STORYMIRROR

Rudra prasana Satapathy

Children Stories

3  

Rudra prasana Satapathy

Children Stories

ନିଷ୍ଠୁର ରାଜା

ନିଷ୍ଠୁର ରାଜା

2 mins
272

ଥରେ ରାଜା ଯାଇଥାଆନ୍ତି ରାଜ୍ୟ ଭ୍ରମଣ କରିବାକୁ। ତାଙ୍କ ସାଥିରେ ତାଙ୍କ ସେନା ଓ ତାଙ୍କ ମନ୍ତ୍ରୀ ମଧ୍ୟ ଯାଇଥାନ୍ତି। ମନ୍ତ୍ରୀ ଥିଲେ ରାଜାଙ୍କ ଅତ୍ୟନ୍ତ ବିଶ୍ଵସ୍ତ କିନ୍ତୁ ରାଜା ତାଙ୍କୁ ନିଜର ବିଶ୍ଵସ୍ତ ନଭାବି ନିଜର ଶତ୍ରୁ ବୋଲି ଭାବୁଥିଲେ। ରାଜା ତାଙ୍କ ଆଖପାଖରେ ଥିବା ସମସ୍ତ ମନୁଷ୍ୟ ଓ ଜୀବଜନ୍ତୁଙ୍କୁ ନିଜ ଆକ୍ରମଣକାରୀ ବୋଲି ମନେ କରୁ ଥିଲେ। ସେ ସବୁବେଳେ ନିଜ ଚିନ୍ତା କରୁଥିଲେ କେବେ ହେଲେବି ନିଜ ଆଖପାଖ କଥା ଚିନ୍ତା କରୁନଥିଲେ। ଥରେ ସେ ତାଙ୍କ ମାଆଙ୍କ ପାଖରେ ବସିଥାନ୍ତି,ମା ତାଙ୍କୁ ପଚାରିଲେ ତୁ ସବୁବେଳେ ସମସ୍ତଙ୍କୁ ନିଜର ଶତ୍ରୁ ବୋଲି ଭାବୁଛୁ,ନିଜ ଆଖପାଖ ପରିବେଶରେ ଥିବା ସମସ୍ତ ଜୀବଜନ୍ତୁମାନଙ୍କୁ ତୁ ନିଜର ଆକ୍ରମଣକାରୀ ବୋଲି ଭାବୁଛୁ,ଆରେ ମୁଁ ତ ତୋର ଆଖପାଖରେ ରହିଛି,ମୋତେ ତୁ ତୋର ଆଉ ନିଜର ଶତ୍ରୁ ବୋଲି ଭାବୁନୁ ତ? ଏ କଥା ଶୁଣି ରାଜା ପୁରାପୁରି ନୀରବ ହୋଇଗଲେ।ସେ ତାଙ୍କ ମାଆଙ୍କ କଥାକୁ ଖାତିରି ନ କରି ସେଠାରୁ ଚାଲିଗଲେ।ମାଆ ସବୁବେଳେ ଏକଥା ଚିନ୍ତା କରୁଥାନ୍ତି ଯେ ତାଙ୍କ ପୁତ୍ର ତାଙ୍କୁ ନିଜର ଶତ୍ରୁ ବୋଲି ମନେକରୁନି ତ? କିନ୍ତୁ ଏହା ସଂପୂଣ୍ଣ ଭୁଲ ଥିଲା,ସନ୍ତାନ ସମସ୍ତଙ୍କୁ ନିଜର ଶତ୍ରୁ ବୋଲି ମନେକରେ କିନ୍ତୁ ନିଜ ଜନ୍ମଦାତ୍ରୀ ମାଙ୍କୁ କେବେହଲେବି ନିଜ ଶତ୍ରୁ ବୋଲି ମନେକରେ ନାହିଁ।ରାଜା ଶିକାର କରିବାକୁ ଯାଇଥାନ୍ତି ତାଙ୍କୁ ଶିକାର ନ ମିଳିବାରୁ ସେ କ୍ରୋଧିତ ହୋଇ କହିଲେ - ସେନା ଯାଅ ରାଜ୍ୟର ସମସ୍ତ ଜୀବଜନ୍ତୁଙ୍କୁ ବନ୍ଦୀ କରି ଜନ୍ତାରେ ରଖିଦିଏ,ଇଛା ନଥିଲେ ବି ରାଜାଙ୍କ ଆଦେଶ ଅନୁସାରେ ଏହା କରିବାକୁ ପଡିଲା,ଏହା ଥିଲା ରାଜାଙ୍କ ନୀଷ୍ଠୁରତା। କିଛି ଦିନ ଗଲା ପରେ ରାଜା ତାଙ୍କ ପାଖ ରାଜ୍ୟର ରାଜକୁମାରୀ ସହ ବିବାହ କଲେ, ସେ ଏ ବିବାହରେ ଜମାରୁ ଖୁସି ନଥିଲେ। ବିବାହର ୧ ମାସ ଗଲା ପରେ ରାଜାଙ୍କ ପତ୍ନୀଙ୍କ ମୃତ୍ୟୁ ହେଲା। ଏହି ମୃତ୍ୟୁ କେମିତି ହେଲା,କିଏ କଲା ଏହା ସମସ୍ତଙ୍କ ପାଇଁ ରହସ୍ୟ ହୋଇଯାଇଥିଲା। ଏହା ସମସ୍ତଙ୍କ ପାଇଁ ରହସ୍ୟ ହୋଇଥାଇପାରେ କିନ୍ତୁ ମନ୍ତ୍ରୀଙ୍କ ପାଇଁ ଏହା ରହସ୍ୟ ନଥିଲା କାରଣ ରାଜା ହିଁ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଦେଇଥିଲେ,ଯାହାକି ମନ୍ତ୍ରୀ ଜାଣିଦେଇଥିଲେ,ମନ୍ତ୍ରୀଙ୍କ ପାଖରେ ଏହାର ପ୍ରମାଣ ମଧ୍ୟ ଥିଲା,ଏହି ପ୍ରମାଣ ଥିଲା ରାଜାଙ୍କ ନିଷ୍ଠୁର ହୃଦୟ ପ୍ରମାଣ। ଏହି କଥାକୁ ସେ ରାଜମାତାଙ୍କୁ ଯାଇ କହିଦେଲେ କଥାରେ ଅଛି କାନ୍ଥବାଡର ବି କାନ ଅଛି,ଏହି କାନ୍ଥବାଡର କାନ ଥିଲା ରାଜାଙ୍କ ଡାହାଣ ହାତ ମନେ ତାଙ୍କ ଚେଲା ସେବକ ସେ ଏ କଥାକୁ ଯାଇ ସବୁ ରାଜାଙ୍କ ଆଗରେ କହିଦେଲା,ରାଜା ଏକଥା ଶୁଣି ଭୟଭୀତ ହୋଇଗଲେ । ସେ ଭୟବିତ ହୋଇ ତାଙ୍କ ଜନ୍ମଦାତ୍ରୀ ମା ଓ ସୁରକ୍ଷା ଦେଉଥିବା ମନ୍ତ୍ରୀଙ୍କୁ ହତ୍ୟା କରିଦେଲେ। " ନିଷ୍ଠୁର ସବୁବେଳେ ନିଷ୍ଠୁର" 

ତାକୁ କେବେ ହେଲେ ବି ଉତ୍ତମ ମଣିଷ କରିହେବ ନାହିଁ। 


ମନୁଷ୍ୟ ଚାହିଁଲେ ଉତ୍ତମ ମଣିଷ ହୋଇ ପାରିବ ଓ ସେ ଚାହିଁଲେ ମଧ୍ୟ ସେ ଖରାପ ମଣିଷ ମଧ୍ୟ ହୋଇ ପାରେ ସେଇଟା ତା ଉପରେ ନିର୍ଭର କରେ।



Rate this content
Log in