ବାଲିଦୁମ୍ବ ଆଉ ଭଙ୍ଗାଶଙ୍ଖ
ବାଲିଦୁମ୍ବ ଆଉ ଭଙ୍ଗାଶଙ୍ଖ
ଖରାଦିନ l ଆକାଶରେ କଳାମେଘ ଘୋଟି ଆସୁଥାଏ l ସୁଦର ଯିବାକୁ ବାହାରିଛି ବିଲ ଚଷିବାକୁ l ସୁକୁମାରୀ ହଠାତ୍ କବାଟ କଣରୁ ଗୁଣୁ ଗୁଣୁ କ'ଣ କହୁଥିବାର ଶୁଣିଲା ସୁଦର l ହଳ ଅଧାଯୋଚି ସାରିଲାଣି l ତଥାପି ସୁଦର ବୁଲି ଚାହିଁଲା କବାଟ କୋଣକୁ l ଆରେ ଏ କ' ଣ ? ସୁକୁମାରୀର ଆଖି ଲୋତକପୂର୍ଣ....... ସୁଦର ବାଧ୍ୟହୋଇ ଆସିବାକୁ ପଡ଼ିଲା ସୁକୁମାରୀ ନିକଟକୁ l'' ଟୋକରି କିଆରୀଟା ଚଷିଦେଇ ଖୁବ୍ କମ୍ ସମୟ ଭିତରେ ଫେରି ଆସିବି ଲୋ ସୁକୁ '' ଏତିକି କହି ଲୁହ ପୋଛିଦେଲା ସୁଦର ଆଉ ହଳ ଯୋଚି ବାହାରି ପଡ଼ିଲା ତଇଲା ଗହିର ଅଭିମ୍ମୁଖେ l
ଘର ଠାରୁ ତଇଲା ମାଳ ପାଖାପାଖି ଅଧ କିଲୋମିଟର l
ବାଟରେ ପଡ଼େ ଗୋଟେ ଭଙ୍ଗାଶଙ୍ଖ ଆଉ ଗୋଟେ ବାଲିଦୁମ୍ବ l କିଛି ପାଦ ଉତାରୁ ସୁଦରର ଜମି l
ସୁଦର ହଳ କଷିବା ଆରମ୍ଭ କରି ଦେଲାଣି l ଅଚେ ଦି ଅଚା ଚଷିଛି କି ନାଇଁ ବଳଦ ହଳକ ହମ୍ବା ରଡ଼ି ଦେବାକୁ ଲାଗିଲେ l ଆସନ୍ନ ବର୍ଷାର ସୂଚକ ଅନୁମାନ କରିନେଲା ସୁଦର l ତର ତର ହୋଇ ହଳ ଫିଟେଇ ବଳଦ ଜୋଡିକୁ ସାଙ୍ଗରେ ଧରି ବାହାରି ପଡ଼ିଲା ଘର ମୁହାଁ ହୋଇ ସୁଦର l
ହଳ ଧରି ବାଲିଦୁମ୍ବ ଓ ଭଙ୍ଗାଶଙ୍ଖ ମଧ୍ୟବର୍ତ୍ତୀ ପଳାଶ ବୁଦା ନିକଟରେ ପହଁଚିଛି ସୁଦର l ହଠାତ୍ ବଜ୍ରପାତ ହେଲା କିଛି ଦୂରରେ ଥିବା ଏକ କେନ୍ଦୁଗଛ ଉପରେ l ଗଛଟି ହୁ ହୁ ହୋଇ ଜଳି ଉଠିଲା l ଭୟ ଓ ଆଶଙ୍କାରେ ସୁଦରର ଛାତି ଥରି ଉଠିଲା l
କ'ଣ କରିବି ଭାବୁଥାଏ ? ତା'ର ମନେ ପଡ଼ିଗଲା ଡାକୁଆ ମାଷ୍ଟ୍ରେ ଚତୁର୍ଥ ଶ୍ରେଣୀରେ ପଢ଼ାଇ ଥିବା କଥା ବଜ୍ରପାତରୁ ନିଜକୁ ରକ୍ଷା କରିବାର ଉପାୟ l ହଳ ସହ ଭଙ୍ଗାଶଙ୍ଖ ତଳେ ଆଶ୍ରୟ ନେଲା ସୁଦର l ଘଡ଼ଘଡ଼ି ସହ କାଳବୈଶାଖୀର ତାଣ୍ଡବ ଶଙ୍ଖ ତଳେ ରହି କେବଳ ଅନୁମାନ କରୁଥାଏ l ତେଣେ ଘରେ ସୁକୁମାରୀର ମନ କାଉଲୁବାଉଲୁ ହେଉଥାଏ l ରାତି ଆସି ଘଡ଼ିଏ ହେଲାଣି l ମେଘ ପବନ ଘଡ଼ଘଡ଼ି ପ୍ରଭାବ ବି କମି ଆସିଲାଣି l ସୁଦର ଘର ଅଭିମୁଖେ ବାହାରିଲା ହଳ ଧରି l
ଦୁଆରେ ପହଞ୍ଚି ଦେଖେ ସ୍ଵାମୀ ବାଟ ଚାହିଁ ଅନେଇ ରହିଛି କବାଟ କୋଣରେ ସୁକୁମାରୀ l ମନେ ମନେ ଗର୍ବ ଅନୁଭବ କରୁଥିଲା ସୁଦର ଏଭଳି ପତ୍ନୀଟିଏ ପାଇ l