STORYMIRROR

Lokanath Rath

Action Classics Inspirational

4  

Lokanath Rath

Action Classics Inspirational

ଏବେ ସୁବିଧା ହୋଇଛି

ଏବେ ସୁବିଧା ହୋଇଛି

6 mins
552


ଦୁନିଆଟା କେତେ ବଦଳି ଗଲାଣି ? ଏବେ ଏହି ମନଟା ଯେତେ ବେଳେ ଛଟପଟ ହେଉଥିଲା ଟିକେ ପିଲାଦିନର ସାଙ୍ଗ ମାନଙ୍କ ଶୀତ ମିଶିବାକୁ ,ଦୁଇପଦ କଥା ହେବାକୁ ,ସେତେବେଳେ କେବେ ସମୟର ଅଭାବ ,କେବେ ସମସ୍ତଙ୍କ ରହୁଥିବା ଜାଗର ଦୂରତ୍ୱ ,କେବେ ସମ୍ବଳ ଆଉ କେବେ ସାମାଜିକ ବନ୍ଧନ ,ଏହିସବୁ କରାଇ ଦେଉ ନଥିଲା |ମନ ବଡ଼ ବିଚଳିତ ହେଉଥିଲା |କିନ୍ତୁ ଏବର ଏହି ଅନଲାଇନ ବ୍ୟବସ୍ଥା ସତେ ଯେମିତି ସେ ସବୁକୁ ଦୂର କରିଦେଲା | ଭାବିଲା ବେଳକୁ ହସ ଲାଗୁଛି ବସନ୍ତ ବାବୁଙ୍କୁ ଏବେ କେମିତି ଏହି ବ୍ୟବସ୍ଥା ବିଷୟରେ ଜାଣି ପ୍ରଥମେ ବହୁତ ଉତ୍ସାହ ସହ ସମସ୍ତଙ୍କୁ ପଚାରିଥିଲେ ଏ ବିଷୟରେ | ପତ୍ନୀ ବିନତି ଙ୍କର ଥଟ୍ଟା କରି କହିଥିବା ,'' ତୁମକୁ ଏହି ବୁଢା ବୟସରେ ପୁଣି ଏସବୁ କରିବାକୁ ଇଛା ହେଉଛି ? ଛୁଆ ଙ୍କ ପରି ସମସ୍ତଙ୍କ ପଛରେ ପଡି ଯାଇଛ |'' ସେତେବେଳେ ନାତି ୧୨ ବର୍ଷର ଅରୁଣ କହିଥିଲା ,'' ଜେଜେମା ତୁମେ ଜେଜେଙ୍କୁ ମୋତେ ବୁଢା କହିବନି | ସେ ବୁଢା କେବେ ଥିଲେ ନା ଏବେ ହେଇଛନ୍ତି ? ତୁମର ବୋଧେ ଟିକେ ଆଖି ଦୋଷ ଧରିଲାଣି |'' ଏତକ କହି ସେ ହସି ଦେଇଥିଲା | ସେତେବେଳେ ବିନତି ଟିକେ ମୁହଁ ଶୁଖାଇ ଦେଇଥିଲେ |ତାଙ୍କ ମୁହଁ ଶୁଖିବା ଦେଖି ପୁଅ ଅଶୋକ ଓ ବୋହୁ ଆରତୀ ରାଗିଯାଇ ଅରୁଣ କୁ ପାଟି କରି କହିଥିଲେ ,'' ତୁ ଜେଜେମା ଙ୍କୁ ଏମିତି କଣ କହୁଚୁ ? କଥା କହିବା ଶିଖିନୁ ଏଯାଏ ?'' ତାପରେ ବସନ୍ତ ବାବୁ ହସୁଥିବାର ଦେଖି ତାଙ୍କୁ ବି ପୁଅ ବୋହୁ କହିଥିଲେ ,'' ବାପା ,ଆପଣ ଏହି ଅନଲାଇନ ବ୍ୟବସ୍ଥାର ସୁବିଧା ନିଅନ୍ତୁ ଓ ବୋଉଙ୍କୁ ବି ଶିଖାଇ ଦିଅନ୍ତୁ |ତେବେ ସେ ବି ଜାଣି ପାରିବେ ଏହାର ସୁବିଧା କଣ ? ଆପଣଙ୍କୁ ଆଉ ଥଟ୍ଟା କରି କହିବେନି |'' ବସନ୍ତ ବାବୁ ବୁଝି ପାରିଥିଲେ ଅଶୋକ ଓ ଆରତୀର କଥା | ସେଠିକି ବେଳେ ଅରୁଣ ଯାଇ ତା ଜେଜେମା ବିନତି ଙ୍କୁ କୁଣ୍ଢେଇ ପକାଇ ଗେଲ୍ହା ହୋଇ କହିଥିଲା ,'' ଆରେ ଜେଜେମା ,ମୁଁ ପରା ତୁମର ବୟ ଫ୍ରେନ୍ଡ ? ଆଉ ମୁଁ ତୁମକୁ ଥଟ୍ଟାରେ କହିବିନି ତ ଆଉ କିଏ କହିବ? ତୁମେ ରାଗୁଛ କାହିଁକି?'' ଅରୂଣର କଥା ଶୁଣି ବିନତି ହସିଦେଇ କହିଲେ ,'' ଆରେ ମୁଁ କାହିଁକି ତୋ ଉପରେ ରାଗିବି ? ତୁ ଆଉ ମୁଁ ତ ବୟ ଫ୍ରେନ୍ଡ ଓ ଗାର୍ଲ ଫ୍ରେନ୍ଡ | ଖାଲି ତୋ ଜେଜେଙ୍କୁ ଟିକେ କହିଦେ ତାଙ୍କ ଭଳିଆ ମୁଁ ସ୍ୱାର୍ଥପର ନୁହେଁ |'' ସେତେବେଳେ ପୁରା ଘରେ ଗୋଟିଏ ସୁନ୍ଦର ହସର ପରିବେଶ ସୃଷ୍ଟି ହୋଇଥିଲା |


ବସନ୍ତ କୁମାର ଦାସ ଜଣେ ଅବସର ପ୍ରାପ୍ତ ଶିକ୍ଷକ | ପତ୍ନୀ ବିନତି ଜଣେ ଗୃହିଣୀ | ଅଶୋକ ତାଙ୍କର ଏକମାତ୍ର ସନ୍ତାନ | ବସନ୍ତ ବାବୁ ଜଣେ ଆଦର୍ଶ ଶିକ୍ଷକ ଭାବରେ ପୁରା ସହରରେ ପରିଚିତ |ସେ ବିଦ୍ୟାଳୟରେ ପିଲାମାନଙୁ ଶିକ୍ଷା ଦେବା ସହିତ କିଛି ମେଧାବୀ ଓ ଗରିବ ଛାତ୍ର ଛାତ୍ରୀ ଙ୍କୁ ଘରେ ମଧ୍ୟ ବିନା ପାରିଶ୍ରମିକରେ ପଢ଼ାନ୍ତି |ସେମାନଙ୍କ ମଧ୍ୟରୁ ଅନେକ ଆଜି ଡାକ୍ତର ,ଯନ୍ତ୍ରୀ ,ଅଧ୍ୟାପକ ଓ ସରକାରୀ ଉଚ୍ଚ ଅଧିକାରୀ ହୋଇଛନ୍ତି | ଆଉ କିଛି ବି ରାଜନେତା ହୋଇ ବିଧାୟକ ,ସଂସଦ ଓ ମନ୍ତ୍ରୀ ହୋଇଛନ୍ତି | ହେଲେ କାହାଠାରୁ କେବେ ସେ କୌଣସି ସୁବିଧା ସୁଯୋଗ ନେବାର ଇଛା କରି ନାହାନ୍ତି |ସେ ବହୁତ ସ୍ୱାଭିମାନୀ ବ୍ୟକ୍ତି | ନିଜର ସେହି ସ୍ୱଳ୍ପ ଆୟ ମଧ୍ୟରେ ପୁଅ ଅଶୋକ କୁ ପଢାଇ ସେ ଜଣେ ଯନ୍ତ୍ରୀ କରାଇ ପାରିଛନ୍ତି | ଏବେବି ନିଜେ ବସନ୍ତ ବାବୁ ତାଙ୍କ ଘରେ ପିଲା ମାନଙ୍କୁ ପଢ଼ାନ୍ତି | ନିଜ ପେନସନ ପାଉଥିବା ଅର୍ଥରେ ତାଙ୍କର ଓ ପତ୍ନୀ ବିନତି ର ସବୁ ଖର୍ଚ୍ଚ ନିଜେ ଉଠାନ୍ତି | ଅଶୋକ ଚାକିରୀ କଲା ପରେ ଏହାର ବାହାଘର ଆରତୀ ସହିତ କରାଇଥିଲେ |ଆରତୀ ତାଙ୍କ ବାଲ୍ୟ ବନ୍ଧୁ ବିକାଶ ର ଝିଅ ଓ ବସନ୍ତଙ୍କର ବି ଛାତ୍ରୀ | ଆରତୀ ବସନ୍ତ ବାବୁ ଓ ବିନତି ଙ୍କୁ ନିଜ ବାପା ଓ ମା ଙ୍କ ପରି ସମ୍ମାନ ଦିଏ ଓ ତାଙ୍କର ଯତ୍ନ ନିଏ | ବାହାଘରର ଦୁଇ ବର୍ଷ ପରେ ନାତି ଅରୁଣ ର ଜନ୍ମ | ଅଶୋକ ର ବହୁତ ବଦଳି ହୋଇଥିଲେ ମଧ୍ୟ ସେ ତା ପରିବାରକୁ ନିଜ ମା ବାପାଙ୍କ ପାଖରେ ଛାଡି ନିଜେ ଏକ ଯାଇ ରହେ ଓ ଛୁଟି ଦିନ ମାନଙ୍କରେ ଘରକୁ ଆସେ | ସେ ତାର ପିତା ମାତା ଙ୍କୁ ବହୁତ ଭଲ ପାଏ | ନାତି ଅରୁଣ ଜନ୍ମ ହେବ ପରଠାରୁ ବସନ୍ତ ବାବୁ ଓ ବିନତି ସବୁବେଳେ ତା ସହିତ ସମୟ ବିତାନ୍ତି \ ନିଜେ ବସନ୍ତ ବାବୁ ଅରୁଣ କୁ ପାଠ ମଧ୍ୟ ପଢ଼ାନ୍ତି |ଏବେ ଅରୁଣ ଭଲ ପାଠ ପଢୁଛି ଓ ତାର ସବୁ ଜିନିଷ ଶିଖିବା ପାଇଁ ବହୁତ ଆଗ୍ରହ ମଧ୍ୟ ଅଛି |ବେଳେ ବେଳେ ବସନ୍ତ ବାବୁ ତାକୁ କିଛି କିଛି ନୂଆ ନୂଆ ବିଜ୍ଞାନ ସମ୍ବନ୍ଧୀୟ ବହି ଆଣି ପଢିବାକୁ ଦିଅନ୍ତି ,ତାକୁ ବଡ଼ ଆଗ୍ରହ ସହିତ ଅରୁଣ ପଢେ | ନିଜ ପରିବାର ଓ କାମରେ ବସନ୍ତ ବାବୁ ଏତେ ବ୍ୟସ୍ତ ରହି ଯାଆନ୍ତି ଯେ ତାଙ୍କର ସାଙ୍ଗ ମାନଙ୍କୁ ଭେଟିବାକୁ ସମୟ ମଧ୍ୟ ପାଆନ୍ତି ନାହିଁ | ତାଙ୍କର ସାଙ୍ଗମାନେ ପ୍ରାୟ ସବୁ ଅବସର ନେଇ ସାରିଲେଣି | ତାଙ୍କ ପରି ସେମାନେ ମଧ୍ୟ ବହୁତ ବ୍ୟସ୍ତ | ମଝିରେ ମଝିରେ କିଛି ସାଙ୍ଗଙ୍କ ସହିତ ଫୋନରେ କଥା ହୁଅନ୍ତି ,କିନ୍ତୁ ସବୁ କଥା କହି ହୁଏନା | ଆଉ ପ୍ରାୟ ୩୦ ବର୍ଷ ହେବ ଅଧିକାଂଶ ଙ୍କୁ ସେ ଭେଟି ବି ନାହାନ୍ତି | ମନ ବହୁତ ବିଚଳିତ ହୁଏ ଓ ଭାବନ୍ତି ସେମାନଙ୍କୁ ଦେଖିବାକୁ | ହେଲେ କିଏ କୋଉଠି ଅଛି ,ପୁଣି କେମିତି ସବୁ ମିଶିବେ ? ଏନେଇ ସମସ୍ତେ ଭାବନ୍ତି | ଏବେ ଏହି ଦୁଇ ମାସ ତଳେ ତାଙ୍କ ସାଙ୍ଗ ସୁବ୍ରତ ଯିଏ ଯନ୍ତ୍ରୀ ହିସାବରେ କାମ କରୁଥିଲା ,ଅବସର ନେବା ପରେ ଗୋଟିଏ ହ୍ୱାଟ୍ସଅପ୍ପ ରେ ମେଳି କରିଛି ଓ ତାଙ୍କୁ ବି କହିଛି ସେଥିରେ ମିଶିବାକୁ | ଅନ୍ୟ ସାଙ୍ଗମାନେ ବି କହୁଛନ୍ତି ସେହି ମେଳିରେ ମିଶି ଅନଲାଇନ ରେ ଆମେ ସମସ୍ତେ ସମସ୍ତଙ୍କୁ ଦେଖି ପାରିବୁ ଓ କଥା ବି ହେଇ ପାରିବୁ | ସେବେଠାରୁ ବସନ୍ତ ବାବୁ ଙ୍କ ମନ ତାଙ୍କର ସେହି ମେଳିରେ ମିଶିବାକୁ | ଗତ ସପ୍ତାହରେ ତାଙ୍କ ସାଙ୍ଗ ଓ ସମୁଦି ବିକାଶ ବାବୁ ବି ଆସି ସେହି କଥା କହୁଥିଲେ | ଆଉ ସେ କହିଲେ ସେମାନଙ୍କ ପାଖରେ ଥିବା ମୋବାଇଲ ଫୋନ ରେ ସେ ମେଳି ରେ ମିଶିବା ସମ୍ଭବ ନୁହେଁ ,ତେଣୁ ଉଭୟ ଯାଇ ତାଙ୍କ ଘର ପାଖରେ ଥିବା ମୋବାଇଲ ଦୋକାନରୁ ଏବେ ହ୍ଵାଟ୍ସଆପ ଖୋଲିବା ପାଇଁ ନୂଆ ଫୋନ ନେଇ ଆସିଛନ୍ତି | ସେଥିରେ ବି ସେହି ହିସାବରେ ଇଣ୍ଟରନେଟ ପାଇଁ ପଇସା ଖର୍ଚ୍ଚ କରି ସାରିଛନ୍ତି | ହେଲେ କେମିତି ତାକୁ ,ମାନେ ହ୍ଵାଟ୍ସଆପ କୁ ଖୋଲିବେ ଜାଣି ନାହାନ୍ତି | ସେଥିପାଇଁ ସେ ଅଶୋକ ,ଆରତୀ ଓ ଶେଷରେ ଅରୁଣ ପଛରେ ପଡିଛନ୍ତି | ତାକୁ ଦେଖି ବିନତି ଥଟ୍ଟା କରି କହିଲେ ଏତେ ସବୁ କଥା | ଶେଷରେ ନାତି ଅରୁଣ ତାଙ୍କ ଫୋନ ନେଇ ବସିଲା ଓ ଅଧଘଣ୍ଟା ଭିତରେ ତାଙ୍କ ଫୋନରେ ସେହି ସୁବିଧା କରିଦେଲା | ଏବେ ବସନ୍ତ ବାବୁ ବହୁତ ଖୁସି ହେଇଗଲେ

ଆଗ ବସନ୍ତ ବାବୁ ତାଙ୍କ ସାଙ୍ଗ ସୁବ୍ରତ ସାଙ୍ଗରେ ଭିଡ଼ିଓ ମାଧ୍ୟମରେ କଥା ହେଲେ ଆଉ ତାକୁ ଦେଖି ବହୁତ ଖୁସି ହେଇଗଲେ |ଏବେ ସୁବ୍ରତ ଟିକେ ମୋଟା ହେଇ ଯାଇଛି ଓ ତାର ଚୁଟି ମଧ୍ୟ ବାସନନ୍ତ ଙ୍କ ଚୁଟି ପରି କିଛି ପାଚି ଯାଇ ଧଳା ହେଇ ଯାଇଛି | ଉଭୟ କିଛି ସମୟ କଥା ହେବ ପରେ ସୁବ୍ରତ କହିଲେ ,'' ବସନ୍ତ ମୁଁ ଭାବୁଛି ଏହି ଆସନ୍ତା ରବିବାର ସନ୍ଧ୍ୟା ବେଳେ ଆମେ ଯେତେ ସାଙ୍ଗ ଏହି ମେଳିରେ ଅଛେ ସବୁ ଭିଡ଼ିଓ ମାଧ୍ୟମରେ ଏକାଠି ହେବାକୁ ,ବହୁତ ମଜା ଆସିବା | ଏବେ ସୁବିଧା ହେଇଛି ଆମେ ସବୁ ମିଶି ଆମର ଅନଲାଇନ ଆସର କରି ପାରିବା | ଖାଲି ଆମେ ନୁହେଁ ,ଏବେ ପିଲାମାନେ ବେ ଅନଲାଇନ ରେ ପାଠ ପଢୁଛନ୍ତି ,କେତେ ବଡ଼ ବଡ଼ ସଭା ବି ଏହି ଅନଲାଇନ ଆସାର ପାଇଁ ହେଇ ପାରୁଛି |'' ବସନ୍ତ ବାବୁ ଖୁସିରେ ହଁ ମାରିଦେଲେ ,କାରଣ ପିଲାଦିନର ସାଙ୍ଗମାନକୁ ଏତେ ବର୍ଷ ପରେ ଦେଖିବେ ଓ କଥା ହେ-ବେ |


ରବିବାର ସନ୍ଧ୍ୟାକୁ ଚାହିଁ ବସନ୍ତବାବୁ ବଡ଼ ଉତ୍ସାହିତ ଅଛନ୍ତି | ତା ଭିତରେ ସେ ବଜାରକୁ ଯାଇ ତାଙ୍କରି ପରି ଗୋଟିଏ ଫୋନ ପତ୍ନୀ ବିନତି ପାଇଁ ଆଣି ନାତି ଅରୁଣକୁ ଦେଇ କହିଲେ ,''ତୋ ଜେଜେମା ର ଏଥିରେ ହ୍ଵାଟ୍ସଆପ ଖୋଲି ଦେଲୁ |'' ଏତକ ଶୁଣି ବିନତି କହିଲେ ,'' ମୋର ସେଥିରୁ କଣ ହେବ ? ତୁମେ ସେଇ ଗୁଡାକ କର |'' ତାଙ୍କୁ ବସନ୍ତ କହିଲେ ,''ଆରେ ତୁମେ ଏହି ରବିବାର ସନ୍ଧ୍ୟାରେ ଆମ ସାଙ୍ଗମାନଙ୍କ ଅନଲାଇନ ଆସର ଦେଖିଲେ ବୁଝି ପାରିବ | ତାପରେ ତୁମେ ତୁମ ଭାଇ,ଭାଉଜ ,ସାଙ୍ଗ ଓ ଅନ୍ୟ ମାନଙ୍କୁ ଦେଖି ପାରିବ ଓ କଥା ହେଇ ପାରିବ | ଏବେ ସୁବିଧା ହେଇଛି ଘରେ ବସି ଆମେ ଏସବୁ କରି ପାରିବା |'' ବସନ୍ତ ବାବୁଙ୍କ କଥା ଶୁଣି ବିନତି ବି ଟିକେ ହସି ଦେଲେ ଓ ଭାବିଲେ ,ସତ କଥା ଯଦି ଏବେ ସୁବିଧା ହେଇଛି ,ତେବେ ସେ କାହିଁକି ତାହାର ସୁଯୋଗ ନେବେ ନାହିଁ ? ତାପରେ ଅରୁଣ ତାଙ୍କର ନୂଆ ଫୋନରେ ହ୍ଵାଟ୍ସଆପ ଖୋଲିଦେଲା |

ରବିବାର ସନ୍ଧ୍ୟାରେ ବସନ୍ତ ବାବୁଙ୍କ ସାଙ୍ଗମାନଙ୍କ ସହିତ ଅନଲାଇନ ଆସର ପୁରା ଜମିଗଲା | ପୁରା ଦୁଇ ଘଣ୍ଟା କାଳ ପ୍ରାୟ ୩୦ ଜଣ ସାଙ୍ଗ ଏକାଠି ହେଇ ପାରିଲେ ,ସମସ୍ତେ ସମସ୍ତଙ୍କୁ ଦେଖିଲେ ଓ କଥା ହେଲେ | ତା ପରଠାରୁ ଏବେ ଉଭୟ ବସନ୍ତ ବାବୁ ଓ ବିନତି ଉଭୟଙ୍କ ଫୋନ୍କୁ ଧରି ସବୁବେଳେ ବ୍ୟସ୍ତ | ନାତି ଅରୁଣ ଥଟ୍ଟାରେ ତାଙ୍କୁ ଦେଖି କହୁଛି ,'' ଭଲ କଥା ତ ହେଲା ,ମୋବାଇଲ ରେ ହ୍ଵାଟ୍ସଆପ ପାଇଁ ଜେଜେ ଓ ଜେଜେମା ଏବେ ଏତେ ବ୍ୟସ୍ତ ଯେ ମୋତେ ଭୁଲି ଗଲେଣି |'' ତା କଥା ଶୁଣି ବସନ୍ତ ବାବୁ କହିଲେ ,'' ଆରେ ନାହିଁରେ ,ତତେ କେମିତି ଭୁଲିବୁ ? ତୁ ପରା ଆମ ଗୁରୁ ।


Rate this content
Log in

Similar oriya story from Action