STORYMIRROR

Rudra prasana Satapathy

Abstract Inspirational

2  

Rudra prasana Satapathy

Abstract Inspirational

ଦୁହିତା

ଦୁହିତା

2 mins
72


ଦୁଇ କୁଳ କୁ ହିତା ଦୁହିତା । ଝିଅ ଜନ୍ମ ପର ଘରକୁ, ଏହି ବାକ୍ୟ ପ୍ରାୟ ପ୍ରତ୍ୟକ ଘରେ କୁହାଯାଏ । ଗୋଟେ ପରିବାର ରେ ଗୋଟେ ଝିଅ ଟେ ଜନ୍ମ ହେଲା ମାନେ ସେ ପରିବାର ଉପରେ ଯେପରି ଗୋଟେ ଚଡକ ପଡିଲା ପରି ଲାଗେ ସେମାନଙ୍କୁ ହେ  ଯେପରି ଗୋଟେ ବୋଝ ଲଦିଦେଲେ ଈଶ୍ୱର ତାଙ୍କ ଉପରେ, ସେମାନେ କିଛି ଦିନ ଲୁଚାନ୍ତି ଅନ୍ୟ ମାନଙ୍କୁ ଯେ ତାଙ୍କର ଝିଅ ହେଇଚି ବୋଲି , ହେଲେ ସେହି ଜାଗା ରେ ଗୋଟେ ପୁଅ ଜନ୍ମ ନେଇଥିଲେ, ଘର ଲୋକ ସେଠି ଗାଁ ରେ ମିଠା ବାଣ୍ଟି, ଲକ୍ଷେ ବନ୍ଧୁବାନ୍ଧବୀଙ୍କୁ କହି ସାରନ୍ତେଣି, ହେଲେ ଏହା କାହିଁକି ? କାରଣ କଣ ଏତିକି ପାଇଁ ଯେ ଗୋଟେ ପୁଅ ବାପା ମାଙ୍କୁ ଖାଇବାକୁ ଦେଇ ସମ୍ଭଳି ପାରେ ଆଉ ଗୋଟେ ଝିଅ କେବେଳ ଗୋଟେ ଘରେ ହିଁ ସୀମିତ ରହିପାରେ । ଯେଉଁ ଘରେ କେବେ ହେଲେ ଗୋଟେ ସ୍ତ୍ରୀ ପ୍ରତି ସଂମାନ ନାହିଁ ସେ ଘର କେବେ ତିଷ୍ଠିଚି ନା ତିଷ୍ଠିବ, ଯେଉଁ ଘରେ ଚଳନ୍ତି ଲକ୍ଷ୍ମୀ ଙ୍କୁ ସଂମାନ ନାହିଁ ସେ ଘର କେବେ ତିଷ୍ଠିଛି ନା ତିଷ୍ଠିବ ଆଉ ହଁ ଯୋଉ ଘରେ ଗୋଟେ ଝିଅ ଗୋଟେ ମା ଆଉ ଗୋଟେ ସ୍ତ୍ରୀ କୁ ସଂମାନ ନାହିଁ ସେ ଘର ଏଇ ସମାଜ ପାଇଁ ହେଉଚ୍ଛି ଗୋଟେ କଳଙ୍କ। ଯଦି ଆମେ ଗୋଟେ ସ୍ତ୍ରୀ କୁ ଅପମାନ କରୁଛେ ମାନେ ଆମେ ଆମ ମା ଆମ ଭଉଣୀ ଓ ଆମ ଝିଅ କୁ ବି ଆସନମାନ କରୁଛେ, କେବେଳ ଏତିକି ନୁହେ ଆମେ ଆମ ସମାଜ ରେ ଥିବା ପ୍ରତ୍ୟକ ସ୍ତ୍ରୀ ଙ୍କୁ ଆସନମାନ କରୁଛେ, ଆରେ ଯୋଉ ସ୍ତ୍ରୀ ନିଜ ବାପା ଘର ମାନେ ନିଜ ଘର ଛାଡିକି ଗୋଟେ ପର ଘରେ ଆସି ଯାହାକୁ ସେ ନିଜେ କେବେ ଵୀ ଦେଖିନାହିଁ ତାକୁ ଯଦି ଆମେ ଅସମ୍ମାନ କରିବା ତାହାଲେ ଆମ ମଣିଷ ଜାତିକୁ ଧିକ ଓ ଆମ ମଣିଷ ପଣିଆ କୁ ଧିକ। ଦିନ କ ୨୪ ଘଣ୍ଟା ବର୍ଷକ ବାର ମାସ ଓ 365 ଦିନ ଆମ ପାଇଁ ଖଟେ, ଯିଏ ଖରା ବର୍ଷ ଶୀତ କୁ ଖାତିର ନ କରି ଆମ ପାଇଁ ନିଜର ସବୁକିଛି ଉତ୍ସର୍ଗ କରିଦିଏ ସିଏ ଆଉ, ଆଉ ଯିଏ ନିଜ ପଣତ କାନି ରେ ପୁରା ପରିବାରକୁ ରକ୍ଷା କରେ ସେ ଆଉ କେହି ନୁହେ ସେ ହେଉଚ୍ଛି ସେହି "ଦୁହିତା" ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract