The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

shibaram dalai

Tragedy

2  

shibaram dalai

Tragedy

ଦୂର ରାଇଜରୁ ବାପାଙ୍କ ଚିଠି

ଦୂର ରାଇଜରୁ ବାପାଙ୍କ ଚିଠି

3 mins
110



୧୯୯୧ ମସିହା କଥା, ଆମ ଗାଁ ଠାରୁ ପ୍ରାୟ ୧.୫କିମି ଦୂର ମାଧପୁର ସ୍କୁଲରେ ମୁଁ ଆଉ ମୋର ସାଙ୍ଗ ପ୍ରୀତି ଚତୁର୍ଥ ଶ୍ରେଣୀରେ ପଢୁଥିଲୁ ।ଆଜି କାଲିକା ପିଲାଙ୍କ ଭଳି ଆମେ ଏତେ ଚାଲାକ ଚତୁର ନଥିଲୁ ।ଆମ ଦୁହିଁଙ୍କ ଘର ସିନା ଅଲଗା ଥିଲା ହେଲେ ହୃଦୟ ଏକ ।ପ୍ରୀତି ମୋତେ ଘଣ୍ଟେ ନ ଦେଖିଲେ ପାଗଳୀ ହେଇଯାଏ,ଆଉ ମୁଁ ବି ।ଦୁହେଁ ଥିଲୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ।ଗାଁ ର ଜେଜିମାଆ ମାନେ ଆମ ଦୁହିଁଙ୍କ ବନ୍ଧୁତା ଦେଖି ଇର୍ଷା କରନ୍ତି ,ଆଉ ପଚାରନ୍ତି ଆଲୋ ଟୋକି ଦୁହେଁ ଏମିତି ଯୋଡିହଉଛ ଯେମିତି କେହି କାହାକୁ ଛାଡି ରହିବନି ,ରୁହ ଆମେ ଦେଖିବୁ ଯେ ବାହା ହେଲେ ଦୁହେଁ କେମିତି ରହିବ ।ଆଉ ଆମେ ବି ଉତ୍ତର ଦଉ ଆମେ ବାହା ହବୁନି ,ଯଦି ବାହା ହବୁ ଗୋଟିଏ ଘରେ ରହିବୁ ଗୋଟିଏ ଖଟରେ ଶୋଇବୁ ।

   

    ଏମିତି ଏମିତି ରେ ଗଡି ଚାଲେ ଆମ ଦିନ ।ଆମ ସ୍କୁଲ କଡ଼କୁ ଲାଗି ରହିଛି ଡାକଘର ।ସେତେବେଳ ବର୍ତ୍ତମାନ ପରି ବେତାର ଯନ୍ତ୍ର ର ସୁବିଧା ସୁଯୋଗ ନ ଥିଲା ।ତେଣୁ ସବୁ ଡାକ ଯୋଗେ କାରବାର ।ଡାକବାଲା ପ୍ରତି ୧୫ ରୁ ୨୦ ଦିନ ଭିତରେ ଖଣ୍ଡେ ଚିଠି ଆଣି ଆମ ସ୍କୁଲରେ ପ୍ରୀତିକୁ ଦେଇଯାଏ ଆଉ କହେ ଏ ତୁମ ବାପାଙ୍କ ଚିଠି ,ମାଆ କୁ ଦେଇଦେବ ।


    ମୁଁ ଘରକୁ ଫେରି ମାଆକୁ ପଚାରେ ମାଆ ତୁ ତ କହୁଛୁ ମୋ ବାପା ବହୁତ ଦୂରରେ ଚାକିରୀ କରୁଛନ୍ତି,ହେଲେ ପ୍ରୀତି ବାପା ତ ଚିଠି ପଠୋଉଛନ୍ତି ପ୍ରୀତି ମାଆ ପାଇଁ ହେଲେ ବାପା କାହିଁ ତୋ ପାଇଁ ଚିଠି ଦେଉନାହାନ୍ତି । ସେତେବେଳେ ମାଆ ମୋତେ ବୁଝାଏ ତୋ ବାପା ପ୍ରୀତି ବାପା ଠାରୁ ବହୁତ ଦୂରରେ ଚାକିରୀ କରନ୍ତି ।ସେ ଆସିଲା ବେଳେ ତୋ ପାଇଁ ବହୁତ ନୂଆ ନୂଆ ଜାମା ଆଣିବେ ।ଆଉ ବହୁତ ଗୁଡିଏ ଖେଳନା ବି ଆଣିବେ ।ଆଉ ମୁଁ ପାଠ ପଢିନି ବୋଲି ତୋ ବାପା ମୋ ପାଖକୁ ଚିଠି ଦେଉନାହାନ୍ତି । ତୁ ମନ ଲଗେଇ ପାଠ ପଢି ବଡ଼ ହେଇଯା ତୋ ବାପାଙ୍କୁ କହିବି ସେ ତୋ ପାଖକୁ ଚିଠି ଦେବେ ।ଏବେ ମୁଁ ଖୁସି ହୋଇ ପ୍ରୀତି ସାଙ୍ଗେ ଖେଳିବାକୁ ଚାଲିଯାଏ ।


    କିଛି ଦିନ ବ୍ୟବଧାନରେ ପୁଣି ପ୍ରୀତିର ବାପା ଚିଠି ପଠାନ୍ତି ।ପ୍ରତିଥର ପରି ମୁଁ ଡାକବାଲାକୁ ପଚାରେ ମୋ ବାପା ତୁମକୁ ଚିଠି ଦେଇଛନ୍ତି କି ? ଡାକବାଲା ଏଥର ବି ନାଁ କହି ଚାଲିଯାଏ ।


  ସେଦିନ ପ୍ରଧାନ ଗୁରୁଜୀ ଶୀତ ସକାଳର କଅଁଳ ଖରାରେ ବସିଥାନ୍ତି।ପୁଣି ଡାକବାଲା ଆସି ପ୍ରୀତିକୁ ଚିଠି ଦେଇ କହେ ଏ ତୁମ ବାପାଙ୍କ ଚିଠି ତୁମ ମାଆକୁ ଦେଇଦେବ ।ଏଥର ମୁଁ କାନ୍ଦି କାନ୍ଦି ଡାକବାଲାକୁ ପଚାରିଲି ତୁମେ କଣ ମୋ ବାପା ପାଖକୁ ଜମା ଯାଉନ ? ତାଙ୍କର କଣ ମୋ କଥା ଜମା ମନ ପଡୁନାହିଁ ? ମାଆ କହୁଥିଲା ମୁଁ ବଡ ହେଇଗଲେ ବାପା ମୋ ପାଖକୁ ଚିଠି ଦେବେ ? ମୁଁ ତ ବଡ ହେଇଗଲିଣି ହେଲେ ବାପା କାହିଁ ଚିଠି ଦେଉନାହାନ୍ତି ? ସେ କଣ ମୋ ଉପରେ ରାଗିଛନ୍ତି ? ମାଆ କୁ ବାପାଙ୍କ କଥା ପଚାରିଲେ ମାଆ ବାପାଙ୍କ ଫଟୋ ଆଗରେ ବହୁତ କାନ୍ଦେ । ଆଉ ଏକୁଟିଆ ବସି କାନ୍ଦେ । ଏଥର ବାପାଙ୍କୁ ଦେଖିଲେ କହିବେ ମାଆ ବହୁତ କାନ୍ଦୁଛି । ସେ ଡାକବାଲାଟା ମୁଁ କଇଁ କଇଁ କାନ୍ଦୁଥିବାର ଦେଖି ପକେଟରୁ ଦୁଇଟି ଚକଲେଟ ବାହାର କରି କହିଲେ ,ତୁମ ବାପା ଦେଖା ହେଇଥିଲେ ,ତାଙ୍କର ବହୁତ କାମ ଥିଲା ,ସେ ତୁମ ପାଇଁ ଏ ଚକଲେଟ ପଠେଇଛନ୍ତି ଆର ଥରକୁ ଚିଠି ପଠେଇବେ ।ତାଙ୍କ ହାତରୁ ଚକଲେଟ ନେଇ ଗୋଟେ ପ୍ରୀତିକୁ ଦେଲି ଆଉ ଗୋଟେ ମୁଁ ଖାଇଲି ।ଏଥର ଡାକବାଲା ପ୍ରଧାନ ଗୁରୁଜୀ ଙ୍କ ସହ କଣ କଥା ହେଲେ କେଜାଣି ।


    ସେଦିନ ଘରକୁ ଫେରି ମାଆକୁ ସବୁ କଥା କହିଲି । ହେଲେ ପ୍ରତିଦିନ ପରି ମାଆକୁ ବାପାଙ୍କ ବିଷୟରେ ପଚାରିବା ପରେ ଯେମିତି ବାପାଙ୍କ ଫଟୋ ପାଖରେ କାନ୍ଦିଥାଏ ଆଜି ବି ଖୁସି ହେବା ବଦଳରେ ସେମିତି କାନ୍ଦିଲା । କିଛି ଦିନ ବିତିଗଲା ଡାକବାଲା ଆସି ପୁଣି ପ୍ରୀତିକୁ ଚିଠି ଦେବା ସହ ମୋତେ କହିଲା ଏଇ ନିଅ ତୁମ ବାପା ଆଜି ଶହେ ଦୁଇଟା ଚକଲେଟ ପଠେଇଛନ୍ତି । ଆଉ ଗଲା ବେଳେ କହିଗଲେ ଏ ଚିଠିକୁ ତୁମ ମାଆକୁ ଦେଖେଇବ ନାହିଁ କି ତୁମ ବାପା ଦେଇଛନ୍ତି ବୋଲି କହିବ ନାହିଁ ।ନଚେତ ତୁମ ମାଆ ବହୁତ କାନ୍ଦିବେ ।ମୁଁ ଭାବିଲି ସତେତ ସେଦିନ ବାପା ଚକଲେଟ ପଠେଇଥିଲେ ମୁଁ ମାଆ କୁ କହିଦେଲି ବୋଲି ବହୁତ କାନ୍ଦିଲା ଆଉ ଆଜି ଚିଠି କଥା କହିଦେଲେ ଆହୁରି କାନ୍ଦିବ ।ତେଣୁ ପ୍ରୀତିକୁ କହିଲି ତୁ ମୋ ମାଆ ଆଗରେ କହିବୁନି ସେ ବି କହିଲାନି ।

   

  ସେଦିନ ଚିଠି ଖୋଲି ପଢ଼ିଲି,ଆଜିବି ମନେପଡେ ସେ ଚିଠିରେ ଲେଖା ଥିଲା ମାଆରେ (ଶ୍ରଦ୍ଧାରେ) ଏଠି ତୋ କଥା ବହୁତ ମନେ ପଡୁଛି ।ମୁଁ ଘରକୁ ଯାଇ ପାରୁନି ବୋଲି ମନ ଦୁଃଖ କରିବୁନି କି ମାଆକୁ ପଚାରିବୁ ନାହିଁ । ମାଆ କୁ ପଚାରିଲେ ସେ ବହୁତ କାନ୍ଦିବ ।ଏଠି ମୋର ପ୍ରବଳ କାମ ।ମୁଁ ଯିବାକୁ ବହୁତ ଡେରି ହେବ ।ମୁଁ ତୁମ ମାଆ ପାଇଁ ନୂଆ ଶାଢ଼ୀ ଆଉ ତୁମପାଇଁ ବହୁତ ନୂଆ ଜାମା ବି ରଖିଛି ତା ସାଥିରେ ବହୁତ ଗୁଡିକ ଖେଳନା ବି ରଖଛି, ଗଲା ବେଳେ ସେ ସବୁ ନେଇକି ଯିବି ।ତୁ କେବେ ଜିଦ କରିବୁନି କି ମାଆ କୁ କେଭେ ମୋ କଥା ପଚାରିବୁ ନାହିଁ ।ସେ ବହୁତ କାନ୍ଦିବ ।ସେହି ଦିନୁ ମାଆକୁ କେଭେ ବାପାଙ୍କ ବିଷୟରେ ପଚାରେ ନାହିଁ ।


   ଏବେ ମୁଁ ବଡ଼ ହେଇସାରିଛି ।ସେ ଚିଠିକୁ ବୁଝି ସାରିଛି,ଆଉ ବୁଝିସାରିଛି ସେଦିନ ଡାକବାଲା ଆଉ ପ୍ରଧାନ ଗୁରୁଜୀଙ୍କ କଥାବାର୍ତ୍ତା କଥା ।ମୁଁ ଆଉ ମାଆକୁ କେବେ ବାପାଙ୍କ ବିଷୟରେ ପଚାରୁନାହିଁ ,ହେଲେ ପୁନେଇଁ ପରବ ଆସିଲେ କାହିଁ ସମୁଦ୍ର ଜୁଆର ପରି ମାଡି ଆସେ ମାଆ ଆଖିରେ ଲୁହ ।




Rate this content
Log in

More oriya story from shibaram dalai

Similar oriya story from Tragedy