Suryamani Majhi

Tragedy Inspirational

5.0  

Suryamani Majhi

Tragedy Inspirational

ମାଉସୀ

ମାଉସୀ

1 min
555


   ମାଉସୀ ....ମାଉସୀ ......

ଶବ୍ଦ ଶୁଣି ଚଳ ଚଞ୍ଚଳ ହୋଇ ଉଠେ 'ଚଞ୍ଚଳା'  । ପ୍ରତି ଦିନ କୁନି କୁନି ଶିଶୁ ମାନଙ୍କର ମିଠା ମିଠା ମାଉସୀ ଡ଼ାକ ତା' ଅତୀତର ଦୁଃଖକୁ ଉଜ୍ଜୀବିତ କରେ ନାହିଁ  ।

ଶିଶୁ ସେବାକୁ ବ୍ରତ କରି ସେ ପାଦ ଥାପି ନ ଥିଲା ସେ ଏଇ ମା ବିଶ୍ଵରୂପା ବିଦ୍ୟା ନିକେତନରେ  । ସମୟ କ୍ରମେ ସେ ଶିଶୁ ସେବାକୁ ତା' ଜୀବନର ଅଂଶ କରି ନେଇଛି  ।

ଗ୍ରୀଷ୍ମାବକାଶର ଛୁଟି ଦିନ ଗୁଡ଼ିକ ତାକୁ ଗୋଟିଏ ଗୋଟିଏ ଯୁଗ ଭଳି ଲାଗୁଛି  । କାହିଁକି କେଜାଣି ଅତୀତର ଦୁଃଖଦ ମୁହୂର୍ତ୍ତ ବାରମ୍ବାର ମନ ପଡ଼ୁଛି ଆଜି ଛଞ୍ଚଳାର  ।

ସେଦିନ ଥାଏ ଚୈତ୍ର ପୂର୍ଣିମା  । ଚଞ୍ଚଳା ତା'ର ପୁଅ ରାହୂଲ୍ ଓ ଝିଅ ରୋମାଲି ସହ ଶୋଇ ଥାଏ  ।


ମଧ୍ୟରାତ୍ରି ...


କବାଟକୁ ଆଘାତ ଦେଇଛି ତା'ର ମଦ୍ୟପ ସ୍ଵାମୀ ସୋମନାଥ  । ଚଞ୍ଚଳା ନିଦରୁ ଉଠି ଆଖି ମଳି ମଳି କବାଟ ଖୋଲିଛି  । ପ୍ରତିଦିନ ପରି ସେଦିନ ମଦ ନିଶାରେ ନିସ୍ତୁକ ପିଟିଛି ତାକୁ ତା'ର ସ୍ଵାମୀ  ।

ଚଞ୍ଚଳା ଦୁଇ ଛୁଆକୁ ଦୁଇ ହାତରେ କାଖେଇ ଆଗକୁ ବଢ଼ିଛି  । ସଂସାର ପ୍ରତି ମୋହ ତୁଟାଇ ଦୁଇ ଛୁଆ ସହ ଡେଇଁ ପଡ଼ିଛି ଅଗଣାରେ ଥିବା କୁଅ ଭିତରକୁ  । ଭାଗ୍ୟର ଆଗରେ ମଣିଷ ହାର ମାନିବାକୁ ବାଧ୍ୟ  । ଛୁଆ ଦୁଇଟି ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି କିନ୍ତୁ ବଞ୍ଚିଯାଇଛି ଚଞ୍ଚଳା  । ତୁଣ୍ଡ ବାଇଦ ସହସ୍ର କୋଶ ...ଖବର ପାଇ ସୁଦୂର ସାଲେପୁରରୁ ତା'ର ଭାଇ ଭାଉଜ ଆସିଛନ୍ତି ଆଉ ସାଙ୍ଗରେ ନେଇ ଯାଇଛନ୍ତି ଛଞ୍ଚଳାକୁ  ।

ପରିଚାଳନା ସମିତି ସହ କଥା ହୋଇ ଚଞ୍ଚଳା ଗ୍ରହଣ କରିଛି ସେବିକା ଦାୟିତ୍ଵ  । ଆଜି ସେ ସବୁରି ଆଦରର ''ମାଉସୀ''

ଏ ସବୁ ମନେ ପକାଇ ଆଖିରୁ ଲୁହ ଝରି ଶୁଖିବାକୁ ଆସିଲାଣି କେତେବେଳେ ସେ କଥା ଜାଣି ପାରିନି ଚଞ୍ଚଳା  ।  

      


Rate this content
Log in

Similar oriya story from Tragedy