Kamal Kumar Dash

Abstract

1  

Kamal Kumar Dash

Abstract

ଏଇ ହୋଲିରେ

ଏଇ ହୋଲିରେ

1 min
252


ହୋଲି ସକାଳୁ ମାନସ ହଷ୍ଟେଲ ର ବେଡ଼ ରେ ଶୋଇ ରହିଥିଲା | ହୋଲି ରେ ପ୍ରାୟ ସବୁ ସାଙ୍ଗ ଘରକୁ ଚାଲିଯାଇଥିଲେ | ପାଗ ଥଣ୍ଡା ଥିଲା କେହି ନଥିବାରୁ ହୋଲି ଖେଳିବାର ମୁଡ଼ ବି ନଥିଲା ତାର | 10ଟା ରେ କୋରିଅର ପିଲା ଆସି ଗୋଟେ ପାକେଟ ଦେଇ ଦେଇ ଗଲା | ମାନସ ପାକେଟ କୁ ଖୋଲି ଦେଖିଲା ତI ଭିତରେ ଗୋଟେ ଛୋଟ ପାକେଟ ଅଛି ଓ ଗୋଟେ ଚକଲେଟ ଖସି ପଡିଲା ତା ଭିତରୁ | କିଏ ଗୋଟେ ସାଙ୍ଗ କଣ ଆସିଛି ବୋଲି ସେ ପାକେଟଟି ତା ହାତରୁ ଛଡାଇ ନେବାକୁ ଚେଷ୍ଟା କଲା | ଦି ଜଣକ ଭିତରେ ଟଣା ଟଣି ରେ ସେ ପାକେଟଟି ଫାଟି ଗଲା ଓ ରଙ୍ଗ ଖସିପଡିଲା ମାନସ ର ମୁଁହରେ | ଠିକ ଏତିକି ବେଳେ ତାର ସାଙ୍ଗ ମାନସୀର ଫୋନ ଆସିଲା ଭିଡିଓ କଲ | ମାନସ ଫୋନ ଉଠIଇଲା |ସେ କହିଲା ହାପି ହୋଲି ,କଣ କରୁଛ ? ଟିକେ ମୁଂହ ଦେଖାଇଲ ? ମାନସ ମୁହଁ ଦେଖି ହସି ହସି ଗଡି ଗଲା ସେ ଓ କହିଲା ମୋ ରଙ୍ଗ ତୁମ ମୁହଁ ରେ ଲାଗି ଥିବାରୁ ମୁଁ ଭାରି ଖୁସି 'ହେଲେ ମୋ କାମ କଲା କିଏ | ମାନସ କହିଲା ହଇରେ ମୋଟୁ ମାଙ୍କଡ଼ କୁଆଡେ ଗଲୁ |ତା ପାଖରେ ଠିଆ ହୋଇଥିଲା ମଦନ ,ତା ଉପରବି କିଛିଟା ରଙ୍ଗ ପଡିଥିଲା ଓ ସେବି ହସୁଥିଲା | 


Rate this content
Log in

Similar oriya story from Abstract