ଏହସାସ
ଏହସାସ
ଦୀନଦୟାଲ ଏସ ପି ଭାବରେ କର୍ମରତହୋଇ ଏବେ କଛି ମାସ ହେଇଛି ଅବସର ନେଇଛନ୍ତି।ଚାକିରି ସାରା ଦବଙ୍ଗ ଜୀବନ ଜୀଇଁବା ପରେ ଏବେ ଘରେ ଅନ୍ୟମାନଙ୍କ ଉପରେ ନିର୍ଭର କରି ଚଳିବା ତାଙ୍କୁ ଅସହ୍ୟ ହେଉଥିଲା।ସମସ୍ତଙ୍କୁ ଅର୍ଡର ଦେଇ ଶିକ୍ଷିଥିବା ଜଣେ ଅଫିସର ଏବେ ଅପେକ୍ଷା କରୁଥିଲା କେତେେବେଳେ ଚା ଟିକେ ମିଳିବ। କେତେବେଳେ ଜଳଖିଆ ମିଳିବ।ଘରେ ବସିବସି ବିରକ୍ତ ଲାଗୁଥିଲା ସବୁବେଳେ ଚିଡିଚିଡି ହେଉଥିଲେ। ହେଲେ ପତ୍ନୀ ବି କଣ କରିବେ ସେ ବିତ ଆଣ୍ଠୁ ଦରଜରେ ଆକ୍ରାନ୍ତ। କୌଣସି କାମ ଜଲଦି କରି ପାରନ୍ତି ନି।ଚାକିରି ଥିଲାବେଳେ ପଲଟଣେ ପିଅନ ଘରେ କାମରେ ସହାୟତା କରୁଥିଲେ।ଏବେ ଜଣେ ସ୍ତ୍ରୀଲୋକ ଆସୁଛି ସେବି ଅନେକ ଦିନ ଅନୁପସ୍ଥିତ ରହେ।ଏସ୍ ପି ସାହେବ ଏତେ ଦିନ କେବେ ନିଜ କାମକୁ ହାତ ଲଗାଇ ନଥିଲେ।ଅନ୍ୟଦ୍ବାରା ହେଇ ଯାଉଥିଲା ସବୁ।ଏବେ ନିଜେ କରିବାବେଳେ ଅନେକ ଭୂଲ ଭଟକା ହେଇ ଯାଉଥିଲା ଓ ବିରକ୍ତ ହେଉଥିଲେ। ତାଙ୍କୁ ଲାଗୁଥିଲା ଏବେ କେହି ତାଙ୍କର ଧ୍ୟାନ ନେଉ ନାହାଁନ୍ତି।ସେମାନେ ଏବେ ପୁଅ ପାଖକୁ ଚାଲି ଆସିଛନ୍ତି।ଏଠି ରହିଲେ ତାଙ୍କୁ ସବୁ ସୁବିଧା ମିଳିବ ବୋରିୟତ ଏକ୍ଳlପଣବି ଚାଲିଯିବ ସମସ୍ତଙ୍କ ସହ ରହିଲେ। ବୋହୁର ଦୁଇଟା ଛୁଆ।ବଡଝିଅ ସ୍ବାତୀ ଓ ଏବେ ଛୋଟପୁଅଟେ ହେଇଛି ମାତ୍ର ଆଠମାସର ଛୁଆ।ନାଆଁ ତାର ସୈକେତ ଦେଇଛନ୍ତି।
ଚାକରାଣୀ ଦିବେଳା ଆସି ଘରକାମ କରିଯାଏ।ବାକି ରୋଷେଇ ଓ ପିଲାଙ୍କ ଯତ୍ନ ସବୁ ବୋହୁର କାମ।ଏବେ ଶାଶୁ ଶଶୁରଙ୍କ ସବୁ କାମ ବି ତା ଉପରେ ପଡିଛି।ରାତିସାର ଛୋଟ ପୁଅ ପାଇଁ ଶୋଇ ପାରେନି ବୋହୁ।
ସକାଳୁ ସକାଳୁ ପୁଣି ଉଠିଯାଏ।ତାକୁ ଦୁଧ ଖୁଆଇ କୌଣସି ମତେ ଶୁଆଇ ଚା କରେ।ସେତେବେଳକୁ ସମସ୍ତେ ଅନାଇଁ ବସିଥାନ୍ତି ଚା ପାଇଁ।କିଛି କହିପାରନ୍ତିନି ହେଲେ ମନେମନେ ବିରକ୍ତ ହୁଅନ୍ତି ସମସ୍ତେ।ବେଶି କରି ଶଶୁର।ତାଙ୍କୁ ଏବେ କେହି ଇମ୍ପୋଟାନ୍ସ ଦେଉ ନାହାଁନ୍ତି।ବଡପୁଅକୁ ପ୍ରଥମେ ସ୍କୁଲ ପାଇଁ ପ୍ରସ୍ତୁତ କରି ସ୍କୁଲବସରେ ଛାଡିଲାପରେ ଜଳଖିଆ ତିଆରି କରେ ବୋହୁ।
ତାପରେ ଯାଇ ଚାକରାଣୀ ପହଞ୍ଚେ ଓ ଝାଡୁ ପୋଛା କରେ।କପଡାଲତା ସବୁ ଓ୍ବାସିଙ୍ଗମେସିନରେ ଧୋଇ ଶୁଖାଇ ଦେଇଯାଏ ଚାକରାଣୀ।ସକାଳୁ ଚା ପିଇ ସାରି ଏସ୍ ପି
ବାହାରିଯାନ୍ତି ପାଖରେଥିବା ପାର୍କକୁ ବୁଲିବା ପାଇଁ ।ଆଠଦଶ ଘେରା ବୁଲିକି ଆସନ୍ତି।ଅନେକ ଲୋକ ପାର୍କରେ ଚଲାବୁଲା କରୁଥାନ୍ତି ହେଲେ ସେ କହାସହ ସହଜରେ ମିଶି ପାରନ୍ତିନି ନିଜ ଇଗୋ ପାଇଁ ନିଜ କୁ ସବୁବେଳେ ବଡ ଅଫିସର ଭାବନ୍ତି ଓ ଅନ୍ୟଙ୍କୁ ନିଜଠୁ ଛୋଟ।ସେଥି ପାଇଁ କାହାସହ ସାଙ୍ଗ ହେଇ ପାରନ୍ତିନି।
ବୁଲି ଆସିଲେ ଗାଧୋଇ ସାରି ଖବରକାଗଜ ପଢନ୍ତି ବା ଟିଭି ଦେଖନ୍ତି। କେତେ ବସି ବସି ଟିଭି ଦେଖିବେ।ଦିନରାତି କାମରେ କଟୁଥିବା ଜୀବନ ରେ ଏବେ ବସିବା ବଡଦଣ୍ଡ ପାଲଟିଯାଇଥିଲା ତାଙ୍କପାଇଁ।ପୁଅ ତା ଚାକିରିରେ ବ୍ୟସ୍ତ ରହୁଥିଲା ।ସେ ଜଣେ ଆଇଟି ଇଞ୍ଜିନିୟର।
ଦିନେ ସକାଳୁପୁଅ ଅଫିସ ବାହାରୁଥାଏ ବୋହୁ ରୋଷେଇଘରେ କଣ ଜଳଖିଆ ତିଆରି କରୁଥାଏ ଏପଟେ ଝିଅକୁ ସ୍କୁଲ ବସ୍ ର ସମୟ ହେଇଯାଉଥାଏ।ଶାଶୁ ସେପଟେ ନିଜର କିଛି କାମ ପାଇଁ ବୋହୁ ଅଞ୍ଜଳିକୁ ଡାକୁଥାନ୍ତି।ଗୋଟିଏ ବୋଲି ମଣିଷ ଏକା ସାଂଗରେ କଣ କଣ କରିବ।ପୁଓ ଏସବୁ ଦେଖି ଅଞ୍ଜଳିକୁ ପଚାରିଲା କୋଉଠି ଡାଏପର ରଖିଛ? ପୁଅ ଝାଡା କରିଦେଲାଣି।ଅଞ୍ଜଳି ରୋଷେଇଘରୁ କହିଲା ତୁମ ପାଖ ଟେବୁଲ ଡ୍ରୟର୍ ରେ ତ ଅଛି।ପୁଅ ଡ୍ରୟର ରୁ କାଢି ବଦଳାଇ ବାକୁ ଲାଗିଲା।ଏସ୍ ପି ଏସବୁ ଦେଖୁଥିଲେ।ସେ ଭାବିଲେ ପୁଅଯଦି ଏସବୁ କାମ କରି ପାରୁଛି ସେ କାହିଁକି ପାରିବେନି।ସେ ସାଙ୍ଗେ ସାଙ୍ଗେ ନାତୁଣୀକୁ କହିଲେ ଚାଲ ଆଜି ମୁଁ ତତେ ବସ୍ ରେ ଛାଡିବି।ଦୁଇ ଅଜା ନାତୁଣୀ ହାତଧରାଧରି ହେଇ ଚାଲିଲେ ଖୁସିରେ।ବସ୍ ପାଖରେ କେତେଜଣ ତାଙ୍କପରି ବୟସ୍କ ଲୋକ ନାତି ନାତୁଣୀଙ୍କୁ ଛାଡିବାକୁ ଆସିଥାନ୍ତି।ନାତୁଣୀ ତା ସାଙ୍ଗ ମାନଙ୍କୁ ଇଏ ମୋର ଜେଜେ ବୋଲି ଚିହ୍ନେଇଲା।ତା ସାଙ୍ଗର ଦାଦା ମାନେ ତାଙ୍କୁ ଅଭିବାଦନ କଲେ ଓ ପରିଚୟ ଆଦାନ ପ୍ରଦାନ ହେଲେ।ସେମାନେ କିଏ ଡାକ୍ତର କିଏ କିଛି ଅଫିସର ଥିଲେ ଯିଏ ରିଟୟାର ପରେ ପୁଅ ମାନଙ୍କ ପାଖରେ ରହୁଥିଲେ।ନାତୁନାତୁଣୀଙ୍କ କିଛି କାମ କରୁଥିଲେ।ଖେଳାଇବାକୁ ନେଉଥିଲେ ପାର୍କ କୁ।କିଛି ଘର ଜିନିଷ ବଜାର କରି ଆଣିଦେଉଥିଲେ ଘରକୁ।ଏମିତି ଖୁସିରେ ସମୟ କଟିଯାଉଥିଲା ସେମାନଙ୍କର। ସେଦିନ ସେ ନିଜର ଭୂଲ ବୁଝି ପାରିଥିଲେ।ଏବେ ସେ ଛୋଟ ନାତି ଟୋକାର ଡାଏପର ଚେଞ୍ଜ ବି କରୁଥିଲେ।ବାହାର ପାର୍କକୁ ବୁଲାଇ ନେଉଥିଲେ ଓ୍ବାକର୍ ରେ ବସାଇ।ପିଲାଟି ବହୁତ ଖୁସିହେଉଥିଲା ଗଛପତ୍ର ଦେଖି କିଳ୍କାରି ମାରି ଖୁସି ପ୍ରକଟ କରୁଥିଲା ,ଆଉ ତା ସାଙ୍ଗେ ସେ ନିଜେବି ତାର ଖୁସିଦେଖି ଖୁସୀ ହେଉଥିଲେ।ବଡ ନାତୁଣୀକୁ ଏବେ ବସ୍ ରେ ଛାଡିବା ଓ ଆଣିବା ଦାୟିତ୍ବ ତାଙ୍କର ହେଇ ଯାଇଥିଲା।ଏବେ ବୋହୁ ଠିକ ସମୟରେ ଚା ଜଳଖିଆ କରି ଦେଉଥିଲା।ତାର କାମ ଟିକେ ହାଲ୍କା ହେଇ ଯାଇଥିଲା।ଏବେ ଜୀବନ ଆଉ ବୋଝ ଲାଗୁନ ଥିଲା ଏସ୍ ପି ଙ୍କୁ।ଏବେ ତ ସେ ଅନେକ ସାଙ୍ଗ ବି କରିସାରିଥିଲେ ।ପାର୍କରେ ଏକା ସାଙ୍ଗେ କଥାବାର୍ତ୍ତାକରି ବୁଲୁଥିଲେ।ରାଜନୀତି ଠୁ ଘର କଥା ସବୁ ସେୟାର କରୁଥିଲେ।ସମୟ ସହ ନିଜକୁ ଯେ ବଦଳାଇ ଜାଣେ ସେ ସୁଖରେ ରହେ |
