STORYMIRROR

Dr Jharana Satapathy

Abstract

2  

Dr Jharana Satapathy

Abstract

ଦୁଇ ଧାର ଅଶ୍ରୁ

ଦୁଇ ଧାର ଅଶ୍ରୁ

1 min
408

ହୁଳହୁଳି ସହ ଶଙ୍ଖଧ୍ବନିରେ କମ୍ପିଉଠିଲା , ବର ଏବଂ କନ୍ୟାର ହାତଗଣ୍ଠି ପଡିଲା , ଦୁଇ ସମ୍ବୁଦ୍ଧି କୁଣ୍ଡାକୁଣ୍ଡି ହେଲେ। ଝିଅ ପପିନାର ବିଦା ସମୟ ଆସିଲା,ଆଞ୍ଜୁଳି ଚାଉଳ ଦେଇ ଯେତେବେଳେ ଝିଅ ପପିନା ଘରୁ ଗୋଡ କାଡିଲା ଆଖିରେ ଜକେଇ ହୋଇଥିବା ଲୁହ ଦୁଇବୁନ୍ଦା ଥକ୍ କରି ତଳେ ପଡିଗଲା ମନୋଜ ବାବୁଙ୍କର। ନିଜ ଝିଅକୁ ଉପଯୁକ୍ତ ପାତ୍ର ମିଳିବା ଲାଗି ଭାରି ଖୁସି ହୋଇ ଯାଇଥିଲେ ମନୋଜବାବୁ । ଭାବିଥିଲେ ଝିଅ ବିଦା ସମୟରେ ଆଖିରୁ ଲୁହ କାଢିବେ ନାହିଁ ବୋଲି। କିନ୍ତୁ ହୃଦୟର କୋହକୁ ସମ୍ଭାଳି ପାରିଲେ ନାହିଁ।

ସିଏ ପରା ତାଙ୍କ ଜନ୍ମକଲା ଝିଅ ଛୋଟରୁ କୋଳେଇ କାଖେଇ ତାକୁ ବଡ କରିଥିଲେ। ମନୋଜ ବାବୁ ଯେତେ ହୃଦୟକୁ ପଥର କରିଲେ ମଧ୍ୟ ଆଖିରୁ ଦୁଇଧାର ଲୁହ ବାହାରି ଆସିଲା। ନିଜେ ସିଏ ବାପା ମାଆ ଉଭୟ ହୋଇ ଝିଅଟିକୁ କୋଳେଇ କାଖେଇ ବଡ କରିଥିଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract