Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Dr Jharana Satapathy

Abstract

5.0  

Dr Jharana Satapathy

Abstract

ଦୁଇ ବନ୍ଧୁ

ଦୁଇ ବନ୍ଧୁ

1 min
228


ଶିବୁନ୍,ବବୁନ ଦୁଇ ଭଲ ସାଙ୍ଗ। ପ୍ରକୃତରେ ବନ୍ଧୁତା କଣ ଏ ଦୁଇଜଣଙ୍କଠୁ ଶିଖିବା କଥା। ଦୁହେଁ ଦୁହିଁଙ୍କ ଜୀବନ। ଶିବୁନ ବବୁନକୁ କହିଲା ଆମ ଘରର ତିନିମହଲା ଛାତକୁ ଲାଗି ଏକ ବିରାଟ ଆମ୍ବଗଛଟି ଅଛି। ଆମ ଛାତ ଉପରେ ଛିଡା ହେଲେ ଆମ୍ବଗୁଡାକ ତୋଳି ହେଉଛି। ଚାଲେ ସାଙ୍ଗ ତୋର ମୋର ସାଥୀ ହୋଇଯିବା ଆମ୍ବ ଗୁଡାକ ତୋଳିବା। ଶିବୁନ ତିନିମହଲା ଛାତ ଉପରକୁ ଯାଇ ଆମ୍ବଗଛରେ ଚଢିଲା। ଗୋଟେ ଗେଟେ ଆମ୍ବ ତୋଳି ବବୁନକୁ ଦେଉଥାଏ। ଠିକ୍ ଏହି ସମୟରେ ଭାରସାମ୍ୟ ହରାଇ ଶିବୁନ୍ ତିନିମହଲାରୁ ଖସି ତଳେ ପଡିଗଲା। ବବୁନ୍ ମଧ୍ୟ କିଛି ନ ବିଚାରି ସେ ପୁଣି ସେ ଛାତ ଉପରୁ ତଳକୁ ଡେଇଁପଡିଲା । ବବୁନ୍ ଭାବିଲା , ଯଦି ସିଢି ପଟେ ଯାଏ ତାହାହେଲେ ଆହୁରି ଡେରି ହୋଇଯିବ ସେଥିପାଇଁ ସେ ତା ସାଙ୍ଗର ଜୀବନ ବଞ୍ଚାଇବାକୁ ତିନି ମହଲାରୁ ନିଜେ ଡିଆଁ ମାରିଲା।


ସଙ୍ଗେ ସଙ୍ଗେ ଯାଇ ଶିବୁନ ଘରର କବାଟ ବାଡେଇ ତା ମାଆକୁ ଡାକ ଛାଡିଲା। ତା ମାଆ ଆସି ଦୌଡି ଦେଖିଲାବେଳକୁ ଶିବୁନ୍ ମୁଣ୍ଡରୁ ରକ୍ତର ଧାର ବାହାରୁଛି। ସଙ୍ଗେ ସଙ୍ଗେ ବବୁନ୍ ଏବଂ ଶିବୁନର ମାଆ ମିଶି ଶିବୁନକୁ ମେଡିକଲ ନେଇଥିଲେ। ତାର ମୁଣ୍ଡରେ ପଟିବନ୍ଧା ଯାଈଥିଲା। ଆଉ ଟିକେ ଡେରି ହୋଇଥିଲେ ଶିବୁନର ପ୍ରାଣ ବି ଚାଲି ଯାଇଥାନ୍ତା। ସତରେ ବବୁନ୍ ଲାଗି ଶିବୁନ୍ ବଞ୍ଚିଗଲା । ଵଵୁନ୍ ତିନି ମହଲରୁ ଡିଆଁ ମାରି ମଧ୍ୟ ତାର କିଛି ହୋଇ ନାହିଁ ,ପ୍ରକୃତରେ କେତେଭଲ ପାଇବା ତାର ବନ୍ଧୁ ପ୍ରତି।



Rate this content
Log in