Dr Jharana Satapathy

Abstract

2  

Dr Jharana Satapathy

Abstract

ଏବେବି ଭାରତ ପରାଧୀନ

ଏବେବି ଭାରତ ପରାଧୀନ

1 min
424


ଦୁଷ୍କର୍ମ ପିଡିତାର ଭଉଣୀଟିଏ ତା ମାଆକୁ ପ୍ରଶ୍ନ କରୁଥାଏ ଏବେବି ଆମ ଭାରତ ଆମ ପରାଧୀନ ! ନିଜେ ସତରେ ଆମେ ସ୍ବାଧୀନ ଭାବରେ ବଞ୍ଚିବାର ଜାଣିପାରିଲୁ ନାହିଁ କି ରାତି ଅଧରେ ଘରୁ ଵାହାରିବାର ଜାଣିଲୁ ନାହିଁ ତାହାହେଲେ ଭାରତ ସ୍ବାଧୀନ ହେବାର ପ୍ରଶ୍ନ ଆସିଲା କେଉଁଠି। ମାମୁନି ଟ୍ୟୁସନ ଯିବ ବୋଲି କହି ଘରୁ ବାହାରିଥିଲା ତାର ଅବସ୍ଥା କଣ ହେଲା ? ମିଳିଲା ତାର ମର ଶରୀର ବିଲ ମାଳରେ ପୁଣି ରକ୍ତାକ୍ତ କ୍ଷତ ଅବସ୍ଥାରେ। ଆମେ ସେହି ଦୋଷି ବିରୁଦ୍ଧରେ ଦଣ୍ଡ ଦେବାକୁ ନ୍ୟାୟଳୟ ଯାଇ ଯାଇ ମକଦ୍ଧମା ଲଢି ଲଢି ହାଲିଆ ହେଲୁଣି ପଛକେ ଦୋଷିକୁ ଫାଶୀଦଣ୍ଡ ହିଁ ମିଳୁନାହିଁ। ଶୁଣାଣି ହେଉଛି ଆଜି ନାହିଁ ପୁଣି କାଲି ।


ବଉ ତୁ ବୁଢି ହେଲୁଣୁ ସିନା ତୋର ସ୍ବାଧିନତା କ'ଣ ଅଛି ତୁ ବାପାଙ୍କ ଅନୁଶାସନରେ ରହିବାକୁ ପଡୁଛି। ତୁ ଆଜି ଯାଏଁ ବାହାରକୁ ଏକୁଟିଆ ମଧ୍ୟ ଯାଇ ପାରୁନାହୁଁ। 


ଆଉ ମୋ ଦିଦି କଥା ବିବାହ ଦେଇଥିଲୁ ନା ତାକୁ ଉପଯୁକ୍ତ ପାତ୍ର ଦେଖି କଣ ହେଲା ତାର ଏତେ ପାଠ ସାଠ ପଢି ମଧ୍ୟ ନିଜେ ଶିକ୍ଷିତ ହୋଇ ମଧ୍ୟ ଯୌତୁକ ଯୁଇରେ ପୋଡିହୋଇଗଲା ସବୁଦିନ ପାଇଁ। କିଏ ଏଠି ସ୍ବାଧୀନ!


ଗୋଟେ ପୁରୁଷ ଲୋକ ରାତି ଅଧରେ ଗୋଡ କାଡି ବାହାରକୁ ଯିବାକୁ ଭୟ ପ୍ରକାଶ କରେ। ଯେତେଦିନ ପର୍ଯ୍ୟନ୍ତ ଏ ଭାରତରୁ ଅନ୍ୟାୟ ଅତ୍ୟାଚାର, ଲୁଣ୍ଠନ, ହତ୍ୟା, ଧର୍ଷଣ,ଦୁଷ୍କର୍ମ ଆଦି ଦୂରିଭୁତ ହୋଇନାହିଁ ସେତେଦିନ ପର୍ଯ୍ୟନ୍ତ ଏ ଭାରତ ସ୍ବାଧୀନ ନୁହେଁ।


Rate this content
Log in

Similar oriya story from Abstract