ଏଇତ ପ୍ରେମ
ଏଇତ ପ୍ରେମ
ଖରାଦିନ .......ଆକାଶରେ କଳାମେଘ ଘୋଟି ଆସୁଥାଏ l ସୁଦର ଯିବାକୁ ବାହାରିଛି ବିଲ ଚଷିବାକୁ l ସୁକୁମାରୀ ହଠାତ୍
କବାଟ କୋଣରୁ ଗୁଣୁ ଗୁଣୁ ହୋଇ କ'ଣ କହୁଥିବାର ଶୁଣିଲା ସୁଦର l ହଳ ଅଧାଯୋଚି ସାରିଲାଣି l ତଥାପି ସୁଦର ବୁଲି ଚାହିଁଲା କବାଟ କୋଣକୁ l
ଆରେ ଏ କ' ଣ ?
ସୁକୁମାରୀର ଆଖି ଲୋତକପୂର୍ଣ୍ଣ.......ସୁଦରକୁ ବାଧ୍ୟହୋଇ ଆସିବାକୁ ପଡ଼ିଲା ସୁକୁମାରୀ ନିକଟକୁ l '' ଟୋକରି କିଆରୀଟା ଚଷିଦେଇ ଖୁବ୍ କମ୍ ସମୟ ଭିତରେ ଫେରି ଆସିବି ଲୋ ସୁକୁ '' ....
ଏତିକି କହି ଲୁହ ପୋଛିଦେଲା ଆଉ ହଳ ଯୋଚି ବାହାରି ପଡ଼ିଲା 'ତଇଲା ଗହିର' ଆଡ଼କୁ l

