STORYMIRROR

Maitreyee Kamila

Tragedy Inspirational

2  

Maitreyee Kamila

Tragedy Inspirational

ଏ ସନ ରଜ

ଏ ସନ ରଜ

1 min
543


ଏ ସନ ରଜରେ ଅଣ୍ଟା ସଳଖୀ ପାରୁନି ଆରସାହି ସୁକୁଟା ଫନି ପରେ ତା ଘର ନକ୍ସା ବଦଳି ଯାଇଛି  । ଦାଣ୍ଡ ଦୁଆର ବାଡ଼ି ପଟ ଏକା ହୋଇଯାଇଛି ,ଗୁହାଳ କାନ୍ଥ ପଟେ ନାଇଁ, ଆମ୍ବ ଗଛ ଭାଙ୍ଗି ଚାଳ ଉପେରେ।କିଛିଦିନ ଗାଁ ଇସ୍କୁଲରୁ ସାହାଯ୍ୟ ମିଳିବାରୁ କୁଟୁମ୍ବ ଚଳି ଗଲା। ମାଣିଆବୋଉ ଭାରି ଦମ୍ଭ ରେ ମନ ଆଣ୍ଟି ଉଜୁଡ଼ା ସଂସାର ଯୋଡୁଛି।ଗାଁ ରୁ ସହର ଜାକେ ରଜ ସଜ ହେଲେ ନେତି ଆଇ ଆଖିରୁ ଲୁହ ଶୁଖୁନି ତୁଫାନ ରେ ତା ଘରବାଡ଼ି ଶ୍ରୀହୀନ ଦିଶୁଛି।ଏକ ଲୟରେ ଦୁଆରୁ ଚାହିଁ ବସିଛି ପେଜୁଆ ଆଖିରେ ।


ଆଜି ସଂକ୍ରାନ୍ତି ଆର ସନ ରଜକୁ ଆମ୍ବ ଗଛର ଆମ୍ବ ବେପାରୀ ସବୁ ନେଇ ନେଇ ଥକିଲେ।ବାଡିରୁ ସପୁରୀ ପଣସ ବନ୍ଧୁ ପଣିଆରେ ଗଲା। ଆଉ ଆଗକୁ ଭାବି ପାରିଲାନି ଲୁହ ଦି ଥୋପା ଗଡି ଆସିଲା, କାନି ରେ ଆଖି ପୋଛୁଛି ଦେଖିଲାତା ଝିଅ ଓଲ୍ହାଉଛି ନାତି ନାତୁଣୀ କୁ ନେଇ, ମା ଦୁଃଖ ସହିନପାରି ପୋଡ଼ପିଠା କାକରା ମଣ୍ଡା ସପୁରୀ ପଣସ ଆମ୍ବ ସବୁ ସଜାଡି ଗାଁ କୁ ଆସି ପହଁଚିଲା। କହିଲା ମା ସବୁ ଥର ରଜ ଭାର ତୁ ପଠେଇ ଥାଉ ଏ ବର୍ଷ ମୋ ହାତରୁ ପିଠା ଖଣ୍ଡେ ଖାଇ ଦେଖ।ହାତ ଠାରି ଡାକିଲା ମାଣିଆ ବୋଉ ଆଉ ସୁକୁଟା ବା କୁ । ମାଣିଆ ବୋଉ ଆଖିରେ ଲୁହ, ନେତି ଆଇକୁ ଅନେଇ କହୁଛି ;କଣ ଆଉ ଭାବୁଛୁ ସବୁ ଦିନ ସମାନ ନୁହେଁ ଲୋ ବତାସ କିଛି ନେଇଯାଏ ପୁଣି କିଛି ଦେଇଯାଏ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy