶ ଦିନ ହସପିଟାଲରେ କେବଳ ସାଲାଇନ ରେ ରହିଲି।ଭଲ ହେଲାବେଳକୁ ମୋ ଓଜନ ପଇଁତିରିଶକେଜି ହେଇଯାଇଥିଲା।ପୁଅ ମଝିରେ ଥରେ ହସପିଟାଲ ଯାଇଥିଲା ଶାଶୁଙ୍କସହ ତାକୁ ଦୁଧ ଖୁଆଇବାକୁ ଚେଷ୍ଟାକଲି ହେଲେ ଦୁଧ ବାହାରିଲା ନାହିଁ| ସେ ଏତେଦିନପରେ ଦୁଧପାଇ ଏତେ ଜୋର୍ରେ ସକ୍ କଲାଯେ ଲାଗିଲା ମୋ ପ୍ରାଣ ଶୋଷିହୋଇ ଚାଲିଯିବ ପୁତନା ପରି।ମୁଁ ତାର ମୁହଁ କୁ ଜବର୍ଦସ୍ତି ଛଡାଇଆଣିଲି।ମୋର ଶାଶୁ ଏହା ଦେଖି ରାଗିଗଲେ।ହେଲେ ମୁଁ ନୀରୁପାୟ ଥିଲି।ପୁଅ ବିକଳ ହେଇ କାନ୍ଦୁଥାଏ।ମାଆକୁ ସାମନାରେ ପାଇ ଭୋକିଲା ରହିବା ତା ପାଇଁ ଅସମ୍ଭାଳ ହେଉଥାଏ।ମୁଁ ବି ତା ଅବସ୍ଥା ଦେଖି ବିକଳ ହେଉଥାଏ।ହେଲେ ଏତେଦିନ ମୁଁ ବାହାର ଖାଦ୍ୟ ଖାଇନି ଦୁଧ ହେବ କୁଆଡୁ।ମୋ ସ୍ବାମୀ ଆମ ଦୁଇଜଣଙ୍କ ଅବସ୍ଥା ବୁଝୁଥିଲେ ତେଣୁ ଶାଶୁଙ୍କୁ କହିଲେ ଯାଆ ପୁଅକୁ ଧରି ଗାଆଁକୁ ପଳା ଆଉ ଏଠାକୁ ଆଣିବୁନି।ଶାଶୁ ତାକୁ ଧରି କାନ୍ଦ କାନ୍ଦ ହୋଇ ଗାଁକୁ ଚାଲିଗଲେ |ସେ ପିଲାର ବିକଳ ସହି ପାରୁନଥିଲେ ।ପୁଅ ଉପରେ ମୋରଆଗରୁ ଝିଅଟିଏ ସେବି ଚାରି ବର୍ଷର।ଦୁଇଟା ପିଲାଙ୍କ ଜଂଞ୍ଜାଳ ଘରକାମ ରୋଷେଇ ଶାଶୁଙ୍କୁ ବହୁତ ହଇରାଣ ହେବାକୁ ପଡୁଥିଲା ଗାଆଁରେ| ପୁଅ ଯଦି ବାହାର ଖାଦ୍ୟ ଖାଉଥାନ୍ତା ସେ ଏତେ ହଇରାଣ ହେଇନଥାନ୍ତେ।ହେଲେ ସେ କିଛି ଖାଉନଥିଲା।ତାକୁ ଜବରଦସ୍ତି କନ୍ଦାନ୍ତି ଓ ବଡପାଟିକରି ଆଁକରି କାନ୍ଦିଲା ବେଳେ ସେରେଲାକ ପୁଲାଏ ଜବର୍ଦସ୍ତି ମୁହଁରେ ଭର୍ତିକରି ଦିଅଁନ୍ତି।କେତେବେଳେ ଡାଲିଭାତ ଟିକେ ଖୁଆନ୍ତି।ପିଲାଟି ପୁରାଶୁଖି କଳାକାଠ ପଡି ଯାଇଥିଲା।ଜଣେ ପୁତୁରାଝିଅ ଥିଲେ ତାଙ୍କର ଛୋଟ ପୁଅଟେ ଥିଲା ଥରେଥରେ ସେ ତାଙ୍କ ଦୁଧଟିକେ ପିଆଇଦେଲେ ସେ ଆଉ ଛାଡୁ ନଥିଲା।ତେଣୁ ତାକୁ ଟାଣି ବାହାର କରିଦେଉଥିଲେ।କାରଣ ତାଙ୍କ ନିଜ ଛୁଆର ଦୁଧ କମ୍ ପଡିଯିବ ବୋଲି।ମୁଁ ଆସିଲା ପରେ ଏସବୁ କଥା ସମସ୍ତେ ଶୁଣାଇଲା ବେଳେ ମୋଆଖିରୁ ଲୁହ ଗଡିଆସିଲା।ମୋ ପୁଅ କେତେକଷ୍ଟ ପାଇଥିଲା ତାହା ଭାବିଲା ବେଳକୁ ମୋର ହୃଦୟ ବିଦୀର୍ଣ ହେଇ ଯାଉଥିଲା।ଏବେବି ଲେଖିଲାବେଳେ ସେ ଦୃଶ୍ୟ ମନେ ପଡି ଆଖି ଲୋତକାପ୍ଲୁତ ହେଇ ଯାଉଛି।ଅପରେସନ ପରେ ବାଇଶ ଦିନରେ ଘରକୁ ଆସିଲି ସେତେବେଳେବି ଦୁଧ ହେଉନଥିଲା।ମୁଁ ଏବେ ବି ଦୁର୍ବଳ ଥିଲି।ହେଲେ ପୁଅକୁ କୋଳରେ ନେଲାପରେ ସେ ପ୍ରଥମେ ମୋ ମୁହଁକୁ ନିରୀକ୍ଷଣ କରିଦେଖିଲା ତାର ଗୋଟିଏ ହାତରେ ମୋ ଗାଲକୁ ସାଉଁଳେଇ ଦେଲା ମୁଁ ତାକୁ ଗୋଟିଏ ଚୁମା ଦେଲି ତାପରେ ତା ମୁହଁରେ ହସ ଧାରେ ଖେଳିଗଲା।ବୋଧହୁଏ ଏତେଦିନ ପରେ ସେ ପ୍ରଥମେ ହସିଥିଲା।ଏତେ ଦିନ ମୋଠୁ ଦୂରେ ରହି ଏଭିତରେ ସେ ଭାତ ଖାଇବା ଭଲ ଶିଖି ଯାଇଥିଲା। କିଛି ଫଳବିସ୍କୁଟ ପ୍ରଭୃତି ଖାଉଥିଲା।ମୁଁ ବି ସେସବୁ ମୋ ହାତରେ ଖୁଆଇଲି।ଚାକରାଣୀ ଝିଅଟେ ଥିଲା ମୁଁ ନଥିଲାବେଳେ ସେ ରନ୍ଧାରନ୍ଧି କରୁଥିଲା।ଏବେବି ସେ କାମ ସେ କରୁଥାଏ।ମୋର ଓଜନ ବଢିବା ଜରୁରୀ ଥିଲା।ହେଲେ ମୁଁଜନ୍ମରୁ ଶାକାହାରି।ମାଛ ମାଂସ ଅଣ୍ଡା ତା ସାଙ୍ଗରେ ଦୁଧ ଦହି ଦୁଧ ତିଆରି କିଛିଜିନିଷ ଖାଉନ ଥିଲି।ଖାଇଲେ ମତେ ବାନ୍ତି ହେଇଯାଏ।ମୋ ସ୍ବାମୀ ସେଥିପାଇଁ ମତେ ଠକିକି କୋଉ ହୋଟେଲରେ କହି ପ୍ରତ୍ୟେକଦିନ ଚିକେନ୍ ସୁପ୍ ଆଣି ମତେ ଭାତରେ ଖାଇବାକୁ ଦେଉଥିଲେ।ପଚାରିଲେେ କହୁଥିଲେ ଏହା ଭେଜିଟେବଲ୍ ସୁପ୍ ଖାଇଲେ ଶୀଘ୍ର ବଳ ହେବ ପୁଅର ଯତ୍ନ ନେଇପାରିବୁ।ମତେ ମସଲା ଝୋଳପରି ଲାଗୁଥିଲା ତାହା ଏକ ଔଷଧ ଭାବି ମୁଁ ଖାଇ ନେଉଥିଲି।କାରଣ ମୁଁ ଜଲଦି ହୃଷ୍ଟପୃଷ୍ଟହେଲେ ମୋ ପିଲାପାଇଁ ଖାଦ୍ୟଦେଇ ପାରିବି ସେହିଁ ମୋ ଉଦ୍ଦେଶ୍ୟ ଥିଲା।ମୋ ମାଆ ବି ସେତେବେଳେ ମୋ ସାହାଯ୍ୟ ପାଇଁ ଆସି ସାଂଗରେ ରହୁଥିଲା।ଏମିତି ପ୍ରକାରେ ଚାଲୁଚାଲୁ ମୋରପୂର୍ବାବସ୍ଥା ଫେରିଆସିଲା।

ପରେ ଦିନେ ମୋ ଝିଅ ଚିକେନ୍ ଖାଇବି କହିବାରୁ ମୋ ସ୍ବାମୀ ସେଦିନ ସୁପସହ ଚିକେନ୍ ଏକା ଟିଫିନରେ ନେଇଆସିଲେ।ଚାକରାଣୀକୁ ନେଇ ଶୀଘ୍ର ଚିକେନ ପିସ୍ କୁ ଅଲଗା ଜାଗାରେ ରଖିବାକୁ କହୁଥିବାର ମୁଁ ଶୁଣି ପାରିଲି।ମୁଁ ଚାକରାଣୀକୁ ପଚାରିଲି ଚମ୍ପା ଆଜ୍ଞାତ ଗୋଟିଏ ଟିଫିନ ଧରିଆସିଲେ ତାହେଲେ ଚିକେନ ଆଣିଲେ କୋଉଥିରେ । ସେ ଡରିଗଲା।ତାର ଭୟ ଦେଖି ମୁଁ ଜାଣିଗଲି ଏତେଦିନ ମତେ ଚିକେନଝୋଳ ଖୁଆଉଥିଲେ ଏବେ ମତେ ବାନ୍ତି ବାନ୍ତି ଲାଗୁଥାଏ।ସେଦିନଠୁ ସୁପ୍ ଆଣିବା ବନ୍ଦହେଲା

ହେଲେ ମୁଁଯାହା କହିବାକୁ ଚାହୁଁଥିଲି ତାହା ନ କହି କଥାଟା ଅନ୍ୟ ଆଡେ ଚାଲିଗଲା।ସେଥର ଅପରେସନ ସମୟରେ ମତେ ଏନ୍ସ୍ଥିସିଆ ଦେଲା ପରେ କଣହେଲା ମୁଁ ବେଶିକିଛି ଅନୁଭବ କରି ପାରିନଥିଲି ଶୀଘ୍ର ଆଖି ଦୁଇଟା ବନ୍ଦ ହେଇ ଗଲା।ହେଲେ ଅନ୍ୟ ଅପରେସନ ମାନଙ୍କରେ କିଛି ଘଟିବା ଅନୁଭବ କରିଛି ଯାହା ଆରଥରକୁ କହିବି।



Rate this content
Log in

Similar oriya story from Inspirational