Suryamani Majhi

Inspirational

5.0  

Suryamani Majhi

Inspirational

ଭଙ୍ଗା କିଆରି

ଭଙ୍ଗା କିଆରି

1 min
359


ଏ କାହାଣୀ ଗଡ଼ଜାତ ଅଞ୍ଚଳର ......

ନ'ଅଙ୍କ ଦୁର୍ଭିକ୍ଷର କଷାଘାତରେ ସାରା ଓଡ଼ିଶା ପ୍ରପୀଡ଼ିତ l ସୁଦୂର ଖୋର୍ଦ୍ଧା ଗଡ଼ରୁ ନୟାଗଡ଼ ଅଭିମୁଖେ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥାନ୍ତି ହରିହର ମାଝୀ l ନିଜ ଶଗଡ଼ରେ ଅଳ୍ପ କେତେ ବସ୍ତା ଖୁଦ ଲଦି ନିଜ ବଡ଼ ପୁଅ ଗଙ୍ଗାଧର ଆଉ ପତ୍ନୀ ଉତ୍କଳିକା ସହିତ ଗାଁଆ ଛାଡ଼ିଲେ ହରିବାବୁ l


ଦୀର୍ଘ ପଥ ଅତିକ୍ରମ ପରେ ସମଗ୍ର ପରିବାର ପହଞ୍ଚିଲେ ନୟାଗଡ଼ ରାଜାଙ୍କ ଦ୍ଵାରା ସଦ୍ୟ ଅଧିକୃତ ଲାଠିପଡ଼ା ଅଞ୍ଚଳରେ l ଦୁର୍ଭିକ୍ଷର ଯନ୍ତ୍ରଣାରେ ଜର୍ଜରିତ ଲୋକଙ୍କ ଦୁଃଖ ସହି ନ ପାରି ମାଗଣାରେ ଖୁଦ ବାଣ୍ଟିବା ଆରମ୍ଭ କରିଦେଲେ l


ଏ ଖବର ନୟାଗଡ଼ ରାଜ୍ଯର ରାଜା ସୂର୍ଯ୍ୟସେନଙ୍କ କାନରେ ପଡ଼ିଛି l ହରି ବାବୁଙ୍କୁ ଡକରା ଆସିଛି ରାଜ ଦରବାରରୁ l ସପରିବାରେ ରାଜ ଦରବାରରେ ଉପସ୍ଥିତ ହୋଇଛନ୍ତି ହରି ବାବୁ l

ରାଜା ତାଙ୍କ ପରିଚୟ ପଚାରି ବୁଝିଛନ୍ତି l ପ୍ରଶଂସା ପତ୍ର ପ୍ରଦାନ ସହ ଲାଠିପଡ଼ା ଗ୍ରାମର ପାଇକସାହିରେ ରହିବା ପାଇଁ ଘର ଓ 'ତଇଲା ଗହିର' ରେ କିଛି ଜମି ପ୍ରଦାନ କରିଛନ୍ତି ଉକ୍ତ ପରିବାରକୁ l

ସମୟ ଚକ୍ରର ପରିବର୍ତ୍ତନ ଘଟିଛି l ବର୍ଷା ଭଲ ହୋଇଛି l ବର୍ଷକୁ ବର୍ଷ ଭଲ ଫସଲ ହୋଇଛି l ବାପ ପୁଅ ମିଶି ଦୁଇଟି ପଥୁରିଆ ଜମିରୁ ମାଟି କାଢ଼ି ଗୋଟିଏ କିଆରିରେ ପରିଣତ କରିଛନ୍ତି , ଆଉ ସେ କିଆରିର ନାଁଆ ରଖିଛନ୍ତି 'ଭଙ୍ଗା କିଆରି ' l


ପୀଢ଼ି ପୀଢ଼ି ଧରି 'ଭଙ୍ଗା କିଆରି' ଭାତ ହାଣ୍ଡି ରୂପରେ ଆହାର ଯୋଗାଇ ଚାଲିଛି ତାଙ୍କର ପରିବାର ବର୍ଗଙ୍କୁ ...........





Rate this content
Log in

Similar oriya story from Inspirational